Monday, November 27, 2023

Second Day (27.11.2023) of the historical 72 hours Maha Dharna Programme by the Joint Forum of Central Trade Unions (except BMS), Joint Kishan Morchas and all Independent Federations i.e. State, Central, Bank and Insurance etc. commenced in Lower PMG area, Bhubaneswar since 26th November, 2023.


ଦ୍ୱିତୀୟ ଦିନରେ କୃଷକ-ମଜଦୁର ମହାଧାରଣା 
କର୍ପୋରେଟ ହଟାଅ-ଦେଶ ବଞ୍ଚାଅ
ସରକାରଙ୍କ ଜନବିରୋଧୀ ନୀତି ବିରୋଧ ରେ ଲଗାତାର ସଂଘର୍ଷ  ପାଇଁ ଆହ୍ବାନ 

ଭୁବନେଶ୍ୱର, ତା୨୭/୧୧:
ସଂଯୁକ୍ତ କୃଷକ ମୋର୍ଚ୍ଚା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚ ତଥା ସ୍ୱାଧୀନ ଫେଡେରେସନ୍ ମାନଙ୍କ ଦ୍ଵାରା ଶ୍ରମିକ ଓ କୃଷକ ମାନଙ୍କର ୨୧ ଦଫା ଦାବିରେ ୨୬ ନଭେମ୍ବର ଠାରୁ ମହାତ୍ମାଗାନ୍ଧୀ ମାର୍ଗରେ ଜାରି ରହିଥିବା ତିନି ଦିନିଆ ମିଳିତ ଗଣଧାରଣା ଓ ସମାବେଶ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି।

ଆଜିର ଏହି ମହାଧାରଣା ଓ ମିଳିତ ସମାବେଶରେ ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନ ମାନଙ୍କର ନେତୃବୃନ୍ଦ ସେମାନଙ୍କ ବକ୍ତବ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ  l  ଆଗାମୀ ନିର୍ବାଚନରେ ଜନବିରୋଧୀ ତଥା କର୍ପୋରେଟ ସ୍ୱାର୍ଥରକ୍ଷା କରୁଥିବା ଉଭୟ ସରକାରଙ୍କ  ବିରୋଧ ରେ କୃଷକ-ଶ୍ରମିକ ର ମିଳିତ ଆନ୍ଦୋଳନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ମିଳିତ ମଞ୍ଚରୁ ଘୋଷଣା କରାଯାଇଛି l

 ଆଜି ସମାବେଶର ପ୍ରଥମ ଅଧିବେଶନକୁ ସଂଯୁକ୍ତ କୃଷକ ମୋର୍ଚ୍ଚା, ଓଡ଼ିଶାର ନେତୃବୃନ୍ଦ ଯଥା ଶଶୀଭୂଷଣ ସ୍ବାଇଁ, ମୀନା ପ୍ରଧାନ, ନୀଳମଣି ପ୍ରଧାନ, ପୂର୍ଣଚନ୍ଦ୍ର ପାଢ଼ୀ, ସଦାଶିବ ଦାସ, ମୋହନ ନାଇଡୁ, ଶଙ୍କର, ଅଶୋକ ପ୍ରଧାନ, ଲିଙ୍ଗରାଜ ଆଜାଦ୍, ବଳଭଦ୍ର ମଳିକ ଏବଂ ସତ୍ୟବ୍ରତ ନାୟକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ  ପରିଚାଳନା କରିଥିଲେ। ଦୁଇଜଣ କେନ୍ଦ୍ରୀୟ ବକ୍ତା ଭାବରେ ରାମକୃଷ୍ଣ ପଣ୍ଡା, ଜି.ଏସ୍.ଶିବଶଙ୍କରଙ୍କ ସମେତ ରାମଚନ୍ଦ୍ର ଖୁଣ୍ଟିଆ, କ୍ଷୀରୋଦ ସିଂହଦେଓ, ମାୟାଧର ନାୟକ, ହରିଶ୍ଚନ୍ଦ୍ର ମିଶ୍ର,ବିଷ୍ଣୁ ମହାନ୍ତି, ବିଜୟ ଜେନା, ସର୍ବେଶ୍ଵର ଭାରତୀ, ଲୋଭାକାନ୍ତ ସ୍ୱାଇଁ, ରଘୁନାଥ ଦାସ, ପ୍ରମିଳା, ବ୍ରଜବନ୍ଧୁ ପ୍ରଧାନ, ନିରାକାର ନାୟକ, ବଂଶୀଧର ପରିଡ଼ା, ଲିଙ୍ଗରାଜ, ମନୋରଞ୍ଜନ ମହାରଣା, ପ୍ରଫୁଲ୍ଲ ସାମନ୍ତରା, ଦେବପ୍ରସାଦ ରାୟ, ପି. ପାର୍ବତୀ, ଜିତେନ୍ଦ୍ରିୟ ବେହେରା, ସୁରେଶ ପାଣିଗ୍ରାହୀ, ନରେନ୍ଦ୍ର ମହାନ୍ତି, ମହେନ୍ଦ୍ର ପରିଡ଼ା, ଜୟନ୍ତ ଦାସ, ସନ୍ତୋଷ ରଥ, ପୁଷ୍ପା ଦାସ, ପ୍ରମୋଦିନୀ ସାହୁ, ରବିନ୍ଦ୍ରନାଥ ଧଳ, ନମିତା ସାହୁ, ସଂଜୀବ ପତି, ରାଜୀବ ତରାଇ, ବିପିନ୍ ମହାନ୍ତି ପ୍ରମୁଖ ଏହି ମହାଧାରଣା ଅବସରରେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ।

ଦ୍ୱିତୀୟ ଅଧିବେଶନରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମାନଙ୍କର ନେତୃବୃନ୍ଦଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ପରିଚାଳନା କରିଥିବା ବେଳେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଅଶୋକ ଦାସ, ରାଧାକାନ୍ତ ସେଠୀ, ଉଲ୍ଲାସ ସ୍ୱାଇଁ , ଜୟସେନ ମେହେର, ଅବକାଶ ସାହୁ, ଦୁଷ୍ମନ୍ତ ଦାସ, ବିଜୟ ସାହୁ, ନିତ୍ୟସୁନ୍ଦର ଦାସ, ପ୍ରକାଶ ମଲ୍ଲିକ ଏବଂ କୃଷକ ସଂଗଠନର ଯମେଶ୍ୱର ସାମନ୍ତରାୟ, ପ୍ରକାଶ ଚନ୍ଦ୍ର ମଲ୍ଲିକ, ବନବିହାରୀ ବେହେରା, ବାସୁଦେବ ଦାସ , ବୀମା କର୍ମଚାରୀ ସଂଗଠନର ରବିନାରାୟଣ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସମସ୍ତ ବକ୍ତା ମାନେ ସେମାନଙ୍କର ବକ୍ତବ୍ୟରେ ସମସ୍ତ କୃଷିଜାତ ସାମଗ୍ରୀର  ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍.ପି)କୁ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ କରିବା, ଚାଷୀ ମାନଙ୍କର ଋଣ ଛାଡ଼, ଭାଗଚାଷୀ ମାନଙ୍କୁ ଆଇନଗତ ଭାବେ ଚାଷୀର ମାନ୍ୟତା ଓ ଚାଷୀର ସୁବିଧା ପ୍ରଦାନ, ମନରେଗା ଯୋଜନାରେ ଦୈନିକ ମଜୁରୀ କୁ ୬୦୦ ଟଙ୍କା କୁ ବୃଦ୍ଧି କରିବା ସହିତ ସମସ୍ତ କିସମ ର ଶ୍ରମିକ ମାନଙ୍କୁ ମାସିକ ସର୍ବନିମ୍ନ ୨୬୦୦୦ ଟଙ୍କାକୁ ମଜୁରୀ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ସେହିପରି ଶ୍ରମିକ ବିରୋଧୀ ଲେବର କୋଡ଼  ଅବିଳମ୍ବେ ବାତିଲ କରିବା, ଆକାଶଛୁଆଁ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, କ୍ରମ ବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟାର ସମାଧାନ କରିବା ପାଇଁ  ବ୍ୟାପକ ନିଯୁକ୍ତି ସୃଷ୍ଟି କରିବାକୁ ଆଜିର ସମାବେଶରେ ବିଭିନ୍ନ ସଂଗଠନର ନେତୃବୃନ୍ଦ ଦାବି କରିଥିଲେ ।

ଅନ୍ୟପକ୍ଷରେ ରାଷ୍ଟ୍ରାୟତ ଉଦ୍ୟୋଗ ତଥା କଳ କାରଖାନା ବିକ୍ରୀ ବନ୍ଦ କରିବା, କୃଷକ ମାନଙ୍କୁ ପେନସନ ପ୍ରଦାନ କରିବା, ଛାତ୍ର ବିରୋଧୀ ତଥା ଶିକ୍ଷା ବିରୋଧୀ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦କୁ ଅବିଳମ୍ବେ ବାତିଲ କରିବା, ସମସ୍ତଙ୍କ ପାଇଁ ମାଗଣା ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ସମସ୍ତଙ୍କ ପାଇଁ ବାସଗୃହ, ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ ପାଇଁ ଜଙ୍ଗଲ ଅଧିକାର ଆଇନ-୨୦୦୬କୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଏବଂ ପରିବେଶ ତଥା ଜନବିରୋଧୀ ଜଙ୍ଗଲ ସଂରକ୍ଷଣ ସଂଶୋଧନ ଆଇନ୍-୨୦୨୩କୁ ପ୍ରତ୍ୟାହାର କରିବା, ଆଦିବାସୀ, ଦଳିତ, ତଥା ମହିଳା ନିର୍ଯାତନା ଅଧିକାର ବନ୍ଦ କରିବା ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ  ସେମାନେ ଦୃଢ଼ ଦାବି କରିଥିଲେ ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉତ୍ତରାଖଣ୍ଡ ରାଜ୍ୟରେ ଟନେଲ୍ ମଧ୍ୟରେ ବସି ରହିଥିବା ଓଡ଼ିଶାର ୫ଜଣ ଶ୍ରମିକଙ୍କ ସମେତ ୩୪ ଜଣ ଶ୍ରମିକ ମାନଙ୍କୁ ନିରାପଦରେ ଉଦ୍ଧାର କରିବା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ ତୀବ୍ର ସମାଲୋଚନା କରି ସେମାନଙ୍କୁ ଉଦ୍ଧାର କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ ଏକ ପ୍ରସ୍ତାବ ଆଗତ କରିଥିଲେ ଏବଂ ଶ୍ରମିକ ନେତା ଜନାର୍ଦ୍ଦନ ପତି ତାହାକୁ ସମର୍ଥନ କରିବା ପରେ ସମାବେଶରେ ତାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।






























Media coverage on the Maha Dharna Programme conducted by the CTUs, Kishan Morchas and Independent Federations in lower PMG, Bhubaneswar



ବିଜେପି ହଟାଅ-ଦେଶ ବଞ୍ଚାଅ ଡାକରା ଦେଇ ରାଜଧାନୀରେ ଶ୍ରମିକ ଓ କୃଷକ ମାନଙ୍କର ତିନିଦିନିଆ ବିଶାଳ ସମାବେଶ ଓ ଗଣଧାରଣା ଉଦଘାଟନ
--------------------------------------------------------------------
 
ଭୁବନେଶ୍ୱର,ତା ୨୬/୧୧:
ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଗତ ୨୪ ଅଗଷ୍ଟରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ ସମୁହ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚାର ମିଳିତ ମହା ସମ୍ମିଳନୀରେ ୨୧ ଦଫା ଦାବିରେ ନଭେମ୍ବର ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜ୍ୟର ରାଜଭବନ ସମ୍ମୁଖରେ ୭୨ ଘଣ୍ଟିଆ ମହା ଧାରଣା ପାଇଁ ଆହ୍ୱାନ ଦିଆଯାଇଥିଲା l ଏହି ଆହ୍ୱାନ ଆଧାରରେ ଓଡିଶାରେ ଏହି ମହାଧାରଣା ମହାତ୍ମା ଗାନ୍ଧୀ ମାର୍ଗ( ଲୋୟର ପି. ଏମ୍. ଜି) ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି l

ଏହି ବିଶାଳ ମହାଧାରଣା ତଥା ସମାବେଶରେ ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା,କୃଷିଜାତ ଦ୍ରବ୍ୟ ଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍.ଏସ୍. ପି)କୁ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ,ବିଭିନ୍ନ ଶ୍ରମ ବିରୋଧୀ ନୀତି ପ୍ରତ୍ୟାହାର କରି ଜାତୀୟ ସର୍ବନିମ୍ନ ମାସିକ ମଜୁରୀ ୨୬୦୦୦ ଟଙ୍କା ଧାର୍ଯ୍ୟ କରିବା, ସଂଯୁକ୍ତ କୃଷକ ମୋର୍ଚ୍ଚାର ମୂଳ ଦାବି ବିଦ୍ୟୁତ (ସଂଶୋଧନ) ବିଲ୍- ୨୦୨୦କୁ ପ୍ରତ୍ୟାହାର କରିବା, ଜଙ୍ଗଲ ଜମି ଅଧିକାର ଆଇନ- ୨୦୦୬କୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଓ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ଆଇନ- ୨୦୨୩ ଏବଂ ଜୈବ ବିବିଧତା ଆଇନ ଓ ନିୟମାବଳୀକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଅନ୍ୟପକ୍ଷରେ ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଚାରୋଟି ଶ୍ରମ କୋଡ଼ ପ୍ରତ୍ୟାହାର, ସ୍ଥାୟୀ ନିଯୁକ୍ତି ଏବଂ ସମାନତା ଏବଂ କାର୍ଯ୍ୟସ୍ଥଳରେ ନିରାପତ୍ତା ପ୍ରଦାନ କରିବା, ଶ୍ରମିକର ଠିକା କରଣ /ଅସ୍ଥାୟୀ କରଣ ବନ୍ଦ କରିବା, ଘରେ ରହି କାମ କରୁଥିବା ଶ୍ରମିକ, ହକର୍, ଜରି ଗୋଟାଳୀ,ଘରୋଇ ଶ୍ରମିକ , ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ, ସ୍କିମ ଶ୍ରମିକ, କୃଷି ଶ୍ରମିକ, ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନରେ କାମ କରୁଥିବା ଶ୍ରମିକ, ଲୋଡିଙ୍ଗ୍ ଏବଂ ଅନଲୋଡିଙ୍ଗ୍ ଶ୍ରମିକ, ଲବଣ ଶିଳ୍ପ ଶ୍ରମିକ, ବିଡି ଶ୍ରମିକ, ଟଡି ଟ୍ରାପର୍ସ, ରିକ୍ସା ଚାଳକ, ଅଟୋ/ଟାକ୍ସି ଚାଳକ, ମତ୍ସ୍ଯଜିବୀ ଇତ୍ୟାଦି ସମସ୍ତ ଶ୍ରମିକ ମାନଙ୍କୁ ପଞ୍ଜିକରଣ କରିବା ଏବଂ ପେନସନ ସମେତ ସାମାଜିକ ନିରାପତ୍ତା ଯୋଜନା କାର୍ଯ୍ୟକାରୀ କରାଯିବାକୁ ଏହି ସମାବେଶରେ ଦାବି କରାଯାଇଛି। 
କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ /ଫେଡେରେସନ ସମୁହ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆୟୋଜିତ ଏହି ଏହି ମହାଧାରଣାକୁ  ଶ୍ରମିକ ନେତା ସର୍ବଶ୍ରୀ  ରାମଚନ୍ଦ୍ର ଖୁଣ୍ଟିଆ,ଅଶୋକ ଦାସ,ଜନାର୍ଦ୍ଦନ ପତି, ଲକ୍ଷ୍ମୀପ୍ରିୟା ମହାନ୍ତି,ଭିକାରି ପ୍ରଧାନ,ବଂଶୀଧର ପରିଡା,ପୂର୍ଣଚନ୍ଦ୍ର ପାଢ଼ୀ  ମାୟାଧର ନାୟକ ଏବଂ କୃଷକ ନେତା ସର୍ବ ଶ୍ରୀ ଅଶୋକ କୁମାର ପ୍ରଧାନ,ଆଶୀଷ କାନୁନଗୋ, ଜମେଶ୍ୱର ସାମନ୍ତରାୟ,କିଷାନ ପଟ୍ଟନାୟକ, ସଦାଶିବ ଦାସ, ଲିଙ୍ଗରାଜ ଆଜାଦ, ଲିଙ୍ଗରାଜ,ବାସୁଦେବ ଦାସ,ସତ୍ୟ ପ୍ରକାଶ ନାୟକ ଏବଂ ହେନା ବାରିକ ଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଯଥାକ୍ରମେ ପ୍ରଥମ ଏବଂ ଦ୍ଵିତୀୟ ଅଧିବେଶନ କୁ ପରିଚାଳନା ପରିଚାଳନା କରିଥିଲେ 

ସଂଯୁକ୍ତ କିଷାନ ମୋର୍ଚ୍ଚା ର ସର୍ବ ଭାରତୀୟ ନେତା ହାନାନ ମୋଲ୍ହା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେଏବଂ ସାଥୀ ରାମକୃଷ୍ଣ ପଣ୍ଡା ଉପସ୍ଥିତ ଥିଲେ। ସାଥୀ ପୁଷ୍ପା ଦାସ,ଜୟନ୍ତ ଦାସ, ସୁରେଶ ପାଣିଗ୍ରାହୀ,କ୍ଷୀରୋଦ କୁମାର ସିଂହଦେଓ,ମହେନ୍ଦ୍ର ପରିଡା,ସନ୍ତୋଷ ରଥ,ନରେନ୍ଦ୍ର ମହାନ୍ତି,ସତ୍ୟ ପ୍ରକାଶ ନାୟକ  ଙ୍କୁ ନେଇ ଗଠିତ ସଂଯୋଜନା କମିଟି ମହାଧାରଣାକୁ ସଂଯୋଜନା କରିଥିଲେ l

ଏହି ସମାବେଶରେ ବକ୍ତା ଭାବେ ଶ୍ରମିକ ନେତା ସର୍ବ ଶ୍ରୀ  ବିଜୟ ଜେନା, ବିଷ୍ଣୁ ମହାନ୍ତି, ରାଧାକାନ୍ତ ସେଠି, ବିରଞ୍ଚି ନାରାୟଣ ମହାପାତ୍ର, ଜୟସେନ ମେହେର, ସର୍ବେଶ୍ୱର ମିଶ୍ର, ମାୟାଧର ନାୟକ, ଅକ୍ଷୟ ତ୍ରିପାଠୀ, ଅଶୋକ ଦାସ, ଉଲ୍ଲାସ ସ୍ୱାଇଁ, ଭିକାରି ପ୍ରଧାନ,ମହେନ୍ଦ୍ର ପରିଡା,ଏବଂ କୃଷକ ନେତା ସର୍ବଶ୍ରୀ ଆଶୀଷ କାନୁନଗୋ, ଜଗନ୍ନାଥ ମିଶ୍ର, ଅଶୋକ ପ୍ରଧାନ, ରଘୁନାଥ ଦାସ, ଶ୍ରୀକାନ୍ତ ମହାନ୍ତି, ଅଶୋକ କୁମାର ପ୍ରଧାନ, ଶଙ୍କର, ବିଜୟ ସ୍ୱାଇଁ, ପି ହରିକୃଷ୍ଣ ରେଡ୍ଡୀ, ସଦାଶିବ ଦାସ, ସୁଶାନ୍ତ ଜେନା,ଅଭୟ ଦାସ, ଅଜୟ ମହାନ୍ତି, କାହ୍ଣୁ ଚରଣ ମଲ୍ଲିକ, ବୃହସ୍ପତି ସାମଲ, ମନୋରଞ୍ଜନ ଦାସ, ମନୋଜ ରଥ, ଅମୀୟ ମହାନ୍ତି, ରବୀନ୍ଦ୍ର ନାଥ ଧଳ, ଦୁଷ୍ମନ୍ତ କୁମାର ନାୟକ, ଶ୍ୟାମ ସୁନ୍ଦର ମହାପାତ୍ର, ପ୍ରମୁଖ ବହୁ ନେତୃବୃନ୍ଦ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଭୁବନେଶ୍ୱର ରେ ଏହି ଧାରଣା ର ସଫଳତା ପାଇଁ ଅଭିରାମ ବେହେରା, ପ୍ରମୋଦିନୀ ସାହୁ,ସରୋଜ ନାୟକ, ଯତୀନ ମହାନ୍ତି, ପ୍ରଭାତ ପାଣିଗ୍ରାହୀ, ଭାଗିରଥି ବେହେରା,ପ୍ରଦୀପ୍ତ ନାୟକ, ସୁରେଶ ରାଉତରାୟ ରମେଶ ଜେନା, ଚାମ୍ବୁରୁ ସୋରେନ,ଷ୍ଟାଲିନ ନାୟକ ପ୍ରମୁଖ ପଥପ୍ରାନ୍ତ ସଭା ଏବଂ ଆନୁସଙ୍ଗିକ ପ୍ରସ୍ତୁତି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଦାବି ଗୁଡିକ ମଧ୍ୟରେ ଖାଦ୍ୟ ପଦାର୍ଥ, ଔଷଧ, କୃଷି ଯନ୍ତ୍ରପାତି ଏବଂ କୃଷି ଉତ୍ପାଦନ ସାମଗ୍ରୀ ଉପରୁ ଜି.ଏସ୍.ଟି ହଟାଇବା,ରନ୍ଧନ ଗ୍ୟାସ ଏବଂ ତୈଳଜାତ ସାମଗ୍ରୀ(ପେଟ୍ରୋଲିୟମ ପଦାର୍ଥ) ଉପରେ ଯଥେଷ୍ଟ ଭାବେ କେନ୍ଦ୍ରୀୟ ଏକ୍ସସାଇଜ ଟିକସ ହ୍ରାସ କରିବା ପାଇଁ ଦାବି କରାଯାଇଥିଲା । ସେହିପରି କୋଭିଡର ଦ୍ୱାହି ଦେଇ ରେଳଯାତ୍ରାରେ ପ୍ରତ୍ୟାହାର କରା ଯାଇଥିବା ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଏବଂ ଖେଳାଳୀ ମାନଙ୍କୁ ରିହାତି ପ୍ରଦାନ କରିବା, ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା, ସରକାରୀ ଗଣ ବଣ୍ଟନ ବ୍ୟବସ୍ଥାକୁ ସାର୍ବଜନୀନ କରିବା,ସମସ୍ତଙ୍କ ପାଇଁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ଏବଂ ପରିମଳ ର ଅଧିକାର କୁ ସୁନିଶ୍ଚିତ କରାଯିବା ପାଇଁ ଏହି ସମାବେଶରେ ଦାବି କରାଯାଇଛି। ଅନ୍ୟପକ୍ଷରେ ନୂତନ ଶିକ୍ଷା ନିତୀ-୨୦୨୦ ରଦ୍ଦ କରିବା,ସମସ୍ତଙ୍କ ପାଇଁ ବାସଗୃହକୁ ସୁନିଶ୍ଚିତ କରିବାକୁ ଆଜିର ସମାବେଶରେ ଶ୍ରମିକ ଏବଂ କୃଷକ ସଂଗଠନର କର୍ମକର୍ତ୍ତା ମାନେ ଦାବି କରିଛନ୍ତି।

ଅନୁରୂପ ଭାବେ ଚାଷ ଜମିକୁ ସୁରକ୍ଷିତ କରିବା, ଚାଷୀ ହାତରେ ଜମିର ଅଧିକାର ଦେବା, ମରୁଡିର ପ୍ରତିକାର ପାଇଁ ସମସ୍ତ ଚାଷ ଜମିରେ ଜଳସେଚନ ନିମନ୍ତେ ସ୍ୱତନ୍ତ୍ର ସ୍ୱଳ୍ପ ମିଆଦୀ ଏବଂ ଦୀର୍ଘ ମିଆଦୀ ଯୋଜନା ପ୍ରଣୟନ କରିବା ପାଇଁ ଏହି ମହାଧାରଣାରେ ଦାବି କରାଯାଇଛି । ଭାରତୀୟ ଶ୍ରମ ସମ୍ମିଳନୀକୁ ନିୟମିତ ଆହୁତ କରିବା, ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ସରକାରୀ ବିଭାଗ ଗୁଡିକର ଘରୋଇ କରଣ ବନ୍ଦ କରିବା, ଜାତୀୟ ମୁଦ୍ରା କରଣ ପାଇପ ଲାଇନ ଯୋଜନା ପ୍ରତ୍ୟାହାର କରିବା ପାଇଁ ଏହି ସମାବେଶ ଦାବି କରିଛି। ଖଣିଜ ପଦାର୍ଥ ଏବଂ ଧାତୁ ଉତ୍ତୋଳନ ସମ୍ପର୍କୀୟ ଥିବା ଆଇନ କୁ ସଂଶୋଧନ କରି ଏହି କ୍ଷେତ୍ର ରୁ ହେଉଥିବା ଲାଭ ର ୫୦% ସ୍ଥାନୀୟ ବାସିନ୍ଦା ବିଶେଷକରି ଆଦିବାସୀ ଏବଂ କୃଷକ ମାନଙ୍କର ଉନ୍ନତି ପାଇଁ ବିନିଯୋଗ କରିବାକୁ ସେମାନେ ଦୃଢ଼ ଦାବି କରିଛନ୍ତି । ବିଦ୍ୟୁତ ସଂସ୍କାର ନାଁ ରେ ଆଗୁଆ ବିଲ ପୈଠ ନିମନ୍ତେ ସ୍ମାର୍ଟ ମିଟର ଲଗାଇବା ଯୋଜନା ବନ୍ଦ କରିବାକୁ ଆଜିର ସମାବେଶରେ ଦାବି କରାଯାଇଛି । ସେହିପରି କାମ କରିବାର ଅଧିକାରକୁ ସମ୍ବିଧାନ ର ମୌଳିକ ଅଧିକାର ପରିସରଭୁକ୍ତ କରିବା, ଖାଲି ଥିବା ସମସ୍ତ ପଦବୀ ଗୁଡିକୁ ପୂରଣ କରିବା , କ୍ରମବର୍ଦ୍ଧିଷ୍ଣୁ  ବେକାରୀ ସମସ୍ୟାର ସମାଧାନ ପାଇଁ ସେମାନଙ୍କ ନିଯୁକ୍ତି ପାଇଁ କର୍ମ ସଂସ୍ଥାନ ସୃଷ୍ଟି କରିବା ଏବଂ ସହରାଞ୍ଚଳ ନିଯୁକ୍ତି ଆଇନ ପ୍ରଣୟନ କରିବାକୁ ଆଜିର କୃଷକ ଶ୍ରମିକଙ୍କ ମିଳିତ ସମାବେଶ ତଥା ମହାଧାରଣା ଅବସରରେ ଦାବି କରାଯାଇଛି ।

ସଂଯୁକ୍ତ କୃଷକ ସଂଗଠନର ମୈାଳିକ ଦାବି  ଚାଷୀ ମାନଙ୍କୁ ବିହନ, ସାର ଏବଂ ବିଦ୍ୟୁତ କ୍ଷେତ୍ରରେ ରିହାତି ପରିମାଣ ବୃଦ୍ଧି କରିବା ଏବଂ ଫସଲ ସଂଗ୍ରହକୁ ସୁନିଶ୍ଚିତ କରିବା ତଥା ଯେକୌଣସି ମତେ କୃଷକ ଆତ୍ମହତ୍ୟାକୁ ପ୍ରତିହତ କରିବା ଆଦି ଦାବିକୁ ଏହି ସମାବେଶରେ ନେତୃବୃନ୍ଦ ଦୋହରାଇଛନ୍ତି । ସେହିପରି କାର୍ପୋରେଟ ସପକ୍ଷବାଦୀ ଫସଲ ବୀମା ଯୋଜନା ପ୍ରତ୍ୟାହାର କରିବା , ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ଯଥା ଜଳବାୟୁ ପରିବର୍ତ୍ତନ, ମରୁଡି, ବନ୍ୟା, ବାତ୍ୟା ଜନିତ ଫସଲ କ୍ଷତି ସହିତ ପଶୁ ଆକ୍ରମଣ ଏବଂ ବିଭିନ୍ନ ରୋଗ ଆକ୍ରମଣ ଜନିତ ଯାବତୀୟ ଫସଲ କ୍ଷତିର ଉପଯୁକ୍ତ କ୍ଷତି ପୂରଣ ପାଇଁ ରାଷ୍ଟ୍ରାୟତ ବୀମା କମ୍ପାନୀ ଜରିଆରେ "ଏକ ସାମଗ୍ରିକ କୃଷକ ସପକ୍ଷବାଦୀ ଫସଲ ବୀମା ଯୋଜନା" ପ୍ରଣୟନ କରିବା ପାଇଁ ସେମାନେ ଦାବି କରିଛନ୍ତି  l ଅନ୍ୟପକ୍ଷରେ ସମସ୍ତ କୃଷକ ମାନଙ୍କୁ ଋଣଯନ୍ତା ରୁ ମୁକ୍ତ କରିବା ପାଇଁ ଏକ ସାମଗ୍ରିକ ଋଣ ଛାଡ଼ ଯୋଜନା ଘୋଷଣା କରିବାକୁ ସେମାନେ ଦାବି କରିଛନ୍ତି । ସେହିପରି ଐତିହାସିକ କୃଷକ ଆନ୍ଦୋଳନକୁ ଦିଆ ଯାଇଥିବା କେନ୍ଦ୍ର ସରକାରଙ୍କ ଲିଖିତ ପ୍ରତିଶୃତି କାର୍ଯ୍ୟକାରୀ କରିବା, ସମସ୍ତ କୃଷକ ସହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସିଂଘୁ ସୀମା ରେ ଏକ ସ୍ମାରକୀ ନିର୍ମାଣ,ସମସ୍ତ ସହୀଦ ପରିବାର ଗୁଡିକୁ ଅବିଳମ୍ବେ କ୍ଷତିପୂରଣ ରାଶି ପ୍ରଦାନ, ସମସ୍ତ ମିଥ୍ୟା ମକଦ୍ଦମା ଗୁଡିକୁ ପ୍ରତ୍ୟାହାର ସହିତ ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ର ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବିରୋଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନେତୃବୃନ୍ଦ ଦାବି କରିଛନ୍ତି l ସେହିପରି ଶ୍ରମ କଲ୍ୟାଣ ପାଣ୍ଠି ବିନିଯୋଗ କରି ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଇ.ଏସ୍.ଆଇ ପ୍ରଦାନ କରିବା, ଏଥିରେ ସ୍ୱାସ୍ଥ୍ୟ ଏବଂ ପ୍ରସୂତି କାଳୀନ ସୁବିଧା କୁ ଅନ୍ତର୍ଭୁକ୍ତ କରିବା, ଇ. ଶ୍ରମ ପୋର୍ଟାଲରେ ପଞ୍ଜିକରଣ ହୋଇଥିବା ସମସ୍ତ ଶ୍ରମିକଙ୍କୁ ଜୀବନ ବୀମା ଏବଂ ଭିନ୍ନକ୍ଷମ ବୀମା ପରିସରଭୁକ୍ତ କରିବାକୁ ଏହି ମହାଧାରଣା ରେ ଦାବି ଉପସ୍ଥାପନ କରାଯାଇଛି l

ଅନୁରୂପ ଭାବେ ଘରୋଇ ଶ୍ରମିକ ଏବଂ ଘରେ ରହି କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ ବିଶ୍ୱ ଶ୍ରମ ସଂଗଠନର କନଭେନସନ୍ ଘୋଷଣାନାମାକୁ କାର୍ଯ୍ୟକାରୀ କରିବା ପାଇଁ ଯଥାର୍ଥ ଆଇନ ପ୍ରଣୟନ କରିବା,ପ୍ରବାସୀ ଶ୍ରମିକ ମାନଙ୍କ ନିମନ୍ତେ ଏକ ସାମଗ୍ରିକ ନିତୀ ପ୍ରଣୟନ କରିବା, ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ( ନିଯୁକ୍ତି ନିୟମାବଳୀ) ଆଇନ-୧୯୭୯ କୁ ଶକ୍ତିଶାଳୀ କରିବା ଏବଂ ସମସ୍ତଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରିବା ପାଇଁ ଏହି ସମାବେଶ ଦାବି କରିଛି ।

ନୂତନ ପେନସନ ଯୋଜନା ରଦ୍ଦ କରି ପୁରୁଣା ପେନସନ ଯୋଜନାକୁ ପୁନ୍ନର୍ବାହଲ କରିବା ଏବଂ ସମସ୍ତଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରିବା, ଅତି ଧନୀ ମାନଙ୍କ ଉପରେ ସଂପଦ ଟିକସ ବ୍ୟବସ୍ଥା ଲାଗୁ କରିବା, କାର୍ପୋରେଟ୍ ଟିକସ ଲାଗୁ କର, ସମ୍ପତ୍ତି କର ଏବଂ ଉତ୍ତରାଧିକାରୀ ଟିକସ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ସେମାନେ ଦାବି କରିଛନ୍ତି । ସର୍ବୋପରି ସମ୍ବିଧାନର ମୌଳିକ ମୂଲ୍ୟବୋଧ ଉପରେ ଆକ୍ରମଣ ବନ୍ଦ କରିବା, ସ୍ୱାଧୀନତା ର ଅଭିବ୍ୟକ୍ତି, ଭିନ୍ନମତ ପ୍ରକାଶ କରିବାର ଅଧିକାର, ଧର୍ମର ସ୍ୱାଧୀନତା, ସାଂସ୍କୃତିକ ବିବିଧତା ଏବଂ ଦେଶର ସଂଘୀୟ ଢାଞ୍ଚା ଇତ୍ୟାଦିକୁ ସୁରକ୍ଷିତ କରିବାକୁ ଆଜିର ମିଳିତ ସମାବେଶ ଓ ମହା ଧାରଣାରେ ଦାବି କରାଯାଇଛି ।

ପାଲେଷ୍ଟାଇନ ବିରୋଧ ରେ ଇସ୍ରାଏଲ ର ଗଣ ସଂହାର ବିରୋଧ ରେ ଯୁଦ୍ଧ ବନ୍ଦ କରିବା ଏବଂ ପାଲେଷ୍ଟାଇନ କୁ ଏକ ସ୍ୱତନ୍ତ୍ର ଏବଂ ସାର୍ବଭୌମ୍ୟ ରାଷ୍ଟ୍ର ଭାବେ ରାଷ୍ଟ୍ରସଙ୍ଘ ଘୋଷଣା କରିବା ଦାବି କରି ଏକ ପ୍ରସ୍ତାବ ପାରିତ ହୋଇଛି l 

ମୋଦି ସରକାରର ଜନ ବିରୋଧୀ, ଶ୍ରମିକ ବିରୋଧୀ ଏବଂ କୃଷକ ବିରୋଧୀ ନିତୀ ବିରୋଧରେ ଦେଶଵ୍ୟାପୀ ଆହୁତ ଏହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଏବଂ  ଆଗାମୀ ୨୦୨୪ ନିର୍ବାଚନରେ କର୍ପୋରେଟ- ସାଂପ୍ରଦାୟିକ ତଥା ସମ୍ବିଧାନର ହତ୍ୟାକାରୀ ବିଜେପିକୁ କ୍ଷମତାରୁ ହଟାଇବା ଡାକରାକୁ ସଫଳ କରିବା ପାଇଁ ବିଭିନ୍ନ ଶ୍ରମିକ ଓ କୃଷକ ସଂଗଠନର ନେତୃବୃନ୍ଦ ଦୃପ୍ତ ଆହ୍ୱାନ ଜଣାଇଛନ୍ତି  l