Monday, January 30, 2023

ଶ୍ରମିକ-କର୍ମଚାରୀ ସମସ୍ୟା ଓ ସମାଧାନ

ଆଜି ୩୧.୦୧.୨୦୨୩ରେ ଦୈନିକ #ସକାଳ ର ସମ୍ପାଦକୀୟ ପୃଷ୍ଠାରେ ମୋ ଲେଖା 'ଶ୍ରମିକ-କର୍ମଚାରୀ ସମସ୍ୟା ଓ ସମାଧାନ'। #ସକାଳ ସମ୍ପାଦନାମଣ୍ଡଳୀକୁ ଅଶେଷ ଧନ୍ୟବାଦ।



Friday, January 27, 2023

ମିଳିତ ସଂଘର୍ଷ ଓ ବଳ କଷାକଷିର ବର୍ଷ ୨୦୨୩

 ମିଳିତ ସଂଘର୍ଷ ବଳ କଷାକଷିର ବର୍ଷ ୨୦୨୩

ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ, କେନ୍ଦ୍ର ସରକାରୀ କର୍ମଚାରୀ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମ୍ମନ୍ୱୟ ସମିତି, ଭୁବନେଶ୍ୱର

             ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଉଡାଣର କଥା ହେଉ କି ଓଡ଼ିଶାରେ ପୁରୁଷ ହକି ବିଶ୍ବକପର ଆୟୋଜନ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ବାଦ ଦେଇ କେବଳ ମୂଖ୍ୟମନ୍ତ୍ରୀଙ୍କ ଫଟୋଥିବା ବିଜ୍ଞାପନ ଛାପି ରାଜ୍ୟର ବିଜେଡି ସରକାର ୨୦୨୪ ସାଧାରଣ ନିର୍ବାଚନ ପାଇଁ ବ୍ରାଣ୍ଡ୍ ନବୀନଙ୍କ ପ୍ରଚାର ପ୍ରସାରରେ ବ୍ୟସ୍ତ ରହୁଛନ୍ତି ବୋଲି ବିପକ୍ଷ ବିଜେପି କଂଗ୍ରେସ ନିକଟରେ ବିଷୋଦଗାର କଲାପରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ସେହି ଏକା ଉଦ୍ଦେଶ୍ୟରେ ୧୬ ଜାନୁୟାରୀ ୨୦୨୩ରେ ନୂଆଦିଲ୍ଲୀରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏକ ବିଶାଳ ରାଲି କରି ତାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ କଲେ ଲକ୍ଷ୍ୟ, ୨୦୨୩ରେ ହେବାକୁ ଥିବା ସମସ୍ତ ଅଣବିଜେପି ଶାସିତ ରାଜ୍ୟ ସହ ୯ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ବହୁମତ ହାସଲ କରି ସରକାର ଗଢିବା ଏବଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିଜର ପାରିବାପଣିଆକୁ ସାବ୍ୟସ୍ତ କରିବା ଅନ୍ୟ ପକ୍ଷରେ ସର୍ବ ପୁରାତନ କଂଗ୍ରେସ ଦଳ ସେପ୍ଟେମ୍ବର ୨୦୨୨ରୁ କନ୍ୟାକୁମାରୀରୁ କାଶ୍ମୀର ଦୀର୍ଘ ୩୫୭୦ କିମିର ୧୫୦ ଦିନର ଭାରତ ଯୋଡୋ ଯାତ୍ରା ଆରମ୍ଭ କରି ବିଜେପି ଆଞ୍ଚଳିକ ଦଳମାନଙ୍କର ଦୋଷ ଦୂର୍ବଳତାକୁ ଲୋକଲୋଚନକୁ ଆଣି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡିବାରେ ବ୍ୟସ୍ତ ଏତଦଭିନ୍ନ,ବିଭିନ୍ନ ରାଜ୍ୟରେ ଶାସନ କରୁଥିବା ଆଞ୍ଚଳିକ ଦଳଗୁଡିକର ଲକ୍ଷ୍ୟ ମଧ୍ୟ ସମାନ, କିଭଳି କ୍ଷମତାସୀନ ହୋଇ ପୁନର୍ବାର ଶାସନ ଡୋରି ସମ୍ଭାଳିବା ଜନମଙ୍ଗଳ ପାଇଁ କୁମ୍ଭୀରକାନ୍ଦଣା କାନ୍ଦୁଥିବା ସଂପ୍ରତି ଭାରତବର୍ଷରେ ଉଭୟ କେନ୍ଦ୍ର ବିଭିନ୍ନ ରାଜ୍ୟର ଶାସକ ଦଳମାନଙ୍କର ପ୍ରମୁଖ ବିରୋଧୀ ଦଳ ସହ ଅନ୍ୟାନ୍ୟ ଜାତୀୟ ଆଞ୍ଚଳିକ ଦଳଗୁଡିକ ଭିତରେ  ରାଜନୈତିକ ଅସହିଷ୍ଣୁତା ବଢିଚାଲିଥିବା ବେଳେ ବ୍ୟକ୍ତିଗତ ଆକ୍ରୋଶ ଅସହିଷ୍ଣୁତାରୁ ଉର୍ଦ୍ଧ୍ବର ରାଜନୀତି  ସବୁବେଳେ ରାଷ୍ଟ୍ର ପାଇଁ ମଙ୍ଗଳକର ବୋଲି ପ୍ରାୟ ସବୁଦଳ ଭୁଲିଯାଇଛନ୍ତି  କହିଲେ ଚଳେ

ବିଭିନ୍ନ ରାଜନୈତିକ ଦଳଗୁଡିକ ଦେଶ ହିତକୁ ଅଣଦେଖା କରି ନିଜ ନିଜ ଦଳର ପ୍ରାଧାନ୍ୟ ଜାହିର କରିବାକୁ ବଳ କଷାକଷିରେ ଲିପ୍ତ ରହୁଥିବା ବେଳେ ବିଚରା ଶ୍ରମିକ, କୃଷକ କର୍ମଚାରୀଙ୍କ ଦୁଃଖଦୁର୍ଦ୍ଦଶା ବୁଝିବାକୁ ଆଜିର ଦିନରେ ଶାସକ ଦଳମାନଙ୍କର ଆନ୍ତରିକତାର ଘୋର ଅଭାବ ଏକକ ଭାବେ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ କରି ପ୍ରତିବାଦ କଲେ ମଧ୍ୟ ଏମାନଙ୍କ ସମସ୍ୟାର ଆଶାନୁରୂପ ସମାଧାନ ସମ୍ଭବ ହେଉନାହିଁ ଏଭଳି ପରିସ୍ଥିତିରେ ଦାବି ହାସଲ ପାଇଁ ଶ୍ରମିକ, କୃଷକ ତଥା କେନ୍ଦ୍ର, ରାଜ୍ୟ ରାଷ୍ଟ୍ରାୟତ ଉଦ୍ୟୋଗ କର୍ମଚାରୀଙ୍କ ସମିଳିତ ଆନ୍ଦୋଳନ ହିଁ ଏକମାତ୍ର ବିକଳ୍ପ ଯେଉଁଥିପାଇଁ ଭାରତର ସମସ୍ତ ଶ୍ରମିକ କର୍ମଚାରୀ ସଂଗଠନ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆପଣେଇ ୨୦୨୩ ବର୍ଷ ଆରମ୍ଭରୁ ଖୁବ ତତ୍ପର

କେନ୍ଦ୍ର ସରକାର ୪୪ଟି ଶ୍ରମ କଲ୍ୟାଣ ଆଇନକୁ ଉଛେଦ କରି ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ ପ୍ରଚଳନ କରିବାକୁ ଯାଉଥିବା ବେଳେ, ଏହି ଶ୍ରମ କୋଡର ବାତିଲ ତଥା କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଲିଖିତ ପ୍ରତିଶ୍ରୁତି, ଦରଦାମ ବୃଦ୍ଧି ନିୟନ୍ତ୍ରଣ, ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣବେକାରୀଙ୍କୁ ଚାକିରୀ, ସରକାରୀ ସମ୍ପତ୍ତି ବିକ୍ରି ବନ୍ଦ, ଆଦିବାସୀ ଦଳିତଙ୍କୁ ସାମାଜିକ ନ୍ୟାୟ, ମହିଳାଙ୍କ ପାଇଁ ସମାନ ଅଧିକାର ଆଦି ୧୫ ଦଫା ଦାବି ହାସଲ ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ, କୃଷକ ସଭା କ୍ଷେତ ମଜଦୁର ସଂଗଠନ ତରଫରୁ ଆସନ୍ତା ଏପ୍ରିଲ ୫ରେ ସବୁ ରାଜ୍ୟରୁ ପ୍ରାୟ ୨୦ ଲକ୍ଷ ଲୋକଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଏକ ବିଶାଳ ଜନ ସମାବେଶର ଆୟୋଜନ ସ୍ଥିରିକୃତ ହୋଇଛି ସେହିଭଳି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ ତରଫରୁ  ସାରା ଭାରତବର୍ଷର ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଅଧିକାରୀ ନୂତନ ପେନସନ ଯୋଜନା ଉଛେଦ, ଖାଲି ପଡିଥିବା ପଦବୀ ପୁରଣ, ୫ଦିନିଆ ବ୍ୟାଙ୍କିଂ ସପ୍ତାହ, ବେତନ ସଂଶୋଧନ ଆଦି ୬ଦଫା ଦାବି ହାସଲ ପାଇଁ ଆସନ୍ତା ଜାନୁୟାରୀ ୩୦ ୩୧ ରେ ଦୁଇ ଦିନିଆ ସର୍ବଭାରତୀୟ ଧର୍ମଘଟ କରିବାକୁ ଯାଉଛନ୍ତି

ଏହି କ୍ରମରେ ଅନେକ ସମସ୍ୟା ଭିତରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେସାମରିକ ସରକାରୀ କର୍ମଚାରୀ ଶିକ୍ଷକମାନେ ମଧ୍ୟ ପଛରେ ନାହାନ୍ତି ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ନୀତି, ନିୟମ ତଥା ଯୋଜନାର ସଫଳ ରୁପାୟନ କରି ସାଧାରଣ ମଣିଷର ଜୀବନ ଯାତ୍ରାକୁ ସହଜ ସରଳ କରିବା ପାଇଁ ବେସାମରିକ ସେବାର ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି ରାଜ୍ୟର ପୋଲିସ, ଡାକ୍ତରଙ୍କ ସହ ବ୍ୟାଙ୍କ ଡାକ କର୍ମଚାରୀମାନେ ମହାମାରୀ କରୋନା କାଳରେ ନିଜର ଜୀବନ ପରିବାରକୁ ବେଖାତିର କରି ଯେଉଁଭଳି ଅହର୍ନିଶୀ ସେବା ପ୍ରଦାନ କରିଛନ୍ତି, ତାହା ଅବର୍ଣ୍ଣନୀୟ ସମୟ ସହିତ ମଣିଷର ଆବଶ୍ୟକତା ବଦଳି ବଦଳି ଯାଉଥିବା ବେଳେ, ବେସାମରିକ ସେବାସମୂହର ମାନ ବୃଦ୍ଧି କରି ଅଧିକ ଜନାଭିମୂଖୀ କରିବା ପାଇଁ  ସରକାରଙ୍କ ସମସ୍ତ ବିଭାଗ ଆବଶ୍ୟକୀୟ କର୍ମଚାରୀଙ୍କ ସହ ଦକ୍ଷ ମଜଭୁତ ରହିବା ଦରକାର କିନ୍ତୁଏକଥାରେ କୌଣସି ଦ୍ୱିମତ ନାହିଁ ଯେ ନବେ ଦଶକରୁ ଆରମ୍ଭ ହୋଇଥିବା କେନ୍ଦ୍ର ସରକାରଙ୍କ ନବ୍ୟ ଉଦାରବାଦ ନୀତି ବେସାମରିକ ସରକାରୀ ସେବାକୁ ସଙ୍କଟ ମଧ୍ୟକୁ ଟାଣିନେଇ କ୍ରମାଗତ ତଥା ପର୍ଯ୍ୟାୟଭିତ୍ତିକ ଠିକାଦାରୀ, ଆଉଟସୋର୍ସିଂ ଏବଂ ଉଦ୍ୟୋଗୀକରଣ ଜରିଆରେ ସଙ୍କୁଚିତ କରି ଧିରେ ଧିରେ ସମ୍ପୂର୍ଣ୍ଣ ଘରୋଇକରଣ କରି ଚାଲିଛି ଅଥବା ଘରୋଇକରଣ ପାଇଁ ପଥ ପରିଷ୍କାର କରୁଛି ଅଧିକନ୍ତୁ, ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶ ବିଶେଷ ଭାବେ ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠି ବିଶ୍ବ ବ୍ୟାଙ୍କର ପ୍ରରୋଚନାରେ କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କ ଦ୍ୱାରା  ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁୟାରୀ ପହିଲା ୨୦୦୪ରୁ ପୁରାତନ ପେନସନ ଯୋଜନା ବାତିଲ ହୋଇ ନୂତନ ପେନସନ ଯୋଜନାର ପ୍ରଚଳନ ହେଲା ଯାହା କୋଟି କୋଟି କର୍ମଚାରୀ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସ୍ୱାଧୀନ ଭାରତର ନାଗରିକମାନଙ୍କ ପାଇଁ ଏହା ଏକ ବଡ ଧରଣର ଅର୍ଥନୈତିକ ଅବମାନନା କହିଲେ କିଛି ଅତ୍ୟୁକ୍ତି ହେବନାହିଁ ୨୦୦୪ରୁ ରାଜ୍ୟ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ କର୍ମଚାରୀମାନଙ୍କର କ୍ରମାଗତ ସଂଘର୍ଷ ଫଳରେ ନୂତନ ପେନସନ ଯୋଜନା ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ନିକଟ ଅତୀତରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼ ପଞ୍ଜାବର ରାଜ୍ୟ ସରକାରମାନେ ପୁରାତନ ପେନସନ ଯୋଜନାକୁ ଫେରିବା ପାଇଁ ଯଦିଓ ବିଜ୍ଞପ୍ତି ଜାରି କରିଛନ୍ତି, ତଥାପି ପେନସନ ନିଧି ନିୟାମକ ବିକାଶ ପ୍ରାଧିକରଣ ଅଧିନିୟମ ଡେମୋକ୍ଲିସଙ୍କ ଖଣ୍ଡା ଭଳି କର୍ମଚାରୀଙ୍କ ମୁଣ୍ଡ ଉପରେ ଝୁଲୁଛି

କେନ୍ଦ୍ର କିଛି ରାଜ୍ୟ ସରକାରୀ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ପ୍ରତି ଦଶ ବର୍ଷରେ ବେତନ ଆୟୋଗ ବସୁଥିବା ବେଳେ, କିଛି ରାଜ୍ୟ  ରାଷ୍ଟ୍ରାୟତ ଉଦ୍ୟୋଗ କର୍ମଚାରୀମାନଙ୍କର ପ୍ରତି ପାଞ୍ଚ ବର୍ଷରେ ବେତନ ବୃଦ୍ଧି ଘଟିଥାଏ ୧୯୪୬ର ପ୍ରଥମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ନିଯୁକ୍ତି ୧୯୪୭ରୁ ତାଙ୍କ ସୁପାରିଶର କାର୍ଯ୍ୟକାରୀତାକୁ ନେଇ ବିଚାର କଲେ ଠିକ ବୁଝି ହେବ ଯେ ଯଦି ଠିକ ଠିକ ପ୍ରତି ଦଶ ବର୍ଷ ଅନ୍ତରରେ କେନ୍ଦ୍ରୀୟ ବେତନ ଆୟୋଗଙ୍କ ନିଯୁକ୍ତି ହୋଇଥାନ୍ତା, ତେବେ, ଅଷ୍ଟମ ବେତନ ଆୟୋଗ ୨୦୧୬ ମସିହାରୁ ବସିବା କଥା କିନ୍ତୁ କେନ୍ଦ୍ର ସରକାର ଜାନୁୟାରୀ ପହିଲା ୨୦୧୬ରୂ ସପ୍ତମ ବେତନ ଆୟୋଗର ସୁପାରିଶ ଲାଗୁକଲେ କେନ୍ଦ୍ର, ରାଜ୍ୟ ରାଷ୍ଟ୍ରାୟତ ଉଦ୍ୟୋଗର କର୍ମଚାରୀଙ୍କ ବେତନ ବୃଦ୍ଧିର ସମୟ ସୀମାରେ ଅସମାନତା ସହ ସରକାରଙ୍କ ବିଳମ୍ବିତ ପ୍ରକିୟା ଯୋଗୁଁ କର୍ମଚାରୀମାନେ ଗୋଟିଏ ବେତନ ଆୟୋଗଙ୍କ ସୁପାରିଶ ହରାଇସାରିଥିବା ବେଳେ ଅଷ୍ଟମ ବେତନ ଆୟୋଗ ନିଯୁକ୍ତି ପାଇଁ ସରକାରଙ୍କ ନିଦ ଯାଏଁ ଭାଙ୍ଗୁନି ଦେଶର ଜନ ପ୍ରତିନିଧିମାନେ ମାତ୍ର  ୫ବର୍ଷ ପାଇଁ ନିର୍ବାଚିତ ହୋଇ କୌଣସି କମିଶନ ବିନା କେବଳ ହାତଟେକାରେ ନିଜର ବେତନ ଭତ୍ତା ବୃଦ୍ଧି କରି ପୁରୁଣା ପେନସନ ଯୋଜନା ଆଧାରରେ ସମସ୍ତ ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ, ସମ୍ପୂର୍ଣ୍ଣ ଯୋଗ୍ୟତା ଭିତ୍ତିରେ ୩୫ରୁ ୪୦ବର୍ଷ   ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଭାରତ ଭଳି ଏକ ଜନ ମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ

ସପ୍ତମ ବେତନ ଆୟୋଗ ୨୦୧୫ରେ ତାଙ୍କର ରିପୋର୍ଟ ପ୍ରଦାନ କଲାବେଳେ ସମସ୍ତ କେନ୍ଦ୍ର ସରକାରୀ ଦପ୍ତରରେ ସାତ ଲକ୍ଷରୁ ଅଧିକ ନିୟମିତ  ପଦବୀ ଖାଲି ପଡିଥିଲା ବୋଲି ଉଲ୍ଲେଖ କରିଥିଲେ ଯାହା ଏବେ ବଢି ବଢି ଏଗାର ଲକ୍ଷ ଟପିଲାଣି ତାବାଦ,  ଉଭୟ କେନ୍ଦ୍ର ରାଜ୍ୟ ସରକାରମାନଙ୍କ ଅଧିନରେ ଲକ୍ଷ ଲକ୍ଷ ଚୁକ୍ତିଭିତ୍ତିକସାମୟିକ ତଥା ଠିକା କର୍ମଚାରୀ ବିଶ୍ୱର ସର୍ବ ବୃହତ ଡାକ ସଂସ୍ଥା ଭାରତୀୟ ଡାକର ୩ଲକ୍ଷ ଗ୍ରାମୀଣ ଡାକ ସେବକ ନିୟମିତ ହେବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷାରତ କେନ୍ଦ୍ର ସରକାର ତାଙ୍କର ଘରୋଇକରଣ ଉଦ୍ୟୋଗୀକରଣ ନୀତିକୁ କ୍ଷୀପ୍ରତର କରିବା ପାଇଁ ଡାଉନସାଇଜିଂ ଆଉଟସୋର୍ସିଂ ନାଁ'ରେ ଦିନକୁ ଦିନ ଏକ ପକ୍ଷରେ ପଦବୀ ସଂଖ୍ୟା ସଂକୁଚିତ କରିଚାଲିଥିବା ବେଳେ, ଅନ୍ୟ ପକ୍ଷରେ ପ୍ରତିଶ୍ରୁତି ମୁତାବକ ଚାକିରୀ ଥାଇ ନିଯୁକ୍ତି ମେଳା ଆୟୋଜନ ନିଯୁକ୍ତି ପତ୍ର ବଣ୍ଟନ ଏକ ପ୍ରହସନ ବେକାର ଯୁବକଯୁବତୀମାନଙ୍କ ପ୍ରତି ବିଦ୍ରୁପ ଛଡା ଅନ୍ୟ କିଛି ନୁହେଁ

ରାଷ୍ଟ୍ରାୟତ ଉଦ୍ୟୋଗୁଡିକ ଭାରତୀୟ ଅର୍ଥନୀତିର ଗୋଟିଏ ଗୋଟିଏ ମଜଭୁତ ସ୍ତମ୍ଭଭାବେ ପରିଗଣିତ ହେଉଥିବାବେଳେ ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ପ୍ରୋଗ୍ରାମ ଜରିଆରେ ରେଳ, ତୈଳ, ବିଜୁଳି, ଗ୍ୟାସ, ଦୁରସଂଚାର, ବିମାନ ଆଦି କ୍ଷେତ୍ରର ସମ୍ପତ୍ତି ବିକ୍ରିକରି ଘରୋଇକରଣ କରିବା ଦେଶ ପାଇଁ ଏକ ଆତ୍ମଘାତୀ ପଦକ୍ଷେପ ଅଧିକନ୍ତୁ, ଦେଶର ସମ୍ବେଦନଶୀଳ ଗୋଳାବାରୁଦ କାରଖାନାଗୁଡିକ ସହ ଭାରତୀୟ ଡାକ ଜୀବନ ବୀମା ନିଗମ ମଧ୍ୟ ଏବର ସରକାରଙ୍କ କ୍ରୁର ଦୃଷ୍ଟିରୁ ବାଦ ପଡିନାହାନ୍ତି 

ଏହି ଉପଲକ୍ଷେ, ଡିସେମ୍ବର ୨୦୨୨ ୨୧ ଜାନୁୟାରୀ ୨୦୨୩ରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ବା National Joint Council of Action (NJCA) ଅନ୍ତର୍ଭୁକ୍ତ ସର୍ବଭାରତୀୟ ରେଲୱେମେନ ମହାସଂଘ, କେନ୍ଦ୍ର ସରକାରୀ କର୍ମଚାରୀ ଶ୍ରମିକ ପରିସଂଘ, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଶିକ୍ଷକ ମହାସଂଘ ଅନୁବନ୍ଧିତ ସମସ୍ତ ସଂଘ ଏବଂ ପାରାମିଲିଟାରୀ ପେନସନର୍ସ ଆସୋସିଏସନର ନୂଆଦିଲ୍ଲୀରେ ତିନୋଟି ମିଳିତ ବୈଠକ ଅନୁଷ୍ଠିତ ହୋଇ ସାରା ଦେଶର ଶ୍ରମିକ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ସର୍ବସମ୍ମତି କ୍ରମେ ୨୦୨୩ ପାଇଁ ବର୍ଷସାରାର ଏକ ଆନ୍ଦୋଳନାତ୍ମକ ଚିଠା ପ୍ରସ୍ତୁତ କରିଛନ୍ତି ମୂଖ୍ୟ ଦାବିଗୁଡିକ ମଧ୍ୟରେ ନୂତନ ପେନସନ ଯୋଜନା ବାତିଲ କରି ପୁରାତନ ପେନସନ ଯୋଜନାର ପୁନଃ ପ୍ରଚଳନ, ଶ୍ରମ କୋଡ ବାତିଲ, ଅଷ୍ଟମ ବେତନ ଆୟୋଗ ଗଠନ, ସରକାରୀ ସଂସ୍ଥା ରାଷ୍ଟ୍ରାୟତ ଉଦ୍ୟୋଗୁଡିକର ଘରୋଇକରଣ ବନ୍ଦ, ସମସ୍ତ ଠିକା, ଚୁକ୍ତିଭିତ୍ତିକ ତଥା ସାମୟିକ କର୍ମଚାରୀ ଏବଂ ଗ୍ରାମୀଣ ଡାକ ସେଵକମାନଙ୍କୁ ନିୟମିତ କରି ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ଖାଲି ପଡିଥିବା ସମସ୍ତ ପଦବୀ ପୁରଣ, ଅଠର ମାସର ବକେୟା ମହଙ୍ଗା ଭତ୍ତା ପ୍ରଦାନ, ପ୍ରତିବନ୍ଧକ ବିହୀନ ଅନୁକମ୍ପାମୂଳକ ଚାକିରୀ ପ୍ରଦାନଶ୍ରମିକ ସଂଗଠନର ଅଧିକାର ପ୍ରଦାନ ଇତ୍ୟାଦି ଏଥିପାଇଁ, ଜାନୁୟାରୀରେ ବିଭିନ୍ନ ଗଣମାଧ୍ୟମ ସାହଯ୍ୟରେ ପ୍ରଚାର ପ୍ରସାର ଏବଂ ସର୍ବଭାରତୀୟ ରାଜ୍ୟସ୍ତରୀୟ ସମ୍ମିଳନୀ ତଥା  ଆଞ୍ଚଳିକ ସ୍ତରରେ ବୈଠକମାନ ଆୟୋଜନ କରି ଜନ ସଚେତନତା ସୃଷ୍ଟି, ଫେବୃୟାରୀରେ ଅନଲାଇନ ପେଟିସନ ଦାଖଲ, ମାର୍ଚ୍ଚରେ ଜିଲ୍ଲାସ୍ତରୀୟ ରାଲି, ଏପ୍ରିଲରେ ଉପରୋକ୍ତ କାର୍ଯ୍ୟକ୍ରମର ସମୀକ୍ଷା, ମେଁ  ମାସରେ ସପରିବାର ଜିଲ୍ଲା ସ୍ତରୀୟ ମଶାଲ ଶୋଭାଯାତ୍ରା, ଜୁନରେ ସବୁ ରାଜ୍ୟର ରାଜଧାନୀମାନଙ୍କରେ ଶୋଭାଯାତ୍ରା, ଜୁଲାଇ ଅଗଷ୍ଟରେ ମୌସୁମୀ ଅଧିବେଶନ ସମୟରେ ଦିଲ୍ଲୀରେ ବିଶାଳ କର୍ମଚାରୀ ସମାବେଶ ଏବଂ ସେପ୍ଟେମ୍ବରରେ ଭାରତ ବନ୍ଦ  ଭଳି କାର୍ଯ୍ୟକ୍ରମମାନ ସ୍ଥିର ହୋଇ ସାରିଛି

ସବୁଠାରୁ ମୂଖ୍ୟ କଥା ହେଉଛି ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ଅନ୍ତର୍ଭୁକ୍ତ ରେଳବାଇ, ଡାକନିରାପତ୍ତା, ଶିକ୍ଷକ, ପାରାମିଲିଟାରୀ, ସମସ୍ତ  କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ନେଇ ନୂତନ ପେନସନ ଯୋଜନା ବାତିଲ ସହ ପୁରାତନ ପେନସନ ଯୋଜନାର ପୁନଃ ପ୍ରଚଳନ ପାଇଁ ଏକ ମିଳିତ ମଞ୍ଚ 'ଜଏଣ୍ଟ ଫୋରମ ଫର୍ ରେଷ୍ଟୋରେସନ ଅଫ୍ ଓଲ୍ଡ ପେନସନ ସ୍କିମ୍' (JFROPS) ଗଠିତ ହୋଇ  ଉପରୋକ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମଗୁଡିକକର ସଫଳତା ପାଇଁ ଏକ ଯୁଦ୍ଧନୀତି ପ୍ରସ୍ତୁତ ହୋଇ ସାରିଛି ଯେଉଁ ସମୟରେ କର୍ମଚାରୀମାନେ ସମସ୍ତଙ୍କ ପାଇଁ ପୁରାତନ ପେନସନ ଯୋଜନା ଲାଗୁକରିବାକୁ ଦେଶବ୍ୟାପୀ ଶୃଙ୍ଖଳିତ ଆନ୍ଦୋଳନ ଜରିଆରେ ସରକାର ଉପରେ ଚାପ ପ୍ରୟୋଗ ପାଇଁ ଅଣ୍ଟା ଭିଡୁଛନ୍ତି, ସେହିଭଳି ଏକ ସ୍ପର୍ଶକାତର ମୂହୁର୍ତ୍ତରେ କର୍ମଚାରୀ ଆନ୍ଦୋଳନକୁ ବିଫଳ କରେଇବାକୁ ଯୋଜନାବଦ୍ଧ ଭାବେ ବିଭିନ୍ନ  ଗଣମାଧ୍ୟମ ଜରିଆରେ କିଛି କିଛି ଅପପ୍ରଚାର ଚାଲିଛି  ଏହି କ୍ରମରେ ୨୩ ଜାନୁଆରୀ ୨୦୨୩ରେ ଦୈନିକ ସମାଜରେ ପ୍ରକାଶିତ ଲେଖା "ସାର୍ବଜନୀନ ପେନସନ ନୀତି ଆବଶ୍ୟକ" ପାଠ କରିବା ପରେ ହୃଦବୋଧ ହେଲା ଯେ ଲେଖକ, ଡି ଏସ ନାକରା ବନାମ କେନ୍ଦ୍ର ସରକାରଙ୍କ କେସରେ ପେନସନ ସମ୍ବନ୍ଧୀୟ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ୧୭ ଡିସେମ୍ବର ୧୯୮୨ର ଐତିହାସିକ ରାୟକୁ ଜାଣିଶୁଣି ଅଣଦେଖା କରିଛନ୍ତି ତଥା ନୂତନ ପେନସନ ଯୋଜନା ସମର୍ଥନରେ ଯୁକ୍ତି ବାଢି କୌଣସି ଚାପର ବଶବର୍ତ୍ତୀ ହେବା ପାଇଁ ସରକାରଙ୍କୁ ପରାମର୍ଶ ଦେଇ ପୁରାତନ ପେନସନ ଯୋଜନା ଲାଗୁ କରିବାକୁ ଉଭୟ କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ସଂଘ, ମହାସଂଘ ପରିସଂଘମାନଙ୍କର ନିରବଚ୍ଛିନ୍ନ ସଂଗ୍ରାମକୁ ପରୋକ୍ଷରେ ସମାଲୋଚନା କରିଛନ୍ତି ଲେଖକଙ୍କର ସବୁ ଯୁକ୍ତି ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିମ୍ନୋକ୍ତ ସ୍ପଷ୍ଟୋକ୍ତି ପାଖରେ  ଅତି ଗୌଣ

"Pension is neither a bounty, nor a matter of grace depending upon the sweet will of the employer, nor an ex-gratia payment. It is a payment for the past services rendered. It is a social welfare measure rendering socio-economic justice to those who in the heyday of their life ceaselessly toiled for the employer on an assurance that in their old age they would not be left in the lurch".

 ତା ଛଡା, ଲେଖକ ସରକାରୀ କର୍ମଚାରୀଙ୍କ ପେନସନ ଖର୍ଚ୍ଚ ହିସାବକୁ ନେଲାବେଳେ, ପୁରୁଣା ପେନସନ ଯୋଜନାରେ ଜନ ପ୍ରତିନିଧିମାନେ ପାଉଥିବା ଏକାଧିକ ପେନସନ କଥା ଉପରେ କିଛି କହି ନାହାନ୍ତି କିମ୍ବା କିଛି ମୁଷ୍ଟିମେୟ କର୍ପୋରେଟ ସଂସ୍ଥାକୁ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟି ଟଙ୍କା ଟିକସ ଋଣ ବାବଦରେ ଛାଡ କରିବା କଥା ଉପରେ ମଧ୍ୟ ନୀରବତା ଅବଲମ୍ବନ କରିଛନ୍ତି ଲେଖକ ହିସାବ କଲେ ଜାଣିପାରିବେ ନିଶ୍ଚୟ ଯେ ବର୍ଷକୁ ବାବଦରେ ସରକାର ଟିକସ ଦାତାଙ୍କର ଯେତିକି ଅର୍ଥ ବରବାଦ କରୁଛନ୍ତି, କର୍ମଚାରୀଙ୍କ ପେନସନ ଖର୍ଚ୍ଚ ତାଠାରୁ ବହୁତ କମରେ ଭରଣା ହେଇ ପାରିବ ତେଣୁ,  ପୁରାତନ ପେନସନ ଯୋଜନା ସରକାରଙ୍କ ଉପରେ  ଏକ ଆର୍ଥିକ ବୋଝ ବୋଲି ଯାହା କୁହାଯାଇଛି, ତାହା ଆଦୌ ସତ୍ୟ ନୁହେଁ

ଅଧିକନ୍ତୁ, ସରକାରୀ କର୍ମଚାରୀଙ୍କ ଅବସର ବୟସ ପେନସନ ରାଶି ବୃଦ୍ଧି ନେଇ  ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟିର ଏବର ପ୍ରସ୍ତାବକୁ ଅନୁଧ୍ୟାନ କଲେ ଶ୍ରମ ମନ୍ତ୍ରାଳୟକୁ  ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ୱାଧୀନ କର୍ମଚାରୀ ମହାସଂଘମାନଙ୍କ ଦ୍ୱାରା ଗତ ୨୮ ଅକ୍ଟୋବର ୨୦୨୨ରେ ଦିଆଯାଇଥିବା ୧୦ ଦଫା ଦାବି ଅଧିକ ଯୁକ୍ତିଯୁକ୍ତ ମନେହୁଏ ଅବସର ବୟସ ସୀମା ବୃଦ୍ଧିକୁ ବାଦ ଦେଇ ଗତ ସାତ ବର୍ଷଧରି ବନ୍ଦଥିବା ଭାରତୀୟ ଶ୍ରମ ସମ୍ମିଳନୀର ଆୟୋଜନ, ଶ୍ରମ କୋଡର ଉଚ୍ଛେଦ, ସର୍ବନିମ୍ନ ପେନସନ ବୃଦ୍ଧି, ଉଭୟ କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନସନ ଯୋଜନା ବାତିଲ ପୁରାତନ ପେନସନ ଯୋଜନା ଲାଗୁ ସହ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ୟୁନିଭରସାଲ ପେନସନ ଯୋଜନାର ପ୍ରାରମ୍ଭ, ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର ଘରୋଇକରଣ ବନ୍ଦ ଭଳି ପ୍ରମୁଖ ସମସ୍ୟାଉପରେ ସଂଗଠନମାନେ ସେମାନଙ୍କର ଦାବି ଭାରତ ସରକାରଙ୍କୁ ଜଣେଇଛନ୍ତି ମହଜୁଦା କର୍ମଚାରୀଙ୍କର ଅବସର ବୟସ ସୀମା ବୃଦ୍ଧି ନୂତନ ରୋଜଗାର ସୃଷ୍ଟିରେ ବାଧା ଉପୁଜାଇବା ସହ କୋଟି କୋଟି ଶିକ୍ଷିତ ବେକାରଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲିଦେବ ଦ୍ୱିତୀୟତଃ, କେନ୍ଦ୍ର ସରକାରୀ କର୍ମଚାରୀ ପକ୍ଷ ଜାତୀୟ ପରିଷଦ ତରଫରୁ ମଧ୍ୟ ୦୨ ନଭେମ୍ବର ୨୦୨୨ରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରାଜସ୍ଥାନ, ପଞ୍ଜାବ, ଛତିଶଗଡ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସୂଚେଇ ତୁରନ୍ତ ନୂତନ ପେନସନ ଯୋଜନା ବାତିଲ କରି ପୁରାତନ ପେନସନ ଯୋଜନା ଲାଗୁକରିବାକୁ ଦାବି ହୋଇଛି ପୁରୁଣା ଯୋଜନାରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ନୂତନ ଯୋଜନାରେ ତାହା ପାଖାପାଖି %ରେ ସୀମିତ ରହୁଛି ଯାହା ପରିଣତ ବୟସରେ ଏକ ନାଗରିକ ପାଇଁ ଉପହାସ ମାତ୍ର ନୂତନ ପେନସନ ଯୋଜନା ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ରାୟକୁ ଏକ ବିଦ୍ରୁପ ତଥା କର୍ମଚାରୀଙ୍କର ସାମ୍ବିଧାନିକ ଅଧିକାରର ପରିପନ୍ଥୀ

ଏହି ପରିପ୍ରେକ୍ଷୀରେ୨୦୨୪ରେ ସମସ୍ତ ରାଜନୈତିକ ଦଳଗୁଡିକ କ୍ଷମତା ଦଖଲ ପାଇଁ ଏବେଠୁ ଅଣ୍ଟା ଭିଡୁଥିବା ବେଳେ, ନିଜର ହକ ଆଦାୟ ପାଇଁ ଶ୍ରମିକ କର୍ମଚାରୀମାନଙ୍କର ମିଳିତ ସଂଗ୍ରାମ ହିଁ କେବଳ ଏକମାତ୍ର ବିକଳ୍ପ ଏହି ଘଡିସନ୍ଧି ମୂହୁର୍ତ୍ତରେ ଏକଥା ଭୁଲିଗଲେ, ନେଡି ଗୁଡ କହୁଣିକୁ ବୋହିଯିବା ସାର ହେବ ମିଳିତ ତଥା ନିରବଚ୍ଛିନ୍ନ ସଂଗ୍ରାମ ଜରିଆରେ କର୍ମଚାରୀମାନେ ସେମାନଙ୍କର ଏକତାର ବଳ ଦେଖାଇବା ନିହାତି ଜରୁରୀ

ଏହି ଉଦ୍ଦେଶ୍ୟରେ, ଓଡ଼ିଶାର ରେଳବାଇ, ଡାକ, ଶିକ୍ଷକ ତଥା ସମସ୍ତ  କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ଏକ ମିଳିତ ସମ୍ମିଳନୀ ଆସନ୍ତା ଫେବୃୟାରୀ ୨୦୨୩ରେ ଭାରତୀୟ ବିଦ୍ୟାଭବନ, ୟୁନିଟ- (କେଶରୀ ସିନେମା ପଛ), ଭୁବନେଶ୍ୱର -୭୫୧୦୦୧ ଠରେ ଅନୁଷ୍ଠିତ ହେଉଛି ଏହି ମିଳିତ କାର୍ଯ୍ୟକ୍ରମ ତଥା ସଂଗ୍ରାମର ସଫଳ ରୁପାୟନ ପାଇଁ ସମସ୍ତଙ୍କର, ବିଶେଷ ଭାବେ ନୂତନ ପେନସନ ଯୋଜନା ଉପଭୋକ୍ତାମାନଙ୍କର ସଂପୂର୍ଣ୍ଣ ସହଯୋଗ ଏକାନ୍ତ କାମ୍ୟ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ NJCA JFROPS ଓଡିଶା ଶାଖ ତରଫରୁ ସମସ୍ତ କର୍ମଚାରୀ ବନ୍ଧୁମାନଙ୍କୁ ବିନମ୍ର ନିବେଦନ

ଶ୍ରମିକ କର୍ମଚାରୀ ଏକତା ଜିନ୍ଦାବାଦ

*****