Tuesday, June 27, 2023

ଋଣ ଖିଲାପକାରୀଙ୍କ ସହ ସନ୍ଧି କାହିଁକି ?


ସୌଜନ୍ୟ: ଧରିତ୍ରୀ, ୨୮ ଜୁନ, ୨୦୨୩

 ଋଣ ଖିଲାପକାରୀଙ୍କ ସହ ସନ୍ଧି କାହିଁକି ?


ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର
ଇମେଲ: bsamalbbsr@gmail.com
ମୋବାଇଲ : ୯୪୩୭୦୨୨୬୬୯

     ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜୁନ ୮, ୨୦୨୨ରେ  ଜାରିକରିଥିବା ନୂତନ ନିୟମାବଳୀ ଅନୁଯାୟୀ ବ୍ୟାଙ୍କମାନେ ଏବେ ଅନାଦେୟ ଋଣ ପାଇଁ ଋଣ ଖିଲାପକାରୀଙ୍କ ସହ ଆପୋଷ ବୁଝାମଣା ମାଧ୍ୟମରେ ଏକକାଳୀନ ସମାଧାନର ଉପାୟ ସ୍ଥିର କରିପାରିବେ। କିଛି ବ୍ୟାଙ୍କରଙ୍କ କହିବା କଥା ଖିଲାପକାରୀଙ୍କଠାରୁ ଋଣ ଆଦାୟ କରିବା ପାଇଁ ଅଯଥା ସମୟ ନଷ୍ଟ କରିବା, କୋର୍ଟ କଚେରୀ ଦୌଡ଼ି ଖର୍ଚ୍ଚାନ୍ତ ହେବା ଓ ବୃଥା ମାନବୀୟ ଶକ୍ତିର ଅପଚୟ କରିବା ଅପେକ୍ଷା ଆଶୁ ସମାଧାନ ପାଇଁ ଆପୋଷ ବୁଝାମଣା ଅନେକାଂଶରେ ଭଲ। ଏହି ପରିପ୍ରେକ୍ଷୀରେ, ଋଣଗ୍ରାହୀଙ୍କ ବିରୁଦ୍ଧରେ ଚାଲିଥିବା ଅପରାଧୀକ ଓ ଆଇନଗତ ମାମଲା ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ବ୍ୟାଙ୍କମାନେ ସତର୍କ ଦୃଷ୍ଟି ରଖିବା ସହ ପ୍ରତ୍ୟେକ ଇଛାକୃତ ଖିଲାପକାରୀଙ୍କ ଋଣର ଆପୋଷ ସମାଧାନ ପାଇଁ ବ୍ୟାକିଂ ବୋର୍ଡର ଅନୁମୋଦନ ହାସଲ କରିବା ଜରୁରୀ ବୋଲି ଆରବିଆଇ ସତର୍କ କରାଇଛି। କିନ୍ତୁ, ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୨୦୧୪ରୁ ଯୋଗ୍ୟ କର୍ମଚାରୀ କିମ୍ବା ଅଧିକାରୀଙ୍କୁ ବ୍ୟାକିଂ ବୋର୍ଡର ନିର୍ଦ୍ଦେଶକ ପଦରେ ନିଯୁକ୍ତି ନ ଦେଇ, ଭାରତ ସରକାର ଶାସକ ଦଳର ରାଜନୈତିକ ସମର୍ଥକମାନଙ୍କୁ ଏହି ପଦବୀରେ ଥଇଥାନ କରିଛନ୍ତି। ତେଣୁ ଅଧିକାରୀ ଓ କର୍ମଚାରୀଙ୍କ ଭଳି ଉତ୍ତରଦାୟୀତ୍ୱ  ନଥିବା ରାଜନୈତିକ ସମର୍ଥକଙ୍କୁ ନେଇ ଅନାଦେୟ ଋଣର ଆପୋଷ ସମାଧାନ ଉପରେ  ବ୍ୟାକିଂ ବୋର୍ଡ ନିଷ୍ପତ୍ତିର ସ୍ୱଚ୍ଛତା ସନ୍ଦେହ ଘେରରେ ରହିବା ସ୍ୱାଭାବିକ।
      
       ସଂକ୍ଷେପରେ କହିବାକୁ ଗଲେ, କୌଣସି ଋଣର ସୁଧ, କିସ୍ତି କିମ୍ବା ମୂଳଧନର ପରିଶୋଧ  ୯୦ ଦିନରୁ ଅଧିକ ବିଳମ୍ବିତ ହେଲେ ତାକୁ ଅନାଦେୟ ଋଣ ବା ଇଂରାଜୀରେ ନନ୍-ପରଫରମିଂ ଆସେଟ (ଏନପିଏ) କିମ୍ବା ବ୍ୟାଡ୍ ଲୋନ କୁହାଯାଏ। ଭାରତରେ ଅନାଦେୟ ଋଣ ମୋଟ ଋଣର ପ୍ରାୟ ୧୦ ପ୍ରତିଶତ। ପରିବର୍ତ୍ତିତ ଓ ଅଚିହ୍ନା ସମ୍ପତ୍ତିକୁ ମିଶାଇଲେ ଏହା ୧୫ରୁ ୨୦ ପ୍ରତିଶତ ହେବ। ଅନାଦେୟ ଋଣ ବୃଦ୍ଧିର ମୂଖ୍ୟ କାରଣଗୁଡିକ ମଧ୍ୟରେ ଅସମ୍ବଧିତ ବ୍ୟବସାୟରେ ପାଣ୍ଠିର ବିବିଧୀକରଣ, ନୈତିକତା, କଠିନ ପରଶ୍ରମ ଓ ତତ୍ପରତାର ଅଭାବ, ବ୍ଯବସାୟିକ ବାତାବରଣ ଓ ନିୟମାବଳୀରେ ଆକସ୍ମିକ ପରିବର୍ତ୍ତନ ଯୋଗୁଁ କ୍ଷତି, ଆଞ୍ଚଳିକ, ଜାତୀୟ ଅଥବା ଆନ୍ତର୍ଜାତୀୟ ଅର୍ଥନୈତିକ ସଙ୍କଟ, ସାଧାରଣ ଅର୍ଥନୈତିକ ଅଥବା ନିର୍ଦ୍ଦିଷ୍ଟ ଔଦ୍ୟୋଗିକ ଅଞ୍ଚଳରେ ମାନ୍ଦାବସ୍ଥା, ଔଦ୍ୟୋଗିକ କୁଶାସନ ଓ କୁପରିଚାଳନା, ନିର୍ଦ୍ଦିଷ୍ଟ ଔଦ୍ୟୋଗିକ କ୍ଷେତ୍ରରେ ତୀବ୍ର ପ୍ରତିଦ୍ବନ୍ଦିତା, ସାମାଜିକ, ରାଜନୈତିକ, ସାଂସ୍କୃତିକ ତଥା ପରିବେଶ ଜନିତ କାରଣରୁ ଭୂମି ଅଧିଗ୍ରହଣରେ ଅହେତୁକ ବିଳମ୍ବତା, ଋଣ ପ୍ରଦାନରେ ସ୍ୱଚ୍ଛତାର ଅଭାବ ଏବଂ ବନ୍ୟା, ବାତ୍ୟା, ମହାମାରୀ, ଭୂମିକମ୍ପ ତଥା ସୁନାମୀ ଭଳି ଦୈବ ଦୁର୍ବିପାକ ଆଦି ପ୍ରମୁଖ।ଅନାଦେୟ ଋଣ ବ୍ୟାଙ୍କର ନିଟ୍ ଲାଭକୁ ପ୍ରଭାବିତ କରୁଥିବାରୁ ବ୍ୟାଙ୍କମାନେ ବାଧ୍ୟବାଧକତାରେ ଚାପରେ ରହି ଲାଭାନ୍ତରର ସୁପରିଚାଳନା ପାଇଁ ଋଣ ସୁଧ ହାର ବୃଦ୍ଧି କରନ୍ତି ଏବଂ ଭଲ ଭଲ ପ୍ରୋଜେକ୍ଟରୁ ନିମ୍ନମାନର ପ୍ରୋଜେକ୍ଟଆଡକୁ ପାଣ୍ଠି ସଞ୍ଚାଳିତ କରିନିଅନ୍ତି। ଫଳରେ, ବୃହତ୍ତର ଜାତୀୟ ଅର୍ଥନୀତି ବାଧାପ୍ରାପ୍ତ ହୁଏ। ପୁଞ୍ଜିନିବେଶ ଅଟକିଯିବା ହେତୁ ବେରୋଜଗାରୀ ପ୍ରୋତ୍ସାହିତ ହେବାର ସମ୍ଭାବନା ବଢିଯାଏ। ଦିନକୁ ଦିନ ଅନାଦେୟ ଋଣର ମାତ୍ରା ବୃଦ୍ଧି ଯୋଗୁଁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକର ଖରାପ ଅବସ୍ଥାର ସମ୍ମୁଖୀନ ହୁଅନ୍ତି। ଫଳରେ, ସେମାନଙ୍କର ଅଂଶୀଦାରମାନଙ୍କୁ ଅର୍ଥାତ ପରୋକ୍ଷରେ ଭାରତ ସରକାରଙ୍କୁ କମ୍ ଲାଭାଂଶ ପ୍ରଦାନ କରିଥାନ୍ତି ଯାହା ସିଧାସଳଖ ସାମାଜିକ ତଥା ଭିତ୍ତିଭୂମି ଅନ୍ତନିର୍ମାଣ ଯୋଜନାଗୁଡିକର ଉନ୍ନତିରେ ବାଧା ସୃଷ୍ଟି କରି  ସର୍ବୋପରି ରାଜନୈତିକ ଗତିବିଧିକୁ ମଧ୍ୟ ପ୍ରଭାବିତ କରିଥାଏ। ଅଧିକନ୍ତୁ, ଏହି ଅନାଦେୟ ଋଣ ପାଇଁ ବଢି ବଢି ଯାଉଥିବା ଅପରାଧୀକ ଓ ଆଇନଗତ ମାମଲା ଯୋଗୁଁ ଦେଶର ବିଚାରାଳୟଗୁଡିକ ମଧ୍ୟ ଚାପରେ ରହିବାକୁ ବାଧ୍ୟ ହୁଅନ୍ତି ଯାହା ସାଧାରଣ ଜନତା ପାଇଁ ନ୍ୟାୟିକ ପ୍ରକ୍ରିୟାକୁ ଯଥେଷ୍ଟ ଶିଥିଳ କରେ।

         ଆରବିଆଇର ତଥ୍ୟ ଅନୁସାରେ ଆର୍ଥିକ ବର୍ଷ ୨୦୨୧ - ୨୦୨୨ ସୁଦ୍ଧା ଗତ ଛଅ ବର୍ଷ ମଧ୍ୟରେ ଭାରତର ରାଷ୍ଟ୍ରାୟତ ଓ ବ୍ୟବସାୟୀକ ବ୍ୟାଙ୍କଗୁଡିକ ଯଥାକ୍ରମେ ୮,୧୬,୪୨୧ କୋଟି ଓ ୧୧,୧୭,୮୮୩ କୋଟି, ଅର୍ଥାତ ମୋଟ  ୧୯,୩୪,୩୦୪ କୋଟି ଟଙ୍କାର ଅନାଦେୟ ଋଣ ଖାରଜ କରିଛନ୍ତି। ଏଥି ମଧ୍ୟରୁ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଋଣ ନେଇଥିବା ଇଛାକୃତ ଋଣ ଖିଲାପକାରୀଙ୍କ ସଂଖ୍ୟା ୩୦ ଜୁନ ୨୦୨୨ ସୁଦ୍ଧା ରାଷ୍ଟ୍ରାୟତ ବ୍ୟାଙ୍କରେ ୧୨୪୩୮ ଥିବାବେଳେ, ଘରୋଇ ବ୍ୟାଙ୍କରେ ୨୪୪୭ ଯାହା ୩୦ ଜୁନ ୨୦୧୭ରେ ଯଥାକ୍ରମେ ୮୦୪୫ ଓ ୧୬୧୬ ଥିଲା। ଅର୍ଥାତ, ଇଛାକୃତ ଋଣ ଖିଲାପକାରୀଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି ଯାହା ଭାରତୀୟ ଅର୍ଥନୀତି ପାଇଁ ଆଦୌ ଶୁଭଙ୍କର ନୁହେଁ। ୧୫ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଜୟ ମାଲ୍ୟା, ନୀରବ ମୋଦୀ, ମେହୁଲ ଚୋକ୍ସୀ ଭଳି ଇଛାକୃତ ଖିଲାପକାରୀଙ୍କଠାରୁ ୧୯୩୧୨.୨୦ କୋଟି ଟଙ୍କାର ସମ୍ପତ୍ତି ଜବଦ କରି ୧୫୧୧୩ କୋଟି ଟଙ୍କା ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକୁ ପ୍ରତ୍ୟାର୍ପଣ କରିଛନ୍ତି। ସେହି ତୁଳନାରେ ବ୍ୟବସାୟିକ ବ୍ୟାଙ୍କଗୁଡିକ ଏହି ସମୟ ଭିତରେ ଖାରଜ କରିଥିବା ଋଣରୁ ମାତ୍ର ୧୩୨୦୩୬ କୋଟି ଟଙ୍କା ଆଦାୟ କରିପାରିଛନ୍ତି।  ଅତଏବ, ବିଗତ ଛଅ ବର୍ଷ ମଧ୍ୟରେ ଖାରଜ ହୋଇଥିବା  ମୋଟ ୧୯,୩୪,୩୦୪ କୋଟି ଟଙ୍କାର ଅନାଦେୟ ଋଣରୁ ମାତ୍ର ୧,୪୭,୧୪୯ କୋଟି ଟଙ୍କା (୭.୬୦%) ଅସୁଲି ହୋଇ ପାରିଛି ଯାହା ଖୁବ ନୈରାଶ୍ୟଜନକ।  ଯାହା ଉପଲବ୍ଧି ହୁଏ, ଋଣ ଖିଲାପକାରୀଙ୍କ ବିରୁଦ୍ଧରେ ନିଆଯାଉଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସେଭଳି ଦୃଶ୍ୟମାନ ଓ ଉତ୍ସାହପ୍ରଦ ନୁହେଁ।

        ବର୍ତ୍ତମାନ ପ୍ରଶ୍ନ ଉଠୁଛି ଆପୋଷ ବୁଝାମଣା ଭିତ୍ତିରେ ନିର୍ଦ୍ଧାରିତ ଋଣ ରାଶି ପଇଠ ହେଲା ପରେ ସୁଧ ଏବଂ ମୂଳଧନ ବାବଦକୁ ଖିଲାପକାରୀ ଯେଉଁ ରିହାତି ପାଇଲେ, ତାହା ଖାରଜ ହେବ ନା ସମ୍ପୂର୍ଣ୍ଣ ଭାବେ ଛାଡ କରିଦିଆଯିବ ? ଯଦି ସମ୍ପୂର୍ଣ୍ଣ ଭାବେ ଛାଡ କରିଦିଆଯାଏ, ତେବେ ସେହି ପରିମାଣ ଅର୍ଥର ବୋଝ କିଏ ବହନ କରିବ - ନିର୍ଦ୍ଦିଷ୍ଟ ବ୍ୟାଙ୍କ, କେନ୍ଦ୍ର ସରକାର ନା ସାଧାରଣ ଟିକସ ଦାତା? ସ୍ପଷ୍ଟ ଉତ୍ତର ରଖି ଏତିକି କହିହେବ ଯେ ଏହି ଅନାଦେୟ ରିହାତିର ବୋଝ ସିଧାସଳଖ ସାଧାରଣ ନାଗରିକ ଓ ଟିକସଦାତାଙ୍କ ଉପରେ ପଡିବା ସ୍ୱାଭାବିକ।  ୩୧ ମାର୍ଚ୍ଚ ୨୦୧୪ ସୁଦ୍ଧା ଭାରତର ମୋଟ ଋଣ ପରିମାଣ ୫୫.୮୭ ଲକ୍ଷ କୋଟି ଥିଲା ବେଳେ ଗତ ୯ ବର୍ଷ ମଧ୍ୟରେ, ଅର୍ଥାତ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ୯୯.୪୪ ଲକ୍ଷ କୋଟି ବଢି ଆଜିର ଦିନରେ ଭାରତ ସରକାରଙ୍କ ମୋଟ ଋଣର ପରିମାଣ ୧୫୫.୩୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅତଏବ, ଏହି ସମୟ ମଧ୍ୟରେ ଭାରତରେ ମୁଣ୍ଡ ପିଛା ଋଣ ଭାର ୨.୫୩ ଗୁଣ ବୃଦ୍ଧି ହେଇ ୪୩୧୨୪ ରୁ ୧,୦୯,୩୭୩ ଟଙ୍କା ହୋଇଛି । ଅର୍ଥନୀତିର ଜଟିଳ ଅଙ୍କ ଜାଣି ନଥିବା ଭାରତର ଜଣେ ସାଧାରଣ ନାଗରିକ ଅଯଥାରେ ୧,୦୯,୩୭୩ ଟଙ୍କା ଋଣର ବୋଝ ମୁଣ୍ଡେଇ ସମୟ କାଟୁଛି। ତା'ବାଦ, ବୋଝ ଉପରେ ନଳିତା ବିଡା ଭଳି ଅନାଦେୟ ଋଣର ଦାଉ। ଗରୀବ, ଖଟିଖିଆ ସାଧାରଣ ମଣିଷଟିଏ ବଞ୍ଚିବ କେମିତି? ଆଇଏମଏଫ ୨୦୨୨ର ରିପୋର୍ଟ ମୁତାବକ ଭାରତର ମୋଟ ଘରୋଇ ଉତ୍ପାଦର ୮୩ ପ୍ରତିଶତ ଋଣ। ଆପୋଷ ବୁଝାମଣାରେ ଖିଲାପକାରୀଙ୍କୁ ରିହାତି ପ୍ରଦାନ ସହ  ଅନାଦେୟ ଋଣର ଏକକାଳୀନ ହିସାବନିକାଶ  ପରୋକ୍ଷରେ ଦେଶର ଋଣ ବୃଦ୍ଧିରେ ସହାୟକ ହେବ ଯାହା ସିଧାସଳଖ ଭାବେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ନାଗରିକଙ୍କୁ ପ୍ରଭାବିତ କରିବ।

କେନ୍ଦ୍ର ସରକାର ଓ ଆରବିଆଇଙ୍କ ନୀତି ଏତେ ଦୁର୍ବଳ ହେବା ଉଚିତ ନୁହେଁ ଯାହା ଦ୍ୱାରା ଗରିବଙ୍କ ମୁଣ୍ଡ ଉପରେ ବନ୍ଧୁକ ରଖି ଶେଷରେ ଇଛାକୃତ ଋଣ ଖିଲାପକାରୀ ପଳାତକ ଓ ପ୍ରବଞ୍ଚକମାନଙ୍କ ସହ ସନ୍ଧି କରିବାକୁ ହେବ।  ଏହା ସିଧାସଳଖ ସାଧାରଣ ନାଗରିକର ସ୍ୱାର୍ଥ ଓ ସମ୍ବିଧାନ ବିରୋଧୀ। ତେଣୁ କୋଟି  କୋଟି ସାଧାରଣ ଭାରତୀୟ ନାଗରିକଙ୍କୁ ନ୍ୟାୟ ଦେବାକୁ ହେଲେ ଉଭୟ ଭାରତ ସରକାର ଓ ଆରବିଆଇ ଋଣ ଖିଲାପକାରୀଙ୍କ ସହ ଆପୋଷ ବୁଝାମଣାରୁ ଦୁରେଇ ଋଣ ପ୍ରଦାନରେ ସ୍ୱଚ୍ଛତା ସହ ଋଣ ଆଦାୟ ଜନିତ ନିୟମକୁ କଡାକଡି ପାଳନ କରନ୍ତୁ।
******
     

EPFO provides last opportunity to employees to submit options within fifteen days to get pension on higher wages and Employers given three months time for uploading wage details online

 Ministry of Labour & Employment

azadi ka amrit mahotsavg20-india-2023

EPFO provides last opportunity to employees to submit options within fifteen days to get pension on higher wages and Employers given three months time for uploading wage details online

Posted On: 26 JUN 2023 9:29PM by PIB Delhi

Online facility has been made available by EPFO for submitting Applications for Validation of Option /Joint Options for pension on higher wages. The facility is for eligible pensioners / members in compliance with the Hon’ble Supreme Court order dated 04.11.2022. The facility was launched on 26.02.2023 and was to remain available only till 03.05.2023. However, considering the representations of the employees, the time limit was extended to 26.06.2023 in order to provide complete four months time to eligible pensioners / members for filing applications. 16.06 lakh Applications for Validation of Option / Joint Options have been received till 26.06.2023.

Last opportunity of 15 days is being given to remove any  difficulty faced by the eligible pensioners/ members.  Accordingly, the last date for submission of Applications for Validation of Option / Joint Options by employees is extended to 11.07.2023.

Any eligible  pensioner / member who on account of any issue in updation of  KYC, faces difficulty in submitting online  Application for Validation of Option / Joint Option, may immediately  lodge such grievance on EPFiGMS for resolution. The grievance may please be submitted by selecting the grievance category of ' Higher Pensionary benefits on higher wages'. This will  ensure proper record of such a grievance for further action.

Meanwhile, many representations have been received from Employers & Employers’ Associations wherein requests have been made to extend time period for uploading wage details of applicant pensioners / members. The request has been considered sympathetically and the employers are being given further period of three months to submit wage details etc. online latest by 30.09.2023.

Cashless Treatment Facilities Now Available to CGHS Beneficiaries at AIIMS New Delhi, PGIMER Chandigarh, and JIPMER Puducherry

 Cashless Treatment Facilities Now Available to CGHS Beneficiaries at AIIMS New Delhi, PGIMER Chandigarh, and JIPMER Puducherry


Memorandum of Agreement signed between Central Government Health Scheme(CGHS) and Three Institutes of National Importance (INI)

CGHS beneficiaries will have direct access to state-of-the-art treatment facilities available in these medical institutions, without the hassle of making upfront payments and seeking reimbursements from CGHS

The government aims to expand the number of hospitals empaneled under CGHS to provide excellent tertiary care facilities aligned with the rising requirements of the patients: Shri Rajesh Bhushan, Union Health Secretary

Posted On: 27 JUN 2023 6:52PM by PIB Delhi

Through a significant and people centric move, cashless treatment facilities will now be available to CGHS beneficiaries (both serving and pensioners) at AIIMS New Delhi, PGIMER Chandigarh, and JIPMER Puducherry. The Memorandum of Agreement to this effect was signed between the three medical institutions- AIIMS, New Delhi, PGIMER, Chandigarh, and JIPMER, Puducherry, and CGHS, Ministry of Health and Family Welfare, in the presence of Shri Rajesh Bhushan, Union Health Secretary, here today.

This initiative builds upon the six previously signed MoAs on May 20, 2023, between CGHS and various All India Institute of Medical Sciences (AIIMS) located in Bhopal, Bhubaneswar, Patna, Jodhpur, Raipur, and Rishikesh (https://pib.gov.in/PressReleasePage.aspx?PRID=1925806).

“The extension of patient care facilities at AIIMS New Delhi, PGIMER Chandigarh, and JIPMER Puducherry to CGHS beneficiaries on a cashless basis will be particularly beneficial for pensioner beneficiaries of CGHS. It eliminates the need for them to submit individual reimbursement claims and follow up for approvals. With this new initiative, CGHS beneficiaries will have direct access to state-of-the-art treatment facilities available in these medical institutions, without the hassle of making upfront payments and seeking reimbursements from CGHS. This streamlined process will save time, reduce paperwork, and expedite the settlement of individual claims. Previously, CGHS pensioner beneficiaries availing treatment at these institutions were required to make payments upfront and claim reimbursement later from CGHS.” This was stated by Shri Rajesh Bhushan, Secretary, Ministry of Health and Family Welfare at the signing of the MoA today.

The Union Health Secretary appreciated this development highlighting that CGHS is a significant service-oriented vertical of the Health Ministry through which existing and retired employees can avail medical services. He further stated, “The government aims to expand the number of hospitals empaneled under CGHS to provide excellent tertiary care facilities aligned with the rising requirements of the patients.”

Shri Bhushan further emphasized that this agreement will benefit a large segment of the population by simplifying lengthy formalities and expediting access to medical care. He also noted that this agreement will help expand the reach of CGHS services across the nation, allowing beneficiaries to avail CGHS facilities at the INIs institutions in their respective states. Additionally, CGHS has revised certain rates of treatment and medical care, further facilitating access to treatment facilities for patients.

The sailent features of this initiative are as under:

  1. Cashless treatment will be available in outpatient departments (OPD), investigations, and indoor treatment for CGHS pensioners and other eligible categories of beneficiaries.
     
  2. The three institutions will raise credit bills for CGHS pensioners and other eligible beneficiaries, and CGHS will preferably make payment within 30 days of receiving the bills.
     
  3. CGHS beneficiaries will be admitted only upon the production of a valid CGHS Beneficiary ID Card for treatment at these institutions.
     
  4. Separate Help Desks and accounting systems will be created for CGHS beneficiaries at AIIMS New Delhi, PGIMER Chandigarh, and JIPMER Puducherry.
     
  5.  Medicines prescribed by the doctors at these institutions, whether for OPD treatment or at the time of discharge, will be collected by beneficiaries through CGHS.
     
  6. CGHS beneficiaries will no longer require referrals to access healthcare facilities at these institutions.

The MoA signing ceremony was attended by Officer on Special Duty, Minister of Health and Family Welfare, Shri Sudhansh Pant, Additional Secretary, Ministry of Health and Family Welfare, and Smt. V. Hekali Zhimoni, among other senior government officials. Directors of AIIMS New Delhi, Dr. M Srinivas, Medical superintendent, PGIMER Chandigarh, Dr. Vipin Kaushal, and Director, JIPMER Puducherry, Dr. Rakesh Agrawal were also present at the MOA signing event.

****

Office Memorandum regarding Continuation of CGHS facilities when Central Government Employees are posted on foreign assignment

Source : https://cghs.gov.in/CghsGovIn/faces/ViewPage.xhtml

CGHS Webinar on Role of Homoeopathy in Management of Renal Stones on 27 June 2023


 

Revised rates of Dearness Allowance to the employees of Central Government and Central Autonomous Bodies continuing to draw their pay in the pre-revised pay scale/Grade Pay as per 5th Central Pay Commission


Instructions regarding implementation of Aadhar Enable Biometric Attendance System (AEBAS) for attendance of all Government employees, by various Ministries/Departments/Organizations




Wednesday, June 21, 2023

Latest news on NPS : Changes on NPS soon

ସମସ୍ତ ସରକାରୀ କର୍ମଚାରୀ,  ବିଭିନ୍ନ ସଂଗଠନର ନେତୃମଣ୍ଡଳୀ ଓ ବିଶେଷଭାବେଏନପିଏସ ଉପଭୋକ୍ତା ବନ୍ଧୁଗଣ,

ନମସ୍କାର।

ଆପଣମାନେ ସମସ୍ତେ ଅବଗତ ଅଛନ୍ତି ଯେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନଜେସିଏ) ଏନପିଏସ ଉଚ୍ଛେଦ ଓ ଓପିଏସର ପୁନଃ ପ୍ରଚଳନ ପାଇଁ କେନ୍ଦ୍ରୀୟ ସଂଗଠନର ନିର୍ଦ୍ଦେଶ କ୍ରମେ ସର୍ବଭାରତୀୟ ସ୍ତରରେ ଡିସେମ୍ବର ୨୦୨୨ରୁ ତାର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରିରଖିଛି। ତଦନୁଯାୟୀ ଏନଜେସିଏ ଓଡ଼ିଶା ଶାଖା ଗତ କାଲି ରାଜଭବନ ସମ୍ମୁଖରେ ଏକ ଧାରଣା ଆୟୋଜନ କରି ଏହି ସର୍ବଭାରତୀୟ ଆନ୍ଦୋଳନର ପଞ୍ଚମ ପର୍ଯ୍ୟାୟ କାର୍ଯ୍ୟକ୍ରମ ସଫଳତାର ସହ ସମାପନ କଲା। ହୁଏତ ମୋ କଥାରେ କେହି ଦ୍ୱିମତ ହେଇ ନ ପାରନ୍ତି ଯେ କର୍ମଚାରୀମାନଙ୍କର ଏହି ଲଗାତାର ଆନ୍ଦୋଳନ ଫଳରେ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ଆନ୍ଧ୍ରପ୍ରଦେଶ ସରକାର ଶେଷ ଦରମାର ୩୩ ପ୍ରତିଶତ ପେପସନ ଆକାରରେ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ  ନିକଟ ଅତୀତରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଓପିଏସକୁ ଫେରିବା ନିମିତ୍ତ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ମହାରାଷ୍ଟ୍ର ସରକାର ପୁଙ୍ଖାନୁପୁଙ୍ଖ ଅନୁଶୀଳନ ପାଇଁ  ୧୪ ମାର୍ଚ୍ଚ ୨୦୨୩ରେ ଏକ କମିଟି ନିଯୁକ୍ତି କରିଛନ୍ତି। ସର୍ବୋପରି କେନ୍ଦ୍ର ସରକାର ଅନନ୍ୟୋପାୟ ହୋଇ ଏନପିଏସ ନୀତିରେ ପରିବର୍ତ୍ତନ ଆଣିବା ସକାଶେ ୬ ଏପ୍ରିଲ ୨୦୨୩ରେ ଭାରତର ଅର୍ଥସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି  ଗଠନ କଲେ ଯାହାର ପ୍ରଥମ ବୈଠକ ୯ ଜୁନ ୨୦୨୩ରେ କର୍ମଚାରୀ ପକ୍ଷଙ୍କ ସହ ଅନୁଷ୍ଠିତ ହୋଇଯାଇଛି।

ଆପଣମାନେ ଯଦି ଆଜିର (୨୨.୦୬.୨୦୨୩)ର ଖବରକାଗଜ ପଢିଥିବେ ତେବେ ନିଶ୍ଚୟ ଅବଗତ ଥିବେ ଯେ ବର୍ତ୍ତମାନ କେନ୍ଦ୍ର ସରକାର ଶେଷ ଦରମାର ୪୦ - ୪୫% ପେନସନ ରାଶି ପ୍ରଦାନ କରିବା ସକାଶେ ଏନପିଏସ ନୀତିରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ପାଇଁ ମାନସମନ୍ଥନ କରୁଛନ୍ତି ତ ଅନ୍ୟପକ୍ଷରେ ଓପିଏସ ଲାଗୁ କରିବା ସପକ୍ଷରେ ନାହାନ୍ତି। ଆଦୌ ପରିବର୍ତ୍ତନ ଆଣିବାକୁ ଚାହୁଁ ନଥିବା ସରକାର ଏବେ ଶେଷ ଦରମାର ୪୦ - ୪୫% ପେନସନ ରାଶି ଆକାରରେ ଦେବାପାଇଁ ଚିନ୍ତା କରୁଛନ୍ତି। ଏସବୁ ଆପଣମାନଙ୍କର କଠିନ ପରିଶ୍ରମ ଓ ଲଗାତାର ଆନ୍ଦୋଳନର ଫଳାଫଳ ବ୍ୟତୀତ ଅନ୍ୟ କିଛି ନୁହେଁ। ସେଥିପାଇଁ ସମସ୍ତ ସହଯୋଗୀଙ୍କୁ ଗଭୀର କୃତଜ୍ଞତା। ଏନଜେସିଏର ଏହି ଆନ୍ଦୋଳନକୁ ଆମେ ଆହୁରି ତୀବ୍ରତର କରିପାରିଲେ ଓପିଏସ ଭଳି  ଶେଷ ଦରମାର  ୫୦% ପେନସନ ରାଶି ପାଇବା ଆଉ ବେଶୀ ଦୁର ନୁହେଁ।

କିନ୍ତୁ, ଘୋର ପରିତାପର ବିଷୟ ଯେ ଅଧିକାଂଶ ସଂଗଠନ, ବ୍ୟକ୍ତି ବିଶେଷ ଓ ନେତୃମଣ୍ଡଳୀଙ୍କର ଏହି ମହାସଂଗ୍ରାମରେ ପ୍ରତ୍ୟକ୍ଷ ସହଯୋଗର ଅଭାବ ପରିଲକ୍ଷିତ ହେଉଛି। କେହି ଖାମଖିଆଲି ଢଙ୍ଗରେ ତ ଆଉ କେହି ସବୁ ଜାଣିଶୁଣି ବେଖାତିର କରୁଛନ୍ତି। ଯେଉଁମାନଙ୍କର ସଂଖ୍ୟା ବେଶୀ ଏବଂ ଆନ୍ଦୋଳନକୁ ଆହୁରି ମଜଭୁତ କରିବା ପାଇଁ  ଯେଉଁମାନଙ୍କଠାରୁ ଶାରୀରିକ, ମାନସିକ ଓ ଆର୍ଥିକ ସହଯୋଗ  ବେଶୀ ଆଶା କରାଯାଉଛି, ସେମାନେ ବେଶୀ କରଛଡା ଦେଉଛନ୍ତି।  ସର୍ବଭାରତୀୟ ସ୍ତରରେ ସମ୍ପୂର୍ଣ୍ଣ ସଂଗଠନଟି ସାମିଲ ହେଉଥିଲେ ବି କିଛି ଆଞ୍ଚଳିକ ନେତୃମଣ୍ଡଳୀ ସେମାନଙ୍କର ଅହମିକାକୁ ପାଥେୟ କରି ଦୁରେଇ ରହୁଛନ୍ତି ଯାହା ଘୋର ନିନ୍ଦନୀୟ। ସଂଗ୍ରାମ ଚାଲୁଛି, ଚାଲିବ। କିଛି ମୁଷ୍ଟିମେୟଙ୍କ ଅସହଯୋଗରେ ଏହା ଅଟକିବାର ନାହିଁ। ଆଶ୍ୱସ୍ତି ମିଳୁଛି, ମିଳିବ। ପରିବର୍ତ୍ତନ ଆସୁଛି, ଆସିବ। ଏହିଭଳି ଧୀରେ ଧୀରେ ଏନପିଏସ ହଟୁଛି ଓ ସମ୍ପୂର୍ଣ୍ଣ ହଟିବ ଯଦି ଆମ ଆନ୍ଦୋଳନ ସ୍ୱୟଂସମ୍ପୁର୍ଣ ହୋଇ ଆଗକୁ ବଢିବ। କିନ୍ତୁ ଜାଣିଶୁଣି ଯେଉଁମାନେ ଏହି ମହାସଂଗ୍ରାମରେ ଅସହଯୋଗ କରୁଛନ୍ତି ଭବିଷ୍ୟତର ପରିବର୍ତ୍ତିତ ପରିସ୍ଥିତିରେ ସେମାନେ ନିଜକୁ କ୍ଷମା କରିପାରିବେତ? ନିଜ ସଂଗଠନ, କର୍ମକର୍ତ୍ତା ଓ ସଭ୍ୟମାନଙ୍କ ପାଖରେ ଏ କରଛଡା ନୀତି ପାଇଁ ସଠିକ ଉତ୍ତର ରଖିପାରିବେ ତ? ଏ ପ୍ରସଙ୍ଗରେ ଆମର ଜଣେ ଲଢୁଆ ସାଥୀ କାଲିର ଧାରଣା ସ୍ଥଳରେ ତାଙ୍କର ବକ୍ତବ୍ୟ ମାଧ୍ୟମରେ ଗୋଟେ ସୁନ୍ଦର ଶିକ୍ଷଣୀୟ ଗଳ୍ପର ଅବତାରଣା କରୁଥିଲେ। ଆପଣମାନେ ତାହା ଆଗରୁ ଶୁଣି ଥାଇ ପାରନ୍ତି। ତେବେ ଆଜି ମୋର ଏ ଉପସ୍ଥାପନାରେ ଗଳ୍ପଟିକୁ ଆଉଥରେ ଆପଣମାନଙ୍କୁ ଶୁଣେଇବାକୁ ଯାଉଛି।

ସମ୍ପୂର୍ଣ୍ଣ ଜଙ୍ଗଲଟି ହୁତହୁତ ନିଆଁରେ ଜଳୁଥିଲା ବେଳେ ଏଥିରେ ଆଶ୍ରିତ ସମସ୍ତ ପଶୁପକ୍ଷୀ, କୀଟପତଙ୍ଗ ନିଜକୁ ବଞ୍ଚେଇବା ପାଇଁ ଜଙ୍ଗଲ ବାହାରକୁ ଦୌଡ଼ି ପଳେଇବାକୁ ଉଦ୍ୟମରତ।  ଏହି ସମୟରେ କ୍ଷୁଦ୍ର ପକ୍ଷୀଟିଏ ତା କୁନି କୁନି ଚଞ୍ଚୁରେ ପାଣି ଆଣି ଜଳନ୍ତା ନିଆଁକୁ ଲିଭେଇବାକୁ ଶତଚେଷ୍ଟା କରୁଥାଏ। ଏ ଘଟଣାକୁ ଦୁରରୁ ଥାଇ ଦେଖୁଥିବା ଆଉ ଗୋଟିଏ ବୟସ୍କ ପକ୍ଷୀ ଥଟ୍ଟା କରି କହିଲା, "ତୁ କ'ଣ ତୋ କ୍ଷୁଦ୍ର ଚଞ୍ଚୁର ଏଇ ଟୋପେ ଟୋପେ ଜଳରେ ଏତେ ବଡ ବନାଗ୍ନିକୁ ଲିଭାଇପାରିବୁ? ଦୁରେଇ ରହ, ନ ହେଲେ ଏହି ଅଗ୍ନିରେ ଭଷ୍ମୀଭୁତ ହେଇଯିବୁ।" ବୟସ୍କ ପକ୍ଷୀର କଥା ଶୁଣି, କ୍ଷୁଦ୍ର ପକ୍ଷୀଟି ଯେଉଁ ଜବାବ ରଖିଲା, ତାହା ହିଁ ବିଚାର ଯୋଗ୍ୟ।  କ୍ଷୁଦ୍ର ପକ୍ଷୀଟି ବିନା ଦ୍ୱିଧାରେ କହିଲା, "ଆଜି ନହେଲେ କାଲି ଏ ନିଆଁ ନିଶ୍ଚୟ ଲିଭିବ। ସେତେବେଳେ ମୁଁ ଗର୍ବ ଓ ଆତ୍ମସନ୍ତୋଷରେ କହିପାରିବି ଯେ ଏହି ଦୁର୍ଘଟଣାକୁ ପ୍ରଶମିତ କରିବାରେ ମୋର ପ୍ରତ୍ୟକ୍ଷ ଯୋଗଦାନ ଥିଲା। କିନ୍ତୁ ତମେ କ'ଣ କହିବ?"

ଶେଷରେ ଏତିକି କହିବା ଉଚିତ ହେବ ଯେ ଏ ମହାସଂଗ୍ରାମ କାହାରି ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ଏକ ସାମୁହିକ ମଙ୍ଗଳ କାର୍ଯ୍ୟ। ଶ୍ରମିକ ଓ କର୍ମଚାରୀଙ୍କ ଜୀବନ ଓ ପରିବାରରେ ସରକାରଙ୍କ ମାରଣନୀତି ଯୋଗୁଁ  ଯେଉଁ ଭୟାବହ ଅଗ୍ନିକାଣ୍ଡ ଘଟିଛି, ତାକୁ ପ୍ରଶମିତ କରିବା ଏ ମହାସଂଗ୍ରାମର ମହତ ଉଦ୍ଦେଶ୍ୟ। ଏଥିରେ କୌଣସି ପ୍ରକାର ଅସହଯୋଗ ସମ୍ପୂର୍ଣ୍ଣ ଆତ୍ମଘାତୀ। ତେଣୁ ଏହି ମହାସଂଗ୍ରାମରେ ଆପୋଷ ଭେଦଭାବ, ଇର୍ଷା ଅସୂୟା ଭୁଲି ସମସ୍ତ କର୍ମଚାରୀ, ନେତୃମଣ୍ଡଳୀ ଓ ସଂଗଠନମାନଙ୍କର ଶାରୀରିକ, ମାନସିକ ଓ ଆର୍ଥିକ ଯୋଗଦାନ ସ୍ୱତଃପ୍ରବୃତ୍ତ ହେବା ବାଞ୍ଛନୀୟ। ନେଡୀଗୁଡ କହୁଣୀକୁ ବୋହିଯିବା ପୂର୍ବରୁ ସତର୍କତା ଅବଲମ୍ବନ ଜରୁରୀ।

ଏନଜେସିଏ ଜିନ୍ଦାବାଦ।
ଶ୍ରମିକ କର୍ମଚାରୀ ଏକତା ଜିନ୍ଦାବାଦ।

- ବୃହସ୍ପତି ସାମଲ -
ସାଧାରଣ ସମ୍ପାଦକ




NJCA / JFROPS Odisha successfully completed its 5th phase programme of action against NPS with demand for restoration of OPS organizing dharna programme on 21.06.2023 in front of Raj Bhawan, Bhubaneswar


ପ୍ରେସ ଇସ୍ତାହାର ୨୧ ଜୁନ, ୨୦୨୩
ପୁରୁଣା ପେନସନ ଦାବିରେ ଭୁବନେଶ୍ବରରେ ବିଶାଳ ଶିକ୍ଷକ-କର୍ମଚାରୀ ଏକ ଦିବସୀୟ ଧାରଣା

କେନ୍ଦ୍ର ସରକାରଙ୍କ ପେନସନ ନୀତିରେ ପରିବର୍ତ୍ତନ ଯୋଗୁଁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟର  କୋଟି କୋଟି ସରକାରୀ କର୍ମଚାରୀ ଓ ପେନସନଭୋଗୀ ବୟସର ଅପରାହ୍ନରେ ଆଶାବାଡ଼ି ସାଜିଥିବା ପେନସନର ଭବିଷ୍ୟତକୁ ନେଇ ଅନେକ ସନ୍ଦେହ ଓ ଆଶଙ୍କାରେ କାଳାତିପାତ କରୁଛନ୍ତି। ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶବିଶେଷ ଭାବେ ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠି ଓ ବିଶ୍ବ ବ୍ୟାଙ୍କର ପ୍ରରୋଚନାରେ କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କ ଜିଦଖୋର ମନୋବୃତ୍ତି ଯୋଗୁଁ  ସମସ୍ତ କେନ୍ଦ୍ର ବେସାମରିକ ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁୟାରୀ ପହିଲା ୨୦୦୪ରୁ ପୁରାତନ ପେନସନ ଯୋଜନା (ଓପିଏସ) ବାତିଲ ହୋଇ ନୂତନ ପେନସନ ଯୋଜନା ଅଥବା ଜାତୀୟ ପେନସନ ଯୋଜନା (ଏନପିଏସ)ର ପ୍ରଚଳନ ହେଲା  ଓ ପରେ ୨୦୧୩ରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାରଙ୍କ ସମୟରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ଲାଗୁହେଲା। ଓଡିଶା ଭଳି ରାଜ୍ୟ ୧ ଜାନୁୟାରୀ ୨୦୦୫ରୁ ଏନପିଏସ  ଲାଗୁ କରିଥିବା ବେଳେ, ପଶ୍ଚିମ ବଙ୍ଗ ଓ ତାମିଲନାଡୁ ଭଳି ରାଜ୍ୟରେ ଏ ପର୍ଯ୍ୟନ୍ତ ଏହା ଲାଗୁ ହୋଇ ନାହିଁ। ୨୦୦୩ରୁ ରାଜ୍ୟ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ କର୍ମଚାରୀମାନଙ୍କର କ୍ରମାଗତ ସଂଘର୍ଷ ଫଳରେ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ଆନ୍ଧ୍ରପ୍ରଦେଶ ସରକାର ଶେଷ ଦରମାର ୩୩ ପ୍ରତିଶତ ପେପସନ ଆକାରରେ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ  ନିକଟ ଅତୀତରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଓପିଏସକୁ ଫେରିବା ନିମିତ୍ତ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ମହାରାଷ୍ଟ୍ର ସରକାର ପୁଙ୍ଖାନୁପୁଙ୍ଖ ଅନୁଶୀଳନ ପାଇଁ  ୧୪ ମାର୍ଚ୍ଚ ୨୦୨୩ରେ ଏକ କମିଟି ନିଯୁକ୍ତି କରିଛନ୍ତି। ଫଳରେ ୨୦୦୩ରୁ ଏଯାବତ ଗୋଟିଏ ପଟେ ରେଳବାଇ ସହ ସମସ୍ତ କେନ୍ଦ୍ର ସରକାରୀ ଓ ଶିକ୍ଷକଙ୍କ ସହ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିରବଚ୍ଛିନ୍ନ ଆନ୍ଦୋଳନ ଓ ଅନ୍ୟପକ୍ଷେ  ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ଓପିଏସ ମୁହାଁ ହେଉଥିବା ଯୋଗୁଁ କେନ୍ଦ୍ର ସରକାର ଅନନ୍ୟୋପାୟ ହୋଇ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆଣିବା ସକାଶେ ଭାରତର ଅର୍ଥସଚିବଙ୍କ ଅଧ୍ୟକ୍ଷତାରେଏକ କମିଟି ବସେଇବେ ବୋଲି ୨୪ ମାର୍ଚ୍ଚ ୨୦୨୩ରେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରି ୬ ଏପ୍ରିଲ ୨୦୨୩ରେ ଲିଖିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଶ୍ରମିକ କର୍ମଚାରୀଙ୍କ ମଙ୍ଗଳ ସକାଶେ ସରକାର ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଗତ ବଜେଟ ଅଧିବେଶନରେ ଏକ  ବିଧିବଦ୍ଧ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା। ହେଲେ  କମିଟି ଗଠନ କରି ସରକାର କର୍ମଚାରୀଙ୍କ ଆନ୍ଦୋଳନରେ ବିରାମ ଲଗେଇବାକୁ ଚେଷ୍ଟା କରିଛନ୍ତି ହୃଦବୋଧ କରି କମିଟିର କାର୍ଯ୍ୟକାରିତାକୁ ନେଇ କର୍ମଚାରୀ ମହଲରେ କମ ଆଶା ଏବଂ ଅନେକ ଆଶଙ୍କା ଓ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।

ତେଣୁ ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ଓ ଓପିଏସର ପୁନଃ ପ୍ରଚଳନ ପାଇଁ  ଦୀର୍ଘ ୨୦ ବର୍ଷ ଧରି ଚାଲିଥିବା ଏହି କର୍ମଚାରୀ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ଓଡ଼ିଶା ଶାଖ ଆନୁକୂଲ୍ୟରେ ଆଜି ୨୧  ଜୁନ ୨୦୨୩ରେ ଭୁବନେଶ୍ବରରେ ରାଜଭବନ ସମ୍ମୁଖରେ ଏକ ଦିବସୀୟ ଧାରଣାର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ଓଡ଼ିଶାର କୋଣ ଅନୁକୋଣରୁ ୧୦୦୦ରୁ ଉର୍ଦ୍ଧ ରେଳବାଇ ସହ କେନ୍ଦ୍ର ସରକାରୀ ଓ ଶିକ୍ଷକଙ୍କ ସହ ରାଜ୍ୟ ସରକାରୀ କର୍ମଚାରୀମାନେ ଯୋଗ ଦେଇଥିଲେ।  ସମାବେଶକୁ ସମ୍ବୋଧିତ କରି ଏନଜେସିଏ ଓଡ଼ିଶାର ଆବାହକ ତଥା ପୂର୍ବତଟ ରେଳପଥ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ସାଥୀ ପି କେ ପାଟସାହାଣୀ , କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ, ଓଡିଶା ରାଜ୍ୟ ସମ୍ମନ୍ୱୟ ସମିତିର ସଭାପତି  ସାଥୀ ରବୀନ୍ଦ୍ରନାଥ ଧଳ ଓ ସାଧାରଣ ସମ୍ପାଦକ ସାଥୀ ବୃହସ୍ପତି ସାମଲ, ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସଭାପତି ସାଥୀ ପ୍ରଶାନ୍ତ କୁମାର ମହାନ୍ତି ଓ ପ୍ରତିନିଧି  ସାଥୀ ଅଶୀଳ ବ୍ରହ୍ମା, ଆଯକର କର୍ମଚାରୀ ମହାସଂଘ ଓଡ଼ିଶାର ସାଧାରଣ ସମ୍ପାଦକ ସାଥୀ ଚିତ୍ତରଞ୍ଜନ ପଟ୍ଟନାୟକ, ସର୍ବଭାରତୀୟ ନିରାପତ୍ତା କର୍ମଚାରୀ ମହାସଂଘର ସାଥୀ ଦେବବ୍ରତ ଜେନା, ଏନଏଫପିଇର ପ୍ରତିନିଧୀ ସାଥୀ ସୁଧୀର କୁମାର ସ୍ୱାଇଂ, ପୂର୍ବତଟ ରେଳବାଇର ସାଥୀ ଈତିଶ୍ରୀ ସାହୁ, ଅଙ୍କିତ ବର୍ଣ୍ଣଲ, ରଣଜିତ ଦାସ,  ଅଙ୍ଗନବାଡି ସଂଗଠନରୁ ସାଥୀ କନକଲତା ମିଶ୍ର, ସତ୍ୟଭାମା ସ୍ୱାଇଂ, କୃଷ୍ଣପ୍ରିୟା ରାୟ ଓ ଅନେକ ଏନପିଏସ ଉପଭୋକ୍ତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ମାରଣ ନୀତିକୁ ତୀବ୍ର ନିନ୍ଦା କରିବା ସହ ପୁରୁଣା ପେପସନ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ଦାବି କରିଥିଲେ।

କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ଓପିଏସରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ଦେୟ ୧୪% ଥାଇ ମଧ୍ୟ ତାହା ପାଖାପାଖି ୮%ରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ। ଏନପିଏସ ଉପଭୋକ୍ତାମାନେ ସରକାରୀ ଚାକିରୀରୁ ଅବସର ନେଇ ପରିବାର ପ୍ରତିପୋଷଣ ପାଇଁ କିଏ ପରିବା ବିକୁଛି ତ କିଏ ପାନ ଦୋକାନ ଖଣ୍ଡେ କରି ଚଳୁଛି। କେହି କେହି ସ୍ୱାଭିମାନୀ ଆତ୍ମହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ପେନସନ କାହାରି ଦାନ ବା ଦୟା ନୁହେଁ, ବରଂ  ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଅନୁମୋଦିତ ଏହା ଏକ କର୍ମଚାରୀର ସାମ୍ବିଧାନିକ ଅଧିକାର। ବୟସର ଅପରାହ୍ନରେ କର୍ମଚାରୀର ଏହା ଏକ ଆଶାବାଡ଼ି ଓ ସାମାଜିକ ସୁରକ୍ଷା। ସାମ୍ପ୍ରତିକ ପରିସ୍ଥିତିରେ ବୟସ୍କ ନାଗରିକମାନଙ୍କ ପ୍ରତି ପରିବାର ସଦସ୍ୟଙ୍କ ବ୍ୟବହାର ନ କହିବା ଭଲ। ଏଇ ପେନସନ ଯୋଗୁଁ ସମାଜରେ ସେମାନଙ୍କର ସ୍ଥିତି କିଛି ପରିମାଣରେ ସୁରକ୍ଷିତ। ସଂସ୍କାର ଆଳରେ ଏହି ଅଧିକାରକୁ କ୍ଷୁର୍ଣ୍ଣ କରିବା ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶର ପରିପନ୍ଥୀ। ଦେଶର ଜନ ପ୍ରତିନିଧିମାନେ ମାତ୍ର  ୫ବର୍ଷ ପାଇଁ ନିର୍ବାଚିତ ହୋଇ ନିଜର ବେତନ ଓ ଭତ୍ତା ବୃଦ୍ଧି କରି ଓପିଏସ ଆଧାରରେ ଏକାଧିକ ପେନସନର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ, ସମ୍ପୂର୍ଣ୍ଣ ଯୋଗ୍ୟତା ଭିତ୍ତିରେ ୩୫ରୁ ୪୦ବର୍ଷ  ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଭାରତ ଭଳି ଏକ ଜନ ମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ।

ସପ୍ତମ ବେତନ ଆୟୋଗ ୨୦୧୫ରେ ତାଙ୍କର ରିପୋର୍ଟ ପ୍ରଦାନ କଲାବେଳେ ସମସ୍ତ କେନ୍ଦ୍ର ସରକାରୀ ଦପ୍ତରରେ ସାତ ଲକ୍ଷରୁ ଅଧିକ ନିୟମିତ  ପଦବୀ ଖାଲି ପଡିଥିଲା ବୋଲି ଉଲ୍ଲେଖ କରିଥିଲେ ଯାହା ଏବେ ବଢି ବଢି ଏଗାର ଲକ୍ଷ ଟପିଲାଣି। ତାବାଦ,  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଅଧିନରେ ଲକ୍ଷ ଲକ୍ଷ ଚୁକ୍ତିଭିତ୍ତିକ,  ସାମୟିକ ତଥା ଠିକା କର୍ମଚାରୀ ଓ ବିଶ୍ୱର ସର୍ବ ବୃହତ ଡାକ ସଂସ୍ଥା ଭାରତୀୟ ଡାକର ୩ଲକ୍ଷ ଗ୍ରାମୀଣ ଡାକ ସେବକ ନିୟମିତ ହେବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷାରତ। କେନ୍ଦ୍ର ସରକାର ତାଙ୍କର ଘରୋଇକରଣ ଓ ଉଦ୍ୟୋଗୀକରଣ ନୀତିକୁ କ୍ଷୀପ୍ରତର କରିବା ପାଇଁ ଡାଉନସାଇଜିଂ ଓ ଆଉଟସୋର୍ସିଂ ନାଁ'ରେ ଦିନକୁ ଦିନ ଏକ ପକ୍ଷରେ ପଦବୀ ସଂଖ୍ୟା ସଂକୁଚିତ କରିଚାଲିଥିବା ବେଳେ, ଅନ୍ୟ ପକ୍ଷରେ ପ୍ରତିଶ୍ରୁତି ମୁତାବକ ଚାକିରୀ ନ ଥାଇ ନିଯୁକ୍ତି ମେଳା ଆୟୋଜନ ଓ ନିଯୁକ୍ତି ପତ୍ର ବଣ୍ଟନ ଏକ ପ୍ରହସନ ଓ ବେକାର ଯୁବକଯୁବତୀମାନଙ୍କ ପ୍ରତି ବିଦ୍ରୁପ ଛଡା ଅନ୍ୟ କିଛି ନୁହେଁ।

କର୍ମଚାରୀଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ସମୁଦାୟ ୪୪ଟି ଶ୍ରମ ଆଇନରୁ ୧୫ଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରି ବାକି ୨୯ଟି ଅଧିନିୟମକୁ କେନ୍ଦ୍ର ସରକାର ନିଯୁକ୍ତିଦାତାଙ୍କୁ ସୁହାଇଲା ଭଳି  ୪ଟି ଶ୍ରମ କୋଡରେ ପରିଣତ କରିଛନ୍ତି। ଶ୍ରମ କୋଡ ଲାଗୁହେଲେ କିଛି ନିର୍ଦ୍ଦିଷ୍ଟ ଉଦ୍ୟୋଗପତିଙ୍କୁ ସୁହାଇବ ସିନା, ନିରବଚ୍ଛିନ୍ନ ସଂଘର୍ଷ ଦ୍ୱାରା ପ୍ରାପ୍ତ ଦୈନିକ ନିର୍ଦ୍ଦିଷ୍ଟ ୮ ଘଣ୍ଟା କାର୍ଯ୍ୟର ସମୟ ସୀମା, ସର୍ବନିମ୍ନ ଓ ସମାନ କାମକୁ ସମାନ ମଜୁରି, ବୋନସ, ମହଙ୍ଗା ଭତ୍ତା, ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧାର ମାନ ନିର୍ଦ୍ଧାରଣ, ସାମୟିକ ଓ ଅର୍ଜିତ ଛୁଟି, ସାପ୍ତାହିକ କାର୍ଯ୍ୟ ଦିବସ, କାର୍ଯ୍ୟସ୍ଥଳୀରେ ସ୍ୱାସ୍ଥ୍ୟ ଓ ଜୀବନର ନିରାପତ୍ତା ଇତ୍ୟାଦି ସହ ଶ୍ରମିକ ସଂଗଠନର ହକ୍ ପାଇଁ କଥାବାର୍ତ୍ତାର ଅଧିକାର ସଙ୍କଟାପନ୍ନ ହେବ।

ଏହି ମହାସମାବେଶରେ ଉଭୟ କେନ୍ଦ୍ର ଓ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ଏବଂ ଶିକ୍ଷକମାନଙ୍କର ନିମ୍ନୋକ୍ତ ମୂଖ୍ୟ ଦାବି, ଯଥା, ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ସହ ଓପିଏସର ପୁନଃ ପ୍ରଚଳନ, ଅଷ୍ଟମ ବେତନ ଆୟୋଗ ଗଠନ, ସରକାରୀ ଦପ୍ତରରେ ଖାଲି ପଡିଥିବା ସମସ୍ତ ପଦବୀ ପୁରଣ, ସରକାରୀ ସଂସ୍ଥାର ଘରୋଇକରଣ ଓ ଆଉଟସୋରସିଂ ବନ୍ଦ, ସମସ୍ତ ସାମୟିକ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସହ ଗ୍ରାମୀଣ ଡାକସେବକମାନଙ୍କର ନିୟମିତୀକରଣ, ୧୮ ମାସର ବକେୟା ମହଙ୍ଗା ଭତ୍ତା ପ୍ରଦାନ, ଶ୍ରମକୋଡ ପ୍ରତ୍ୟାହାର, ଶ୍ରମିକ ସଂଗଠନର ହକର ସୁରକ୍ଷା ପ୍ରଦାନ, ଓଡ଼ିଶାର ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନିୟମାନୁସାରେ ଅନୁଦାନ ପରିସରଭୁକ୍ତ, ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ଏକକ ଭାବେ ୦୧.୦୧.୨୦୧୬ରୁ ସପ୍ତମ ବେତନ ଆୟୋଗର ସୁପାରିଶ ଲାଗୁ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକୁ ସରକାରୀକରଣ ଇତ୍ୟାଦି ଉପରେ ଆଲୋଚନା  କରାଯାଇଥିଲା।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଦି କର୍ମଚାରୀ ପକ୍ଷର ନେତୃମଣ୍ଡଳୀ ସହ ଆଲୋଚନା କରି ଉପରୋକ୍ତ ସମସ୍ୟାର ଆଶୁ ସମାଧାନ ନ କରନ୍ତି, ତେବେ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଏନଜେସିଏ ଓଡ଼ିଶା ଶାଖା ତରଫରୁ ଏକ ମିଳିତ ପ୍ରେସ ବିବୃତିରେ  ସରକାରଙ୍କୁ ଦୃଢ ଚେତାବନୀ ଦିଆଯାଇଛି।


ପି କେ ପାଟସାହାଣୀ
ଆବାହକ, ଏନଜେସିଏ ଓଡିଶା  ଶାଖା ତଥା
ସାଧାରଣ ସମ୍ପାଦକ, ପୂର୍ବତଟ ରେଳପଥ ଶ୍ରମିକ ସଂଘ

ପ୍ରାପ୍ତେଷୁ:
ସମ୍ମାନୀୟ ବାର୍ତ୍ତା ସମ୍ପାଦକ................................................।ଆପଣଙ୍କ ଦୈନିକରେ ସଦୟ ପ୍ରକାଶନ ନିମନ୍ତେ ବିନମ୍ର ଅନୁରୋଧ।













Monday, June 19, 2023

Warm greetings to all on the auspicious occasion world famous car festival of Lord Shree Jagannath.

 ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ଭାତୃତ୍ୱ ଓ ସର୍ବଧର୍ମ ସମନ୍ୱୟର ପ୍ରତୀକ ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପାର୍ବଣ ଅବସରରେ  ସମଗ୍ର ବିଶ୍ୱବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟର ଉର୍ଦ୍ଧରେ ସମଗ୍ର ବିଶ୍ୱରେ ଭାତୃପ୍ରେମ ଅତୁଟ ରହୁ ଏବଂ ବିଶ୍ୱବାସୀଙ୍କର କଲ୍ୟାଣ ହେଉ। ଜୟ ଜଗନ୍ନାଥ।

Warm greetings to all on the auspicious occasion world famous car festival of Lord Shree Jagannath.




Tuesday, June 13, 2023

All Odisha Bank Employees Federation invites Confederation of Central Govt. Employees and Workers, Odisha State CoC to their 10th Conference scheduled to be held on 24-25 June 2023 in Bhubaneswar

 Com. Bruhaspati Samal, General Secretary, Confederation of Central Govt. Employees and Workers, Odisha State Coordination Committee accompanied with Com. J K Mishra, Vice - President addressed the preparatory meeting of the 10th Conference of All Odisha Bank Employees Federation (AOBEF) held in Budha Mandir, Bhubaneawar on 13.06.2023.

The 10th Conference of AOBEF will be held in Bhanja Kala Mandap, Bhubaneawar on 24 - 25 June 2023.

The CCGE&W, Odisha State CoC is thankful to AOBEF for their kind invitation. We are happy to extend our solidarity to the bank employees mocement.

The leadership of  all affiliates of Confederation Odisha State CoC are requested to attend the Open Session on 24th June 2023.

= Bruhaspati Samal =

General Secretary