Thursday, September 17, 2026

ପେନସନ୍ ବ୍ୟବସ୍ଥାରେ ବିଷମତା

 


ପେନସନ୍ ବ୍ୟବସ୍ଥାରେ ବିଷମତା

ଭାରତର ସାମ୍ପ୍ରତିକ ପେନସନ୍ ବ୍ୟବସ୍ଥା  ନିଯୁକ୍ତିଦାତା, ପେଶା, କେନ୍ଦ୍ର, ରାଜ୍ୟ, ନିଯୁକ୍ତି ତାରିଖ ଓ ସାମାଜିକ ସ୍ଥିତି ଅନୁଯାୟୀ ଭିନ୍ନ ଭିନ୍ନ। ଜଣେ କେନ୍ଦ୍ର ସରକାରୀ କର୍ମଚାରୀ ୧ ଜାନୁଆରୀ ୨୦୦୪ ପୂର୍ବରୁ ପୁରୁଣା ପେନସନ ଯୋଜନା (ଓପିଏସ୍) କିମ୍ବା ତାପରେ ଜାତୀୟ ପେନସନ ଯୋଜନା (ଏନପିଏସ୍) ଅଧୀନରେ ଥାଇପାରନ୍ତି, ଯେତେବେଳେକି ନୂଆ ନିଯୁକ୍ତ କର୍ମଚାରୀ ୧ ଏପ୍ରିଲ ୨୦୨୫ଠାରୁ କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଏକିକୃତ ପେନସନ୍‌ ଯୋଜନାକୁ (ୟୁପିଏସ୍) ଇଛାକୃତ ଭାବେ ବାଛିପାରନ୍ତି। ରାଜ୍ୟ ସରକାରୀ କର୍ମଚାରୀମାନେ ସମ୍ପୃକ୍ତ ରାଜ୍ୟ ଓ ନିଯୁକ୍ତି ତାରିଖ ଅନୁସାରେ ଓପିଏସ୍, ଏନପିଏସ୍ କିମ୍ବା ରାଜ୍ୟର ନିର୍ଦ୍ଦିଷ୍ଟ ପେନସନ୍ ବ୍ୟବସ୍ଥାରେ ଥାଇପାରନ୍ତି। ପ୍ରତିରକ୍ଷା ବାହିନୀର କର୍ମଚାରୀଙ୍କ ପାଇଁ ୱାନ୍ ରାଙ୍କ୍ ୱାନ୍ ପେନସନ୍ (ଓଆରଓପି) ଭଳି ଏକ ସ୍ୱତନ୍ତ୍ର ପେନସନ୍ ବ୍ୟବସ୍ଥା ରହିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀଙ୍କ ପାଇଁ ଇପିଏଫ୍, ଇପିଏସ୍ ଓ ଅନ୍ୟାନ୍ୟ ଅବସରକାଳୀନ ବ୍ୟବସ୍ଥା ରହିଛି। ଘରୋଇ କ୍ଷେତ୍ର ଓ ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଏନପିଏସ୍, ଅଟଳ ପେନସନ ଯୋଜନା (ଏପିୱାଇ) କର୍ମଚାରୀ  ଭବିଷ୍ୟନିଧି (ଇପିଏଫ୍ଓ) କିମ୍ବା ନିଜସ୍ୱ ସଞ୍ଚୟ ଉପରେ ନିର୍ଭର କରନ୍ତି। ଗରିବ ବରିଷ୍ଠ ନାଗରିକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ ସହାୟତା ପେନସନ୍ ଉପରେ ନିର୍ଭରଶୀଳ। ଏପରିକି ସାଂସଦ ଓ ବିଧାୟକମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଆଇନଗତ ପେନସନ୍ ବ୍ୟବସ୍ଥା ରହିଛି। ଅର୍ଥାତ୍ ଭାରତର ସାମ୍ପ୍ରତିକ ପେନସନ୍ ବ୍ୟବସ୍ଥାସମୂହ ଆମ ଦେଶର ସାମାଜିକ ସୁରକ୍ଷା ଯୋଜନାଗୁଡିକର ଏକ ଅତ୍ୟନ୍ତ ଜଟିଳ ଓ ରାଜନୈତିକ ଭାବେ ସମ୍ବେଦନଶୀଳ ବିଷମତାକୁ ପରିପ୍ରକାଶ ‌କରେ। 

ଓପିଏସ୍-ଏନପିଏସ୍-ୟୁପିଏସ୍ ବିବାଦ ନିଜେ ଏହି ବିରୋଧାଭାସକୁ ସ୍ପଷ୍ଟ କରେ। ୩୧ ଡିସେମ୍ବର ୨୦୦୩ ସୁଦ୍ଧା କେନ୍ଦ୍ର ସରକାରୀ ଚାକିରିରେ ଥିବା କର୍ମଚାରୀଙ୍କୁ ପାରମ୍ପରିକ ଓପିଏସ୍ ଅଧୀନରେ ଅବସର ପରେ ଯୋଗ୍ୟତାଭିତ୍ତିକ ସେବାକାଳ ଓ ବେତନ ସହିତ ସଂପୃକ୍ତ ଏକ ନିର୍ଦ୍ଧାରିତ ଓ ନିଶ୍ଚିତ ପେନସନ୍ ମିଳେ, ଯାହା ସହିତ ପ୍ରଚଳିତ ନିୟମ ଅନୁଯାୟୀ ପରିବାର ପେନସନ୍ ଓ ମହଙ୍ଗାଭତ୍ତା ମଧ୍ୟ ରହିଥାଏ। ୧ ଜାନୁଆରୀ ୨୦୦୪ ପରଠାରୁ ଏନପିଏସ୍ ଏହା ବଦଳରେ ଏକ ନିର୍ଦ୍ଧାରିତ ଅବଦାନ ଓ ବଜାର-ନିର୍ଭରଶୀଳ କର୍ପସ୍ ଆଧାରିତ ବ୍ୟବସ୍ଥା ଆଣିଲା। ୧ ଏପ୍ରିଲ ୨୦୨୫ରୁ ଯୋଗ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏନପିଏସ୍ ଢାଞ୍ଚା ମଧ୍ୟରେ ଆସିଥିବା ୟୁପିଏସ୍ ଅବସରକାଳୀନ ଆୟରେ ନିଶ୍ଚିତତାର ଏକ ଅଂଶ ପୁନଃସ୍ଥାପନ କରିବାକୁ ଚେଷ୍ଟା କରିଛି। ୨୫ ବର୍ଷର ଯୋଗ୍ୟତାଭିତ୍ତିକ ସେବା ସମ୍ପୂର୍ଣ୍ଣ କରିଥିବା କର୍ମଚାରୀଙ୍କ ପାଇଁ ଶେଷ ୧୨ ମାସର ହାରାହାରି ମୂଳ ବେତନର ୫୦% ନିଶ୍ଚିତ ପେଆଉଟ୍ ବ୍ୟବସ୍ଥା ସହ କମ୍ ସେବାକାଳ ପାଇଁ ଆନୁପାତିକ ସୁବିଧା ଓ ପରିବାର ପାଇଁ ପେନସନ୍ ବ୍ୟବସ୍ଥା ମଧ୍ୟ ରହିଛି। 

ଏହି ପରିପ୍ରେକ୍ଷୀରେ, ଜନପ୍ରତିନିଧିମାନଙ୍କ ପ୍ରତି ହେଉଥିବା ବ୍ୟବହାରକୁ ଦେଖିଲେ ପ୍ରଶ୍ନଟି ଆହୁରି ତୀବ୍ର ହୋଇଯାଏ। ସାଂସଦମାନଙ୍କ ପାଇଁ ଦରମା, ଭତ୍ତା ଓ ନିର୍ଦ୍ଦିଷ୍ଟ ଅଧିନିୟମ ଅନୁଯାୟୀ ସ୍ୱତନ୍ତ୍ର ପେନସନ୍ ବ୍ୟବସ୍ଥା ରହିଛି ଏବଂ ରାଜ୍ୟ ବିଧାୟକମାନଙ୍କ ପାଇଁ ସମ୍ପୃକ୍ତ ରାଜ୍ୟ ଆଇନ ଅନୁଯାୟୀ ମଧ୍ୟ ପେନସନ୍ ଦିଆଯାଉଛି। ସେମାନଙ୍କ ପେନସନ୍ ବ୍ୟବସ୍ଥା, ୧ ଜାନୁଆରୀ ୨୦୦୪ରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଚଳିତ ଏନପିଏସ୍ ଅଥବା ୧ ଅପ୍ରେଲ ୨୦୨୫ରୁ ପ୍ରଚଳିତ ୟୁପିଏସ୍ ଭଳି କଟ୍-ଅଫ୍ ତାରିଖ ଅଧୀନରେ ନାହିଁ। ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଯଦି ୧ ଜାନୁଆରୀ ୨୦୦୪ ପରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଅବଦାନଭିତ୍ତିକ ପେନସନ୍ ଆବଶ୍ୟକ ବୋଲି କୁହାଯାଏ ଏବଂ ଅନୁଦାନବିହୀନ ପେନସନ୍‌ର ଆର୍ଥିକ ଭାରକୁ ଅସହ୍ୟ ବୋଲି ଦର୍ଶାଯାଏ, ତେବେ ସେହି ଆର୍ଥିକ ସତର୍କତାର ମାପଦଣ୍ଡ ସେହି ତାରିଖ ପରେ ସଂସଦ କିମ୍ବା ବିଧାନସଭାକୁ ପ୍ରବେଶ କରିଥିବା ଜନପ୍ରତିନିଧିମାନଙ୍କ ପାଇଁ କାହିଁକି ପ୍ରୟୋଗ ହେବ ନାହିଁ? ପ୍ରଶ୍ନଟି ବିଧାୟକ କିମ୍ବା ସାଂସଦମାନେ ଆଇନଗତ ଭାବେ ପେନସନ୍ ପାଇବାର ଅଧିକାରୀ କି ନୁହେଁ, ସେନେଇ ନୁହେଁ। ପ୍ରଶ୍ନଟି ହେଉଛି, ଯେତେବେଳେ କର୍ମଚାରୀଙ୍କ ବିରୋଧରେ ସରକାର ଆର୍ଥିକ ସତର୍କତାକୁ ଏକ ମୁଖ୍ୟ ଯୁକ୍ତି ଭାବେ ଉପସ୍ଥାପନ କରୁଛନ୍ତି, ସେତେବେଳେ ଜନପ୍ରତିନିଧିମାନଙ୍କ ପାଇଁ ଭିନ୍ନ ମାପଦଣ୍ଡ କାହିଁକି? 

ଏଠି କହି ରଖିବା ଉଚିତ୍ ହେବ ଯେ କର୍ମଚାରୀଙ୍କ ପେନସନ୍ ବିଷୟରେ କଥା ଉଠିଲେ ସରକାର ଆର୍ଥିକ ସୁବିଚାରକୁ କଠୋରତାର ସହିତ ବିଚାର‌ କଲାବେଳେ ଅନ୍ୟ କ୍ଷେତ୍ରରେ ଆର୍ଥିକ ଶୃଙ୍ଖଳାକୁ ବେଶ୍ ନମନୀୟତାର ସହ ଗ୍ରହଣ କରନ୍ତି। ବିତ୍ତ ଅଧିନିୟମ ୨୦୨୫ ଜରିଆରେ କେନ୍ଦ୍ରୀୟ ବେସାରିକ ସେବା ପେନସନ୍ ନିୟମାବଳୀ ସମ୍ପର୍କିତ କିଛି ବ୍ୟବସ୍ଥା ଓ ପେନସନ୍ ଦାୟିତ୍ୱ ସମ୍ବନ୍ଧୀୟ ନୀତିକୁ ୧୯୭୪ରୁ  ବୈଧତା ପ୍ରଦାନ କରାଯିବା ଏବଂ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗର ସର୍ତ୍ତାବଳୀରେ ଦେଶର ଆର୍ଥିକ ପରିସ୍ଥିତି ଓ ଆର୍ଥିକ ସତର୍କତାର ଆବଶ୍ୟକତାକୁ ବିଚାର କରିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ  କରିବା, ସରକାରୀ କର୍ମଚାରୀଙ୍କ ପେନସନ ପ୍ରତି ସରକାରଙ୍କ କଠୋର ମନୋଭାବର ସ୍ପଷ୍ଟ ପ୍ରମାଣ। ଅଧିକନ୍ତୁ, ଅଷ୍ଟମ ବେତନ ଆୟୋଗଙ୍କ ସୁପାରିଶ ଲାଗୁହେବା ଦିନକୁ ଏକ କଟ୍-ଅଫ୍ ତାରିଖ ଭାବେ ଗ୍ରହଣ କରି ପୂର୍ବ ଓ‌ ପର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ନିର୍ଦ୍ଧାରଣ ଓ ସଂଶୋଧନକୁ ନେଇ ବିତ୍ତ ଅଧିନିୟମ ୨୦୨୫ ଧାରା ୧୪୬ ରୁ ୧୫୦ ମଧ୍ୟରେ ସରକାରଙ୍କ କ୍ଷମତା ମଧ୍ୟ ସନ୍ଦେହଜନକ ଯାହା ଗୋଟିଏ ଶ୍ରେଣୀ ଭିତରେ ଆଉ ଗୋଟିଏ ଶ୍ରେଣୀ ‌ସୃଷ୍ଟି‌କରି ପେନସନଭୋଗୀମାନଙ୍କୁ ଭାଗଭାଗ କରିବ। ଜନପ୍ରତିନିଧିମାନେ ଏଭଳି ନିୟମରୁ ଉର୍ଦ୍ଧରେ। ଆର୍ଥିକ ସତର୍କତା ନିଶ୍ଚିତ ଭାବେ ଆବଶ୍ୟକ। କିନ୍ତୁ ଏହା କେବଳ କର୍ମଚାରୀଙ୍କ ଅବସରକାଳୀନ ସୁରକ୍ଷା ପାଇଁ ପ୍ରୟୋଗ ହେଉଥିବା ଏକପାଖିଆ ନୀତି ହେବା ଉଚିତ୍‌ ନୁହେଁ। ତେଣୁ ପେନସନ୍‌ରେ ଏହି ବିଷମ ବ୍ୟବହାର ସମ୍ବିଧାନ ପ୍ରଦତ୍ତ ସମାନତାର ଉଲଂଘନ କହିଲେ ଅତ୍ୟୁକ୍ତି ହେବନାହିଁ। 

ଅନ୍ୟପକ୍ଷରେ ସରକାରଙ୍କ ଆର୍ଥିକ ପ୍ରାଥମିକତାକୁ ଦେଖିଲେ ଏହି ପ୍ରଶ୍ନ ଆହୁରି ଗମ୍ଭୀର ହୋଇଯାଏ। ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ବଡ଼ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଋଣର କୋଟି କୋଟି ଟଙ୍କା ରାଇଟ୍-ଅଫ୍ କିମ୍ବା ସେଟଲମେଣ୍ଟ କରାଯାଉଛି; ନିବେଶ ଓ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ କର ରିହାତି ଓ ବିଭିନ୍ନ ସହାୟତା ଦିଆଯାଉଛି; ଏବଂ ଭୋଟବ୍ୟାଙ୍କକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ମାଗଣା ଯୋଜନା ଓ ଲୋଭନୀୟ କାର୍ଯ୍ୟକ୍ରମ ମଧ୍ୟ ଚାଲୁଛି। ଏପରି କର୍ପୋରେଟ୍ ପୁନର୍ଗଠନ, କର ପ୍ରୋତ୍ସାହନ କିମ୍ବା ଜନକଲ୍ୟାଣ ଯୋଜନାର ନିଜସ୍ୱ ଅର୍ଥନୈତିକ ଓ ସାମାଜିକ ଯୁକ୍ତି ଥାଇପାରେ। କିନ୍ତୁ ପ୍ରଶ୍ନ ହେଉଛି ପ୍ରାଥମିକତା ଓ ସମାନ ମାପଦଣ୍ଡର। ଯଦି ଅର୍ଥନୈତିକ ସ୍ୱାର୍ଥ, ନିବେଶ କିମ୍ବା ରାଜନୈତିକ ସମର୍ଥନ ପାଇଁ ସରକାରୀ ଅର୍ଥ ବ୍ୟବହାର କରାଯାଇପାରେ, ତେବେ ଦଶନ୍ଧି ଦଶନ୍ଧି ଧରି ସରକାରୀ ସେବା କରିଥିବା କର୍ମଚାରୀଙ୍କ ଅବସରକାଳୀନ ଅଧିକାରକୁ ଅସହ୍ୟ ଆର୍ଥିକ ଭାର ବୋଲି କାହିଁକି ଦେଖାଯିବ? ଆର୍ଥିକ ସତର୍କତାର ଅର୍ଥ କର୍ମଚାରୀଙ୍କ ପାଇଁ କଠୋରତା ଓ ଅନ୍ୟ କ୍ଷେତ୍ରରେ ଆର୍ଥିକ ଉଦାରତା ହୋଇପାରେ ନାହିଁ। ସର୍ବସାଧାରଣ ଅର୍ଥବ୍ୟୟର ପ୍ରତ୍ୟେକ କ୍ଷେତ୍ରରେ ଏକ‌ପ୍ରକାରର ମାପଦଣ୍ଡ ପ୍ରୟୋଗ ହେବା ଆବଶ୍ୟକ।

ରାଜ୍ୟ ସରକାରୀ ପେନସନ୍ ବ୍ୟବସ୍ଥା ଏହି ବିରୋଧାଭାସକୁ ଆହୁରି ତୀବ୍ର କରିଥାଏ। ଭାରତରେ ଏବେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପେନସନ୍ ନୀତି ରହିଛି। କେତେକ ରାଜ୍ୟ ଓପିଏସକୁ ପୁନଃ ଲାଗୁ କରିବାକୁ ଘୋଷଣା କରିଛନ୍ତି କିମ୍ବା ସେହି ଦିଗରେ ଯାଇଛନ୍ତି; ଅନ୍ୟମାନେ ଏନପିଏସ୍ ଜାରି ରଖିଛନ୍ତି କିମ୍ବା ବିକଳ୍ପ ବ୍ୟବସ୍ଥା ଖୋଜୁଛନ୍ତି। ଫଳରେ ସମାନ ପ୍ରକାରର କାମ କରୁଥିବା, ସମାନ ପ୍ରକାରର ସେବା କରୁଥିବା ଦୁଇଜଣ କର୍ମଚାରୀ କେବଳ ଦୁଇଟି ଭିନ୍ନ ରାଜ୍ୟରେ କାମ କରୁଥିବାରୁ କିମ୍ବା ଏକ ନିର୍ଦ୍ଦିଷ୍ଟ କଟ୍-ଅଫ୍ ତାରିଖ ପୂର୍ବରୁ କିମ୍ବା ପରେ ନିଯୁକ୍ତ ହୋଇଥିବାରୁ ଅବସର ସମୟରେ ସମ୍ପୂର୍ଣ୍ଣ ଭିନ୍ନ ପେନସନ୍ ସୁବିଧା ପାଇପାରନ୍ତି। ଭୌଗୋଳିକ ସୀମା କିମ୍ବା ନିଯୁକ୍ତି ତାରିଖର ଏକ ଆକସ୍ମିକ ଭିନ୍ନତା କ’ଣ ଜଣେ ବ୍ୟକ୍ତିଙ୍କ ବୃଦ୍ଧାବସ୍ଥାର ସମ୍ମାନ ନିର୍ଦ୍ଧାରଣ କରିବ? ସମ୍ବିଧାନର ଅନୁଚ୍ଛେଦ ୪୧ରେ ରାଜ୍ୟର ଆର୍ଥିକ ସାମର୍ଥ୍ୟ ଓ ବିକାଶର ସୀମା ମଧ୍ୟରେ ବୃଦ୍ଧାବସ୍ଥା, ରୋଗ ଓ ଅକ୍ଷମତା ଭଳି ପରିସ୍ଥିତିରେ ଜନସାଧାରଣଙ୍କୁ ସାମାଜିକ ସହାୟତା ଯୋଗାଇବା ପାଇଁ ପ୍ରଭାବଶାଳୀ ବ୍ୟବସ୍ଥା କରିବାର ନିର୍ଦ୍ଦେଶ ରହିଛି। ଅନୁଚ୍ଛେଦ ୩୮ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ଉପରେ ଆଧାରିତ ସାମାଜିକ ବ୍ୟବସ୍ଥା ଗଠନ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦିଏ। ଅନୁଚ୍ଛେଦ ୩୯ ଜୀବିକାର ପର୍ଯ୍ୟାପ୍ତ ସାଧନ ଓ ସାଧାରଣ ମଙ୍ଗଳ ପାଇଁ ସମ୍ପଦ ବଣ୍ଟନ ଉପରେ ଗୁରୁତ୍ୱ ଦିଏ। ନ୍ୟାୟପାଳିକାର ବ୍ୟାଖ୍ୟା ମଧ୍ୟ ଏହି ଦୃଷ୍ଟିକୋଣକୁ ଶକ୍ତିଶାଳୀ କରିଛି। ଦେବକୀନନ୍ଦନ ପ୍ରସାଦ ବନାମ ବିହାର ରାଜ୍ୟ ସରକାର ମାମଲାରେ ସୁପ୍ରିମକୋର୍ଟ ପେନସନ୍‌କୁ ସରକାରଙ୍କ ଦୟା କିମ୍ବା ଅନୁଗ୍ରହ ଭାବେ ଦେଖିବାର ପୁରୁଣା ଧାରଣାକୁ ଅସ୍ୱୀକାର କରି, ଏହାକୁ ପ୍ରଚଳିତ ଆଇନଗତ ବ୍ୟବସ୍ଥାରୁ ଉତ୍ପନ୍ନ ଏକ ମୂଲ୍ୟବାନ ଅଧିକାର ଭାବେ ସ୍ୱୀକାର କରିଥିଲେ। ଡି ଏସ୍ ନାକରା ବନାମ କେନ୍ଦ୍ର ସରକାର ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ପେନସନ୍‌କୁ ସାମାଜିକ ସୁରକ୍ଷା ଓ କଲ୍ୟାଣମୂଳକ ଦୃଷ୍ଟିକୋଣରୁ ବିଚାର କରିଥିଲେ। ଏହି ରାୟଗୁଡ଼ିକ ଏକ ମୌଳିକ ନୀତି ସ୍ଥାପନ କରି ସ୍ପଷ୍ଟ କରିଛନ୍ତି ଯେ ପେନସନ୍ କୌଣସି ଦାନ ନୁହେଁ; ଏହା ସରକାର ଓ ତାହାର ସେବା କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ସାମାଜିକ ସୁରକ୍ଷାର ସମ୍ପର୍କର ଏକ ଅଂଶ। 

ତେଣୁ ଏବର‌ ପ୍ରକୃତ ସମସ୍ୟା ହେଉଛି, ପେନସନ୍ ନ୍ୟାୟ ବନାମ ପେନସନ୍ ବିଷମତା। ଭାରତକୁ ଉପରୋକ୍ତ ସମସ୍ତ ବ୍ୟବସ୍ଥାରୁ ଭଲ ଦିଗଗୁଡ଼ିକୁ ନେଇ ଆହୁରି ଉନ୍ନତ ଏକ ବ୍ୟବସ୍ଥା ଗଢ଼ିବାକୁ ହେବ। କେନ୍ଦ୍ର ଓ ରାଜ୍ୟ ସରକାର, କର୍ମଚାରୀ ଓ ପେନସନର୍ସ ସଂଗଠନ, ନିଯୁକ୍ତିଦାତା, ଇପିଏଫ୍ଓ, ପିଏଫ୍ଆରଡିଏ, ଅର୍ଥନୀତିଜ୍ଞ, ଆକ୍ଚୁଆରୀ ଓ ସମ୍ବିଧାନ ବିଶେଷଜ୍ଞମାନେ ଏକାଠି ହୋଇ ଜାତୀୟ ପେନସନ ସୁରକ୍ଷା ଉପରେ ଆଲୋଚନା କରିବା ଉଚିତ। ଭିନ୍ନ କାମ ପାଇଁ ଭିନ୍ନ ପେନସନ୍, ଭିନ୍ନ ସେବା ପାଇଁ ଭିନ୍ନ ସୁବିଧା ଯୁକ୍ତିସଙ୍ଗତ ହୋଇପାରେ। ଭିନ୍ନ ଭିନ୍ନ ରାଜ୍ୟ ନିଜ ସାମ୍ବିଧାନିକ କ୍ଷମତା ରକ୍ଷା କରିପାରନ୍ତି। କିନ୍ତୁ ସମ୍ମାନର ସହିତ ବୃଦ୍ଧାବସ୍ଥା ବିତାଇବାର ଅଧିକାର ନିଯୁକ୍ତିର ତାରିଖ, ନିଯୁକ୍ତିର ରାଜ୍ୟ, ନିଯୁକ୍ତିଦାତାର ପ୍ରକାର ତଥା ଉପଭୋକ୍ତାର ସାମାଜିକ ସ୍ଥିତି ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ। 

*****




FCPA Odisha commences its 3 day dharna programme in Bhubaneswar from 17 September 2026

 🔥 OLD AGE CANNOT STOP THE FIGHT FOR JUSTICE! ✊

The first day of the 3-day Dharna of FCPA, Odisha State Committee concluded successfully today at Bhubaneswar GPO with the submission of a Memorandum to the Hon’ble Prime Minister of India through the Chief PMG, Odisha, raising the long-pending demands of pensioners, including the restoration of OPS.

The programme was presided over by me, while Com. R. N. Dhal, Convenor, FCPA Odisha, conducted the proceedings with great commitment and discipline.

Nearly 60 pensioners representing Postal, BSNL, Income Tax, AG, CPWD, CWC, ICMR, RMRC, Institute of Physics, LIC, Banks and several other pensioners’ associations participated in the programme. Com. Ullash Swain, from  CITU Odisha, inaugurated the Dharna, while Com. Rabinarayan Mallick, from OSKEM, addressed the gathering as the Chief Speaker.

🙏 Our deepest thanks to every pensioner who came forward despite advancing age, health problems and physical difficulties. Your presence has demonstrated that retirement from service does not mean retirement from the struggle for justice.

A special salute to the octogenarian pensioners, including Com. Niranjan Rout from Balasore, whose participation added extraordinary strength and dignity to the Dharna. Their determination is a living message: age may weaken the body, but it cannot defeat the spirit of struggle.

🔥 Let the younger generation witness this historic commitment. When our elders can travel, struggle and raise their voice despite age and illness, can the younger generation remain silent?

The pension movement needs young blood, new energy and collective determination to carry the struggle forward and accelerate the fight for a dignified and secure old age.

Pension is not charity.

Pension is deferred wage.

Justice is not a favour.

Justice is our RIGHT! ✊

🚩 SCRAP NPS!

WITHDRAW UPS!

RESTORE OPS! 🚩

Long Live Pensioners’ Unity! ✊

Long Live the Pension Movement! 🔥

#FCPA #PensionersUnity #PensionMovement #RestoreOPS #ScrapNPS #WithdrawUPS #OldAgeWithDignity #JusticeForPensioners #PensionIsOurRight


















Heartfelt congratulations to the members and leaders of AIPEU, Group-C




👏 Heartfelt congratulations 🎉🤝🚩🤝🌹🚩

✊ A Significant Victory After a Long Legal Struggle — The Union Has Moved Forward!

The Department of Posts’ order dated 16 September 2026 is undoubtedly an important development for All India Postal Employees Union, Group ‘C’ (AIPEU Group ‘C’) and its members. After a prolonged legal struggle of more than three and a half years, the Union has succeeded in securing restoration of several essential Trade Union facilities, even though formal recognition has not yet been restored.

The order is issued in compliance with the judgment of the Hon’ble High Court of Jharkhand dated 06.12.2025, which directed the Department to extend to AIPEU Group ‘C’ treatment similar to that already available to BPEF and its affiliated associations.

🔥 What has been achieved?

The Department has extended five important facilities to the Union:

1. Channel of communication with the Department.

2. Meetings with senior officers at Circle, Regional and Divisional levels.

3. Office accommodation, subject to availability.

4. Special Casual Leave for seven office-bearers at Circle/Regional/Divisional levels for conferences, executive committee meetings and seminars.

5. Immunity in transfer for two office-bearers at the respective levels from Headquarters.

These are not merely administrative concessions. They restore the Union’s practical space to function, communicate, organise and represent its members.

At the same time, the order makes it clear that these facilities do not amount to restoration of formal recognition. They will remain operative until completion of the membership verification process or the outcome of LPA No. 436 of 2026, whichever is earlier. Therefore, the legal and organisational struggle is not necessarily at its final destination.

✊ But the message is unmistakable: the Union has moved on.

The Department could not ignore the judicial direction, and the long legal battle has produced a tangible result. The Union’s perseverance, collective strength and faith in justice have secured institutional facilities that are vital for protecting the interests of its members.

Recognition may still remain to be achieved, but the Union has regained its functional rights and its organisational space.

This victory belongs not to one individual, but to every member, every office-bearer and every comrade who stood firm during difficult times.

🚩 Three and a half years of struggle have taught us one lesson:

Rights may be delayed, but determined collective action can never be defeated.

Let us welcome this development with confidence, strengthen the organisation at every level and continue the struggle peacefully, democratically and legally until the remaining issues are resolved.

👏 Heartfelt congratulations to every member for your patience, faith and unwavering support, and salute to all leaders and comrades whose sustained struggle made this achievement possible!

 🚩 The struggle continues, the Union moves forward!

✊ Unity • Struggle • Justice • Victory

🚩 Long Live AIPEU Group ‘C’!

🚩 Long Live Postal Employees’ Unity!

#AIPEUGroupC #PostalUnity #TradeUnionStruggle #WorkersUnity #LongLiveUnionism #VictoryThroughStruggle #CCGEW #NFPE

Tuesday, September 15, 2026

ନିଯୁକ୍ତି ଓ ବେକାରି: ପରିସଂଖ୍ୟାନ ବନାମ ବାସ୍ତବତା

ନିଯୁକ୍ତି ଓ ବେକାରି: ପରିସଂଖ୍ୟାନ ବନାମ ବାସ୍ତବତା

-ବୃହସ୍ପତି ସାମଲ-

ଭାରତର ସାମ୍ପ୍ରତିକ ନିଯୁକ୍ତି ଓ‌ ବେକାରି ପରିସ୍ଥିତି ଏକ ଅଦ୍ଭୁତ ବିଡ଼ମ୍ବନାକୁ ପ୍ରକାଶ କରୁଛି। ଗୋଟିଏ ପଟେ ସରକାରୀ ପରିସଂଖ୍ୟାନରେ ସାମଗ୍ରିକ ବେକାରି ହାରରେ ଉଲ୍ଲେଖନୀୟ ହ୍ରାସ ଏବଂ ଶ୍ରମଶକ୍ତିରେ ଅଂଶଗ୍ରହଣ ବୃଦ୍ଧି ପରିଲକ୍ଷିତ ହେଉଥିଲା ବେଳେ ଅନ୍ୟପଟେ, ଯୁବପିଢ଼ି, ସ୍ନାତକ, ମହିଳା ଓ ଶିକ୍ଷିତ ବର୍ଗଙ୍କ ମଧ୍ୟରେ ବେକାରି, ବ୍ୟାପକ ସ୍ୱ-ନିଯୁକ୍ତି, ଅନୌପଚାରିକ ନିଯୁକ୍ତି ଏବଂ ଶିକ୍ଷା ଓ ନିଯୁକ୍ତି ମଧ୍ୟରେ ଗଭୀର ଅସମନ୍ୱୟ ଏକ ଗୁରୁତର ସମସ୍ୟା ହୋଇ ରହିଛି। ତେଣୁ ପ୍ରକୃତ ପ୍ରଶ୍ନ କେବଳ ବେକାରି ହାର କମିଛି କି ନାହିଁ ନୁହେଁ; ବରଂ ଭାରତ ତାହାର ବଢ଼ୁଥିବା କର୍ମକ୍ଷମ ଜନସଂଖ୍ୟା ପାଇଁ ପର୍ଯ୍ୟାପ୍ତ, ଉତ୍ପାଦନଶୀଳ, ସମ୍ମାନଜନକ, ଉଚିତ ଦରମା ଓ ସାମାଜିକ ସୁରକ୍ଷା ସହିତ ନିଯୁକ୍ତି ସୃଷ୍ଟି କରିପାରୁଛି କି ନାହିଁ। ଏହି ପରିପ୍ରେକ୍ଷୀରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସଦ୍ୟତମ ନିୟମିତ ଶ୍ରମଶକ୍ତି ସର୍ବେକ୍ଷଣ  ବାର୍ଷିକ ରିପୋର୍ଟ ୨୦୨୫ ଭାରତର ନିଯୁକ୍ତି ପରିସ୍ଥିତିର ସବୁଠାରୁ ପ୍ରାମାଣିକ ଚିତ୍ର ପ୍ରଦାନ କରେ। ଏହି ରିପୋର୍ଟ ଅନୁସାରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ପାଇଁ ବେକାରି ହାର ୨୦୨୪ର ୩.୨% ତୁଳନାରେ ୨୦୨୫ରେ ୩.୧% ଥିଲା। ସେହିଭଳି ୧୫ରୁ ୨୯ ବର୍ଷ ବୟସର ଯୁବକଯୁବତୀଙ୍କ ମଧ୍ୟରେ ବେକାରି ହାର ୧୦.୩%ରୁ ୯.୯%କୁ ହ୍ରାସ ପାଇଛି। କିନ୍ତୁ ସହରାଞ୍ଚଳର ଯୁବ ବେକାରି ହାର ଏବେ ବି ୧୩.୬% ରହିଛି। ଏଥିରୁ ବେକାରି ସମସ୍ୟାରେ କିଛି ଉନ୍ନତି ପରିଲକ୍ଷିତ ହେଉଥିଲେ ମଧ୍ୟ ଭାରତର ନିଯୁକ୍ତି ସମସ୍ୟା ସମାଧାନ ହୋଇଗଲା ବୋଲି କୁହାଯାଇପାରିବ ନାହିଁ।

ସର୍ବେକ୍ଷଣର ନିର୍ଦ୍ଧାରିତ ପରିଭାଷା ଅନୁସାରେ କେହି କିଛି ସମୟ କାମ କରିଥିଲେ ତାଙ୍କୁ ନିଯୁକ୍ତ ବୋଲି ଗଣନା କରାଯାଇପାରେ, ଯଦିଓ ସେହି କାମର ଦରମା ଅତ୍ୟନ୍ତ କମ୍, କାମ ଅନିୟମିତ, ତାଙ୍କ ଯୋଗ୍ୟତାଠାରୁ ଅନେକ ତଳେ କିମ୍ବା ସେହି କାମ ତାଙ୍କ ଜୀବନଯାପନ ପାଇଁ ପର୍ଯ୍ୟାପ୍ତ ନୁହେଁ। ୨୦୨୫ର ଶ୍ରମଶକ୍ତି ସର୍ବେକ୍ଷଣ ଅନୁସାରେ ୫୬.୨% କର୍ମଜୀବୀ ସ୍ୱ-ନିଯୁକ୍ତ ଥିଲେ ଯାହା ୨୦୨୪ର ୫୭.୫% ତୁଳନାରେ କମ୍। ନିୟମିତ ଦରମାଭୋଗୀ କିମ୍ବା ବେତନଭୋଗୀ ମୋଟ୍ ନିଯୁକ୍ତିର ୨୨.୪%ରୁ ବଢ଼ି ୨୩.୬%ରେ ପହଞ୍ଚି  ଥିଲେ ବି ଭାରତର ଏକ ବିଶାଳ ଶ୍ରମଶକ୍ତି ଏବେ ବି ନିୟମିତ ବେତନଭିତ୍ତିକ ନିଯୁକ୍ତି ବା  ସମ୍ମାନଜନକ ନିଯୁକ୍ତି ବାହାରେ ରହିଛି। ସଦ୍ୟତମ ଶ୍ରମଶକ୍ତି ସର୍ବେକ୍ଷଣ ଅନୁସାରେ ଯୁବ ବେକାରି ହାର ୯.୯%, ଯାହା ସାମଗ୍ରିକ ବେକାରି ହାରଠାରୁ ତିନିଗୁଣ ଅଧିକ। ସହରାଞ୍ଚଳରେ ଏହା ୧୩.୬%। ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୨୫ରେ ୧୫ରୁ ୨୯ ବର୍ଷ ବୟସର ପ୍ରାୟ ୨୫% ଯୁବକଯୁବତୀ ନିଯୁକ୍ତି, ଶିକ୍ଷା କିମ୍ବା ପ୍ରଶିକ୍ଷଣରେ ନଥିଲେ। ୧୫ରୁ ୨୪ ବର୍ଷ ବୟସରେ ଏହି ଅନୁପାତ ୨୧% ଥିଲା। ଏହା ଦର୍ଶାଉଛି ଯେ ଭାରତର ଏକ ବଡ଼ ଯୁବ ଜନସଂଖ୍ୟା ନା ଶିକ୍ଷା ଗ୍ରହଣ କରୁଛି, ନା ପ୍ରଶିକ୍ଷଣ ନେଉଛି, ନା ଉତ୍ପାଦନଶୀଳ ଭାବେ ଶ୍ରମବଜାରରେ ଅଂଶଗ୍ରହଣ କରୁଛି। 

ଆନ୍ତର୍ଜାତୀୟ ଶ୍ରମ ସଂଗଠନ ମାନବ ବିକାଶ ପ୍ରତିଷ୍ଠାନର ଭାରତ ନିଯୁକ୍ତି ରିପୋର୍ଟ ୨୦୨୪ ଏହି ସମସ୍ୟାକୁ ଆହୁରି ଗଭୀର ଭାବେ ଉପସ୍ଥାପନ କରେ। ରିପୋର୍ଟ ଅନୁସାରେ ଭାରତର ବେକାରି ସମସ୍ୟା କ୍ରମଶଃ ଯୁବକ ଓ ଶିକ୍ଷିତ ବର୍ଗ ମଧ୍ୟରେ କେନ୍ଦ୍ରୀଭୂତ ହେଉଛି। ୨୦୨୨ରେ ମୋଟ ବେକାର ଲୋକଙ୍କ ମଧ୍ୟରୁ ୮୨.୯% ଯୁବକଯୁବତୀ ଥିଲେ। ଏହା ସହିତ, ଶିକ୍ଷିତ ଯୁବକମାନେ ମୋଟ୍ ବେକାରଙ୍କ ମଧ୍ୟରୁ ୬୫.୭% ଥିଲେ ଯାହା ୨୦୦୦ରେ ୫୪.୨% ଥିଲା। ତେଣୁ ଏବର ଶିକ୍ଷା, ନିଯୁକ୍ତିର ନିଶ୍ଚିତତା ଦେଇପାରୁନାହିଁ‌ ବୋଲି ଏହି ରିପୋର୍ଟ ସ୍ପଷ୍ଟ ‌କରେ। ବୈଷୟିକ ଓ ବୃତ୍ତିଗତ ଶିକ୍ଷାର ପରିସ୍ଥିତି ମଧ୍ୟ ଚିନ୍ତାଜନକ। ଉକ୍ତ ରିପୋର୍ଟ ଅନୁସାରେ ୨୦୨୨ରେ ସ୍ନାତକ ଡିପ୍ଲୋମାଧାରୀ ଯୁବକମାନଙ୍କ ମଧ୍ୟରେ ବେକାରି ହାର ୩୧.୧% ଥିଲାବେଳେ, ବୈଷୟିକ ପ୍ରଶିକ୍ଷଣ ଡିଗ୍ରୀଧାରୀଙ୍କ ମଧ୍ୟରେ ଏହା ୨୯.୪% ଥିଲା। ଏହା ଏକ ଗଭୀର ସଂରଚନାତ୍ମକ ବିରୋଧାଭାସକୁ ପ୍ରକାଶ କରେ। ଭାରତ ଉଚ୍ଚ ଓ ବୈଷୟିକ ଶିକ୍ଷାର ବିସ୍ତାର ପାଇଁ ବିପୁଳ ନିବେଶ କରି‌ ମଧ୍ୟ ବହୁ ସଂଖ୍ୟକ ଶିକ୍ଷିତ ଯୁବକଯୁବତୀ ଏବେ ବି ଉପଯୁକ୍ତ ନିଯୁକ୍ତି ପାଇପାରୁନାହାନ୍ତି। ତେଣୁ ସମସ୍ୟା କେବଳ ଦକ୍ଷତାର ଅଭାବ ନୁହେଁ; ଏହା ଉପଯୁକ୍ତ ନିଯୁକ୍ତିର ଅଭାବ ମଧ୍ୟ।

ନୀତି ଆୟୋଗର ସଦ୍ୟତମ “ବିକଶିତ ଭାରତ–୨୦୪୭ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା” ରିପୋର୍ଟ ମଧ୍ୟ ଏହି ସମସ୍ୟାକୁ ସମର୍ଥନ କରେ। ରିପୋର୍ଟରେ ଆର୍ଥିକ ସର୍ବେକ୍ଷଣ ୨୦୨୪–୨୫କୁ ଉଦ୍ଧୃତ କରି କୁହାଯାଇଛି ଯେ କେବଳ ୮.୨୫% ସ୍ନାତକ ନିଜ ଯୋଗ୍ୟତା ସହ ସମ୍ପୃକ୍ତ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି। ଏହା ସହିତ ନୀତି ଆୟୋଗ, ୨୦୨୩–୨୪ର ଶ୍ରମଶକ୍ତି ସର୍ବେକ୍ଷଣ ତଥ୍ୟକୁ ଉଦ୍ଧୃତ କରି କହିଛି ଯେ ଜାତୀୟ ବେକାରି ହାର ୩.୨% ଥିଲାବେଳେ,  ୧୩% ସ୍ନାତକ ଏବଂ ୨୦.୪% ସ୍ନାତକ ମହିଳା ବେକାର ଥିଲେ। ଏହା ଭାରତର ଶିକ୍ଷା–ନିଯୁକ୍ତି ଅସମନ୍ୱୟର ଏକ ସ୍ପଷ୍ଟ ପ୍ରମାଣ। ଶିକ୍ଷିତ ଯୁବମାନଙ୍କର ଏକ ବଡ଼ ଅଂଶ ନିଜ ଶିକ୍ଷା ଓ ଯୋଗ୍ୟତା ଅନୁଯାୟୀ କାମ ନପାଇଲେ ଦେଶ ତାହାର ଜନସାଂଖ୍ୟିକ ଲାଭକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିପାରିବ ନାହିଁ। ନୀତି ଆୟୋଗର ୨୦୨୬ର ଅନ୍ୟ ଏକ ଅଧ୍ୟୟନରେ ସ୍ନାତକଙ୍କ ନିଯୁକ୍ତି ଯୋଗ୍ୟତା ୨୦୧୯ର ୪୭.୩%ରୁ ୨୦୨୬ରେ ୫୬.୪%କୁ ବୃଦ୍ଧି ପାଇଥିବା ଦର୍ଶାଯାଇଛି। ଏହା ଏକ ସକାରାତ୍ମକ ପରିବର୍ତ୍ତନ। କିନ୍ତୁ ସାଧାରଣ ଡିଗ୍ରୀଧାରୀଙ୍କ ନିଯୁକ୍ତି ଯୋଗ୍ୟତା ବହୁ ବୃତ୍ତିଗତ ପାଠ୍ୟକ୍ରମ ତୁଳନାରେ କମ୍ ରହିଛି। ଅର୍ଥାତ୍ ବର୍ଷ ବର୍ଷ ଧରି ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ନିଯୁକ୍ତି ଯୋଗ୍ୟତା ଏବେ ବି ଏପରି ସ୍ତରରେ ରହିଛି ଯେଉଁଠାରେ ଅଧାରୁ ଅଧିକ ଯୁବକଯୁବତୀଙ୍କ ପାଇଁ ଉପଯୁକ୍ତ ନିଯୁକ୍ତି ନିଶ୍ଚିତ ନୁହେଁ।

ଲିଙ୍ଗଗତ ବୈଷମ୍ୟ ଏହି ସମସ୍ୟାର ଆଉ ଏକ ଗୁରୁତର ଦିଗ। ୨୦୨୫ର ଶ୍ରମଶକ୍ତି ସର୍ବେକ୍ଷଣ ଅନୁସାରେ ସହରାଞ୍ଚଳର ମହିଳା ବେକାରି ହାର ୬.୭%ରୁ ୬.୪%କୁ ହ୍ରାସ ପାଇଥିବାବେଳେ ଗ୍ରାମାଞ୍ଚଳରେ ଏହା ୨.୧%। କିନ୍ତୁ ତୁଳନାମୂଳକ ଭାବେ କମ୍ ମହିଳା ବେକାରି ହାର ସହିତ ମହିଳାଙ୍କ ଶ୍ରମଶକ୍ତି ଅଂଶଗ୍ରହଣ ପୁରୁଷଙ୍କ ତୁଳନାରେ ଏବେ ବି ଯଥେଷ୍ଟ କମ୍। ନୀତି ଆୟୋଗ ତଥ୍ୟରେ ଶିକ୍ଷିତ ମହିଳାଙ୍କ ମଧ୍ୟରେ ଅତ୍ୟଧିକ ବେକାରି ଏହି ବିରୋଧାଭାସକୁ ଆହୁରି ସ୍ପଷ୍ଟ କରେ। ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଖ୍ୟିକ ପାର୍ଥକ୍ୟକୁ ବୁଝିବା ଆବଶ୍ୟକ। ଜଣେ ବ୍ୟକ୍ତି କାମ ଖୋଜୁନଥିଲେ ତାଙ୍କୁ ବେକାର ବୋଲି ଗଣନା କରାଯାଏ ନାହିଁ। ତେଣୁ ମହିଳା ବେକାରି ହାର କମ୍ ଥିବା ମାତ୍ରରୁ ମହିଳା ନିଯୁକ୍ତି ପରିସ୍ଥିତି ସୁସ୍ଥ ବୋଲି କୁହାଯାଇପାରିବ ନାହିଁ। ମହିଳାଙ୍କ ଶ୍ରମଶକ୍ତିରେ ଅଂଶଗ୍ରହଣ ବୃଦ୍ଧି, ଉପଯୁକ୍ତ କାର୍ଯ୍ୟସ୍ଥଳ, ସୁରକ୍ଷିତ ପରିବେଶ, ଉଚିତ ଦରମା ଓ ସାମାଜିକ ସୁରକ୍ଷାସବୁକୁ ଏକାସାଙ୍ଗେ ବିଚାର କରିବା ଆବଶ୍ୟକ।

ଏହା ସହିତ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ଗୃହସ୍ଥ ପରିବାର ସର୍ବେକ୍ଷଣ ମଧ୍ୟ ଶ୍ରମବଜାରର ଏକ ସ୍ୱାଧୀନ ଚିତ୍ର ପ୍ରଦାନ କରେ। ଏହାର ଆର୍ଥିକ ଦୃଷ୍ଟିକୋଣ ଅନୁସାରେ ଜୁଲାଇ ୨୦୨୬ରେ ଭାରତର ବେକାରି ହାର ୬.୨% ଥିଲା, ଯାହା ୨୦୨୫ର ଶ୍ରମଶକ୍ତି ସର୍ବେକ୍ଷଣର ବାର୍ଷିକ ୩.୧% ତୁଳନାରେ ଯଥେଷ୍ଟ ଅଧିକ। ଏହି ଦୁଇ ତଥ୍ୟର ତଫାତକୁ ଆଧାର କରି କୌଣସି ଗୋଟିଏ ସଂସ୍ଥାକୁ ଭୁଲ୍ ବୋଲି କହିବା ଠିକ୍ ହେବ ନାହିଁ। ଉଭୟ ସର୍ବେକ୍ଷଣର ପଦ୍ଧତି, ନମୁନା, ସମୟସୀମା ଓ ପରିଭାଷାରେ ପାର୍ଥକ୍ୟ ରହିଛି। ବରଂ ଏହି ତଫାତ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ କଥା ଶିଖାଏ ଯେ ଭାରତର ନିଯୁକ୍ତି ପରିସ୍ଥିତିକୁ କେବଳ ଗୋଟିଏ ବେକାରି ହାର ଦ୍ୱାରା ମାପିବା ଠିକ୍ ନୁହେଁ। ଅଧିକନ୍ତୁ, ସର୍ବେକ୍ଷଣ ପଦ୍ଧତିରେ କିଛି ପରିବର୍ତ୍ତନ ସହ ୨୦୨୫ ଜାନୁଆରୀରୁ ଜୁଲାଇ–ଜୁନ୍ ସର୍ବେକ୍ଷଣ ଚକ୍ର ପରିବର୍ତ୍ତେ ଜାନୁଆରୀ–ଡିସେମ୍ବର ସର୍ବେକ୍ଷଣ ଚକ୍ର ଆରମ୍ଭ ହୋଇଛି ସାଂଖ୍ୟିକୀ ମନ୍ତ୍ରଣାଳୟ ନିଜେ ନୂଆ ଓ ପୁରୁଣା ତଥ୍ୟ ମଧ୍ୟରେ ତୁଳନା କରିବା ସମୟରେ ସତର୍କ ହେବାକୁ କହିଛି। 

ସମସ୍ତ ପ୍ରାମାଣିକ ତଥ୍ୟକୁ ଏକାଠି କଲେ  ସ୍ପଷ୍ଟ  ଅନୁମେୟ ହୁଏ ଯେ ଭାରତ  ବେକାରି କମାଇବାରେ କିଛି ସଫଳତା ପାଇଥିଲେ ମଧ୍ୟ ନିଯୁକ୍ତି ସଙ୍କଟର ଗଭୀର ସମସ୍ୟା ଏବେ ବି ସମାଧାନ ହୋଇନାହିଁ। ସମସ୍ୟାଟି କେବଳ “କାମ ନାହିଁ” ଠାରୁ ଧୀରେ ଧୀରେ “କେଉଁ କାମ, କାହା ପାଇଁ, କେତେ ଦରମାରେ ଏବଂ କେତେ ସୁରକ୍ଷିତ ଭାବେ?” ଦିଗକୁ ପରିବର୍ତ୍ତିତ ହେଉଛି ଯେଉଁଠି ନିମ୍ନମାନର ସ୍ୱ-ନିଯୁକ୍ତି, ଅନିୟମିତ ରୋଜଗାର, ସ୍ୱଳ୍ପ ଆୟ, ଶିକ୍ଷା ଓ ନିଯୁକ୍ତିର ଅସମନ୍ୱୟ ଏବଂ ଯୁବ ବର୍ଗର ବହିଷ୍କାର ସହିତ ଏକ ନିମ୍ନ ବେକାରି ହାର ମଧ୍ୟ ସହାବସ୍ଥାନ କରେ। ଏହି ପରିସ୍ଥିତି ଭାରତର ଜନସାଂଖ୍ୟିକ ଲାଭ ପାଇଁ ମଧ୍ୟ ଏକ ବଡ଼ ପରୀକ୍ଷା। ଏକ ବିଶାଳ ଯୁବ ଜନସଂଖ୍ୟା ସେତେବେଳେ ହିଁ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇପାରିବ, ଯେତେବେଳେ ଯୁବକମାନେ ଉତ୍ପାଦନଶୀଳ ଓ ସମ୍ମାନଜନକ ନିଯୁକ୍ତି ପାଇବେ। ଯଦି ଶିକ୍ଷିତ ଯୁବକମାନେ ବର୍ଷ ବର୍ଷ ଧରି ଅଳ୍ପ ସଂଖ୍ୟକ ସରକାରୀ ପଦ ପାଇଁ ପ୍ରତିଯୋଗିତା କରିବାରେ ବ୍ୟସ୍ତ ରହନ୍ତି, ବିପଦପୂର୍ଣ୍ଣ କାମ ପାଇଁ ଦେଶାନ୍ତର ହୁଅନ୍ତି, ନିଜ ଯୋଗ୍ୟତା ସହ ସମ୍ପର୍କ ନଥିବା କାମ ଗ୍ରହଣ କରନ୍ତି କିମ୍ବା ନିଯୁକ୍ତି, ଶିକ୍ଷା ଓ ପ୍ରଶିକ୍ଷଣରୁ ବାହାରେ ରହନ୍ତି, ତେବେ ଜନସାଂଖ୍ୟିକ ଲାଭ ଏକ ଜନସାଂଖ୍ୟିକ ବୋଝରେ ପରିଣତ ହୋଇପାରେ।

ତେଣୁ ନୀତିଗତ ପଦକ୍ଷେପ କେବଳ ଅଧିକ ଦକ୍ଷତା ବିକାଶରେ ସୀମିତ ରହିଲେ ଚଳିବ ନାହିଁ। ନିଯୁକ୍ତି ବିନା ଦକ୍ଷତା ବିକାଶ ବେକାରିର ସମାଧାନ କରିପାରିବ ନାହିଁ। ଭାରତକୁ ଶ୍ରମ-ନିର୍ଭର ଉତ୍ପାଦନ, ନିର୍ମାଣ କ୍ଷେତ୍ର, କୃଷି ଓ କୃଷିଭିତ୍ତିକ ପ୍ରକ୍ରିୟାକରଣ, କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ, ସେବା, ପର୍ଯ୍ୟଟନ, ପରିବହନ ଓ ଅନ୍ୟାନ୍ୟ ବହୁଳ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ରରେ ବ୍ୟାପକ ନିବେଶ କରିବା ଆବଶ୍ୟକ। ତା’ସହିତ ଶିକ୍ଷା, ଶିଳ୍ପ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ବାସ୍ତବ ଶ୍ରମବଜାରର ଚାହିଦା ସହିତ ଅଧିକ ଘନିଷ୍ଠ ଭାବେ ଯୋଡ଼ିବା ଦରକାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଯୁକ୍ତି ନୀତିର ସଫଳତାକୁ କେବଳ ବେକାରି ହାର ଦ୍ୱାରା ମାପିବା ଉଚିତ୍ ନୁହେଁ। ସରକାରଙ୍କୁ ନିୟମିତ ଭାବେ ଯୁବ ବେକାରି, ସ୍ନାତକ ବେକାରି, ନିଯୁକ୍ତି–ଶିକ୍ଷା–ପ୍ରଶିକ୍ଷଣରୁ ବାହାରେ ଥିବା ଯୁବସମାଜ, ମହିଳା ଶ୍ରମଶକ୍ତି ଅଂଶଗ୍ରହଣ, ନିୟମିତ ବେତନଭୋଗୀ ନିଯୁକ୍ତି, ବାସ୍ତବ ମଜୁରୀ, ଅଳ୍ପ-ନିଯୁକ୍ତି, ନିଯୁକ୍ତିର ଗୁଣବତ୍ତା, ସାମାଜିକ ସୁରକ୍ଷା ଏବଂ ଯୋଗ୍ୟତା–ପେଶା ଅସମନ୍ୱୟ ଭଳି ସୂଚକଗୁଡ଼ିକୁ ଏକାସାଙ୍ଗେ ଉପସ୍ଥାପନ କରିବା ଦରକାର।

୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଢ଼ିବାକୁ ଆଶାୟୀ ଏକ ଦେଶ ପାଇଁ ପ୍ରକୃତ ମାପଦଣ୍ଡ କେବଳ “କେତେ ଲୋକ ନିଯୁକ୍ତ ଅଛନ୍ତି?” ହୋଇପାରେ ନାହିଁ। ପ୍ରଶ୍ନ ହେବା ଉଚିତ ଯେ “କେତେ ଭାରତୀୟଙ୍କ ପାଖରେ ଉତ୍ପାଦନଶୀଳ କାମ, ଉଚିତ ଦରମା, ସାମାଜିକ ସୁରକ୍ଷା, ସମ୍ମାନ ଏବଂ ନିଜ ଶିକ୍ଷା ଓ ଯୋଗ୍ୟତା ସହ ସମ୍ପୃକ୍ତ ନିଯୁକ୍ତି ରହିଛି?” ଯେପର୍ଯ୍ୟନ୍ତ ଏହି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ମିଳିନାହିଁ, କେବଳ ବେକାରି ହାର କମିଛି ବୋଲି କହି ଭାରତର ନିଯୁକ୍ତି ସମସ୍ୟା ଶେଷ ହୋଇଗଲା ବୋଲି ଘୋଷଣା କରିବା ଅତ୍ୟନ୍ତ ଅପରିପକ୍ୱ ହେବ।

*****



Saturday, September 12, 2026

ସଂଘର୍ଷ ନୁହେଁ, ସଂଳାପ ଜରୁରୀ

 

ସଂଘର୍ଷ ନୁହେଁ, ସଂଳାପ ଜରୁରୀ 

ରାଜଧାନୀ ନୂଆଦିଲ୍ଲୀରୁ ଦେଶର ଦୁର୍ଗମ କୋଣଅନୁକୋଣ ପର୍ଯ୍ୟନ୍ତ, ବିଶ୍ୱବିଦ୍ୟାଳୟ ପରିସରଠାରୁ ଗାଁଗଣ୍ଡାର  ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ, ଘରୋଇ କଳକାରଖାନାର ଫାଟକଠାରୁ ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ସମଗ୍ର ଦେଶରେ ଆଜି ଲିଙ୍ଗଗତ‌ ତଥା ଜାତିଗତ ଭେଦଭାବରୁ ଉର୍ଦ୍ଧରେ ଛାତ୍ର, କର୍ମଚାରୀ, ଶ୍ରମିକ, କୃଷକ ଓ ସାଧାରଣ ଜନତା ନ୍ୟାୟ, ହକ୍, ସମ୍ମାନ  ଓ ମର୍ଯ୍ୟାଦା ଆଶାରେ ଅହରହ ଅସାଧାରଣ ଜନଆନ୍ଦୋଳନ ଓ ପ୍ରତିବାଦର ସ୍ୱରକୁ ତୀବ୍ରତର କରିବା ପରିଲକ୍ଷିତ ହେଉଛି। କେଉଁଠି ଶିକ୍ଷା, ସ୍ୱାସ୍ଥ୍ୟ ଓ ଦରବୃଦ୍ଧି ତ କେଉଁଠି ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ତ ଆଉ କେଉଁଠି ସର୍ବନିମ୍ନ ମଜୁରୀ ଓ ପେନସନର କଥା। ସେମାନଙ୍କର ସ୍ଲୋଗାନ୍ ଏବଂ ବ୍ୟାନର ଭିନ୍ନଭିନ୍ନ ହୋଇଥିଲେ  ବି ପ୍ରତ୍ୟେକ ପଦଯାତ୍ରା, ପ୍ରତ୍ୟେକ ଧାରଣା, ପ୍ରତ୍ୟେକ ଅନଶନ ଓ ପ୍ରତ୍ୟେକ ପ୍ରତିବାଦର ଅନ୍ତରାଳରେ ନେଡ଼ିଗୁଡ଼  କହୁଣୀକୁ ବୋହିଯିବା ପୂର୍ବରୁ ସମ୍ପୃକ୍ତ କର୍ତ୍ତୃପକ୍ଷ  ଓ ସରକାର ସେମାନଙ୍କ ଅଭାବ ଅସୁବିଧାକୁ ଗୁରୁତର ସହ ଶୁଣିବାର ଏକ ନିରବ ବ୍ୟାକୁଳତା ହିଁ ଲୁଚିରହିଛି। ଯେତେବେଳେ ସମାଜର ଏତେଗୁଡ଼ିଏ ବର୍ଗ ଓ ଗୋଷ୍ଠୀ ସଂସ୍ଥାଗତ ପଥ ଓ ପ୍ରତିଷ୍ଠାନର ଦ୍ୱାର ଛାଡ଼ି ରାଜରାସ୍ତାକୁ ଆସିବାକୁ ବାଧ୍ୟ ହୁଅନ୍ତି, ସେତେବେଳେ ସମସ୍ୟା ଆଉ କେବଳ ବ୍ୟକ୍ତିଗତ ଅଭିଯୋଗ କିମ୍ବା ଦାବି ମଧ୍ୟରେ ସୀମିତ ନରହି, ଏକ ଗଣତାନ୍ତ୍ରିକ ଯୋଗାଯୋଗ ବ୍ୟବସ୍ଥାର ସ୍ୱାସ୍ଥ୍ୟ ଓ ସାର୍ଥକତା ସମ୍ପର୍କିତ ମୌଳିକ ପ୍ରଶ୍ନରେ ପରିଣତ ହୁଏ। ପ୍ରକୃତ ଚିନ୍ତାର ବିଷୟ କେବଳ ଏହା ନୁହେଁ ଯେ ଲୋକେ କାହିଁକି ପ୍ରତିବାଦ କରୁଛନ୍ତି, ବରଂ ଏହା ଯେ, କାହିଁକି ଏତେ ଲୋକଙ୍କୁ ଲାଗୁଛି ଯେ ପ୍ରତିବାଦ ହିଁ ସେମାନଙ୍କ ପାଖରେ ନିଜ କଥା କହିବାର ଏକମାତ୍ର ଭାଷା ହୋଇ ରହିଯାଇଛି?

ଏକ ସଜୀବ ଓ ସ୍ପନ୍ଦନଶୀଳ ଗଣତନ୍ତ୍ର ଏହି କାରଣରୁ ବିପଦରେ ପଡ଼େ ନାହିଁ ଯେ ତାହାର ନାଗରିକମାନେ କ୍ଷମତାକୁ ପ୍ରଶ୍ନ କରନ୍ତି; ବରଂ ସେତେବେଳେ ଏହା ବିପଦଗ୍ରସ୍ତ ହୁଏ, ଯେତେବେଳେ ରାଜ୍ୟ ଓ ତାହାର ଜନସାଧାରଣଙ୍କ ମଧ୍ୟରେ ସଂଳାପର ସେତୁ ଭାଙ୍ଗିବାକୁ ଆରମ୍ଭ କରେ। ସରକାର କେବଳ ଆଇନ ପ୍ରଣୟନ ଓ ପ୍ରୟୋଗ କରିବା ପାଇଁ ନିର୍ବାଚିତ ହୁଏ ନାହିଁ; ଜନସାଧାରଣଙ୍କ ଆକାଂକ୍ଷାକୁ ବୁଝିବା, ସେମାନଙ୍କ ଉଦ୍‌ବେଗର ପ୍ରତିକ୍ରିୟା ଦେବା ଏବଂ ସେମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ମଧ୍ୟ ତାହାର ଦାୟିତ୍ୱ। ଅନ୍ୟପକ୍ଷରେ, ନାଗରିକମାନଙ୍କୁ ସମ୍ବିଧାନ ଶାନ୍ତିପୂର୍ଣ୍ଣ ଭାବରେ ନିଜର ଅସମ୍ମତି ଓ ପ୍ରତିବାଦ ପ୍ରକାଶ କରିବାର ଅଧିକାର ସହିତ ଦାୟିତ୍ୱ ମଧ୍ୟ ପ୍ରଦାନ କରିଛି। କିନ୍ତୁ ଯେତେବେଳେ ଯୋଗାଯୋଗ ବିଫଳ ହୁଏ, ସେତେବେଳେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ସନ୍ଦେହ ପୂରଣ କରିଦିଏ। ସଂଳାପର ସ୍ଥାନ ନିଏ ସ୍ଲୋଗାନ, ଆଲୋଚନାର ସ୍ଥାନ ନିଏ ସଂଘର୍ଷ, ଏବଂ ବିଶ୍ୱାସର ସ୍ଥାନ ନିଏ ଅବିଶ୍ୱାସ। ଆଉ ଆଲୋଚନାର ଟେବୁଲ୍‌କୁ ବ୍ୟାରିକେଡ୍‌ ପ୍ରତିସ୍ଥାପିତ କଲାବେଳକୁ ଗଣତନ୍ତ୍ର ଏକ ନିରବ ପରାଜୟର ସମ୍ମୁଖୀନ ହୋଇସାରିଥାଏ।

ବାରମ୍ବାର ଦେଖାଯାଉଥିବା ଏହି ପ୍ରବୃତ୍ତି ଅତ୍ୟନ୍ତ ଚିନ୍ତାଜନକ। ଜନସାଧାରଣଙ୍କ ଅଭିଯୋଗ ଓ ଅସନ୍ତୋଷ ପ୍ରାୟତଃ ସେତେବେଳ ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଯାଏ, ଯେପର୍ଯ୍ୟନ୍ତ ପ୍ରତିବାଦ ଏକ ବଡ଼ ଆନ୍ଦୋଳନର ରୂପ ନେଇନଥାଏ। ଏହାପରେ ପ୍ରଶାସନର ପ୍ରତିକ୍ରିୟା ଅନେକ ସମୟରେ ସମସ୍ୟାର ମୂଳ କାରଣ ସମାଧାନ କରିବା ପରିବର୍ତ୍ତେ ଭିଡ଼କୁ ନିୟନ୍ତ୍ରଣ କରିବା ଦିଗକୁ ମୁହଁ ଫେରାଇଥାଏ। ଅଭିଜ୍ଞତା ବାରମ୍ବାର ପ୍ରମାଣ କରିଛି ଯେ ପୁଲିସ କାର୍ଯ୍ୟାନୁଷ୍ଠାନ ଭିଡ଼କୁ ଛତ୍ରଭଙ୍ଗ କରିପାରେ, କିନ୍ତୁ ଅସନ୍ତୋଷକୁ ଛତ୍ରଭଙ୍ଗ କରିପାରେ ନାହିଁ। ରାସ୍ତା ଖାଲି କରାଯାଇପାରେ, କିନ୍ତୁ ମନରେ ଜମିଥିବା କ୍ଷୋଭକୁ ଦୂର କରାଯାଇପାରେ ନାହିଁ। ବଳ ପ୍ରୟୋଗ ମାଧ୍ୟମରେ ସାମୟିକ ଭାବେ ନିୟନ୍ତ୍ରିତ ପରିସ୍ଥିତି କ୍ୱଚିତ୍‌ ସ୍ଥାୟୀ ସମାଧାନ ଆଣିପାରେ, କାରଣ ସମାଧାନ ହୋଇନଥିବା ଅଭିଯୋଗ ଓ ଅସନ୍ତୋଷ ଅବଶ୍ୟମ୍ଭାବୀ ଭାବରେ ଅନ୍ୟ କୌଣସି ରୂପରେ, ଅନ୍ୟ କୌଣସି ସ୍ଥାନରେ ଏବଂ ଅନ୍ୟ ଏକ ପିଢ଼ିରେ ପୁଣି ଫେରିଆସେ। ଠିକ୍ ସେହିପରି, ଯେଉଁ ପ୍ରତିବାଦକାରୀମାନେ ସାମ୍ବିଧାନିକ ଶୃଙ୍ଖଳା ଓ ଶାନ୍ତିପୂର୍ଣ୍ଣ ମର୍ଯ୍ୟାଦାକୁ ପରିତ୍ୟାଗ କରନ୍ତି, ସେମାନେ ମଧ୍ୟ ନିଜ ଦାବି ଓ ଆନ୍ଦୋଳନର ନୈତିକ ଅଧିକାରକୁ ଦୁର୍ବଳ କରନ୍ତି। ଶେଷରେ କ୍ଷତି ହୁଏ ଉଭୟଙ୍କର, କିନ୍ତୁ ସବୁଠାରୁ ବଡ଼ କ୍ଷତିଗ୍ରସ୍ତ ହୁଏ ଜନସାଧାରଣଙ୍କ ବିଶ୍ୱାସ, ଯାହା ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳଦୁଆ। ଯଦିଓ ସରକାରୀ ଭାବେ ଦେଶର ସମସ୍ତ ରାଲି, ଧାରଣା, ଅନଶନ, ଆନ୍ଦୋଳନ, କୃଷକ/ଛାତ୍ର ପ୍ରତିବାଦର ଏକତ୍ର ବାର୍ଷିକ ସଂଖ୍ୟା ପ୍ରକାଶିତ ହୁଏ ନାହିଁ, ତେବେ ଶ୍ରମ ଆନ୍ଦୋଳନ ପାଇଁ ଶ୍ରମ ମନ୍ତ୍ରଣାଳୟର ଅଧିକୃତ ତଥ୍ୟ ଅନୁଯାୟୀ ୨୦୨୩ରେ ଦେଶରେ ୫୦ଟି ଶିଳ୍ପ ବିବାଦ (୪୬ ଧର୍ମଘଟ ଓ ୪ ଲକ୍-ଆଉଟ୍) ହୋଇଥିଲା ଯେଉଁଥିରେ ୨୨,୮୬୧ ଶ୍ରମିକ ସାମିଲ ହୋଇ ୫,୯୦,୫୮୭ ମାନବ-ଦିନ କାର୍ଯ୍ୟହାନି ହୋଇଥିଲା। ସେହିପରି ୨୦୨୨ରେ ଶିଳ୍ପ ବିବାଦଜନିତ ୪୧ଟି କାର୍ଯ୍ୟବନ୍ଦରେ ୨,୯୮,୦୧୯ ଶ୍ରମିକ ଜଡ଼ିତ ହୋଇ ୧୦,୨୦,୭୨୨ ମାନବ-ଦିନ ହାନି ଘଟିଥିଲା। ଏହି ତଥ୍ୟ ଆଧାରରେ ପ୍ରତିବାଦର ମୋଟ ଆର୍ଥିକ କ୍ଷତି ବେଶ୍ ଅନୁମେୟ। 

ସମ୍ବିଧାନ ସରକାରଙ୍କ ଅଧିକାରକୁ ଯେପରି ସ୍ୱୀକୃତି ଦେଇଛି, ସେହିପରି ନାଗରିକଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦର ଅଧିକାରକୁ ମଧ୍ୟ ସମାନ ସମ୍ମାନ ଦେଇଛି। ଏହି ଦୁଇଟି ପରସ୍ପର ବିରୋଧୀ ନୁହେଁ; ବରଂ ଗଣରାଜ୍ୟର ଦୁଇଟି ପରିପୂରକ ସ୍ତମ୍ଭ। ଉତ୍ତରଦାୟିତ୍ୱ ବିହୀନ ଶାସନ ଯେପରି ସମ୍ବେଦନହୀନ ହୋଇପଡ଼େ, ସେହିପରି ଦାୟିତ୍ୱବୋଧ ବିହୀନ ପ୍ରତିବାଦ ଅରାଜକତାର ରୂପ ନେଇପାରେ। ତେଣୁ ସମ୍ବିଧାନର ମୂଳ ଆତ୍ମାକୁ ଅକ୍ଷୁଣ୍ଣ ରଖିବା ଆଜିର ସବୁଠାରୁ ବଡ଼ ଆବଶ୍ୟକତା। ଇତିହାସ ଆମକୁ ବାରମ୍ବାର ଏକ ଚିରନ୍ତନ ସତ୍ୟ ଶିଖାଇଛି। କୌଣସି ଗଣତନ୍ତ୍ର ଦୀର୍ଘସ୍ଥାୟୀ ସଂଘର୍ଷ ଦ୍ୱାରା ଶକ୍ତିଶାଳୀ ହୋଇନାହିଁ; ବରଂ ସଂଳାପ, ସହମତି ଏବଂ ପରସ୍ପର ବିଶ୍ୱାସ ଦ୍ୱାରା ନିଜକୁ ପୁନର୍ଗଠନ କରିଛି। ଯେତେବେଳେ ଶାସକମାନେ ବିରୋଧାଭାସକୁ ଗଣତନ୍ତ୍ରର ଅବିଚ୍ଛେଦ୍ୟ ଅଂଶ ବୋଲି ସ୍ୱୀକାର କରିଛନ୍ତି, ସେତେବେଳେ ବିଶ୍ୱରେ ଅନେକ ଐତିହାସିକ ପରିବର୍ତ୍ତନ ଘଟିଛି। ଭାରତର ସ୍ୱାଧୀନତା ସଂଗ୍ରାମ ମଧ୍ୟ ଆମକୁ ସେହି ଶିକ୍ଷା ଦେଇଛି। ସତ୍ୟ, ଅହିଂସା, ଧୈର୍ଯ୍ୟ ଓ ନୈତିକ ସାହସର ଶକ୍ତି ଏକ ସାମ୍ରାଜ୍ୟକୁ ନତମସ୍ତକ କରିଥିଲା। ତେଣୁ ଆଜି ମଧ୍ୟ ଶକ୍ତିର ସର୍ବୋଚ୍ଚ ପ୍ରକାଶ ବଳପ୍ରୟୋଗରେ ନୁହେଁ; ମତଭେଦକୁ ସଂଳାପରେ ପରିଣତ କରିବାର ଦକ୍ଷତାରେ ରହିଛି। ସରକାର ଯେତେବେଳେ ଶୁଣିବାର ସାହସ ଦେଖାଏ, ସେତେବେଳେ ତାହାର ନୈତିକ ଉଚ୍ଚତା ବୃଦ୍ଧି ପାଏ। ଆଉ ଆନ୍ଦୋଳନ ଯେତେବେଳେ ଶାନ୍ତି, ଶୃଙ୍ଖଳା ଓ ସାମ୍ବିଧାନିକ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖେ, ସେତେବେଳେ ତାହା ଇତିହାସରେ ସମ୍ମାନର ସ୍ଥାନ ଅଧିକାର କରେ।

ଆଜି ଦେଶବ୍ୟାପୀ ଦେଖାଦେଇଥିବା ଏହି ପ୍ରତିବାଦର ଲହରୀକୁ କେବଳ ଏକ ପ୍ରଶାସନିକ ସମସ୍ୟା ଭାବରେ ଦେଖିଲେ ଚଳିବ ନାହିଁ। ଏହା ଗଣତନ୍ତ୍ରକୁ ଅଧିକ ପରିପକ୍ୱ କରିବାର ଏକ ସୁଯୋଗ ମଧ୍ୟ। ସରକାରଙ୍କ ପାଇଁ ଏହା ଆତ୍ମସମୀକ୍ଷାର ସମୟ—ଲୋକଙ୍କ ପାଖରେ ପହଞ୍ଚିବା, ସେମାନଙ୍କ କଥା ଧୈର୍ଯ୍ୟର ସହ ଶୁଣିବା, ସ୍ୱଚ୍ଛତାର ସହ ନିଷ୍ପତ୍ତି ଜଣାଇବା ଏବଂ ସମୟୋପଯୋଗୀ ଆଲୋଚନା ଆରମ୍ଭ କରିବା। ଏକ ଉତ୍ତରଦାୟୀ ସରକାର କେବେ ବି ଶୁଣିବାକୁ ଦୁର୍ବଳତା ବୋଲି ଭାବେନାହିଁ; ବରଂ ତାହାକୁ ନିଜର ସବୁଠାରୁ ବଡ଼ ଶକ୍ତିରେ ପରିଣତ କରେ। ସେହିପରି ପ୍ରତିବାଦକାରୀମାନଙ୍କୁ ମଧ୍ୟ ସ୍ମରଣ ରଖିବାକୁ ହେବ ଯେ, ସମ୍ବିଧାନ କେବଳ ପ୍ରତିବାଦର ଅଧିକାର ଦେଇନାହିଁ, ଶାନ୍ତି, ଜନସମ୍ପତ୍ତି ଓ ଆଇନର ଶାସନ ପ୍ରତି ସମାନ ଦାୟିତ୍ୱ ମଧ୍ୟ ଅର୍ପଣ କରିଛି। ସଂସଦ, ନ୍ୟାୟପାଳିକା, ଗଣମାଧ୍ୟମ, ବିଶ୍ୱବିଦ୍ୟାଳୟ, ଟ୍ରେଡ୍ ୟୁନିଅନ ଏବଂ ନାଗରିକ ସମାଜ ସମସ୍ତଙ୍କୁ ଏହି ସଂଳାପର ସେତୁ ନିର୍ମାଣରେ ନିଜ ନିଜ ଦାୟିତ୍ୱ ପାଳନ କରିବାକୁ ହେବ।

ଭାରତର ଗଣତାନ୍ତ୍ରିକ ଶକ୍ତିର ପରିଚୟ କେବେ ବି ପ୍ରତିବାଦର ଅନୁପସ୍ଥିତି ନୁହେଁ। ବରଂ ଏହାର ପ୍ରକୃତ ଶକ୍ତି ରହିଛି ମତଭେଦକୁ ସାମ୍ବିଧାନିକ ପଥରେ ସମାଧାନ କରିବାର କ୍ଷମତାରେ। ଦୁନିଆର ସର୍ବବୃହତ୍ ଗଣତନ୍ତ୍ର ଏପରି ଏକ ପରିସ୍ଥିତିକୁ ସାଧାରଣ ଘଟଣା ଭାବେ ଗ୍ରହଣ କରିପାରିବ ନାହିଁ, ଯେଉଁଠାରେ ପ୍ରତ୍ୟେକ ଅଭିଯୋଗ ଶେଷରେ ଆନ୍ଦୋଳନରେ ପରିଣତ ହେବ ଏବଂ ପ୍ରତ୍ୟେକ ଆନ୍ଦୋଳନ ସଂଘର୍ଷରେ। ଏହି ପ୍ରବୃତ୍ତି କେବଳ ଅନୁଷ୍ଠାନଗୁଡ଼ିକୁ ଦୁର୍ବଳ କରେନାହିଁ; ସମାଜକୁ ବିଭକ୍ତ କରେ, ପରସ୍ପର ଅବିଶ୍ୱାସକୁ ବଢ଼ାଏ ଏବଂ ଜାତୀୟ ଶକ୍ତିକୁ ବିକାଶ ପରିବର୍ତ୍ତେ ବିବାଦରେ ନିୟୋଜିତ କରିଦିଏ। ଏକଶହ ଚାଳିଶି କୋଟି ଲୋକଙ୍କ ଏହି ଗଣରାଜ୍ୟ କେବଳ ଶାସନର ଶକ୍ତିରେ ଚାଲିପାରିବ ନାହିଁ; ଏହାକୁ ଚଳାଇବା ପାଇଁ ଆବଶ୍ୟକ ବିଶ୍ୱାସ, ସହଯୋଗ ଓ ନିରନ୍ତର ସଂଳାପ।

ସାମ୍ପ୍ରତିକ ସମୟର ଆହ୍ୱାନ ଅତି ସ୍ପଷ୍ଟ। ସରକାରଙ୍କୁ ବୁଝିବାକୁ ହେବ ଯେ, ଲୋକଙ୍କ କଥା ଶୁଣିବା କୌଣସି ରାଜନୈତିକ ଦୁର୍ବଳତା ନୁହେଁ; ଏହା ଏକ ସାମ୍ବିଧାନିକ କର୍ତ୍ତବ୍ୟ। ସେହିପରି ନାଗରିକମାନଙ୍କୁ ମଧ୍ୟ ଉପଲବ୍ଧି କରିବାକୁ ହେବ ଯେ, ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସାମ୍ବିଧାନିକ ପ୍ରତିବାଦ ହିଁ ଯେକୌଣସି ଜନଆନ୍ଦୋଳନର ସବୁଠାରୁ ବଡ଼ ଶକ୍ତି। ସମ୍ବିଧାନ କେବଳ ଶାସକଙ୍କର ନୁହେଁ, କେବଳ ପ୍ରତିବାଦକାରୀଙ୍କର ମଧ୍ୟ ନୁହେଁ; ଏହା ପ୍ରତ୍ୟେକ ଭାରତୀୟଙ୍କର ସାମୂହିକ ଅଙ୍ଗୀକାର। ଆଗାମୀ ପିଢ଼ି ପାଇଁ ଯଦି ଆମେ ଏକ ସଶକ୍ତ, ସମ୍ବେଦନଶୀଳ ଏବଂ ଜୀବନ୍ତ ଗଣତନ୍ତ୍ର ଛାଡ଼ିଯିବାକୁ ଚାହୁଁ, ତେବେ ଶାସକ ଓ ଶାସିତଙ୍କ ମଧ୍ୟରେ ଥିବା ଦୂରତାକୁ ଲାଠି, ବ୍ୟାରିକେଡ୍ କିମ୍ବା ବଳପ୍ରୟୋଗରେ ନୁହେଁ, ବରଂ ଖୋଲାମନର ସଂଳାପ, ପରସ୍ପର ସମ୍ମାନ ଓ ବିଶ୍ୱାସରେ ଦୂର କରିବାକୁ ହେବ। କାରଣ, ଗଣତନ୍ତ୍ରର ପ୍ରକୃତ ବିଜୟ କାହାର ପରାଜୟରେ ନୁହେଁ, ବରଂ ପରସ୍ପରକୁ ବୁଝିବାରେ ନିହିତ। ଜାତିର ଭବିଷ୍ୟତ ଅଧିକ ବ୍ୟାରିକେଡ୍‌ରେ ନୁହେଁ, ଅଧିକ ସଂଳାପରେ ସୁରକ୍ଷିତ ହେବ। କାରଣ ସଂଳାପ ହିଁ ଗଣତନ୍ତ୍ରର ସର୍ବୋଚ୍ଚ ଅଭିବ୍ୟକ୍ତି, ଆଉ ସଂଘର୍ଷ ହେଉଛି ତାହାର ସବୁଠାରୁ ବଡ଼ ବିଫଳତା।

*****


Thursday, September 10, 2026

ISRO: No commercialization at the cost of institutional expertise

Link:https://orissatodaynews.in/epaper/m/99357/6aa379aed9a04

ISRO: No commercialization at the cost of institutional expertise 

-Bruhaspati Samal-

India’s space programme is not merely a story of rockets, satellites and technological achievements; it is a story of national aspiration, public investment and the dedication of generations of scientists, engineers, technicians and other employees. From modest beginnings, ISRO has grown into one of India’s most respected institutions and a symbol of scientific self-reliance. Therefore, any major restructuring of its activities, particularly the increasing involvement of private entities deserves a careful national debate. The concern expressed by all nine ISRO employees’ associations is significant in this context. Their apprehension should neither be dismissed as opposition to reform nor accepted uncritically as proof of impending privatisation. It deserves to be examined objectively, keeping employees’ interests and the nation’s strategic interests together at the centre of the debate.

The nine employee associations have reportedly sought clarity from the ISRO leadership over the proposed transfer of manufacturing and operational activities to private companies and public-sector undertakings. Their concerns reportedly include the future of launch vehicles such as SSLV, PSLV and LVM3, satellite production, launch infrastructure, recruitment, promotions and the role of existing employees. Their position is particularly important because they have not necessarily opposed private participation as such. Rather, their fundamental concern appears to be whether the growing role of private industry will supplement ISRO’s capabilities or gradually result in the erosion of its in-house expertise and functions. This is a reasonable question. Reform and modernisation are welcome, but reform should not inadvertently weaken the institution that created India’s space capabilities in the first place.

At the heart of this controversy lies the question of human resources. ISRO’s greatest asset is not its buildings, laboratories or launch pads but its scientists and technical personnel. Space technology is an accumulation of knowledge acquired through years of experimentation, failures, corrections, testing and successful missions. Such institutional memory cannot be transferred overnight to a private company through a contract or technology-transfer agreement. If important manufacturing, testing and operational activities are progressively moved outside ISRO, the immediate concern is not merely about the number of posts that may disappear. The deeper concern is whether scientists and engineers will continue to get opportunities to work directly on complex technologies and whether future generations will acquire the practical experience necessary to sustain India’s space programme.

This concern becomes more serious in the backdrop of reports about scientists and engineers leaving ISRO. Reports have highlighted resignations and voluntary retirements among experienced personnel, while the ISRO leadership has also placed the numbers in a broader perspective, pointing out that employees have been leaving the organisation every year for various reasons. These figures should not be sensationalised or automatically attributed to privatisation. Scientists may leave because of personal circumstances, retirement, better remuneration, career opportunities or the emergence of an expanding private space sector. Yet the trend deserves serious examination. When experienced scientists leave a strategic institution, the country loses not simply employees but accumulated knowledge, mentorship and institutional memory. If resignations coincide with declining in-house activities and fewer opportunities for recruitment and career progression, the problem could become much more serious.

There is therefore a legitimate danger in confusing commercial efficiency with institutional efficiency. A private company may be able to manufacture a proven product faster or at lower cost. That can be beneficial to the national space ecosystem. But ISRO must continue to possess the capability to understand, design, test, modify and, when necessary, independently reproduce critical technologies. A country cannot claim complete technological self-reliance if its premier space institution gradually loses the capacity to perform essential functions and becomes dependent on external entities for technologies that it once mastered internally. The experience of past missions demonstrates the value of having an institution capable of learning from failures and immediately applying those lessons to subsequent missions. That capability must not be allowed to wither.

The crucial question, however, is where the boundary should be drawn. Mature technologies may certainly be transferred to industry for large-scale production, provided that ISRO retains adequate design, testing, quality-control and technological capabilities. Commercialisation should not mean the disappearance of institutional expertise. Critical strategic technologies, sensitive infrastructure, launch capabilities and essential knowledge must remain securely anchored within the public system. Equally important, employees whose skills and experience have built these capabilities should not be treated as an incidental factor in restructuring. They must be recognised as stakeholders. Any major transition should therefore be accompanied by a transparent policy on employment security, recruitment, promotions, training, redeployment and preservation of technical expertise.

The latest clarification from ISRO that the organisation will neither be privatised nor diminished in importance is certainly reassuring. The leadership has also emphasised that critical and strategic space capabilities will remain under government ownership and control. Such assurances are important, but the concerns raised by the nine employee associations cannot be settled by assurances alone. They deserve a structured dialogue and clear written answers. If there is no intention to dilute ISRO’s role, the government and the Department of Space should have no difficulty explaining precisely which functions will remain with ISRO, which activities may be transferred to industry, how institutional capabilities will be protected and what safeguards will exist for the employees who currently perform those functions.

Ultimately, this is not simply an industrial-relations issue between an employer and its employees. It is a question of India’s scientific sovereignty and national interest. The employees’ associations have a legitimate responsibility to protect the interests of scientists, engineers and other personnel whose careers are directly affected by structural changes. At the same time, the government has an equally legitimate responsibility to expand India’s space economy and ensure that public institutions evolve with changing technological and economic realities. These two interests need not conflict. Indeed, a reform that protects employees, strengthens ISRO and simultaneously enables private industry to grow would be far more sustainable than one that treats them as competing objectives.

India needs a bigger and more dynamic space ecosystem, but it does not need a weaker ISRO. Private enterprise should be encouraged, but public scientific capability must be protected. Technology may be commercialised, but institutional knowledge must not be allowed to disappear. Experienced scientists must be retained and young talent must continue to see ISRO as a place where they can build challenging and meaningful careers. The real test of space-sector reform is not how much work can be shifted out of ISRO, but how much stronger India’s overall space capability becomes without weakening its foundational institution. The nine associations have raised questions that deserve answers, not apprehension. And the resignations of experienced scientists, whatever their individual causes, should serve as a warning that human expertise must remain at the heart of India’s space ambitions. Reform ISRO, if necessary; expand wherever beneficial, but never reform away the strength that made ISRO a national institution in the first place.

(The author is a Service Union Representative and a Columnist, presently working as the General Secretary, Confederation of Central Govt Employees and Workers and President, Forum of Civil Pensioners' Association / National Coordination Committee of Pensioners' Association, Odisha State Committee)

*****



Wednesday, September 9, 2026

Revision of ceiling rate and guidelines for reimbursement of expenses on purchase of Standard Digital Programmable and Rechargeable Hearing Aid under C S (MA) Rules, 1944 and CGHS




 

Odisha State CoC writes to Hon'ble MP (Rajya Sabha) Shri Subhasis Khuntia to take up the issues related to C G employees and pensioners in the Parliament.



An Assurance Must Lead to Action

Dear Comrades,

Heartfelt gratitude to Shri Subhasis Khuntia, Hon’ble Member of Parliament (Rajya Sabha), for his gracious presence at the 39th All India Conference of All India RMS & MMS Employees Union, Mail Guard & MTS, held at Puri on 6th–7th September 2026.

At the conference, he gave a clear and firm assurance to raise the genuine concerns of employees and pensioners in Parliament, particularly the demand for restoration of the Old Pension Scheme (OPS). 🏛️✊

We have placed our memorandum and expectations before him. Now, that assurance carries with it the responsibility of follow-through.

We sincerely hope to see our issues raised in Parliament and pursued with the same commitment with which the assurance was given.🙏

An assurance creates hope. Action establishes accountability.✊🇮🇳

-B SAMAL-

General Secretary 











Saturday, September 5, 2026

Meeting of NCJCM (Staff Side) with Secretary DoP&T on 3 September 2026 on some of the outstanding issues of Central Govt Employees




Strong GDP, Weak Household Relief

Source :https://odishapostepaper.com/edition/5876/orissapost/page/6

Strong GDP, Weak Household Relief

-Bruhaspati Samal-

India is once again celebrating an impressive economic headline. The Ministry of Statistics and Programme Implementation (MoSPI) has reported real GDP growth of 7.8% in the first quarter of 2026–27, covering April–June 2026. Nominal GDP grew by 10.3%, while real Gross Value Added (GVA) increased by 8.2%. Investment grew by 11.9%, domestic consumption by 7.1% and exports by 12%. These figures are certainly significant and indicate considerable economic activity. The Government has rightly presented them as evidence of resilience and growth. Yet, beyond these impressive numbers lies another India of unemployed youth, informal workers, migrant labourers and families struggling to maintain their standard of living. The question confronting ordinary citizens is simple: if GDP is growing so rapidly, why is economic relief not reaching households with equal speed?

The debate over the 7.8% figure has become politically charged, but it deserves a serious economic examination. Former RBI Governor Raghuram Rajan has questioned why such strong GDP growth is not accompanied by equally convincing evidence of employment generation, investment and other economic indicators. Former Finance Secretary Subhash Chandra Garg has gone further, arguing that when the latest numbers are viewed against the previous statistical framework, the underlying growth could appear much lower, around 2.6%. Congress has used these criticisms to attack the Government's economic claims. The Government and MoSPI, however, reject such comparisons, pointing out that India has introduced a new GDP series with 2022–23 as the base year, replacing 2011–12, incorporating new administrative data and methodological changes, including double deflation in manufacturing. Therefore, neither declaring 7.8% “false” nor treating it as an unquestionable measure of prosperity is justified. 

There is, however, a more fundamental problem. GDP measures production, not the distribution of prosperity. A highly automated factory can increase output without creating proportionately more jobs. Digital, financial and technology enterprises can generate enormous economic value with comparatively few employees. Thus, GDP growth and employment growth are not synonymous. An economy may expand rapidly while millions continue to struggle for secure and adequately paid work. The meaningful test of development must therefore go beyond the national output figure to examine jobs, wages, purchasing power, social security and economic dignity.

In this context, the latest Periodic Labour Force Survey (PLFS) Annual Report 2025 is worth discussing which provides another headline and relates to the above statement of former RBI Governor. As reported, the unemployment rate for persons aged 15 years and above declined from 3.2% in 2024 to 3.1% in 2025. Youth unemployment among those aged 15–29 declined from 10.3% to 9.9%, while urban youth unemployment remained considerably higher at 13.6%. Among educated persons aged 15 years and above, unemployment stood at 6.5%. But 3.1% unemployment does not mean that only 3.1% of India's working-age population is without an adequate livelihood. The unemployment rate measures unemployed people as a proportion of the labour force. More importantly, employment itself varies enormously in quality. According to PLFS 2025, 56.2% of workers were self-employed, while regular wage or salaried workers accounted for 23.6% and casual labour 20.2%. Self-employment can represent successful entrepreneurship, but it can also mean survival through petty trade, own-account work or unpaid family activity when secure employment is unavailable. Likewise, casual employment may provide work without providing stability, adequate wages or social protection. Having work and having a decent livelihood are not necessarily the same thing.

This explains why the reality of labour migration cannot simply be ignored. Government data recorded more than 41 million interstate migrant workers in the 2011 Census, while the 2020–21 Migration Survey reported an overall migration rate of 28.9%, with employment among the important reasons for migration. Migration itself is not necessarily evidence of economic failure; workers naturally move towards better opportunities. But seasonal migration, repeated movement between villages and cities, and dependence on insecure informal employment raise a fundamental question about the geographical distribution of jobs. An economy that grows strongly should progressively create productive and dignified employment closer to where people live, rather than merely moving workers from one insecure livelihood to another.

The contradiction is particularly stark among the young. The official youth unemployment rate of 9.9% is more than three times the overall rate of 3.1%, while urban youth unemployment at 13.6% remains deeply concerning. Behind these statistics are graduates preparing repeatedly for competitive examinations, educated young people accepting jobs below their qualifications, workers entering insecure gig activities and families sending their children to distant cities because suitable employment is unavailable locally. Therefore, the employment question cannot end with “How many are unemployed?” It must also ask: “How many are adequately employed, adequately paid and securely employed?”

The common citizen has no quarrel with GDP. He has a quarrel with hunger. The farmer wants a remunerative price for his crop. The labourer wants work tomorrow. The graduate wants a job matching his education. The migrant worker wants to earn without being separated from his family. The small trader wants customers. The salaried worker wants wages capable of keeping pace with the cost of living. The mother wants enough money for food, education and healthcare. None of them can consume a percentage point of GDP. They need income, employment and dignity. Their inability to feel the benefits of headline economic growth cannot simply be dismissed as a failure to understand statistics. It is a legitimate question about the distribution and quality of growth. India therefore needs to move beyond the sterile political argument of 7.8% versus 2.6%. GDP must be read alongside employment, wages, household consumption, inequality, migration and social security. Employment statistics, too, must increasingly distinguish between mere participation in economic activity and secure, productive and adequately remunerated work.

The ultimate test of an economy is not how high its statistical graph climbs, but how many empty plates disappear from the table. If GDP rises while young people remain desperate for jobs, workers migrate because local livelihoods are inadequate, and millions survive through insecure and poorly paid work, India must ask three uncomfortable questions: Growth for whom? Employment of what quality? Development for whose dignity? Statistics can describe an economy. Only livelihoods can prove that the economy is truly working.

(The author is a Service Union Representative and a Columnist.)