Sunday, June 15, 2025

Confederation CHQ news on 9th July 2025 nationwide General Strike

 Dear Comrades, 

             The proposed one day strike of 20th May 25 was Deferred due to prevailing circumstances at that time and the strike was rescheduled for 9th July 25. Accordingly, Confederation intimated to the Government on 16th May regarding postponement of the strike,  Revised strike notice for 9th July 25 has been served on 09.06.2025 . The General Secretaries/ Secretary General of all the affiliated Associations/ Federations are requested to kindly serve the strike notice to their respective Head of Departments, timely positively by 18th/19th, gear up their rank and file for the upcoming National Strike. The GS of State CoCs/ Affiliates are requested to reach out to unreached member's, aware them about the Demands and convince them to participate enmass in the strike.  Conventions/ Meetings should be held at maximum possible won't places in the remaining available time to ensure / make the Strike a grand success. 

With regards, 

S B Yadav 

SG





ଡିଜିପିନ: ଆଶୀର୍ବାଦ ନା ଆପଦ?

ଡିଜିପିନ: ଆଶୀର୍ବାଦ ନା ଆପଦ?

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ଵର 

     ଭାରତ ସରକାର ୨୭ ମେ ୨୦୨୫ରେ ଏକ ଦଶ-ଅକ୍ଷର ବିଶିଷ୍ଟ ଅଲଫାନ୍ୟୁମେରିକ କୋଡ୍ ଭାବରେ ଡିଜାଇନ ହେଇଥିବା ଡିଜିପିନ (ଡିଜିଟାଲ ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର ବା DIGIPIN) ନାମରେ ଏକ ନୂଆ ଡିଜିଟାଲ ପ୍ରୟାସର ଉନ୍ମୋଚନ କରିଛନ୍ତି, ଯାହା ଦେଶର ପ୍ରତ୍ୟେକ ୪×୪ ମିଟର ଅଞ୍ଚଳକୁ ଦ୍ରାଘିମା ଓ ଅକ୍ଷାଂଶ ଭିତ୍ତିରେ ସଠିକ୍ ଭାବେ ଚିହ୍ନଟ କରିବା ପାଇଁ ବ୍ୟବହୃତ ହୋଇପାରିବ। ଭାରତୀୟ ଡାକ ବିଭାଗ ଏବଂ ଆଇଆଇଟି ହାଇଦ୍ରାବାଦ ଓ ଇସ୍ରୋ ଅନ୍ତର୍ଗତ ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ରଙ୍କ ସହଯୋଗରେ ବିକାଶିତ ଏହି ଡିଜିପିନକୁ ଭାରତର ଡିଜିଟାଲ ଢାଞ୍ଚାରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହାକୁ ଏକ ଗୋପନୀୟତାକେନ୍ଦ୍ରିକ ଓ ଜିଓକୋଡିଂ ଭିତ୍ତିକ ଉପାୟ ଭାବରେ ଉପସ୍ଥାପନ କରାଯାଇଛି, ଯାହା ଭାରତୀୟ ଡାକ ବିଭାଗ ଦ୍ୱାରା ୧୯୭୨ରୁ ପ୍ରଚଳିତ ହୋଇ ଆସୁଥିବା ପିନ୍ କୋଡ୍ ବ୍ୟବସ୍ଥାକୁ ଏକ ଆଧୁନିକତାର ସ୍ପର୍ଶ ଦେଇ ସହଯୋଗୀ ଭାବେ କାର୍ଯ୍ୟ କରିବ। ଡିଜିପିନର ଏହି ସଠିକ ଭୌଗୋଳିକ ଟ୍ୟାଗିଂ ଦ୍ୱାରା ଲଜିଷ୍ଟିକ୍ସ, ଆପାତକାଳୀନ ସେବା, ଗ୍ରାମୀଣ ସେବା ପ୍ରଦାନ ଓ ଡିଜିଟାଲ ଶାସନ ପ୍ରଣାଳୀରେ ଲାଭ ମିଳିବ ବୋଲି କୁହାଯାଉଛି। ଅରଣ୍ୟ, ନଦୀ କୂଳ, ପାହାଡ଼ ଅଞ୍ଚଳ ଭଳି ସଠିକ୍ ଠିକଣା ନଥିବା ସ୍ଥାନଗୁଡିକୁ ଡିଜିପିନ୍ ଦ୍ୱାରା ଏବେ ଡିଜିଟାଲ ଭାବେ ଚିହ୍ନଟ କରାଯାଇପାରିବ। 

     ଏକ ଡିଜିପିନ୍ ତିଆରି ପାଇଁ, ବ୍ୟବହାରକାରୀଙ୍କୁ ନିଜର ରିଅଲ୍-ଟାଇମ୍ ଅବସ୍ଥାନ ତଥ୍ୟକୁ ଆକ୍ସେସ୍ କରିବା ଅନୁମତି ଦେବାକୁ ପଡ଼ିଥାଏ। ଯଦିଓ ଭାରତୀୟ ଡାକ ବିଭାଗ ଦାବି କରୁଛି ଯେ ଏହି ତଥ୍ୟ ସଂରକ୍ଷିତ ହେବନାହିଁ ଏବଂ କେବଳ କୋଡ୍ ସୃଷ୍ଟି ପାଇଁ ବ୍ୟବହୃତ ହେବ, ତଥାପି ଏହି ତଥ୍ୟ ଆକ୍ସେସ୍ କରିବା ଅଭିକ୍ରିୟା ଏକ ଭବିଷ୍ୟତ ତଥ୍ୟ ଚ୍ୟୁତିର ଦ୍ୱାର ଖୋଲିଦେଇପାରେ। ଏହି ନୂତନ ପଦକ୍ଷେପକୁ ଏକ ଡିଜିଟାଲ ଉନ୍ନତି ନାମରେ ପ୍ରଚାର କରାଯାଉଥିଲେ ବି, ଦେଶରେ ଇନ୍‌ଟରନେଟ ଆଧାରିତ ଅପରାଧ ବା ସାଇବର‌ କ୍ରାଇମ୍ ଚମତ୍କାର ହାରରେ ବୃଦ୍ଧି ପାଉଥିବା ବେଳେ ଏହା ବ୍ୟକ୍ତିଗତ ତଥ୍ୟର ଗୋପନୀୟତା, ନିରୀକ୍ଷଣ ଓ ଦୁର୍ବ୍ୟବହାର ବିଷୟରେ ଚିନ୍ତା ବୃଦ୍ଧି କରିଛି। 

     ଭାରତର ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ତଥ୍ୟ ଅନୁସାରେ, ୨୦୨୩ ମସିହାରେ ଭାରତରେ ୧.୫୫ ଲକ୍ଷରୁ ଅଧିକ ସାଇବର ଅପରାଧ ଘଟିଛି, ଯାହା ୨୦୨୦ର ୫୦,୦୩୫ ଘଟଣା ଠାରୁ ଅନେକ ଗୁଣା ବେଶି। ଏମାନଙ୍କ ମଧ୍ୟରୁ ଅନେକଟି ଅର୍ଥ ଠକେଇ, ଫିସିଂ, ପରିଚୟ ଚୋରି ଓ ସିମ୍ କ୍ଲୋନିଂ ସ‌ହିତ ସଂପୃକ୍ତ, ଯେଉଁଥିରେ ଆଧାର, ମୋବାଇଲ ନମ୍ବର, ବ୍ୟାଙ୍କ ଖାତା ଓ ସରକାରୀ ଯୋଜନା ସ‌ହିତ ଜଡିତ ବ୍ୟକ୍ତିଗତ ତଥ୍ୟ ଦୁର୍ବ୍ୟବହାରର ମୁଖ୍ୟ ଭୂମିକା ନେଇଥିଲା। ଆଧାର, ପ୍ୟାନ୍, ଫୋନ୍ ଓ ଅର୍ଥ ବିବରଣୀକୁ ବାଧ୍ୟତାମୂଳକ ଭାବେ ଯୋଡିବା ଦ୍ୱାରା ପ୍ରତ୍ୟେକ ଭାରତୀୟ ଏବେ ଏକ ଡିଜିଟାଲ ତଥ୍ୟ କ୍ଷେତ୍ରରେ ପରିଣତ ହୋଇଥିବା ଯୋଗୁଁ ବ୍ୟକ୍ତିଗତ ପ୍ରଦତ୍ତ ତଥ୍ୟର ଦୁରୁପଯୋଗ ହେବାର ସମ୍ଭାବନା ଯଥେଷ୍ଟ ବଢ଼ି ଯାଇଛି। ଏପରି ପରିବେଶରେ, ବ୍ୟକ୍ତିଙ୍କ ନିଜସ୍ୱ ଅବସ୍ଥାନକୁ ସଠିକ ଭାବରେ ଚିହ୍ନଟ କରି ଡିଜିପିନ୍ ଲୋକମାନଙ୍କୁ ଏକ ନୂଆ ସ୍ତରର ବିପଦ‌ ଭିତରକୁ ଟାଣି ନେବାକୁ ଉଦ୍ୟମରତ। 

     ସାଇବର ସୁରକ୍ଷା ବିଶେଷଜ୍ଞମାନଙ୍କ ମତରେ ସାଧାରଣ ଠିକଣା ତୁଳନାରେ ଡିଜିପିନ ବ୍ୟକ୍ତିଗତ ଗୋପନୀୟତାକୁ ପ୍ରାୟ ଶୂନ୍ୟ କରିଦେଇଥାଏ। ଯଦି ଏହା ଭୋଟର ତାଲିକା, ସ୍ୱାସ୍ଥ୍ୟ କାର୍ଡ, ଟେଲିକମ୍ ତଥ୍ୟ ତଥା ଆଧାର ଲିଙ୍କ କ୍ଷେତ୍ର ଭଳି ଅନ୍ୟ ତଥ୍ୟ ସହ ଯୋଡି ଦିଆଯାଏ, ତେବେ ଏହା ଏକ ବ୍ୟକ୍ତିକୁ ନିର୍ଦ୍ଦିଷ୍ଟ ଭାବେ ଖୋଜି ବାହାର କରିବାର ଏକ ମଜବୁତ ହତିଆର ହୋଇପାରେ। ଯେଉଁ ପ୍ରତିରକ୍ଷା ସ୍ତର ଦିନେ ନାଗରିକଙ୍କୁ ଟ୍ରାକିଂରୁ ବଞ୍ଚାଉଥିଲା, ବର୍ତ୍ତମାନ ସେହି ସୁରକ୍ଷା ଭାଙ୍ଗିଯିବ, ଯାହା ଫଳରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ସହ ନିର୍ଦ୍ଦିଷ୍ଟ ସ୍ଥାନ‌ ନିରୁପଣ‌ (ଲୋକେସନ୍ ଟ୍ରେସିଂ) ପାଇଁ ଅତ୍ୟାଧୁନିକ ଡିଜିଟାଲ କୌଶଳ ଅବଲମ୍ବନ କରୁଥିବା ସାଇବର ଅପରାଧୀମାନେ ଡିଜିପିନକୁ ଏକ ଅପରାଧୀକ ଅସ୍ତ୍ର ଭାବରେ ବ୍ୟବହାର କରିପାରିବେ। ଅଧିକନ୍ତୁ, ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ୍ ୨୦୨୩ର ଦୁର୍ବଳ ଓ‌ ଅସ୍ପଷ୍ଟ ଧାରା ଏହି ସମସ୍ୟାକୁ ଆଉ ଗମ୍ଭୀର କରୁଛି ।

     ଏହି ପରିପ୍ରେକ୍ଷୀରେ ଆଉ ଏକ ଗଭୀର ଚିନ୍ତା ହେଉଛି ଡିଜିଟାଲ ବ୍ୟବସ୍ଥାର ବାଧ୍ୟବାଧକତାରୁ ସୃଷ୍ଟି ସାମାଜିକ ଅନିଚ୍ଛା। ବିଗତ ଦଶବର୍ଷ ଧରି ବିଶେଷତଃ ବୃଦ୍ଧ, ଗ୍ରାମୀଣ ଜନତା ଓ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ନାଗରିକମାନେ ନିରନ୍ତର ଡିଜିଟାଲ୍ ଉପକରଣ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ ସମୟରେ ଆଧାର କାର୍ଡ ତିଆରିରେ ବିଳମ୍ବ, ବାୟୋମେଟ୍ରିକ୍ ଅମେଳ ଓ ପ୍ରକ୍ରିୟାଗତ ଉଦାସୀନତା ଦେଖିବାକୁ ମିଳିଛି। ପାନ୍ ସହ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରି ଅନେକବାର ଜମାକାରୀଙ୍କ ଖାତାକୁ ବନ୍ଦ କରିଦେବାର ଭୟ ଦେଖାଯାଇଛି। ଆୟୁଷ୍ମାନ୍ ଭାରତ ଯୋଜନାର ଲାଭ ନେବା ପାଇଁ ବର୍ତ୍ତମାନ ଅନଲାଇନ୍ ପୋର୍ଟାଲ୍, ଓଟିପି ଓ ଜିଓ-ଭେରିଫିକେସନ୍ ଜରୁରୀ, ଯାହା ମିଳିନଥିବା ଲକ୍ଷ-ଲକ୍ଷ ଲୋକଙ୍କ ପାଇଁ ଏକ ଅସମ୍ଭବ ଆହ୍ୱାନ। ଭାରତ ସରକାରଙ୍କ ରେଳ ମନ୍ତ୍ରାଳୟ ତରଫରୁ ଜାରି ସଦ୍ୟତମ ସୂଚନା ଅନୁଯାୟୀ ଜୁଲାଇ ମାସରୁ ତତ୍କାଳ ରେଳ ଟିକେଟର ବୁକିଂ ପାଇଁ ଆଧାର କାର୍ଡ ତଥା ସେଥିରେ ସଂଜୋଜିତ ଟେଲିଫୋନ ନମ୍ବରର ଓଟିପି ବାଧ୍ୟତାମୂଳକ ହେବ। ଯଦି ଡିଜିପିନ୍ ଭବିଷ୍ୟତରେ ଆଧାର ଓ‌ ପ୍ୟାନ ଭଳି ବ୍ୟାଙ୍କିଂ, ଜମିଜମା ପଞ୍ଜୀକରଣ, ବିଦ୍ୟୁତ୍ ସେବା, ରେଳ ଟିକେଟ ବୁକିଂ କିମ୍ବା ସରକାରୀ ଯୋଜନା ଦେବାରେ ଆବଶ୍ୟକ କରାଯିବ, ତେବେ ଏହା ଲୋକଙ୍କ ପାଇଁ ଅଧିକ ବିପଦ ଓ ଅନେକ ଜଟିଳ ସମସ୍ୟା ସୃଷ୍ଟି କରିବ। ଯେଉଁ ବ୍ୟବସ୍ଥାକୁ ଲୋକଙ୍କର ସୁବିଧା ପାଇଁ ପ୍ରସ୍ତୁତ କରାଯାଉଛି, ତାହା ଶେଷରେ ଏକ ଅନିଚ୍ଛାକୃତ ଆବଶ୍ୟକତା ହୋଇ କେବଳ ଏକ ପ୍ରସାଶନିକ ବୋଝ ହିସାବରେ ଜନସାଧାରଣଙ୍କ ପାଇଁ ଦୁର୍ବିସହ ହୋଇପଡିବ।

     ପ୍ରକୃତ ବିପଦ କେବଳ ଡିଜିପିନ୍ କଣ କରିବ ସେଥିରେ ନାହିଁ, ବରଂ ଏହା ଯାହା ସୂଚିତ କରେ ସେଥିରେ ଅଛି। ଆଇନଗତ ସୁରକ୍ଷା ଓ ସ୍ୱଚ୍ଛତା ନଥାଇ ନାଗରିକଙ୍କ ବିନା‌ ପରାମର୍ଶରେ ସେମାନଙ୍କର ବ୍ୟକ୍ତିଗତ ତଥ୍ୟକୁ ନେଇ ସରକାରଙ୍କର ଏହା ଏକ କ୍ରମବର୍ଦ୍ଧିଷ୍ଣୁ ସମ୍ବେଦନଶୀଳ ଡିଜିଟାଲ ହସ୍ତକ୍ଷେପ। ନିହାତି ଭାବରେ ଏହା ଏକ ଏକତରଫା ଶୀର୍ଷସ୍ତରୀୟ ନୀତି ନିର୍ମାଣ ପ୍ରଣାଳୀକୁ ପ୍ରତିବିମ୍ବିତ କରେ, ଯାହା ଗ୍ରାମାଞ୍ଚଳରେ ରହୁଥିବା ଅଶିକ୍ଷିତ, ଗରିବ ତଥା ଡିଜିଟାଲ ଉପକରଣର ବ୍ୟବହାର ଜାଣି ନଥିବା ଜନସାଧାରଣଙ୍କୁ କିଭଳି ପ୍ରଭାବିତ କରିବ ବୁଝିବା ପୂର୍ବରୁ ସେମାନଙ୍କ ଉପରେ ଜୋରଜବରଦସ୍ତି ଲଦି ଦିଆଯାଉଛି। ଅନେକ ନାଗରିକଙ୍କ ପାଇଁ, ବିଶେଷକରି ସେମାନେ ଯେଉଁମାନେ ଆଧାର ନିବନ୍ଧନ ବିଳମ୍ବ, ବ୍ୟାଙ୍କ ସଂଯୋଜନ ବା ଡିଜିଟାଲ୍ ଦୃଢିକରଣର ବିଫଳତା ଦ୍ୱାରା ପୂର୍ବରୁ ହତାଶ ହୋଇଛନ୍ତି, ସେମାନଙ୍କ ପାଇଁ ଡିଜିପିନ୍ ଏକ ସଶକ୍ତିକରଣର ଉପକରଣ ନୁହେଁ। ଆଶୀର୍ବାଦ ନୁହେଁ, ବରଂ ଏହା ଗୋଟିଏ ସମ୍ଭାବ୍ୟ ଆପଦ, ଏକ ଅତ୍ୟଧିକ ହସ୍ତକ୍ଷେପକାରୀ ଡିଜିଟାଲ୍ ଜାଲର ଅନ୍ୟ ଗୋଟିଏ ନୋଡ୍। 

     ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ବର୍ତ୍ତମାନର ପିନ୍ କୋଡ୍ ପ୍ରଣାଳୀ ଦ୍ୱାରା ଭାରତୀୟ ଡାକ ବିଭାଗ ଡାକ ଡିଲିଭେରୀ, ସ୍ଥାନ ପରିଚୟ ଓ ପ୍ରଶାସନିକ ବିଭାଜନ ପାଇଁ ପର୍ଯ୍ୟାପ୍ତ ଭାବେ ସୁରୁଖୁରୁରେ କାମ କରୁଥିବାବେଳେ, ଭାରତକୁ ଏକ ଅସୁରକ୍ଷିତ ଡିଜିପିନ୍ ବ୍ୟବସ୍ଥାର ଆବଶ୍ୟକତା ଅଛି କି?। ଜର୍ମାନୀ, ଫ୍ରାନ୍ସ ଓ ଜାପାନ ଭଳି ବିକାଶଶୀଳ ଦେଶଗୁଡିକର ଡାକ ବିଭାଗ ଅତ୍ୟଧିକ ସୂକ୍ଷ୍ମ ଜିଓକୋଡିଂ ଯୋଗ କରି ନୁହେଁ, ବରଂ ତାଙ୍କର ପ୍ରଚଳିତ କୋଡ୍ ବ୍ୟବସ୍ଥା ମଧ୍ୟରେ ଜନସାଧାରଭଙ୍କୁ ସୁରକ୍ଷିତ ଡାକସେବା ପ୍ରଦାନ‌ କରୁଛନ୍ତି। ଭାରତୀୟ ଡାକ, ଯାହା ୧.୬୫ ଲକ୍ଷରୁ ଅଧିକ ଡାକଘର ସହିତ ବିଶ୍ୱର ସବୁଠୁ ବଡ଼ ଡାକ ବ୍ୟବସ୍ଥା, ତା’ର ଅନେକ ନିଜସ୍ଵ ସମସ୍ୟା ସମାଧାନ‌ ଅପେକ୍ଷାରେ ଅଟକି ରହିଛି। ଏଭଳି‌ ପରୀକ୍ଷାନିରୀକ୍ଷାରୁ ବିରତ ରହି ସାମ୍ପ୍ରତିକ ତଥା ମୌଳିକ ସମସ୍ୟାଗୁଡିକର ଆଶୁ ସମାଧାନ ପାଇଁ ଡାକ ବିଭାଗକୁ ପ୍ରାଥମିକତା ଦେବାର ଆବଶ୍ୟକ ରହିଛି। ଚିଠି ପ୍ରେରଣରେ ବିଳମ୍ବ, ଡାକଘରଗୁଡିକରେ ବିଶେଷକରି ଗ୍ରାମାଞ୍ଚଳରେ ଉତ୍ତମ ନେଟୱାର୍କ ଓ ଡିଜିଟାଲ୍ ଢାଞ୍ଚାର ଅଭାବ, ଗ୍ରାହକ ଅଭିଯୋଗ ଶୁଣାଣିରେ ଅବ୍ୟବସ୍ଥା ଭଳି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ତୁରନ୍ତ ଧ୍ୟାନ ଦେଇ କର୍ମଚାରୀଙ୍କୁ ସଠିକ୍ ପ୍ରଶିକ୍ଷଣ ଦେବା, ବିତରଣ ବ୍ୟବସ୍ଥାରେ ଉନ୍ନତି ଆଣିବା, ଗ୍ରାମିଣ ବ୍ୟାଙ୍କିଂକୁ ବିସ୍ତାର କରି ଡାକଘର ଠକେଇକୁ ରୋକିବା, ଭଡ଼ା ଓ ଭଙ୍ଗା ଦଦରା ଘରେ ତଥା ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଚାଲୁଥିବା ଡାକଘରଗୁଡିକର ଉନ୍ନତିକରଣ ପାଇଁ ଉଚିତ୍ ପଦକ୍ଷେପ ନେଲେ ନାଗରିକମାନେ ଅଧିକ ଭଲ ସେବା ପାଇପାରିବେ। ଏକ ଅବାଞ୍ଛିତ ଡିଜିଟାଲ୍ ଯୋଜନା ଆଣିବା ପରିବର୍ତ୍ତେ, ଏପରି ପଦକ୍ଷେପ ଲୋକମାନଙ୍କର ଭରସାକୁ ମଜବୁତ କରିପାରିବ ଓ ଏହି ପ୍ରତିଷ୍ଠାନର ଐତିହ୍ୟକୁ ପୁନର୍ଜୀବନ ଦେଇପାରିବ।

     ଭାରତ ଏକ ସଙ୍କଟମୟ ସ୍ଥିତିରେ ଅଛି, ଯେଉଁଠାରେ ପ୍ରଯୁକ୍ତିଗତ ନବୋନ୍ମେଷ ଓ ନୈତିକ ଶାସନ ହାତକୁ‌ହାତ ମିଳେଇ ଚାଲିବା ଦରକାର। ସମସ୍ତ ଡିଜିଟାଲ୍ ନବୋନ୍ମେଷ ପ୍ରଗତି ନୁହେଁ। କେବେ କେବେ ସଂଯମ ଓ ସାବଧାନତା ହିଁ ସଠିକ୍ ପଥ ବୋଲି ବିଚାର‌ କରାଯାଏ। ବର୍ତ୍ତମାନ ରୂପରେ‌ ଡିଜିପିନ୍ ଭରସାଯୋଗ୍ୟ ନହୋଇ ଏକ ଗମ୍ଭୀର ସଙ୍କଟ ସୃଷ୍ଟି କରିବାର ଆଗୁଆ ସୂଚନା ପ୍ରଦାନ‌ କରୁଛି। ଯଦି ଶାସନର ଲକ୍ଷ୍ୟ ସୁରକ୍ଷା ଓ ସଶକ୍ତିକରଣ, ତେବେ ଏହି ଡିଜିଟାଲ୍ ପ୍ରଣାଳୀର ପୁନର୍ବିଚାର ହେବା ଉଚିତ୍।

*****

Thursday, June 12, 2025

Heartbroken News : Ahmedabad Plane Crash

Dear Comrades,

Our hearts shatter as we mourn the loss of lives aboard Air India Flight AI 171, a Boeing 787 Dreamliner that crashed shortly after takeoff from Ahmedabad on June 12, 2025. 

What began as a hopeful journey to London ended in unimaginable grief—for the 242 souls on board, the families waiting at home, and the innocent lives lost on the ground. 

In this dark hour, we grieve together, stand with the survivors, and honour the courage of rescue teams working in the midst of devastation. 

May the memories of those we lost be a blessing, and may hope guide the healing to come.

=  B SAMAL = 

General Secretary 

Confederation Odisha State CoC 



Tuesday, June 10, 2025

NCCPA News : Decisions of online meeting of Forum of Civil Pensioners Associations



The meeting of various Civil Pensioners Associations was held online under the presidentship of Comrade Shiva Gopal Mishra today on 9.6.2025. The meeting was kept with minimum strength as per the decision of President NCCPA as this meeting was mainly to take decisions about filing the Supreme Court case. In spite of that many Associations of Civil Pensioners have joined.

The meeting threadbare discussed the fall out of validation amendment adopted by the Government on 25.05.2025 and took the following decisions unanimously:

1. After hearing the comrades responsible for contacting both Kapil Sibel and Varun ghosh the Senior Advocates of Supreme Court,  the meeting decided to form a small group with “Comrades S.C.Paney (NCCPA), Ashok Kaushik (AIBSNLPWA), and Ishwarsingh Dabas (NCCPA)” at New Delhi to finalize the name of the Advocate in consultation with the President Shiva Gopal Mishra NCCPA  before 17th June and through the Advocate arrange to file a writ petition in the Supreme Court challenging the validity of validation amendment. The Associations to sign the affidavit will be intimated to the Committee later. The meeting decided to fight the Government until the validation amendment is withdrawn.

2. The Court Case should accompany with the organizational Programmes so that all members of Civil Pensioners are enthused. So, a series of Programmes like “Human Chain in all Districts as first Programme; State level conventions and March to Governor to submit our memorandum as the Second Programme; Meeting all Members of Parliament; and Delhi Chalo Programme as well as submission of Memorandums to Prime Minister, President of India and Chief Justice of India (Dates and details will be decided in consultation with the participating Civil Pensioners Associations) will be shortly announced.

3. A WhatsApp group of “Forum of Civil Pensioners Associations” will be started to exchange views among the participating associations. 

= K.Ragavendran =

SG NCCPA 

9444919295

ଏବେ ଡିଜିପିନ୍

ଡିଜିପିନ୍- ଭାରତ ସରକାରଙ୍କ ଡାକ ବିଭାଗ ଦ୍ୱାରା ନାଗରିକଙ୍କ ଉପରେ ଆଉ ଏକ ଡିଜିଟାଲ ଆକ୍ରମଣ। 
ପଢ଼ନ୍ତୁ, ଆଜିର (୧୦ ଜୁନ୍ ୨୦୨୫) #ଧରିତ୍ରୀ ସମ୍ପାଦକୀୟ।

Monday, June 9, 2025

Confederation Odisha State CoC writes to the CE & SE, CWC, Bhubaneswar for grant of notional increment to their eligible pensioners

ନ୍ୟାୟ ପାଇଁ ସମୟସୀମା

ନ୍ୟାୟ ପାଇଁ ସମୟସୀମା 

- ବୃହସ୍ପତି ସାମଲ - 

      ବିଲ୍ ମଞ୍ଜୁରୀ ବେଳେ ରାଜ୍ୟପାଳଙ୍କ ଭୂମିକାକୁ ଆହ୍ୱାନ କରି ତାମିଲନାଡୁ ରାଜ୍ୟ ସରକାରଙ୍କ ତରଫରୁ ଦାୟର‌ କରାଯାଇଥିବା ଏକ ଯାଚିକାର ଶୁଣାଣି କରି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ୮ ଅପ୍ରେଲ ୨୦୨୫ରେ ରାଜ୍ୟପାଳଙ୍କ ଦ୍ୱାରା ବିଲ୍ ମଞ୍ଜୁରୀର ସମୟ ସୀମାକୁ ତିନିମାସ ପାଇଁ ଧାର୍ଯ୍ୟ କରି ତାଙ୍କର ଐତିହାସିକ ରାୟ ଶୁଣେଇବାର‌ ପର ମୁହୂର୍ତ୍ତରେ, ସମ୍ବିଧାନର ଅନୁଚ୍ଛେଦ ୧୪୩(୧)ରେ ପ୍ରଦତ୍ତ କ୍ଷମତା ବଳରେ ଉଚ୍ଚତମ ନ୍ୟାୟାଳୟ ବିଧାନସଭାରେ ଗୃହିତ ବିଲ୍ ଉପରେ ରାଷ୍ଟ୍ରପତି / ରାଜ୍ୟପାଳଙ୍କ ମଞ୍ଜୁରୀ ପାଇଁ ନ୍ୟାୟିକ ନିର୍ଦ୍ଦେଶନାମା ଦ୍ୱାରା ସମୟସୀମା ଧାର୍ଯ୍ୟ କରିପାରିବ କି ବୋଲି ମହାମହିମ ରାଷ୍ଟ୍ରପତି ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କୁ ପ୍ରଶ୍ନ କରିଛନ୍ତି। ଉପରୋକ୍ତ ପ୍ରଶ୍ନ ସହ ସମ୍ବିଧାନର ଅନୁଚ୍ଛେଦ ୧୩୧, ୧୪୨, ୧୪୩, ୧୪୫(୩), ୨୦୦, ୨୦୧ ଓ ୩୬୧ ଆଧାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଚ୍ଚତମ ନ୍ୟାୟାଳୟଙ୍କୁ ମୋଟ୍ ୧୪ଟି ପ୍ରଶ୍ନ ପଚାରିଛନ୍ତି ।

    ଅନୁଚ୍ଛେଦ ୨୦୦ ଅନୁଯାୟୀ, ରାଜ୍ୟପାଳ ଗୋଟିଏ ବିଲ୍‌କୁ ମଞ୍ଜୁର କରିପାରନ୍ତି, ମଞ୍ଜୁରୀକୁ ଅଟକେଇ ଦେଇପାରନ୍ତି କିମ୍ବା ଏହାକୁ ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇପାରନ୍ତି। ରାଷ୍ଟ୍ରପତିଙ୍କ ପାଇଁ ସଂରକ୍ଷିତ ହୋଇଥିବା ବିଲକୁ ଅନୁଚ୍ଛେଦ ୨୦୧ ଅନୁଯାୟୀ ରାଷ୍ଟ୍ରପତି ମଞ୍ଜୁରୀ ଦେଇପାରନ୍ତି କିମ୍ବା ଅସ୍ୱୀକାର ବି କରିପାରନ୍ତି। ହେଲେ ସମ୍ବିଧାନର ଉଭୟ ଅନୁଚ୍ଛେଦ ୨୦୦ ଓ ୨୦୧ ଏଭଳି କୌଣସି ସମୟସୀମା ଧାର୍ଯ୍ୟ କରିବା ଉପରେ ନୀରବ ଥିବାରୁ ଏକ ନ୍ୟାୟିକ ନିର୍ଦ୍ଦେଶନାମା ଦ୍ୱାରା ସାମ୍ବିଧାନିକ ନୀରବତାକୁ ଉଲ୍ଲଂଘନ କରାଯାଇପାରିବ ନାହିଁ ବୋଲି ରାଷ୍ଟ୍ରପତି ମତ ବ୍ୟକ୍ତ କରି‌ ଯୁକ୍ତି ବାଢିଛନ୍ତି ଯେ ଏପରି ନ୍ୟାୟିକ ହସ୍ତକ୍ଷେପ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସାମ୍ବିଧାନିକ କ୍ଷମତାକୁ ସୀମିତ କରିବା ସହ ସଂଘୀୟ ବ୍ୟବସ୍ଥାକୁ ବିକୃତ କରିବ। 

      ଉଚ୍ଚତମ ନ୍ୟାୟାଳୟଙ୍କ‌ ଉଦ୍ଦେଶ୍ୟ ଥିଲା ଯେ ରାଜ୍ୟପାଳ ଓ ରାଷ୍ଟ୍ରପତି ଲୋକତାନ୍ତ୍ରିକ ପ୍ରକ୍ରିୟାରେ ବାଧା ସୃଷ୍ଟି ନକରନ୍ତୁ ଏବଂ କାଳକ୍ଷେପଣ‌ ନୀତି ନଆପଣେଇ ଏକ ନିର୍ଦ୍ଦିଷ୍ଟ ସମୟସୀମା, ଏଇ ଯେମିତି ତିନିମାସ ଭିତରେ କୌଣସି ବିଲ୍ ଉପରେ ଚୁଡାନ୍ତ ନିଷ୍ପତ୍ତି‌ଗ୍ରହଣ କରୁନ୍ତୁ। କିନ୍ତୁ ଦିଅଁ ଗଢୁ ଗଢୁ ବାନ୍ଦର ଭଳି ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ସାମ୍ବିଧାନିକ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀଟିଏ ଠିଆ କରେଇ ଏକ ସଂଘୀୟ ସଙ୍କଟ ସୃଷ୍ଟି କଲା। ବର୍ତ୍ତମାନ, ମାନ୍ୟବର ଉଚ୍ଚତମ ନ୍ୟାୟାଳୟ କି ଉତ୍ତର ରଖି ଏ ସଂଘୀୟ ସଙ୍କଟର ସମାଧାନ‌ କରିବେ, ତାହା ସମୟ‌ କହିବ। 

      କିନ୍ତୁ, ଏହି ପରିପ୍ରେକ୍ଷୀରେ ସାମ୍ପ୍ରତିକ ନ୍ୟାୟିକ ବ୍ୟବସ୍ଥାକୁ ନେଇ ଜଣେ ସାଧାରଣ ନାଗରିକ ହିସାବରେ ଆମ ମନରେ ଅନେକ ପ୍ରଶ୍ନ। ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ନିଷ୍ପତ୍ତି ନେବା ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ‌ ଉପରୋକ୍ତ ନିର୍ଦ୍ଦେଶନାମା କେବଳ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ କାହିଁକି? ସେହି ସମାନ ନିର୍ଦ୍ଦେଶନାମା ଜନସ୍ୱାର୍ଥ ସମ୍ବଳିତ ଭାରତର ସମସ୍ତ ସଂସ୍ଥା, ଅନୁଷ୍ଠାନ ଓ ଅଧିକାରୀଙ୍କ ପାଇଁ କାହିଁକି ନୁହେଁ? ବିଶେଷ ଭାବେ ନିଜେ ଉଚ୍ଚତମ ନ୍ୟାୟାଳୟ ଓ ଦେଶର ସମସ୍ତ ନ୍ୟାୟାଳୟ କାହିଁକି ତିନିମାସ ଭିତରେ କେଶଗୁଡ଼ିକର ଫଇସଲା କରିବେ ନାହିଁ? ଏଫଆଇଆର କିମ୍ବା କେଶଟିଏ ରୁଜୁ ହେବାର ତିନିମାସ ଭିତରେ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ କେଶ୍ କାହିଁକି ଦଫାରଫା ନହେବ? ଜନସାଧାରଣ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କାହିଁକି ନ୍ୟାୟ ପାଇବେ ନାହିଁ? ସାଧାରଣ ଜନତାଟିଏ ନ୍ୟାୟ ପାଇଁ ତଳ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବର୍ଷ ବର୍ଷ ଧରି କାହିଁକି ଦୌଡୁଥିବ? ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନୁହେଁ। ମାତ୍ର ‘କହି ଦେଉ ଥାଇ ପରକୁ, ବୁଦ୍ଧି ନଦିଶଇ ଘରକୁ’ ନ୍ୟାୟରେ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଟିକିଏ ଗ୍ରହଣ ଯୋଗ୍ୟ ହେଉନାହିଁ। ରାଷ୍ଟ୍ରପତିଙ୍କ ପ୍ରଶ୍ନ ସଂଘୀୟ ବ୍ୟବସ୍ଥା ଉପରେ ଆଧାରିତ। ହେଲେ ଆମର ପ୍ରଶ୍ନ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପାଇଁ ଉଦ୍ଦିଷ୍ଟ।

     ଆଜି ଭାରତ ଏକ ଗଭୀର ନ୍ୟାୟିକ ସଙ୍କଟର ଚଉଛକିରେ ଦଣ୍ଡାୟମାନ। ଉଚ୍ଚତମ ନ୍ୟାୟାଳୟଙ୍କ ବାର୍ଷିକ ବିବରଣୀ (୨୦୨୩-୨୪) ତଥା ବିଭିନ୍ନ ଅଧ୍ୟୟନ ଅନୁଯାୟୀ, ଦେଶର ଉପ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମକୋର୍ଟରେ ଅନ୍ୟୁନ ୫ କୋଟିରୁ ଅଧିକ ମାମଲା ବିଚାରାଧୀନ ରହିଛି। ମୋଟ ବିଚାରାଧୀନ ମାମଲାର ୮୫%, ଅର୍ଥାତ୍ ପାଖାପାଖି ୪.୫ କୋଟି ମାମଲା କେବଳ ଜିଲ୍ଲା ଓ ସେସନ୍ସ କୋର୍ଟରେ ଯାହାର ୮% ଦଶ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଅଛି। ଏଗୁଡ଼ିକରୁ ଅଧିକାଂଶ ଅପରାଧିକ ମାମଲା। ଉଦାହରଣ ସ୍ୱରୂପ, ନଏଡାରେ ୪.୧ ଲକ୍ଷ ମଧ୍ୟରୁ ୩.୮ ଲକ୍ଷ ମାମଲା ଅପରାଧ ସମ୍ପର୍କିତ। ସେହିପରି ଉଚ୍ଚ ନ୍ୟାୟାଳୟମାନଙ୍କରେ ପ୍ରାୟ ୬୨ ଲକ୍ଷ ମାମଲା ବିଚାର ଅପେକ୍ଷରେ ଯାହାର ୨୧%, ୧୦ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଅଛି ଏବଂ ପ୍ରାୟ ୬୨,୦୦୦ ମାମଲା ୩୦ ବର୍ଷ ଧରି ଚାଲୁଅଛି। ଉଚ୍ଚତମ ନ୍ୟାୟାଳୟର ଅବସ୍ଥା ଅନ୍ୟମାନଙ୍କ ତୁଳନାରେ ଭଲ ହେଲେ ବି ଏଠି ପ୍ରାୟ ୮୩,୦୦୦ ମାମଲା ବିଚାରାଧୀନ ଅଛି ଯାହାର ୬୫%ରୁ ଅଧିକ ମାମଲାରେ ପ୍ରାଥମିକ ଶୁଣାଣି ମଧ୍ୟ ଆରମ୍ଭ ହୋଇନି। ସିଭିଲ୍ ମାମଲାର ୪୧% ଓ ଅପରାଧିକ ମାମଲାର ୪୩% ଭୂମି, ସଂପତ୍ତି, ଅସୁବିଧା, ଠକେଇ ଓ ସ୍ଥାନୀୟ ବିବାଦ ସମ୍ପର୍କିତ। କାରାଗାରରେ ବନ୍ଦୀ ଥିବା ମୋଟ କଏଦୀଙ୍କ ମଧ୍ୟରୁ ୭୦% ବିଚାରାଧୀନ କଏଦୀ, ଯେଉଁମାନେ ବର୍ଷ ବର୍ଷ ଧରି ଏପରିକି ଦଶନ୍ଧି ଦଶନ୍ଧି ଧରି ନ୍ୟାୟ ଅପେକ୍ଷାରେ। ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ କେବଳ ଏକ ମୂଲ୍ୟହୀନ ନାରା ହେଇ ରହିଯାଇଛି।

     ଏହି ପରିପ୍ରେକ୍ଷୀରେ, ଇତିହାସରୁ ଏକ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳେ। ୧୭ଶ ଶତାବ୍ଦୀରେ ଶିବାଜୀଙ୍କ ଶାସନକାଳରେ ମରାଠା ସାମ୍ରାଜ୍ୟ ନ୍ୟାୟ, ଶିକ୍ଷା ଓ ଜନମଙ୍ଗଳ ଉପରେ ଆଧାରିତ ଥିଲା। ସଂପତ୍ତି, ଭୂମି ବିବାଦ କିମ୍ବା ଜଳ ବଣ୍ଟନ ପରି ସାଧାରଣ ମାମଲାଗୁଡ଼ିକୁ ଗାଁ ସ୍ତରରେ କେବଳ ଘଣ୍ଟାଏ ଭିତରେ ସମାଧାନ କରାଯାଉଥିଲା। ଛୋଟ ଅପରାଧ—ଯଥା ଚୋରି, ମାରପିଟ କିମ୍ବା ଅନ୍ୟାନ୍ୟ ଦୃଶ୍ୟମାନ ଅପରାଧଗୁଡ଼ିକୁ ସ୍ଥାନୀୟ ଅଧିକାରୀମାନଙ୍କ ଦ୍ୱାରା ଏକ ଦିନ ମଧ୍ୟରେ ସମାଧାନ ହେଇପାରୁଥିଲା। ଏହାଠାରୁ ବଡ଼ ମାମଲା ଯଥା ଶାରୀରିକ ନିର୍ଯ୍ୟାତନା, ଭୂମି ଜବରଦଖଲ, ପୁନଃ ଅପରାଧ କିମ୍ବା ଅନ୍ୟାନ୍ୟ ଗମ୍ଭୀର ଅଭିଯୋଗମାନ ସୁବେଦାରମାନଙ୍କ ଦ୍ଵାରା ଗୋଟିଏ ସପ୍ତାହ ମଧ୍ୟରେ ସମାଧାନ ହେଉଥିଲା। ଦେଶ ତଥା ନୀତି ସମ୍ବଳିତ କିମ୍ବା ରାଜନୈତିକ ମାମଲା ସ୍ବୟଂ ଶିବାଜୀଙ୍କ ରାଜଦରବାରରେ ଶୁଣାଯାଉଥିଲା ଓ ଏହି ମାମଲାଗୁଡ଼ିକୁ ଦୁଇ ତିନି ସପ୍ତାହରେ ଅନ୍ତିମ ନିଷ୍ପତ୍ତି ମିଳୁଥିଲା। ଏହି ସମୟରେ ନା ଥିଲା ଇଣ୍ଟରନେଟ୍, ନା ଥିଲା ଡାଟା ବେସ୍, ନା ଥିଲା ଏଆଇ, ନା ଥିଲା ଇ-ଫାଇଲିଂ। ଯାହା ଥିଲା, କେବଳ ଶିବାଜୀଙ୍କ ଅଷ୍ଟପ୍ରଧାନ ମଣ୍ଡଳର ନ୍ୟାୟାଧୀଶ ଓ ପଣ୍ଡିତରାଓଙ୍କ ଦ୍ୱାରା ନ୍ୟାୟ ବ୍ୟବସ୍ଥାରେ ନିୟମିତତା ଓ ଧାର୍ମିକ ଅନୁଶାସନ ସହ ପ୍ରଜାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁଁ ଏକ ରାଜନୈତିକ ନିଷ୍ଠା ଓ ପ୍ରତିବଦ୍ଧତା। ଶିବାଜୀଙ୍କ ତ୍ୱରିତ ଓ ନ୍ୟାୟପୂର୍ଣ୍ଣ ବ୍ୟବସ୍ଥା କେବଳ ଏକ ଇତିହାସ ନୁହେଁ—ଏହା ଗୋଟିଏ ସ୍ମୃତି, ଏକ ପ୍ରେରଣା ଓ ଗୋଟିଏ ରୋଡମ୍ୟାପ୍—ଯାହା ଏହି ମନ୍ତ୍ର ଦେଇଥାଏ: ତ୍ୱରିତ ନ୍ୟାୟ କେବଳ ଆଧୁନିକତାର ଏକ ବିଳାସପୂର୍ଣ୍ଣ ବ୍ୟାପାର ନୁହେଁ; ଏହା ଏକ ନିଷ୍ଠାର ଫଳ।

    ଦୁର୍ଭାଗ୍ୟବଶତଃ, ଆଜିର ଡିଜିଟାଲ ଦୁନିଆରେ ସେକାଳ ପଖାଳର ଘୋର ଅଭାବ। ଏକବିଂଶ ଶତାବ୍ଦୀରେ ତ୍ୱରିତ ନ୍ୟାୟ ପ୍ରଦାନରେ ବିଳମ୍ବର ମୂଳ କାରଣ ହେଉଛି ନିମ୍ନ ଅଦାଲତରେ ବିଚାରପତିଙ୍କ ଅଭାବ। ୨୦୨୩ ଆରମ୍ଭରେ ପ୍ରାୟ ୫,୦୦୦ ରୁ ଅଧିକ ବିଚାରପତି ପଦ ଖାଲି ଥିଲା। ତଥ୍ୟାନୁସାରେ, ହାଇକୋର୍ଟଗୁଡିକରେ ଜୁଲାଇ ୨୦୨୪ ସୁଦ୍ଧା, ୧,୧୧୪ ମଧ୍ୟରୁ ୩୩୨ ବିଚାରପତି ପଦ ଖାଲି ଥିଲା। ଭାରତରେ ପ୍ରତି ୧୦ ଲକ୍ଷ ଲୋକ ପାଇଁ ମାତ୍ର ୨୧ ଜଣ ବିଚାରପତି ଅଛନ୍ତି, ଯାହା ବ୍ରିଟେନରେ ୫୧ ଓ ଆମେରିକାରେ ୧୦୭। ଅଧିକନ୍ତୁ, ଆଦାଲତ ଭବନର ଅଭାବ, ଟେକ୍ନୋଲୋଜି ଓ ପ୍ରଶିକ୍ଷଣର ଅଭାବ, ଅନୁବାଦରେ ବିଳମ୍ବ, ଆବେଦନ ପ୍ରକ୍ରିୟାରେ ଜଟିଳତା ଏବଂ ଅଦାଲତ ଓ ଆଇନଜୀବୀମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଏହି ବିଳମ୍ବକୁ ଆହୁରି ବଢ଼ାଇଛି। ଅନେକ ଅଞ୍ଚଳରେ ଆଇନଜୀବୀଙ୍କ ଅଭାବ ମଧ୍ୟ ବିଳମ୍ବକୁ ପ୍ରଭାବିତ କରେ। ବିଳମ୍ବର ଅନ୍ୟ ଏକ କାରଣ ହେଉଛି ଅସଂଖ୍ୟ ଅପିଲ ମାମଲା, ଯାହା ବହୁ ମାତ୍ରାରେ ନିମ୍ନ ଆଦାଲତରୁ ଆସେ ଯେଉଁଠି ପ୍ରାୟ ୪୬% ମାମଲାରେ ସରକାର ପ୍ରତିପକ୍ଷ ଭାବେ ରହିଥାନ୍ତି। 

       ଏହି ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଫାସ୍ଟ-ଟ୍ରାକ୍ କୋର୍ଟ ସ୍ଥାପନ କରିବା ସହ କିଛି ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ୧,୦୨୩ଟି ଅଦାଲତ ଗଠନ ଲକ୍ଷ୍ୟ ଥିଲେ ବି, ରାଜ୍ୟ ସରକାରମାନଙ୍କ ରୁଚି ଓ ବିଚାରପତି ଅଭାବରୁ ଏହା ୭୯୦ ରେ ଅଟକିଯାଇଛି। ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ୭୫୨ଟି ଅଦାଲତ କାର୍ଯ୍ୟକ୍ଷମ ଥିଲେ। ଡିଜିଟାଲ ଦିଗରେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ ହୋଇଛି—ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟମାନଙ୍କୁ ମାମଲା ରେକର୍ଡ ଡିଜିଟାଇଜ କରିବା ଓ ଏକ ମ୍ୟାନେଜମେଣ୍ଟ ରେଜିଷ୍ଟ୍ରାର ନିଯୁକ୍ତି ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହିତ ଅନ୍ୟ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଯେପରିକି ଲୋକ ଆଦାଲତ ଓ ଅନୁରୋଧ ଅନୁମୋଦନ ପ୍ରକ୍ରିୟାକୁ ବଢ଼ାଇ ନ୍ୟାୟ ଉପରେ ଅନୁଭାର ହ୍ରାସ କରିବା ଚେଷ୍ଟା ମଧ୍ୟ ଚାଲିଛି। ପ୍ରସ୍ତୁତି ଅଛି, କିନ୍ତୁ ନାହିଁ ସଂକଳ୍ପ ଓ ନିଷ୍ଠା। ଶିବାଜୀଙ୍କ ଶାସନ ଜନସାଧାରଣଙ୍କ ଆଶା ଓ ବିଶ୍ୱାସ ଉପରେ ଗଠିତ ଥିଲା। ଏବର ନ୍ୟାୟ ବ୍ୟବସ୍ଥା ଆଉଥରେ ସେହି ବିଶ୍ୱାସକୁ ଧାରଣ କରିବାର ସମୟ ଉପନୀତ।

       "ନ୍ୟାୟର ଚକ ଗଡିବା ଉଚିତ, କିନ୍ତୁ ସେହି ଗତିରେ ନୁହେଁ ଯାହା ବିଶ୍ୱାସକୁ ଚୁରମାର୍ କରିଦେବ" — ୨୦୨୩ ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଏହି ମହତ୍ତ୍ୱପୂର୍ଣ୍ଣ ମତାମତ ଆଧାରରେ ନ୍ୟାୟିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାଙ୍କ ମିଳିତ ପ୍ରୟାସର ଆବଶ୍ୟକତା ରହିଛି। ମହାମହିମ ରାଷ୍ଟ୍ରପତିଙ୍କ ୧୪ ଗୋଟି ପ୍ରଶ୍ନ ସହ ଜନସାଧାରଣଙ୍କର ଅନେକ ପ୍ରଶ୍ନ ଆଜି ଉତ୍ତର ଅପେକ୍ଷାରେ। କାଳକ୍ଷେପଣ ନୀତି ସର୍ବାଦୌ ବର୍ଜନୀୟ। ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ଉତ୍ତର ଦେବାବେଳେ ଜନସାଧାରଣଙ୍କ କଥା ମଧ୍ୟ ଚିନ୍ତା କରିବା ଉଚିତ୍। 

*****

Friday, June 6, 2025

ବୁଝି ବିଚାରି ଖାଇବା

ପ୍ରିୟ ସାଥୀଗଣ,

      ଆଜି ଜୁନ୍ ୭, ୨୦୨୫, ବିଶ୍ୱ‌ ଖାଦ୍ୟ ନିରାପତ୍ତା ଦିବସ।

    ଆସନ୍ତୁ ଆମେ ଏକ ଗମ୍ଭୀର ସଂକଳ୍ପ କରିବା,  ବୁଝି ବିଚାରି ଖାଇବା, ସୁରକ୍ଷିତ ଭାବରେ ବଞ୍ଚିବା ଏବଂ ଖାଦ୍ୟ, ବିଜ୍ଞାନ ଓ ଆତ୍ମା ମଧ୍ୟରେ ଥିବା ପବିତ୍ର ବନ୍ଧନକୁ ସମ୍ମାନ ଦେବା। କାରଣ, "ଆହାରଶୁଦ୍ଧୌ ସତ୍ତ୍ୱଶୁଦ୍ଧିଃ, ସତ୍ତ୍ୱଶୁଦ୍ଧୌ ଧ୍ରୁବସ୍ମୃତିଃ”।

ବୃହସ୍ପତି ସାମଲ 

ସାଧାରଣ ସମ୍ପାଦକ 

                           ବୁଝି ବିଚାରି ଖାଇବା

     ଭାରତୀୟ ପାରମ୍ପରିକ ଦୃଷ୍ଟିକୋଣରେ ଖାଦ୍ୟ କେବଳ ଶରୀର ପାଇଁ ଆବଶ୍ୟକ ଉର୍ଜା ନୁହେଁ, ବରଂ ଏହା ଏକ ପବିତ୍ର ଅନୁଭୂତି, ଏକ ଧାର୍ମିକ ଚିନ୍ତନ ଭାବରେ ଗ୍ରହଣ କରାଯାଇଥାଏ। ତୈତ୍ତିରୀୟ ଉପନିଷଦରେ ଉଲ୍ଲେଖ ଅଛି,  "ଅନ୍ନମ୍ ବ୍ରହ୍ମ", ଅର୍ଥାତ୍ ଖାଦ୍ୟ ହିଁ ବ୍ରହ୍ମ। ଏହି କଥା କେବଳ ଖାଦ୍ୟର  ଆଧ୍ୟାତ୍ମିକତା ବ୍ୟକ୍ତ କରେନାହିଁ, ବରଂ ଏହାର ଶାରୀରିକ ଓ  ମାନସିକ ପ୍ରାଧାନ୍ୟକୁ  ବୁଝାଏ। କୁହାଯାଏ,  “ଆହାରଶୁଦ୍ଧୌ ସତ୍ତ୍ୱଶୁଦ୍ଧିଃ, ସତ୍ତ୍ୱଶୁଦ୍ଧୌ ଧ୍ରୁବସ୍ମୃତିଃ”। ଅର୍ଥାତ,  ଆହାରର  ପବିତ୍ରତାରୁ ମନର ପବିତ୍ରତା ଆସେ ଏବଂ ମନ‌ର ପବିତ୍ରତାରୁ ନିରନ୍ତର ସ୍ମୃତି ଉଦ୍ଭବ ହୁଏ। 

       ପ୍ରାଚୀନ ଭାରତରେ ଖାଦ୍ୟ ସେବନର ଏକ ନିୟମିତ ଓ ଋତୁ ଅନୁଯାୟୀ ପ୍ରଣାଳୀ ଥିଲା। ଆୟୁର୍ବେଦ ଖାଦ୍ୟକୁ ତିନୋଟି ଶ୍ରେଣୀରେ ବିଭାଜିତ କରେ, ଯଥା ସାତ୍ତ୍ୱିକ (ପବିତ୍ର), ରାଜସିକ (ଉତ୍ତେଜନାକାରୀ), ଏବଂ ତାମସିକ (ବିକୃତ)। ଏଠାରେ ବିରୁଦ୍ଧ ଆହାର ବିଷୟରେ ମଧ୍ୟ ଉଲ୍ଲେଖ ଅଛି, ଯେପରିକି ଫଳ ଓ ଦୁଧ, ମାଂସ ଓ ଦହି ଏକାସାଥିରେ ଖାଇବା ମନା। ପ୍ରଭାତ ଭୋଜନ ସାଧାରଣତଃ ହାଲୁକା ଏବଂ ମିଷ୍ଟାନ୍ନ ଧରଣର, ଫଳ, ଦୁଧ, ଓ ଅନ୍ନ ଆଧାରିତ ଥିଲା। ମଧ୍ୟାନ୍ନ ଭୋଜନ ସବୁଠାରୁ ଭାରି, ଯାହା ଅଗ୍ନି ତତ୍ତ୍ୱ (ପିତ୍ତ) ଶରୀରରେ ଅଧିକ ଥିବା ସମୟରେ ଗ୍ରହଣ କରାଯାଉଥିଲା। ସନ୍ଧ୍ୟା ଭୋଜନ ସବୁଠାରୁ ହାଲୁକା ଏବଂ ବିଶେଷତ‍ଃ ସୂର୍ଯ୍ୟାସ୍ତ ପୂର୍ବରୁ ସେବନ କରାଯାଉଥିଲା। ଏହି ନିୟମଗୁଡ଼ିକ କେବଳ ଆନୁଷ୍ଠାନିକ ନଥିଲା, ବରଂ ଆୟୁର୍ବେଦ ଓ ପୃଥିବୀର ଗତିବିଧିକୁ ଧ୍ୟାନରେ ରଖି ନିର୍ଦ୍ଧାରଣ କରାଯାଇଥିଲା। ଋତୁ ଅନୁସାରେ ଖାଦ୍ୟ ଯଥା, ଗ୍ରୀଷ୍ମରେ କଞ୍ଚା ଆମ୍ବ, ଶୀତରେ ତିଳ, ବସନ୍ତରେ ନିମ୍ବ,  ସବୁ ଶରୀରକୁ ରୋଗମୁକ୍ତ ଓ ସନ୍ତୁଳିତ ରଖିବା ପାଇଁ ଚୟନ କରାଯାଉଥିଲା। ସ୍ୱାମୀ ବିବେକାନନ୍ଦ କହିଥିଲେ, “ଆପଣ ଯାହା ଖାଆନ୍ତି, ଆପଣ ସେହିଭଳି ହୋଇଯାନ୍ତି। ଆହାର ଆମର ମନ ଉପରେ ପ୍ରଭାବ ପକାଇଥାଏ।” ଏହି କଥା ଅନେକ ସାଧୁସନ୍ଥମାନଙ୍କ ଦ୍ୱାରା କୁହାଯାଇଥିଲେ ମଧ୍ୟ, ବର୍ତ୍ତମାନ ବିଜ୍ଞାନ ଏହି ତଥ୍ୟକୁ ପ୍ରମାଣିତ କରିଛି। ଦୁଇଟି ନୋବେଲ ପୁରସ୍କାର ବିଜେତା ଲିନସ୍ ପଲିଂ କହିଥିଲେ, “ପ୍ରତ୍ୟେକ ରୋଗ, ପ୍ରତ୍ୟେକ ଅସୁସ୍ଥତା ଓ ଦୁର୍ବଳତାର ମୂଳ କାରଣ ହେଉଛି ଆହାରରେ ଖଣିଜ ତତ୍ତ୍ୱର ଅଭାବ।” ଏହା ସ୍ପଷ୍ଟ କରିଦିଏ ଯେ, ଆମ ଖାଦ୍ୟପାତ୍ରରେ ଥିବା ଖାଦ୍ୟପଦାର୍ଥ ବଞ୍ଚିବା ଏବଂ ସୁସ୍ଥ ରହିବାର ମୂଳ ଅଧାର। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ସମ୍ପ୍ରତି ଯେତେବେଳେ ପୃଥିବୀର ଅନ୍ୟୁନ ୧୬ କୋଟି ଲୋକ ଅସୁରକ୍ଷିତ ଖାଦ୍ୟ ଖାଇ ଦୈନିକ ରୋଗଗ୍ରସ୍ତ ହେଉଛନ୍ତି, ସେତେବେଳେ ସୁରକ୍ଷିତ ଖାଦ୍ୟ ଆହାର ଉପରେ ଧ୍ୟାନ କେନ୍ଦ୍ରୀତ କରିବାର ଆବଶ୍ୟକତା ରହିଛି।

    ଖାଦ୍ୟ ସୁରକ୍ଷା ପଛର ବିଜ୍ଞାନ ବହୁବିଧ। ଏହା କେବଳ ପରିଷ୍କାର ପରିଚ୍ଛନ୍ନ ଭାବେ ପନିପରିବା ସଫାସଫି ବା  ସୁରକ୍ଷିତ ଭାବେ ରୋଷେଇ କରିବାକୁ ବୁଝେଇ ନଥାଏ, ବରଂ  ସୂକ୍ଷ୍ମ-ଜୀବବିଜ୍ଞାନ ସମ୍ବନ୍ଧୀୟ ମାନକ, ରାସାୟନିକ ବିଶ୍ଳେଷଣ ଓ ଅବଶେଷ ତଥା ସ୍ୱାସ୍ଥ୍ୟକର ଅଭ୍ୟାସ ଏବଂ ପାଚନ ସମ୍ବନ୍ଧୀୟ ଆଇନ ପାଳନ ସ‌ହ ଜଡିତ। ଅସୁରକ୍ଷିତ ଖାଦ୍ୟରେ ବ୍ୟାକ୍ଟେରିଆ, ପାରାସାଇଟ୍, ଭାଇରସ୍, ଏବଂ ବିଷାକ୍ତ ରସାୟନ ଥାଏ। ଏହି ଖାଦ୍ୟ ଖାଇବା ଦ୍ୱାରା ମଣିଷକୁ ଡାଇରିଆରୁ ଆରମ୍ଭ କରି କ୍ୟାନ୍ସର ପର୍ଯ୍ୟନ୍ତ ଅନେକ ପ୍ରକାରର ରୋଗ  ହୋଇଥାଏ। ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ଏକ ଅଧ୍ୟୟନରୁ ଜଣାପଡ଼େ ଯେ ଭାରତରେ ବିକ୍ରି ହେଉଥିବା ପ୍ୟାକେଟ ଖାଦ୍ୟର ୬୦% ଅଧିକ ସୋଡିଅମ୍, ସୁଗର ବା ଫ୍ୟାଟ୍ ରଖିଥାଏ। ଏହାର ଦୀର୍ଘକାଳୀନ କୁପରିଣାମ  ହେଉଛି ରକ୍ତଚାପ, ହୃଦରୋଗ ଓ ଯକୃତ ଅସୁସ୍ଥତା। ଏହା ସହିତ ରାସ୍ତା କଡର ଖାଦ୍ୟ (ଷ୍ଟ୍ରିଟ୍ ଫୁଡ୍), ପୋଡ଼ା ତେଲ ଓ ବାସି ଭୋଜନ ଉପରେ ନିର୍ଭରଶୀଳ ଲୋକମାନେ ଅଧିକ ସଂଖ୍ୟାରେ ଗ୍ୟାସ୍ ତଥା ପାକସ୍ଥଳୀ  ଓ ଅନ୍ତନଳୀ ରୋଗର ଶିକାର ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତିବର୍ଷ ଭାରତରେ ଏକ ଲକ୍ଷରୁ ଅଧିକ ମୃତ୍ୟୁ ଖାଦ୍ୟ ସଂକ୍ରମଣ ହେତୁ ହୋଇଥାଏ। ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ଭିତରୁ ଅନେକ ଖାଦ୍ୟ ଜନିତ ରୋଗରେ ପ୍ରାଣ ହରାଉଛନ୍ତି। ପ୍ରତିବର୍ଷ ଭାରତରେ ପ୍ରାୟ ୮୦,୦୦୦ ଶିଶୁ କେବଳ ଡାଇରିଆରେ ମୃତ୍ୟୁବରଣ କରନ୍ତି। ଗର୍ଭବତୀ ମହିଳାମାନେ କୁପୋଷଣ ଓ ଅନିୟମିତ ଆହାର ଦ୍ୱାରା ରକ୍ତହୀନତର ଶୀକାର ହେଉଛନ୍ତି। ତେଣୁ ଖାଦ୍ୟ ସୁରକ୍ଷା କେବଳ ଏକ ଆହାର ଶୃଙ୍ଖଳା ନୁହେଁ, ଏହା ଏକ ମାନବିକ ଅଧିକାର।

    ଭାରତରେ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥ ଅତ୍ୟନ୍ତ ଲୋକପ୍ରିୟ ହେବା ସତ୍ତ୍ୱେ ଏହା ସ୍ୱାସ୍ଥ୍ୟ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରେ। ଚାଟ୍, ଗୁପଚୁପ, ଦହିବରା, ଚାଓମିନ ଓ ଅନ୍ୟାନ୍ୟ ଖାଦ୍ୟପଦାର୍ଥ ସାଧାରଣତଃ ଖୋଲା ଆକାଶ ତଳେ ଏବଂ ଧୁଳିଧୂସର ପରିବେଶରେ ପ୍ରସ୍ତୁତ ଓ ବିକ୍ରି ହୁଏ। ଏହି ଖାଦ୍ୟଗୁଡ଼ିକ ଏପରି ଅସ୍ୱଚ୍ଛ ପରିବେଶରେ ରହିଥିବାରୁ ବିଭିନ୍ନ ବ୍ୟାକ୍ଟେରିଆ ଓ ଭାଇରସର ଆଶ୍ରୟସ୍ଥଳ ହୋଇଥାଏ, ଯାହା ଲୋକମାନଙ୍କୁ ଗୁରୁତର ରୋଗରେ ପ୍ରଭାବିତ କରିପାରେ। ଭାରତର ଖାଦ୍ୟ ସୁରକ୍ଷା ଓ ମାନକ ସଂସ୍ଥାର ୨୦୨୩ ରିପୋର୍ଟ ଅନୁସାରେ, ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କ ମଧ୍ୟରୁ ପ୍ରାୟ ୬୦% ବିକ୍ରେତା ହାତ ଧୋଇ ଖାଦ୍ୟ ପ୍ରସ୍ତୁତ କରନ୍ତିନାହିଁ, ଯାହା ଫଳରେ ଖାଦ୍ୟ ପ୍ରଦୂଷିତ ହେବାର ସମ୍ଭାବନା ଅଧିକ ଥାଏ। ଏହି ପ୍ରଦୂଷିତ ଖାଦ୍ୟ ଦ୍ୱାରା ମୁଖ୍ୟତଃ ଅନ୍ତ୍ରଜ୍ୱର, ଫୁଡ୍ ପଏଜନିଂ, ହେପାଟାଇଟିସ୍ ‘ଏ’ ଓ ‘ଇ’, ଓ କଲେରା ଭଳି ରୋଗ ହୁଏ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୨୨ ଅନୁଯାୟୀ ଭାରତରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅନ୍ତ୍ରଜ୍ୱର ଆକ୍ରାନ୍ତ ଶିଶୁମାନଙ୍କ ମଧ୍ୟରୁ, ୨୮% କ୍ଷେତ୍ରରେ ରୋଗର କାରଣ ଖାଦ୍ୟ ଓ ପାନୀୟ ଦ୍ୱାରା ହୋଇଥିବା ଦେଖାଯାଇଛି। ଏହା ଛଡା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ୨୦୨୩ ଅନୁଯାୟୀ, ଭାରତରେ ପ୍ରତିବର୍ଷ ୧.୫ କୋଟି ଲୋକ ଖାଦ୍ୟ ଜନିତ ରୋଗରେ ପୀଡିତ ହୁଅନ୍ତି। ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ୨୦୨୩ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ, ଆନୁମାନିକ ୪୦% ବିକ୍ରେତାଙ୍କ ପାଖରେ ଖାଦ୍ୟ ସ୍ୱଚ୍ଛତା ଓ ପରିଶୁଦ୍ଧତା ନିମନ୍ତେ ଆବଶ୍ୟକ ପ୍ରମାଣପତ୍ର ନାହିଁ। ଫଳରେ ୨୦୨୨ରେ କେବଳ ଭୁବନେଶ୍ୱରରେ ପ୍ରାୟ ୫,୦୦୦ ଲୋକ ଫୁଡ୍ ପଏଜନିଂ ଓ ଡିହାଇଡ୍ରେସନ୍ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି  ହୋଇଥିଲେ। 

         ଏହି ପରିପ୍ରେକ୍ଷିରେ ଜନସାଧାରଣଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଗ୍ରତ କରିବା‌ ପାଇଁ ପ୍ରତି ବର୍ଷ ୭ ଜୁନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବରେ ପାଳିତ ହେଉଥିବା ବେଳେ ଆମେ ଏହି ବର୍ଷର ଥିମ୍ ଉପରେ ଚିନ୍ତା କରିବା ଉଚିତ୍। ବୈଜ୍ଞାନିକ ଜ୍ଞାନ ହେଉଛି ରୋଗ କମେଇବା, ଖର୍ଚ୍ଚ ହ୍ରାସ କରିବା ଓ ଜୀବନ ବଞ୍ଚାଇବାର ଚାବି। ଅସୁରକ୍ଷିତ ଖାଦ୍ୟରୁ ସୁରକ୍ଷିତ ଖାଦ୍ୟକୁ ଯାତ୍ରା କେବଳ ପ୍ରଯୁକ୍ତିଗତ ଉନ୍ନତି ନୁହେଁ, ବରଂ ଆମର ସାଂସ୍କୃତିକ ଓ ପାରମ୍ପରିକ ମୂଳପିଣ୍ଡକୁ ଫେରି ଋତୁକାଳୀନ ଓ ଭରପୁର ପୋଷଣ ଯୁକ୍ତ ଖାଦ୍ୟର ମୂଲ୍ୟ ବୁଝିବା ଓ ଆମେ ଯାହା ଖାଉଛୁ ତା'ର ଉତ୍ତରଦାୟୀଦାୟିତ୍ୱ ଗ୍ରହଣ କରିବା। ଭାରତୀୟ ଚିକିତ୍ସା ବିଜ୍ଞାନର ଜନକ ଆଚାର୍ଯ୍ୟ ଚରକ ଦୁଇ ହଜାର ବର୍ଷ ପୂର୍ବେ କହିଥିଲେ, “ଯିଏ ଉଚିତ୍ ସମୟରେ ଉଚିତ୍ ଭାବରେ ଉତ୍ତମ ଖାଦ୍ୟ ଖାଏ, ସେ ଚିକିତ୍ସକ ଆବଶ୍ୟକ କରେନାହିଁ।” ଏହି କଥାର ମହତ୍ତ୍ଵ ଆଜି ବି ଗଭୀର ଭାବରେ ପ୍ରସଙ୍ଗିକ ଓ ଆବଶ୍ୟକ।  ଆମେ ଯେଉଁ ଖାଦ୍ୟ ଆମ ଥାଳିରେ ରଖୁଛୁ, ସେଥିରୁ ନା କେବଳ ଆମର ସ୍ୱାସ୍ଥ୍ୟ ନିର୍ଣ୍ଣୟ ହୁଏ, ବରଂ ଆମର ଅର୍ଥନୈତିକ ବ୍ୟବସ୍ଥା, ଆଗାମୀ ପିଢି ଓ ଜାତିର ସ୍ଥିରତା ମଧ୍ୟ ନିର୍ଣ୍ଣୟ ହୁଏ। ଏହି ୭ ଜୁନ, ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଆସନ୍ତୁ ଆମେ ଏକ ଗମ୍ଭୀର ସଂକଳ୍ପ କରିବା,  ବୁଝି ବିଚାରି ଖାଇବା, ସୁରକ୍ଷିତ ଭାବରେ ବଞ୍ଚିବା ଏବଂ ଖାଦ୍ୟ, ବିଜ୍ଞାନ ଓ ଆତ୍ମା ମଧ୍ୟରେ ଥିବା ପବିତ୍ର ବନ୍ଧନକୁ ସମ୍ମାନ ଦେବା। କାରଣ, ଯେଉଁଠାରେ ଖାଦ୍ୟ ଶୁଦ୍ଧ, ସେଠି ଚିନ୍ତା ପବିତ୍ର ଏବଂ ଜୀବନ ସୁସ୍ଥ ଓ ସୁରକ୍ଷିତ।

*****

Minutes of the Zonal Advisory Committee Meeting under CGHS, Bhubaneswar held on 3rd June 2025

 


Wednesday, June 4, 2025

ପ୍ଲାଷ୍ଟିକ ପ୍ରଦୂଷଣମୁକ୍ତ ପରିବେଶ


ପ୍ରିୟ ସାଥୀଗଣ

ଆଜି ୫ ଜୁନ୍ ୨୦୨୫ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମୋ ଲେଖା ପ୍ଲାଷ୍ଟିକ ପ୍ରଦୂଷଣମୁକ୍ତ ପରିବେଶ ଓଡ଼ିଆ ଦୈନିକ ଖବରକାଗଜ #ନିତିଦିନ ଦୃଷ୍ଟିକୋଣ ପୃଷ୍ଠାରେ ସ୍ଥାନିତ ହୋଇଥିବାରୁ ନିତିଦିନର ସମ୍ପାଦକ ଓ ସମ୍ପାଦନା ମଣ୍ଡଳୀର ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ।

ଆସନ୍ତୁ, ସମସ୍ତେ ମିଳିମିଶି ଏକ ପ୍ଲାଷ୍ଟିକ ପ୍ରଦୂଷଣମୁକ୍ତ ପରିବେଶ ଗଠନ ପାଇଁ କାମ କରିବା। 

ବୃହସ୍ପତି ସାମଲ 

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ 

ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି

ପ୍ଲାଷ୍ଟିକ ପ୍ରଦୂଷଣମୁକ୍ତ ପରିବେଶ

   ମନୁଷ୍ୟ ଜୀବନଯାତ୍ରାର ଏକ ଅଭିନ୍ନ ସହଯାତ୍ରୀ ଭାବେ ପ୍ଲାଷ୍ଟିକ୍ ଏବେ ଶୌଚାଳୟର ମଗ ଓ ବାଲତିରୁ ଆରମ୍ଭ କରି ଚିକିତ୍ସାଳୟର ସୂତା ଓ ସିରିଞ୍ଜ ପର୍ଯ୍ୟନ୍ତ, କୃଷି ସରଂଜାମରୁ କମାଣ ପର୍ଯ୍ୟନ୍ତ, ମୋବାଇଲରୁ ମିଜାଇଲ , ସାଇକେଲରୁ ଉଡାଜାହାଜ, ଶିଶୁର ଛୋଟ ଛୋଟ ଖେଳନାରୁ ବଡ଼ ବଡ଼ ଗାଡ଼ିର ଯନ୍ତ୍ରାଂଶ, ଜୋତାରୁ ଛତା, ଘରକରଣା ଜିନିଷପତ୍ର ଠାରୁ ବୃହତ ଶିଳ୍ପୋଦ୍ୟୋଗର ଆବଶ୍ୟକୀୟ ସଂରଜାମ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରକୁ ଗଭୀର ଭାବେ କବଳିତ କରିଛି ଯାହା ବିନା ଆଜିର ଆଧୁନିକତା କଳ୍ପନା କରିବା ଅସମ୍ଭବ। ବିଶ୍ୱରେ ପ୍ରତି ବର୍ଷ ପ୍ରାୟ ୪୦ କୋଟି ଟନ୍ ପ୍ଲାଷ୍ଟିକ୍ ଉତ୍ପାଦିତ ହୁଏ, ଯାହାର ୪୦% କେବଳ ଖାଦ୍ୟ, ପାନୀୟ ଓ ଅନ୍ୟାନ୍ୟ ଘରୋଇ ଉପକରଣର ପ୍ୟାକେଜିଂ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ। ଭାରତରେ ପ୍ରତିବର୍ଷ ପ୍ରାୟ ୩୫ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ବ୍ୟବହାର କରାଯାଉଛି। ଗୋଟିଏ ମଧ୍ୟମ ବର୍ଗୀୟ ଘରେ ବାର୍ଷିକ ଆନୁମାନିକ ୮୦ରୁ ୧୦୦ କିଲୋଗ୍ରାମ ପ୍ଲାଷ୍ଟିକ୍ ବ୍ୟବହାର ହେଇଥାଏ । ଚିକିତ୍ସା କ୍ଷେତ୍ର ଓ ଆପାତ୍‌କାଳୀନ ସେବାରେ ପ୍ଲାଷ୍ଟିକ୍ ଅନ୍ୟତମ ମୂଳ ଉପାଦାନ । ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୬୦୦ କୋଟି ସିରିଞ୍ଜ, ଲକ୍ଷ ଲକ୍ଷ ଗ୍ଲୋଭ୍ସ, ଡ୍ରିପ୍  ଓ ମେଡିସିନ୍ ବୋତଲ ପ୍ଲାଷ୍ଟିକ୍‌ରେ ତିଆରି ହୁଏ। ଯାନବାହନ ଶିଳ୍ପରେ ପ୍ଲାଷ୍ଟିକ୍ ବ୍ୟବହାର ଗାଡ଼ିର ଓଜନ କମାଇ ଇନ୍ଧନ ସଞ୍ଚୟ ଓ ପରିବେଶ ପାଇଁ ଏକ ସୁଦୃଢ଼ ଭୂମିକା ନିବାହ କରେ।ଇଲେକ୍ଟ୍ରୋନିକ୍ ଉପକରଣ ଯଥା ଟିଭି, ଫ୍ରିଜ୍, ଲାପଟପ୍, ମୋବାଇଲ୍ ଓ ଘରୋଇ ଯନ୍ତ୍ରାଦିର ଅନେକାଂଶ ଅଂଶ ପ୍ଲାଷ୍ଟିକ୍‌ରେ ତିଆରି । ବିଶ୍ୱ ଇଲେକ୍ଟ୍ରୋନିକ୍ ଶିଳ୍ପର ଅନୁମାନିକ ୫୦% ଉପାଦାନ ପ୍ଲାଷ୍ଟିକ୍ ଆଧାରିତ ।

     ଏମିତି ଭାବରେ ପ୍ଲାଷ୍ଟିକ୍ ଆମ ଜୀବନର ଏକ ଅଭିନ୍ନ ଅଂଶ ହେବା ସତ୍ତ୍ୱେ ଏହାର ଅନିୟନ୍ତ୍ରିତ ବ୍ୟବହାର‌ଏବେ ପରିବେଶ, ପ୍ରାଣୀ ଓ ମାନବ ସ୍ୱାସ୍ଥ୍ୟ ଉପରେ ଘାତକ ପ୍ରଭାବ ପକାଇ ଆସୁଛି । ଏହି କାରଣରୁ ୨୦୨୫ ଜୁନ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ଦେଶ ଆମ ସମୟର ସବୁଠାରୁ ଜଟିଳ ପରିବେଶୀୟ ସମସ୍ୟା ଏହି  ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ଦ୍ୱାରା ଆୟୋଜିତ ବିଶ୍ୱ ପରିବେଶ ଦିବସ ୨୦୨୫ର ବିଷୟବସ୍ତୁ  ହେଉଛି “ପ୍ଲାଷ୍ଟିକ ପ୍ରଦୂଷଣର ବିନାଶ”। କୋରିଆ ଗଣତନ୍ତ୍ର ଏହି ବାର୍ଷିକ କାର୍ଯ୍ୟକ୍ରମର ଆୟୋଜକ ହେବା ସହ, ଏହା ଗୋଟିଏ ଆନ୍ତର୍ଜାତୀୟ ମିଳିତ ପ୍ରତିକ୍ରିୟା ପାଇଁ ଆହ୍ୱାନ ଜଣାଇଛି। ଏହି ବିଷୟବସ୍ତୁ କେବଳ ପ୍ରତୀକାତ୍ମକ ନୁହେଁ, ବରଂ  ସରକାର, ଶିଳ୍ପାନୁଷ୍ଠାନ ଏବଂ ବ୍ୟକ୍ତିମାନଙ୍କ ପାଇଁ ପ୍ଲାଷ୍ଟିକ ଉତ୍ପାଦନ, ବ୍ୟବହାର ଓ ଅବ୍ୟବସ୍ଥିତ ପରିଚାଳନାରୁ ସୃଷ୍ଟ ହେଉଥିବା ବିପଦର  ସମ୍ମୁଖୀନ ହେବା ପାଇଁ ଏକ ଦୃଢ଼ ଆହ୍ୱାନ।

    ବିଶ୍ୱରେ ପ୍ରାୟ ବିଂଶ ଶତାବ୍ଦୀର ମଧ୍ୟଭାଗରୁ ପ୍ଲାଷ୍ଟିକ ଉତ୍ପାଦନ ଦ୍ରୁତ ଗତିରେ ବଢ଼ି ବର୍ତ୍ତମାନ ପ୍ରତିବର୍ଷ ଅନ୍ୟୁନ ୪୩୦ ମିଲିଅନ୍ ଟନ୍‌ ପ୍ଲାଷ୍ଟିକ ଉତ୍ପାଦିତ ହେଉଛି, ଯାହାର ଦୁଇ-ତୃତୀୟାଂଶ ଅସ୍ଥାୟୀ ଓ ନିଷ୍କାସନ ଯୋଗ୍ୟ। ଏହି ସବୁ ପ୍ଲାଷ୍ଟିକର ଏକ ବୃହତ ଅଂଶ ଅତି ଦ୍ରୁତଗତିରେ ଆବର୍ଜନାରେ ପରିଣତ ହୋଇ ଉଭୟ ଜଳଚର ଓ ଭୂଚର ପ୍ରଜାତିଙ୍କୁ ଆକ୍ରାନ୍ତ  କରିଥାଏ। ୟୁଏନଇପି ଅନୁସାରେ, ପ୍ରତିବର୍ଷ ୧୯ ରୁ ୨୩ ମିଲିଅନ୍ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ନଦୀ ହ୍ରଦ ଓ ସମୁଦ୍ରକୁ ପ୍ରଦୁଷିତ କରିବା ସହ ଖାଦ୍ୟ ପ୍ରଣାଳୀ ଓ ମାନବ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରୁଛି। ସାମୁଦ୍ରିକ ଉତ୍ପାଦ ଯଥା ମାଛ, ଲୁଣ, ବୋତଲ ଜଳ ଆଦିରେ ଏବଂ ଏସବୁର ବ୍ୟବହାର ଯୋଗୁଁ ମାନବ ରକ୍ତରେ ମଧ୍ୟ ମାଇକ୍ରୋପ୍ଲାଷ୍ଟିକ ଚିହ୍ନଟ ହୋଇଛି। ପ୍ଲାଷ୍ଟିକ ଓ ମାଇକ୍ରୋପ୍ଲାଷ୍ଟିକ ଆବର୍ଜନା ଦେହରେ ପ୍ରବେଶ କରି ବିଭିନ୍ନ ଗୁରୁତର ରୋଗ ସୃଷ୍ଟି କରେ। ଏହାର ବିଷାକ୍ତ ରାସାୟନିକ ଉପାଦାନ ହରମୋନ ବିକୃତି, କ୍ୟାନ୍ସର, ଫୁସଫୁସ ଓ ପାଚନତନ୍ତ୍ର ରୋଗ, ମନୋଚିକିତ୍ସା ସମସ୍ୟା ଓ ଦୀର୍ଘକାଳୀନ ଜୀବନଘାତି ଅସୁଖ ସମସ୍ୟା ସୃଷ୍ଟି କରେ। ଖାଦ୍ୟ ଓ ପାନୀୟ ମାଧ୍ୟମରେ ମାଇକ୍ରୋପ୍ଲାଷ୍ଟିକ ଶରୀରରେ ପ୍ରବେଶ କରି ଅନ୍ତ୍ର ଓ ଅନ୍ୟାନ୍ୟ ଅଙ୍ଗକୁ କ୍ଷତିଗ୍ରସ୍ତ କରେ। ତେଣୁ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ଏହି ଭଳି‌ ଏକତ୍ରୀକରଣ, କ୍ରମାଗତ ବୃଦ୍ଧି ଓ ଜୈବମଣ୍ଡଳ ଉପରେ ଏହାର କୁପ୍ରଭାବ ଏବେ ସାରା‌ ବିଶ୍ୱବାସୀଙ୍କର ଚିନ୍ତା ବଢ଼ାଇ ଦେଇଛି।

    ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦ୍ୱାରା ସ୍ୱାସ୍ଥ୍ୟ ଓ ପରିବେଶ ଜନିତ କ୍ଷତି ଅପେକ୍ଷା ଆର୍ଥିକ ବ୍ୟୟ ଭାର ମଧ୍ୟ ଅତ୍ୟଧିକ। ପ୍ଲାଷ୍ଟିକ ପ୍ରଦୂଷଣ ପ୍ରତିବର୍ଷ ବିଶ୍ୱ ପରିବେଶ ଓ ସାମାଜିକ ଜୀବନରେ ୩୦୦ରୁ ୬୦୦ ବିଲିୟନ୍ ଡଲାର ପର୍ଯ୍ୟନ୍ତ କ୍ଷତି କରିଥାଏ। ଏହା ଜୈବ ବିଭିନ୍ନତା ହ୍ରାସ ଏବଂ ସାମୁଦ୍ରିକ ଓ ଉପକୂଳ ଜୀବମଣ୍ଡଳକୁ କ୍ଷତି ପହଞ୍ଚାଇବା ସହ ମତ୍ସ୍ୟ ଉତ୍ପାଦନ କ୍ଷମତା ହ୍ରାସ ଓ ସଫାଇ କାର୍ଯ୍ୟ ପାଇଁ ବ୍ୟୟ ବୃଦ୍ଧି କରେ। ପ୍ଲାଷ୍ଟିକର ସମ୍ପୂର୍ଣ୍ଣ ଜୀବନ ଚକ୍ର, ନିଷ୍କର୍ଷଣରୁ ଉତ୍ପାଦନ ଓ ବିନିଯୋଗ ପର୍ଯ୍ୟନ୍ତ, ଗ୍ରୀନହାଉସ୍ ଗ୍ୟାସ ନିର୍ଗମନ, ବୈଶ୍ୱିକ ଜଳବାୟୁ ସଙ୍କଟ ଓ ଭଙ୍ଗୁର ପ୍ରାକୃତିକ ପ୍ରଣାଳୀଗୁଡ଼ିକୁ  ଅପରିବର୍ତ୍ତନଶୀଳ ଢଙ୍ଗରେ ଅଧିକ କ୍ଷତି କରୁଛି। ଭାରତୀୟ ପରିପ୍ରେକ୍ଷୀରେ, ପ୍ଲାଷ୍ଟିକ ପ୍ରଦୂଷଣ ଏକ ମାତ୍ରାଧିକ ଜଟିଳ ସମସ୍ୟା। ୧.୪ ବିଲିୟନ୍‌ରୁ ଅଧିକ ଲୋକସଂଖ୍ୟା ସହ ଦ୍ରୁତ ଗତିରେ ସହରୀକରଣ ହେଉଥିବା ଭାରତରେ ପ୍ରତିବର୍ଷ ପ୍ରାୟ ୯.୩ ମିଲିଅନ୍ ଟନ୍‌ ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି ହେଉଛି। ଏଥିରୁ ପ୍ରାୟ ୫.୮ ମିଲିଅନ୍ ଟନ୍ ଭସ୍ମୀଭୂତ ଆବର୍ଜନା ବିଷାକ୍ତ ବାୟୁ ନିର୍ଗତ କରି ବାୟୁମଣ୍ଡଳକୁ ପ୍ରଦୂଷିତ କରେ ଅଥବା ଅନୁଚିତ ଓ ଅବ୍ୟବସ୍ଥିତ ଢଙ୍ଗରେ ଏଠି ସେଠି ଫୋପଡାଫିଙ୍ଗା ହୋଇ  ଭୂଭାଗ, ନଦୀ ଓ ସମୁଦ୍ରକୁ ପ୍ରଦୂଷିତ କରେ। ବିକଶିତ ଦେଶମାନଙ୍କ ତୁଳନାରେ ଭାରତର ବ୍ୟକ୍ତି ପିଛା  ପ୍ଲାଷ୍ଟିକ ବ୍ୟବହାର କମ୍ ହେଲେ ବି ଧୀରେ ଧୀରେ ଏହା ବଢି ବର୍ତ୍ତମାନ ବ୍ୟକ୍ତି ପିଛା ବର୍ଷକୁ ପ୍ରାୟ ୧୧ କିଲୋଗ୍ରାମରେ ପହଞ୍ଚିଛି। ଯଦି ଏହାକୁ ତୁରନ୍ତ ନିୟନ୍ତ୍ରଣ କରା ନଯାଏ, ତେବେ ଆସନ୍ତା ଦଶକରେ ଦୁଇଗୁଣ୍ ହୋଇଯିବ। ଯଦିଓ ଏବାବଦରେ ୨୦୧୬ର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମରେ ଭାରତର ନୀତି ଓ ଢାଞ୍ଚା ଶକ୍ତିଶାଳୀ, ଲୋକମାନଙ୍କର ଅତ୍ୟଳ୍ପ ସହଯୋଗ ଯୋଗୁଁ ତାହାର ପ୍ରୟୋଗରେ ଯଥେଷ୍ଟ ଆଞ୍ଚଳିକ ବୈଷମ୍ୟ ରହିଛି।

    ଏହି ପରିପ୍ରେକ୍ଷୀରେ, ଓଡ଼ିଶାକୁ ନଜର ଦେଲେ ଜଣାପଡ଼େ ଯେ ବିଭିନ୍ନ ପ୍ରଜାତିର ଉଦ୍ଭିଦ, ପ୍ରାଣୀ ଓ‌ ନିଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ୪୮୦ କିଲୋମିଟର ‌ପରିବ୍ୟାପ୍ତ ବଙ୍ଗୋପସାଗରୀୟ ଉପକୂଳ ଅଞ୍ଚଳ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ ନୁହେଁ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ, ୨୦୨୩ରେ ୧୨୦,୦୦୦ ଟନ୍‌ ପ୍ଲାଷ୍ଟିକ ଆବର୍ଜନା ଉତ୍ପାଦିତ ହୋଇଥିଲା। ଏହାର ସର୍ବାଧିକ ଅଂଶ ରାଜଧାନୀ ଭୁବନେଶ୍ୱରରୁ ଯେଉଁଠି ପ୍ରତିଦିନ ପ୍ରାୟ ୧୩୫ ଟନ୍‌ ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି ହୋଇଥାଏ। ପୁରୀ ଓ ପାରାଦୀପ ଭଳି ଉପକୂଳୀୟ ସହରଗୁଡିକ ସହ ଅନ୍ୟାନ୍ୟ ପର୍ଯ୍ୟଟନ ଓ  ଶିଳ୍ପ କେନ୍ଦ୍ରଗୁଡିକ ମଧ୍ୟ ଅନେକ ମାତ୍ରାରେ ଅବାଞ୍ଛିତ ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି କରି ସମୁଦ୍ରକୂଳିଆ ଅଞ୍ଚଳକୁ ପ୍ରଦୂଷିତ କରାଉଛନ୍ତି। ଉଦାହରଣସ୍ୱରୂପ, ଅସ୍ଥାୟୀ ନିଷେଧାଜ୍ଞା ଓ ସଚେତନତା ଅଭିଯାନ ଆୟୋଜିତ ହେବା ସତ୍ତ୍ୱେ ପ୍ରତ୍ୟେକ ବର୍ଷ ପୁରୀର ରଥଯାତ୍ରା ସମୟରେ, କଟକର ଐତିହାସିକ ବାଲିଯାତ୍ରା ସମୟରେ ଲକ୍ଷ ଲକ୍ଷ ଯାତ୍ରୀଙ୍କ ଦ୍ୱାରା ମାତ୍ରାଧିକ ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି ହୁଏ, ଯାହା ଉଭୟ ନଗରପାଳିକାକୁ ଅସୁବିଧାରେ ପକାଏ। ଓଡିଶାର କୃଷି ଓ ପାନୀୟ ଜଳ ପାଇଁ ମୁଖ୍ୟ ଜୀବନରେଖା ସାଜିଥିବା ମହାନଦୀ ଓ ତାହାର ଉପନଦୀଗୁଡିକରେ ମଧ୍ୟ ମାଇକ୍ରୋପ୍ଲାଷ୍ଟିକର ପରିମାଣ  ଦିନକୁ ଦିନ ବଢ଼ୁଛି। ଏହି କଣିକାଗୁଡ଼ିକ ଜଳଚର ବିବିଧତାକୁ ବିନାଶ କରିବା ସହ, ଏହି ନଦୀମାନଙ୍କର ଜଳକୁ ପାନୀୟଜଳ ଭାବେ ବ୍ୟବହାର‌କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି।

      ଏହି ବୃହତ ସମସ୍ୟାର ସମାଧାନ ପାଇଁ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଅନେକ ଉପାୟ ଗ୍ରହଣ କରାଯାଇଛି। ଅତ୍ୟଳ୍ପ ଉପଯୋଗୀ ଓ ଅତ୍ୟଧିକ ପରିବେଶୀୟ କ୍ଷତି ସୃଷ୍ଟିକାରୀ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ଉପରେ ନିଷେଧାଜ୍ଞା ଲାଗୁ କରି ଜାତୀୟ ସ୍ତରରେ, ଭାରତ ୨୦୨୨ ଜୁଲାଇରୁ ଏଭଳି ପ୍ଲାଷ୍ଟିକର  ଉତ୍ପାଦନ ଓ ବ୍ୟବହାରକୁ କମେଇବାକୁ ପ୍ରଯତ୍ନ କରିଛି। ବିସ୍ତାରିତ ନିର୍ମାତା ଉତ୍ତରଦାୟିତ୍ୱ ନୀତି ଅନୁଯାୟୀ, ନିର୍ମାତା, ଆମଦାନିକାରୀ ଓ ବ୍ରାଣ୍ଡ ମାଲିକମାନେ ତାଙ୍କ ଦ୍ୱାରା ବଜାରରେ ଆଣାଯାଇଥିବା ପ୍ଲାଷ୍ଟିକ ଉପକରଣର ଅନ୍ତିମ ପର୍ଯ୍ୟାୟ ବ୍ୟବସ୍ଥାପନ ପାଇଁ ଦାୟୀ ରହିବେ। ଓଡ଼ିଶାର ସ୍ଥାନୀୟ ପ୍ରଶାସନ ଓ ନଗରପାଳିକାମାନେ ମଧ୍ୟ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ୨୦୧୯ରୁ ୫୦ ମାଇକ୍ରନରୁ କମ୍  ଥିବା ପ୍ଲାଷ୍ଟିକ ବ୍ୟାଗର ବ୍ୟବହାରକୁ ନିଷିଦ୍ଧ କରାଯାଇ ଉଲ୍ଲଙ୍ଘନକାରୀ ବ୍ୟବସାୟୀମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଉଛି। ବିଭିନ୍ନ ବେସରକାରୀ ଅନୁଷ୍ଠାନମାନଙ୍କ ସାହାଯ୍ୟରେ ନିମ୍ନ ଆୟକାରୀଙ୍କ ଦ୍ୱାରା ଗୋଷ୍ଠୀଗତ ଭାବେ କପଡା ଓ ଝୋଟ ବ୍ୟାଗ ଭଳି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଉତ୍ପାଦନ ପ୍ଲାଷ୍ଟିକର ବିକଳ୍ପ ପାଇଁ ପ୍ରୋତ୍ସାହିତ କରାଯାଉଛି। ପୁରୀ ନଗରପାଳିକା ପ୍ରାୟତଃ ପ୍ରତି ମାସ ମେଗା ସ୍ବଚ୍ଛତା ଅଭିଯାନ ଚଳାଉଛି ଯେଉଁଥିରେ ସ୍ଥାନୀୟ ବାସିନ୍ଦା ଓ ଦେଶୀବିଦେଶୀ ପର୍ଯ୍ୟଟକ ଅଂଶଗ୍ରହଣ କରୁଛନ୍ତି। ଅଧିକନ୍ତୁ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଡ଼ ସହରଗୁଡିକରେ ପ୍ଲାଷ୍ଟିକ ଆବର୍ଜନାର ଉତ୍ସ ଓ ତାହାର ପ୍ରବାହ ନିର୍ଣ୍ଣୟ କରିବା ପାଇଁ ଏକ ମ୍ୟାପିଂ ପ୍ରକଳ୍ପ ଆରମ୍ଭ କରିଛି। ଏହିସବୁ ପ୍ରଚେଷ୍ଟା ଯଥେଷ୍ଟ ଥିଲେ ମଧ୍ୟ, ସାମୟିକ ହୋଇଥିବାରୁ ଏକ ଦୀର୍ଘକାଳୀନ ତଥା ନୀତିଗତ ନିଷ୍ପତିର ଆବଶ୍ୟକତା ରହିଛି।

     ନୀତିଗତ ପଦକ୍ଷେପ ଓ ସାମୁହିକ ପ୍ରୟାସ ମୂଳ ଆଧାର ହେଉଥିବା ବେଳେ, ବ୍ୟକ୍ତିଗତ ଚାଲିଚଳନ, ଶିଳ୍ପ ଭିତ୍ତିକ ଉତ୍ପାଦନ ପ୍ରଣାଳୀ ଓ ଗୋଷ୍ଠୀଗତ ମାନସିକତାରେ ବୈପ୍ଳବିକ ପରିବର୍ତ୍ତନ ଆଣି ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ଏକ ଦୀର୍ଘକାଳୀନ ଏବଂ ଗଭୀର ରୂପାନ୍ତରଣର  ଆବଶ୍ୟକତା ଜରୁରୀ। ୨୦୨୫ର ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ,  “ପ୍ଲାଷ୍ଟିକ ପ୍ରଦୂଷଣର ବିନାଶ” ଏହି ଆବଶ୍ୟକତାକୁ ଅନୁପ୍ରେରଣା ଦେଉଛି। ଏହି ବିଷୟ କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ସମଗ୍ର ପୃଥିବୀ ପାଇଁ ବଞ୍ଚିବାର ଆବଶ୍ୟକତା ଓ ଅଟଳ ସତ୍ୟ। ଏହା ଆମ ଆଚରଣ, ପ୍ଲାଷ୍ଟିକର ବ୍ୟବହାର ଓ ବିନିଯୋଗ ପ୍ରଣାଳୀର ପୁନର୍ବିଚାର କରିବାକୁ ବାଧ୍ୟ କରୁଛି। ଆଗାମୀ ରାସ୍ତା କଠିନ ହେଲେ ମଧ୍ୟ, ଅଗମ୍ୟ ନୁହେଁ। ଦାୟିତ୍ୱ ଓ ଦୃଢ଼ତାର ଏକ ପରମ୍ପରା ସୃଷ୍ଟି କରି, ସମାଜକୁ ପ୍ଲାଷ୍ଟିକ ପ୍ରଦୂଷଣର କୁପ୍ରଭାବରୁ ବଞ୍ଚାଯାଇ ପାରିବ।  ବିଶ୍ୱ ପରିବେଶ ଦିବସ ୨୦୨୫ର ପାଳନ ଏକ ପ୍ଲାଷ୍ଟିକ ପ୍ରଦୂଷଣମୁକ୍ତ ପରିବେଶ ଓ ସୁରକ୍ଷିତ ପୃଥିବୀର  ଚିନ୍ତନ ନୁହେଁ, ବରଂ ମାନବ ଜାତି ଓ ପ୍ଲାଷ୍ଟିକ ମଧ୍ୟରେ ଥିବା ଅସ୍ୱାସ୍ଥ୍ୟକର ସମ୍ପର୍କର ଏକ ନିର୍ଣ୍ଣାୟକ ବିରାମ ହେବା ଉଚିତ।  

******