Friday, July 14, 2023

Coverage of AIS officer under OPS, recruited against advertisement notified before 22.12.2003



Source : chrome-extension://efaidnbmnnnibpcajpcglclefindmkaj/https://dopt.gov.in/sites/default/files/Final%20Order%20Coverage%20reg.%20NPS%20to%20OPS.pdf

Wednesday, July 12, 2023

ସର୍ବନିମ୍ନ ମଜୁରି ଓ ଅଷ୍ଟମ ବେତନ ଆୟୋଗ


ସର୍ବନିମ୍ନ ମଜୁରି ଓ ଅଷ୍ଟମ ବେତନ ଆୟୋଗ

ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର
ଇମେଲ: bsamalbbsr@gmail.com
ମୋବାଇଲ : ୯୪୩୭୦୨୨୬୬୯

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ସଂଶୋଧନ ପାଇଁ ପ୍ରତି ଦଶ ବର୍ଷରେ କେନ୍ଦ୍ରୀୟ ବେତନ ଆୟୋଗ ଗଠିତ ହୋଇଥାଏ ଏବଂ ଆୟୋଗଙ୍କ ସୁପାରିଶ ଅନୁସାରେ ଭାରତ ସରକାର କ୍ୟାବିନେଟ ଅନୁମୋଦନ କ୍ରମେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବା ସହ ବେତନ ଓ ଭତ୍ତାର ବୃଦ୍ଧି ନିମିତ୍ତ ନିଷ୍ପତ୍ତି ନିଅନ୍ତି ଯାହା ପରବର୍ତ୍ତୀ ସମୟରେ ରାଜ୍ୟ ସରକାରମାନେ କାର୍ଯ୍ୟକାରୀ କରିଥାନ୍ତି। କିନ୍ତୁ ଅନେକ ସମୟରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଭାରତର ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ମଇ ୧୯୪୬ରେ ନିଯୁକ୍ତ ପ୍ରଥମ ବେତନ ଆୟୋଗର ସୁପାରିଶ ମଇ ୧୯୪୭ରେ ଲାଗୁ ହେବାର ଦଶ ବର୍ଷ ପରେ ଅଗଷ୍ଟ ୧୯୫୭ରେ ଦ୍ୱିତୀୟ ବେତନ ଆୟୋଗ ବସିଥିଲା। ଏହିଭଳି ପ୍ରତି ଦଶ ବର୍ଷ ଅନ୍ତରରେ ଯଦି ଠିକ ଠିକ ବେତନ ଆୟୋଗଙ୍କ ନିଯୁକ୍ତି ଓ ସୁପାରିଶ ଲାଗୁ ହେଇଥାନ୍ତା, ତାହେଲେ ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଜାନୁୟାରୀ ୨୦୧୬ ପରିବର୍ତ୍ତେ ୨୦୦୭ରୁ ଓ ଅଷ୍ଟମ ବେତନ ଆୟୋଗର ସୁପାରିଶ ୨୦୧୭ରୁ ଲାଗୁ ହେଇସାରିଥାନ୍ତା। କିନ୍ତୁ ଦ୍ୱିତୀୟ ବେତନ ଆୟୋଗ ତାଙ୍କର ସୁପାରିଶ ଅଗଷ୍ଟ ୧୯୫୯ରେ ଦାଖଲ କରିବାର ପ୍ରାୟ ୧୧ ବର୍ଷପରେ ଅର୍ଥାତ ଏପ୍ରିଲ ୧୯୭୦ରେ ତୃତୀୟ ବେତନ ଆୟୋଗଙ୍କ ନିଯୁକ୍ତି ହେଲା ଯାହା  ମାର୍ଚ୍ଚ ୧୯୭୩ରେ ସରକାରଙ୍କୁ ତାଙ୍କର ସୁପାରିଶ ଦାଖଲ କରିଥିଲେ। ୧୯୮୩ରେ ଗଠିତ ଚତୁର୍ଥ ବେତନ ଆୟୋଗ ତାଙ୍କ ସୁପାରିଶ  ୧୯୮୬ରେ ଦାଖଲ କଲେ। କେନ୍ଦ୍ର ସରକାର ଏହି ସୁପାରିଶକୁ ପିଛିଲା ଭାବେ ଜାନୁୟାରୀ ୧୯୮୩ରୁ ଲାଗୁ ନକରି ୧୯୮୬ରୁ ଲାଗୁକଲେ। ପରବର୍ତ୍ତୀ ସମୟରେ, ପଞ୍ଚମ, ଷଷ୍ଠ ଓ ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଠିକ ଠିକ ଦଶ ବର୍ଷ ଅନ୍ତରରେ ଯଥାକ୍ରମେ ଜାନୁୟାରୀ  ୧୯୯୬, ୨୦୦୬ ଓ ୨୦୧୬ରୁ ଲାଗୁହେଲା। ତେଣୁ ବିଶେଷ ଭାବରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବେତନ ଆୟୋଗଙ୍କ ନିଯୁକ୍ତି ଓ ସୁପାରିଶ ଲାଗୁ କରିବାରେ ସରକାରଙ୍କ ଇଛାକୃତ ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଭାରତ ବର୍ଷର ଏକ କୋଟିରୁ ଉର୍ଦ୍ଧ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେପସନଭୋଗୀ ଏବଂ ଅନ୍ୟୁନ୍ୟ ତିନି କୋଟି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ୨୦୧୭ରୁ ଦୀର୍ଘ ୬ ବର୍ଷ ଧରି ଅଷ୍ଟମ ବେତନ ଆୟୋଗର ସୁପାରିଶରୁ ବଞ୍ଚିତ ଅଛନ୍ତି। ସେଥିପାଇଁ ରେଳବାଇ ସହ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଶିକ୍ଷକମାନଙ୍କ ସହ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀ ସର୍ବଭାରତୀୟ ସ୍ତରରେ 'ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ' (ଏନଜେସିଏ) ନାମରେ ଏକ ମହାମଞ୍ଚ ଗଠନ କରି ଜାତୀୟ ପେନସନ ଯୋଜନା ବାତିଲ ସହ ପୁରୁଣା ପେପସନ ଯୋଜନାର ପୁନଃ ପ୍ରଚଳନ, ଅଷ୍ଟମ ବେତନ ଆୟୋଗ ଗଠନ, ଶ୍ରମ କୋଡ ବାତିଲ, ସରକାରୀ ସଂସ୍ଥା ଓ ରାଷ୍ଟ୍ରାୟତ ଉଦ୍ୟୋଗୁଡିକର ଘରୋଇକରଣ ବନ୍ଦ, ସମସ୍ତ ଠିକା, ଚୁକ୍ତିଭିତ୍ତିକ ତଥା ସାମୟିକ କର୍ମଚାରୀ ଏବଂ ଗ୍ରାମୀଣ ଡାକ ସେବକମାନଙ୍କୁ ନିୟମିତ କରି ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ଖାଲି ପଡିଥିବା ସମସ୍ତ ପଦବୀ ପୁରଣ ଭଳି ମୂଖ୍ୟ ଦାବି ଉପରେ ୨୦୨୩ ଜାନୁୟାରୀରୁ ବର୍ଷତମାମ ପାଇଁ କ୍ରମାଗତ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ସାରିଛନ୍ତି। ୨୦୨୪ର ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଜିଲ୍ଲା ସ୍ତରରୁ ଆରମ୍ଭ କରି ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ ଆନ୍ଦୋଳନକୁ ବିଭିନ୍ନ ପର୍ଯ୍ୟାୟରେ ତ୍ୱରାନ୍ୱିତ କରୁଛନ୍ତି ଯାହାର ପ୍ରଭାବ ଗତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଅନେକାଂଶରେ ପରିଲକ୍ଷିତ ହୋଇଥିଲା।


 ପ୍ରତ୍ୟେକ ବେତନ ଆୟୋଗ ସରକାରଙ୍କୁ ପ୍ରଦାନ କରୁଥିବା ବିବରଣୀ ଓ ସୁପାରିଶରେ ତାଙ୍କ ପୂର୍ବ ଆୟୋଗଙ୍କ ବିବରଣୀର ସମ୍ୟକ ଆଲୋଚନା ସହ ପରବର୍ତ୍ତୀ ଆୟୋଗଙ୍କ ପାଇଁ କିଛି ମତାମତ ରଖିଥାନ୍ତି। ହେଲେ ସପ୍ତମ ବେତନ ଆୟୋଗ ଅଷ୍ଟମ ବେତନ ଆୟୋଗ ଗଠନ ଉପରେ କୌଣସି ସିଧାସଳଖ ଟିପ୍ପଣୀ ନରଖି  ସରକାରଙ୍କୁ ତାଙ୍କର ବିବରଣୀ ପ୍ରଦାନ କଲାବେଳେ ଅନୁଛେଦ ୧.୨୨ରେ ପରବର୍ତ୍ତୀ ବେତନ ଆୟୋଗ ପାଇଁ ଦଶ ବର୍ଷର ଦୀର୍ଘ ସମୟ ଅବଧିକୁ ଅପେକ୍ଷା ନ କରି ମଝିରେ ମଝିରେ ଦରମା ସାରଣୀକୁ (ପେ ମାଟ୍ରିକ୍ସ) ସମୀକ୍ଷା କରିବାକୁ  ମତାମତ ଦେଇଛନ୍ତି। ଏହି ସମୀକ୍ଷା ଭାରତୀୟ ଶ୍ରମ କାର୍ଯ୍ୟାଳୟ ଅନୁଯାୟୀ ଜଣେ ସାଧାରଣ ମଣିଷର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀସମୂହର ମୂଲ୍ୟ ପରିବର୍ତ୍ତନକୁ ନେଇ କରିବା ପରେ ଡ. ଆକ୍ରୋଏଡ ସୂତ୍ର ଆଧାରରେ ବେତନ ସଂଶୋଧନ କରିବାକୁ ସପ୍ତମ ବେତନ ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଠି କହିରଖିବା ଉଚିତ ହେବ ଯେ  "ସରକାର କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ବେତନ, ଭତ୍ତା ଓ ପେନସନ ସଂଶୋଧନ ପାଇଁ ଅଷ୍ଟମ ବେତନ ଆୟୋଗ ଗଠନ ନକରିବାକୁ  ବିଚାର କରୁଛନ୍ତି କି?"  ବୋଲି ରାଜ୍ୟସଭା ଅଣତାରକା ପ୍ରଶ୍ନ ସଂଖ୍ୟା ୧୮୦୭ର ଜବାବରେ ଉତ୍ତର ରଖି ମାନ୍ୟବର କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ୨ ଅଗଷ୍ଟ ୨୦୨୨ରେ ମନା କରି ସପ୍ତମ ବେତନ ଆୟୋଗଙ୍କ ଉପରୋକ୍ତ ପରାମର୍ଶକୁ ଦୋହରେଇଥିଲେ। ହେଲେ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହି କି ଜାନୁୟାରୀ ୨୦୧୬ରୁ ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଲାଗୁହେବାର ସାତବର୍ଷ ବିତିଯିବାକୁ ବସିଥିଲେ ବି କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ସମୀକ୍ଷା କରିନାହାନ୍ତି। ଏ ପ୍ରସଙ୍ଗରେ ଉତ୍ତର ରଖି ମାନ୍ୟବର କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ସପ୍ତମ ବେତନ ଆୟୋଗର ସୁପାରିଶ ଲାଗୁକରିବା ପାଇଁ ଯେତେବେଳେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଲା, ଉପରୋକ୍ତ ସମୀକ୍ଷା କଥା ବିଚାରକୁ ନିଆଯାଇନଥିବାରୁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।  ଅଧିକନ୍ତୁ, ସପ୍ତମ ବେତନ ଆୟୋଗ ଯେଉଁ ମଝିରେ ମଝିରେ ସମୀକ୍ଷା କରିବାକୁ ମତାମତ ରଖିଛନ୍ତି, ସେଥିରେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଯେମିତି ଛ'ମାସିଆ, ବର୍ଷିକିଆ ଅଥବା ଦିବର୍ଷିଆ ସେମିତି କିଛି ଧାର୍ଯ୍ୟ କରିନାହାନ୍ତି ଯାହାକି ସମ୍ପୂର୍ଣ୍ଣମାତ୍ରାରେ ସରକାରଙ୍କୁ ସୁହାଉଛି। 


ଡ. ୱଲେସ ରୁଡେଲ ଆକ୍ରୋଏଡ, ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ପ୍ରଥମ ନିର୍ଦ୍ଦେଶକ ଜଣେ ଖ୍ୟାତନାମା ପୁଷ୍ଟିବିଜ୍ଞାନୀ ଯାହାଙ୍କ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ସୂତ୍ର କୌଣସି ଦେଶର ଜଣେ ସାଧାରଣ ମଣିଷର ଜୀବନଚର୍ଯ୍ୟାକୁ ପ୍ରଭାବିତ କରୁଥିବା ଆବଶ୍ୟକୀୟ ଖାଦ୍ୟ, ବସ୍ତ୍ର ତଥା ଅନ୍ୟାନ୍ୟ ସାମଗ୍ରୀର ଦରଦାମ ଉପରେ ପର୍ଯ୍ୟବେସିତ। ଏହି ସୂତ୍ର ୧୯୫୭ର ୧୫ଶ ଭାରତୀୟ ଶ୍ରମ ସମ୍ମିଳନୀ ଦ୍ୱାରା ଆଦୃତ ଓ ଭାରତର ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଅନୁମମୋଦିତ। ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ପାଇଁ 'ସର୍ବନିମ୍ନ ମଜୁରୀ ଅଧିନିୟମ, ୧୯୪୮' ସ୍ୱୟ୍ଂ ସମ୍ପୂର୍ଣ୍ଣ ନଥିବା ହୃଦୟଙ୍ଗମ କରି ୧୯୫୭ରେ ୧୫ଶ ଭାରତୀୟ ଶ୍ରମ ସମ୍ମିଳନୀ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଜଣେ ମଣିଷର ସର୍ବନିମ୍ନ ଆବଶ୍ୟକତାକୁ ପୂର୍ଣ୍ଣ କରିବାର କ୍ଷମତା ରଖିବା ଜରୁରୀ ବୋଲି ମତ ଦେଇ ମଜୁରୀ ନିର୍ଦ୍ଧାରଣ କ୍ଷମତାଧିକାରୀଙ୍କ ପାଇଁ ପାଞ୍ଚଟି ମାର୍ଗଦର୍ଶିକା ବ୍ୟବସ୍ଥିତ କରିଥିଲେ। (୧) ପରିବାରର ସ୍ତ୍ରୀ, ପିଲାଛୁଆଙ୍କର ରୋଜଗାରକୁ ହିସାବକୁ ନନେଇ ଜଣେ ଶ୍ରମଜୀବୀ ପାଇଁ ତିନୋଟି ଉପଭୋକ୍ତା ଏକକ, (୨) ପ୍ରତ୍ୟେକ ବୟସ୍କ ପାଇଁ ଦୈନିକ ସର୍ବନିମ୍ନ ୨୭୦୦ କ୍ୟାଲୋରୀର ଆବଶ୍ୟକୀୟ ଖାଦ୍ୟ, (୩) ଚାରିଜଣ ସଦସ୍ୟ ବିଶିଷ୍ଟ ଏକ ପରିବାର ପାଇଁ ବର୍ଷକୁ ହାରାହାରି ୭୨ ଗଜ କପଡା, (୪) ସରକାରୀ ଆବାସ ଯୋଜନା ଅନୁଯାୟୀ ପ୍ରଦାନ କରାଯାଉଥିବା ସର୍ବନିମ୍ନ କ୍ଷେତ୍ରଫଳ ବିଶିଷ୍ଟ ଗୃହର ଆନୁପାତିକ ଘରଭଡା ଏବଂ (୫) ଉପରୋକ୍ତ ସମସ୍ତ ଖର୍ଚ୍ଚର ହିସାବ ସହ  ଡ. ଆକ୍ରୋଏଡଙ୍କ ସୂତ୍ର ଆଧାରରେ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଯାହା ହେଲା ତାର ୨୦ ପ୍ରତିଶତ ବିଜୁଳି, ତେଲ ଓ ଅନ୍ୟାନ୍ୟ ବିବିଧ ଦ୍ରବ୍ୟ ପାଇଁ ମୋଟ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣରେ ମିଶ୍ରଣ। ପରବର୍ତ୍ତୀ ସମୟରେ ୧୯୯୨ରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଜୁରୀ ସଂରଚନାର ସାମାଜିକ ଓ ଅର୍ଥନୈତିକ ଦିଗଗୁଡିକୁ ସମୀକ୍ଷା କରି  ପିଲାପିଲିଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିବାହ, ସାମାଜିକ ରୀତିନୀତି ଅନୁଯାୟୀ ବିଭିନ୍ନ ପର୍ବପର୍ବାଣି ପାଳନ ଓ ବୃଦ୍ଧାବସ୍ତାରେ ଅପ୍ରତ୍ୟାଶିତ ଘଟଣା ଅଘଟଣ ପାଇଁ ମଜୁରୀ ବୃଦ୍ଧିର ଆବଶ୍ୟକତାକୁ ଉପଲବ୍ଧି କରି ଏହି ଅତିରିକ୍ତ ଉପାଦାନଗୁଡିକର ଖର୍ଚ୍ଚ ମେଣ୍ଟାଇବା ପାଇଁ ଉପରୋକ୍ତ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀର ୨୫ ପ୍ରତିଶତ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଲେ।


ପ୍ରଥମ ବେତନ ଆୟୋଗଙ୍କ ସୁପାରିଶ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କର ସର୍ବନିମ୍ନ ବେତନ ୫୫ଟଙ୍କାରେ ଧାର୍ଯ୍ୟ ହୋଇଥିଲା ବେଳେ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ଆୟୋଗଙ୍କ ସୁପାରିଶ ମୁତାବକ ତାହା ଯଥାକ୍ରମେ ୮୦ ଟଙ୍କା, ୧୯୬ଟଙ୍କା, ୭୫୦ଟଙ୍କା, ୨୫୫୦ଟଙ୍କା, ୭୦୦୦ଟଙ୍କା ଓ ୧୮୦୦୦ ଟଙ୍କାରେ ସ୍ଥିରୀକୃତ ହୋଇଛି। ଭାରତ ସରକାର ଯଦି ଡ. ଆକ୍ରୋଏଡଙ୍କ ସୂତ୍ର, ୧୫ଶ ଭାରତୀୟ ଶ୍ରମ ସମ୍ମିଳନୀର ନିର୍ଦ୍ଧାରଣ ଏବଂ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଠିକ୍ ଠିକ୍ ଅନୁସରଣ କରିଥାନ୍ତେ, ତାହେଲେ ସପ୍ତମ ବେତନ ଆୟୋଗଙ୍କ ସୁପାରିଶରେ ସର୍ବନିମ୍ନ ମଜୁରୀ ୧୮୦୦୦ ପରିବର୍ତ୍ତେ ୨୬୦୦୦ ଟଙ୍କା ହୋଇଥାନ୍ତା। ଦଶ ବର୍ଷ ପରେ ଆଗାମୀ ଦଶ ବର୍ଷ ପାଇଁ ବେତନ ସଂଶୋଧନ କଲାବେଳେ ସରକାର ଉପରୋକ୍ତ ସଂସ୍ଥାଗୁଡିକର ଅନୁମମୋଦିତ ଗୁଣକ ଓ ଆବଶ୍ୟକୀୟ ସାମଗ୍ରୀର ଦର ନିର୍ଦ୍ଧାରଣରେ  ଏପାଖ ସେପାଖ କରିବା ଆଦୌ ସମୀଚିନ ନୁହେଁ। ସର୍ବନିମ୍ନ ବେତନକୁ  ୧୮୦୦୦ରୁ  ୨୬୦୦୦କୁ ବୃଦ୍ଧି ଏବଂ ବେତନନିର୍ଦ୍ଧାରଣ  ସୂତ୍ରର   ସଂଶୋଧନ ପାଇଁ ୧୧ ଜୁଲାଇ ୨୦୧୬ରୁ  ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ  ହେବ ବୋଲି କର୍ମଚାରୀମାନେ  ଏନଜେସିଏ  ତରଫରୁ  ଯେତେବେଳେ  କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ  ୬ ଜୁଲାଇ ୨୦୧୬ରେ ପ୍ରେସ୍ ଇସ୍ତାହାର  ଜାରି କରି  ଏକ  ଉଚ୍ଚସ୍ତରୀୟ କମିଟି ଜରିଆରେ ପୁଙ୍ଖାନୁପୁଙ୍ଖ ଅନୁଶୀଳନ  ସହ  ଚାରିମାସ ଭିତରେ  ନିଷ୍ପତ୍ତି ନେବାପାଇଁ ଘୋଷଣା କଲେ। ଲିଖିତ  ପ୍ରତିଶ୍ରୁତି ପାଇ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଯିବା ପରେ  ସେସମୟର ଅର୍ଥମନ୍ତ୍ରୀ  ୧୯ ଜୁଲାଇ ୨୦୧୬ରେ ରାଜ୍ୟସଭାର ପ୍ରଶ୍ନୋତ୍ତର କାଳରେ ଉତ୍ତରରଖିଲେ ଯେ ସେଭଳି କୌଣସି ପ୍ରସ୍ତାବ  କେନ୍ଦ୍ର   ସରକାରଙ୍କ  ବିଚାରାଧୀନ  ନାହିଁ। କି ବିଚିତ୍ରକଥା!  ୪ମାସ  ଯାଇ  ୭  ବର୍ଷ ଅତିବାହିତ  ହେବାକୁ ବସିଲାଣି, ଉଚ୍ଚସ୍ତରୀୟ  କମିଟି ଗଠନ ତ ଦୁରର କଥା, ସରକାର କର୍ମଚାରୀଙ୍କର କୌଣସି କଥା ଶୁଣିବା  ଅବସ୍ଥାରେ ନାହାନ୍ତି। ଶେଷରେ ଏତିକି କୁହଯାଇପାରେ ଯେ କର୍ମଚାରୀ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିବା ପୂର୍ବରୁ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତୁରନ୍ତ ଡ. ଆକ୍ରୋଏଡଙ୍କ ସୂତ୍ର, ୧୫ଶ ଭାରତୀୟ ଶ୍ରମ ସମ୍ମିଳନୀର ନିର୍ଦ୍ଧାରଣ ଏବଂ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଅନୁସାରେ ସର୍ବନିମ୍ନ ମଜୁରୀ ଓ ବେତନ ସଂଶୋଧନ ପାଇଁ ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ପଦକ୍ଷେପ ନିଅନ୍ତୁ କିମ୍ବା ସପ୍ତମ ବେତନ ଆୟୋଗଙ୍କ ଉପରୋକ୍ତ ପରାମର୍ଶକୁ କାର୍ଯ୍ୟକାରୀ କରନ୍ତୁ।

*****

No improvement in No guaranteed NPS can replace the defined guaranteed Old Pension Scheme

An article by Com. C Srikumar in 21 June - 5 July issue of Trade Union Record
 



 

Saturday, July 1, 2023

Massive demonstration at the Parliament on 10th August by JFROPS (NJCA)


 

Committe to review pension system - 2nd Meeting with Staff Side (National Council, JCM) on 05.07.2023


 

Revision of interest rates for Small Savings Schemes for Q2 of FY 2023-24


 

Public Sector Banks and eligible Private Sector Banks authorised to implement and operationalise Mahila Samman Savings Certificate, 2023

 Ministry of Finance

azadi ka amrit mahotsavg20-india-2023

Public Sector Banks and eligible Private Sector Banks authorised to implement and operationalise Mahila Samman Savings Certificate, 2023

Posted On: 30 JUN 2023 4:14PM by PIB Delhi

The Department of Economic Affairs, Ministry of Finance, through an e-gazette notification issued on June 27, 2023, permitted all Public Sector Banks and eligible Private Sector Banks to implement and operationalise the Mahila Samman Savings Certificate, 2023. This aims at enabling enhanced access of the scheme for girls/women. With this, Mahila Samman Savings Certificate scheme will now be available for subscription in Post Offices, and eligible Scheduled Banks.

The scheme has been in operation since April 1, 2023 through the Department of Post.

The Central Government has made a number of efforts to secure the political, social, and economic advancement of women through a variety of planned initiatives. In continuation of these efforts, Mahila Samman Savings Certificate, 2023 scheme was announced in the Union Budget FY 2023-24 by the Central Government to provide financial security to every girl and woman in India.

Key Features of the Scheme.

  • Provides attractive and secured investment option to all girls and women
  • An account can be opened under this scheme on or before the March 31, 2025 for a tenure of two years
  • The deposit made under MSSC will bear interest at the rate of 7.5% per annum which will be compounded quarterly. Therefore, the effective interest rate will be roughly 7.7 percent.
  • Minimum of ₹1000 and any sum in multiple of 100 may be deposited within the maximum limit of ₹200,000.
  • Maturity of the investment under this scheme is two years from the date of opening of the account under the scheme.
  • It envisions flexibility not only in investment but also in partial withdrawal during the scheme tenor. The account holder is eligible to withdraw maximum up to 40% of the eligible balance in the scheme account.

****