Monday, July 29, 2024

ସାମ୍ପ୍ରତିକ ଶ୍ରମିକ କର୍ମଚାରୀ ସମସ୍ୟା

 



ସାମ୍ପ୍ରତିକ ଶ୍ରମିକ କର୍ମଚାରୀ ସମସ୍ୟା

ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ 
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର 
ମୋବାଇଲ: ୯୪୩୭୦୨୨୬୬୯

          ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ବିଜେପି ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) କେନ୍ଦ୍ରରେ ତୃତୀୟ ଥର ପାଇଁ ୯ ଜୁନ ୨୦୨୪ରୁ ଯଦିଓ ସରକାର ଗଢିଲେ, ସେମାନଙ୍କର ବିଗତ ଏକ ଦଶନ୍ଧିର ଶାସନ କାଳରେ କ୍ରମାଗତ ସଂଘର୍ଷ ପରେ ମଧ୍ୟ ଶ୍ରମିକ କର୍ମଚାରୀଙ୍କ ମୂଖ୍ୟ ସମସ୍ୟା ସମୂହ ଅଣଦେଖା ହୋଇ ରହିଗଲା। ବିଶେଷ ଭାବରେ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଭାରତ ବର୍ଷର ସମସ୍ତ ରାଜ୍ୟ ଓ‌ କେନ୍ଦ୍ର ସରକାରୀ କର୍ମଚାରୀଙ୍କ‌ ସହ ଶିକ୍ଷକମାନଙ୍କୁ ନେଇ ସର୍ବଭାରତୀୟ ସ୍ତରରେ ଗଠିତ  ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନଜେସିଏ) ଭଳି ଏକ ମିଳିତ ମଞ୍ଚ ଦ୍ୱାରା ବିଭିନ୍ନ ଦାବିରେ ୨୦୨୩ରେ ବର୍ଷସାରା କର୍ମଚାରୀଙ୍କର ସଂଗଠିତ ଆନ୍ଦୋଳନ ଉଗ୍ର ରୁପ ନେଇ ପର୍ଯ୍ୟାୟକ୍ରମେ ଭାରତର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବା ସତ୍ତ୍ୱେ କୋୖଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ୧୯ ମାର୍ଚ୍ଚ ୨୦୨୪ରେ ନୋଟିସ ଦେଇ ୧ ମଇ ୨୦୨୪ରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟକୁ ଓହ୍ଲାଇବାକୁ ଏନଜେସିଏ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରେଇବା ପରେ କର୍ମଚାରୀ ପକ୍ଷର ସମସ୍ତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି ଏବଂ ଖୁବ୍ ଶୀଘ୍ର ସରକାର ଏସଂକ୍ରାନ୍ତରେ ବିଦ୍ଧିବଧ ନିଷ୍ପତ୍ତି ନେବେ ବୋଲି ଲିଖିତ ପ୍ରତିଶ୍ରୁତି ମିଳିବାରୁ ପ୍ରସ୍ତାବିତ ଧର୍ମଘଟକୁ ସାମୟିକ ସ୍ଥଗିତ ରଖାଯାଇଛି। ତୃତୀୟ ପାଳିର ଏନଡିଏ ସରକାରଙ୍କ ସଦ୍ୟ ସମାପ୍ତ ପ୍ରଥମ କ୍ୟାବିନେଟ ବୈଠକରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବା ସହ ବିଭିନ୍ନ ଜାତୀୟ ସମସ୍ୟା ଆଲୋଚନା କରିବାକୁ ଯାଇ ଏଥରର ଶକ୍ତିଶାଳୀ ବିରୋଧୀଦଳ ଇଣ୍ଡିଆ ମେଣ୍ଟର ଅନେକ ସାଂସଦ ଶ୍ରମିକ କର୍ମଚାରୀଙ୍କ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ସ୍ଥିତି ଓ ଆଭିମୁଖ୍ୟକୁ ଲକ୍ଷ୍ୟ ରଖି ୨୩ ଜୁଲାଇ ୨୦୨୪ରେ ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଶ୍ରମିକ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଜାତୀୟ ପରିଷଦ ଯୁଗ୍ମ ପରାମର୍ଶଦାତା କମିଟି କର୍ମଚାରୀ ପକ୍ଷ ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକର ମିଳିତ ମଞ୍ଚ ତରଫରୁ ଯଥାକ୍ରମେ ୨୧ ଓ ୨୪ ଜୁନ ୨୦୨୪ରେ ମାନନୀୟା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ପ୍ରସଙ୍ଗ କ୍ରମେ କେତୋଟି ମୂଖ୍ୟ ଦାବି ଉପରେ ଆଲୋକପାତ କରିବା ଯୁକ୍ତିଯୁକ୍ତ ମନେହୁଏ।

         ସାମ୍ପ୍ରତିକ ପରିସ୍ଥିତିରେ କେବଳ ପଶ୍ଚିମବଙ୍ଗ ଓ ତାମିଲନାଡୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀ ଏବଂ ଭାରତବର୍ଷର କେନ୍ଦ୍ରୀୟ ବେସାମରିକ କର୍ମଚାରୀଙ୍କ ପାଇଁ ଜାତୀୟ ପେନସନ ଯୋଜନା (ଏନପିଏସ) ଏକ ପ୍ରମୁଖ ସମସ୍ୟା। କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ପୁରୁଣା ପେନସନ ଯୋଜନା(ଓପିଏସ)ରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ତରଫରୁ ମାସିକ ୧୪% ଦେୟ ଥାଇ ମଧ୍ୟ ତାହା ପାଖାପାଖି ୮% ଭିତରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ। ବିଗତ ବର୍ଷମାନଙ୍କରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶ ଭଳି ଓପିଏସକୁ ଫେରିଥିବା ରାଜ୍ୟ ସରକାରମାନେ ୨୦୦୪ରୁ ଏଯାବତ ଏନପିଏସ ଉପଭୋକ୍ତାଙ୍କ ଜମାରାଶିକୁ ଫେରେଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲାପରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ୨୦୧୩ରେ ସେଭଳି କୌଣସି ପ୍ରାବଧାନ ନାହଁ କହି କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ପ୍ରସ୍ତାବକୁ ଆଡେଇ ଯାଇଛନ୍ତି। ୨୦୧୩ର ଅଧିନିୟମ ଉଚ୍ଛେଦ ନହେଲେ ଏନପିଏସ ଉପଭୋକ୍ତାଙ୍କୁ ପ୍ରକୃତ ନ୍ୟାୟ ମିଳିବା ଅସମ୍ଭବ। ଅଧିକନ୍ତୁ; ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ୧୭ ଡିସେମ୍ବର ୧୯୮୨ର ଐତିହାସିକ ରାୟ ଅନୁସାରେ ପେନସନ କାହାରି ବଦାନ୍ୟତା କି ନିଯୁକ୍ତିଦାତାର ଇଛା ମୁତାବକ ଏକ ଅନୁଗ୍ରହ ନୁହେଁ। ନିଜ ଯୌବନର ବହୁମୂଲ୍ୟ ସମୟ ସେବା ଯୋଗାଇଦେଇଥିବା ପରିବର୍ତ୍ତେ କର୍ମଚାରୀର ଅବସର ଜୀବନର ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ପାଇଁ ପେନସନ, ନିଯୁକ୍ତିଦାତା ତରଫରୁ ଏକ ଦୃଢ଼ ପ୍ରତିଶ୍ରୁତି। ତେଣୁ କୌଣସି ବାହାନା ନକରି ଉପରୋକ୍ତ  ଅଧିନିୟମକୁ ତୁରନ୍ତ ରଦ୍ଦ କରିବା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ରସରକାରୀ କର୍ମଚାରୀଙ୍କ ପାଇଁ ଓପିଏସ୍ ଲାଗୁ କରିବାକୁ ଆଗାମୀ ବଜେଟରେ ପ୍ରାବଧାନ କରିବାକୁ ଦୃଢ ଦାବି କରାଯାଇଛି।

        କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ସଂଶୋଧନ ପାଇଁ ପ୍ରତି ଦଶ ବର୍ଷରେ କେନ୍ଦ୍ରୀୟ ବେତନ ଆୟୋଗ ଗଠିତ ହୋଇଥାଏ ଏବଂ ଆୟୋଗଙ୍କ ସୁପାରିଶ ଅନୁସାରେ ଭାରତ ସରକାର କ୍ୟାବିନେଟ ଅନୁମୋଦନ କ୍ରମେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବା ସହ ବେତନ ଓ ଭତ୍ତାର ବୃଦ୍ଧି ନିମିତ୍ତ ନିଷ୍ପତ୍ତି ନିଅନ୍ତି ଯାହା ପରବର୍ତ୍ତୀ ସମୟରେ ରାଜ୍ୟ ସରକାରମାନେ କାର୍ଯ୍ୟକାରୀ କରିଥାନ୍ତି। ସପ୍ତମ ବେତନ ଆୟୋଗ  ସରକାରଙ୍କୁ ତାଙ୍କର ବିବରଣୀ ପ୍ରଦାନ କଲାବେଳେ ଅନୁଛେଦ ୧.୨୨ରେ ପରବର୍ତ୍ତୀ ବେତନ ଆୟୋଗ ପାଇଁ ଦଶ ବର୍ଷର ଦୀର୍ଘ ସମୟ ଅବଧିକୁ ଅପେକ୍ଷା ନ କରି ମଝିରେ ମଝିରେ ଦରମା ସାରଣୀକୁ (ପେ ମାଟ୍ରିକ୍ସ) ସମୀକ୍ଷା କରିବାକୁ  ମତାମତ ଦେଇଛନ୍ତି। ଏହି ସମୀକ୍ଷା ଭାରତୀୟ ଶ୍ରମ କାର୍ଯ୍ୟାଳୟ ଅନୁଯାୟୀ ଜଣେ ସାଧାରଣ ମଣିଷର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀସମୂହର ମୂଲ୍ୟ ପରିବର୍ତ୍ତନକୁ ନେଇ କରିବା ପରେ ଡ. ଆକ୍ରୋଏଡ ସୂତ୍ର ଆଧାରରେ ବେତନ ସଂଶୋଧନ କରିବାକୁ ସପ୍ତମ ବେତନ ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏ ପ୍ରସଙ୍ଗରେ ରାଜ୍ୟସଭା ଅଣତାରକା ପ୍ରଶ୍ନ ସଂଖ୍ୟା ୧୮୦୭ର ଜବାବରେ ଉତ୍ତର ରଖି ମାନ୍ୟବର କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ୨ ଅଗଷ୍ଟ ୨୦୨୨ରେ କହିଥିଲେ ଯେ ସପ୍ତମ ବେତନ ଆୟୋଗର ସୁପାରିଶ ଲାଗୁକରିବା ପାଇଁ ଯେତେବେଳେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଲା, ଉପରୋକ୍ତ ସମୀକ୍ଷା କଥା ବିଚାରକୁ ନିଆଯାଇନଥିବାରୁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।  ଧାର୍ଯ୍ୟ ସମୟାନୁସାରେ ଅଷ୍ଟମ ବେତନ ଆୟୋଗର ସୁପାରିଶ ଜାନୁଆରୀ ପହିଲା ୨୦୨୬ରୁ ଲାଗିହେବାକୁ ଥିବାବେଳେ କାଳବିଳମ୍ବ ନକରି ଆଗାମୀ ବଜେଟରେ ସରକାର ତୁରନ୍ତ ଅଷ୍ଟମ ବେତନ ଆୟୋଗଙ୍କ ନିଯୁକ୍ତି ପାଇଁ ପ୍ରାବଧାନ କରିବାକୁ ନିବେଦନ ରହିଛି ।

         ଅବସର ସମୟରେ ୪୦% ପର୍ଯ୍ୟନ୍ତ ପେନସନ ବିକ୍ରି କରି କର୍ମଚାରୀଟିଏ ଯେଉଁ ପରିବର୍ତ୍ତିତ ମୂଲ୍ୟ (କମୁଟେଡ ଭାଲ୍ୟୁ ଅଫ ପେନସନ) ପାଇଥାଏ, ମୂଳ ପେନସନକୁ ଫେରିବା ପାଇଁ ତାକୁ ୧୫ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ। କିନ୍ତୁ ବିଗତ ବର୍ଷମାନଙ୍କରେ ସୁଧହାର କ୍ରମାଗତ ନିମ୍ନଗାମୀ ହେଉଥିବାରୁ କର୍ମଚାରୀ ପାଇଥିବା ପରିବର୍ତ୍ତିତ ମୂଲ୍ୟ ଏବେ ୧୨ ବର୍ଷରେ ସମ୍ପୂର୍ଣ୍ଣ ପରିଶୋଧ ହୋଇଯାଉଛି। ତେଣୁ ଅବସରପ୍ରାପ୍ତ କର୍ମଚାରୀମାନେ ୩ବର୍ଷ ପାଇଁ ଅଧିକ ପରିଶୋଧ କରି ଅଯଥାରେ ଅର୍ଥଦଣ୍ଡ ପାଇଥାନ୍ତି। ଅଧିକନ୍ତୁ, ଗୁଜରାଟ ଭଳି ରାଜ୍ୟ ସରକାର ଏହାକୁ ୧୩ ବର୍ଷକୁ କମେଇ ଦେଇଛନ୍ତି। ତେଣୁ ୧୫ ବର୍ଷ ପରିବର୍ତ୍ତେ ୧୨ ବର୍ଷରେ ପେନସନର ପୁନରୁଦ୍ଧାର କରିବା ପାଇଁ କର୍ମଚାରୀ ପକ୍ଷ ଦାବି ରଖିଛି।

            ଉଭୟ କର୍ମଚାରୀ ଓ ପେନସନରଙ୍କ ପାଇଁ ଆୟକର ସୀମା ମଧ୍ୟ ଏକ ସମସ୍ୟା। ଅନ୍ୟ ବର୍ଗର ନାଗରିକଙ୍କ ଭଳି ସେମାନଙ୍କର ବାର୍ଷିକ ଆୟରେ ପରିବର୍ତ୍ତନ କରି ଆୟକର ଫାଙ୍କିବା ସମ୍ଭବ ନୁହେଁ। ନିର୍ଦ୍ଧାରିତ ସୀମା ବାହାରର ବାର୍ଷିକ ଆୟ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ସେମାନେ ବାଧ୍ୟ। କିନ୍ତୁ ବିଗତ ବଜେଟଗୁଡିକରେ ଆୟକର ଛାଡ଼ ସୀମାରେ ଯାହା ପରିବର୍ତ୍ତନ ହୋଇଥିଲା ତାହା କର୍ମଚାରୀଙ୍କ ପାଇଁ ଆଦୌ ଲାଭଦାୟକ ହେଲାନାହିଁ।  ଏହା ବାଦ୍ ଅବସର ପ୍ରାପ୍ତ କର୍ମଚାରୀର ଆୟ ଅଧାରୁ କମ୍ ହୋଇଯିବାରୁ ନିଜର ଆୟ ବୃଦ୍ଧି ପାଇଁ ଗ୍ରାଚୁଇଟି, ପେନସନ ଓ ଛୁଟି ବିକ୍ରି ଅର୍ଥକୁ ସେ ବିଭିନ୍ନ ବ୍ୟାଙ୍କ ଓ ଡାକଘରେ ଜମା କରି ମିଳୁଥିବା ସୁଧରେ ନିଜର ଗୁଜୁରାଣ ମେଣ୍ଟାଇବା ସହ ଅନ୍ୟାନ୍ୟ ସାମାଜିକ ଦାୟିତ୍ଵ ତୁଲାଇଥାଏ। ଅନ୍ୟପକ୍ଷରେ ଜୀବନର ଅପରାହ୍ନରେ ଅନେକ ସ୍ୱାସ୍ଥ୍ୟଗତ କାରଣରୁ ଚିକିତ୍ସା ଏବଂ ଔଷଧପତ୍ରରେ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହୁଏ। ଏସବୁକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପାଇଁ ଆୟକର ସୀମାରେ ପରିବର୍ତ୍ତନ ଆଣିବାକୁ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆୟକର ପରିସରଭୁକ୍ତ ନକରିବାକୁ ମଧ୍ୟ ସରକାରଙ୍କୁ‌ ନିବେଦନ ରହିଛି।

      ବିଭାଗୀୟ ଗୃହ ଋଣ ପାଇଁ ଆଜିର ସମୟରେ ବଜେଟରେ ଆବଶ୍ୟକ ମୁତାବକ ପ୍ରାବଧାନ ନରହିବାରୁ କର୍ମଚାରୀ ମାନେ ବାଧ୍ୟ ହୋଇ ବ୍ୟାଙ୍କ ଓ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଋଣ ନେଉଛନ୍ତି। କିନ୍ତୁ ଏମାନେ ମାସିକିଆ କିସ୍ତିରେ ଆରମ୍ଭରୁ ମୂଳଧନ ସହ ସୁଧ ଯୋଡୁଥିବାରୁ ସୁଧ ବାବଦକୁ ବେଶୀ ଏବଂ ମୂଳଧନ ବାବଦକୁ ଅତି ନଗଣ୍ୟ ଅର୍ଥ ପରିଶୋଧ ହୋଇଥାଏ। କିନ୍ତୁ ବିଭାଗୀୟ ଗୃହ‌‌‌ ଋଣରେ ପ୍ରଥମ ଦଫାରେ ମୂଳଧନ ପରିଶୋଧ ହୋଇଗଲା ପରେ ସୁଧ ଅର୍ଥ ସମାନ କିସ୍ତିରେ ପରେ କରିଥାଏ ଯାହାଦ୍ଵାରା କର୍ମଚାରୀଟିଏ କମ୍ ଆର୍ଥିକ କ୍ଷତି ସହିଥାଏ। ତେଣୁ ବ୍ୟାଙ୍କ ଗୃହ ଋଣର‌ ପରିଶୋଧ ପ୍ରଣାଳୀ ବିଭାଗୀୟ ଗୃହ ଋଣ ଭଳି କରିବାକୁ ଦାବି ରହିଛି।

      ଏହାବାଦ୍, ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ସରକାରୀ ଓ ରେଳବାଇ ଡାକ୍ତରଖାନାରେ ଆବଶ୍ୟକୀୟ ସୁବିଧା ଯୋଗାଇଦେବା, କ୍ରମାଗତ ରେଳ ଦୁର୍ଘଟଣାକୁ କମେଇବା ପାଇଁ ପ୍ରତ୍ୟେକ ରେଳରେ ‘କବଚ’ର‌ ପ୍ରାବଧାନ ଏବଂ  ଅଧିକ ରେଳ ଲାଇନ୍ ସହ ଷ୍ଟେସନଗୁଡିକର କ୍ଷମତା ବୃଦ୍ଧି  ପାଇଁ କର୍ମଚାରୀ ପକ୍ଷ ଦାବି ରଖିଥିବା ବେଳେ, ଖାଦ୍ୟ ପଦାର୍ଥ ଓ ଔଷଧପତ୍ର ଉପରୁ ଜିଏସଟି ହ୍ରାସ, କର୍ପୋରେଟ ଟ୍ୟାକ୍ସରେ ବୃଦ୍ଧି, ଅଣସଂଗଠିତ କ୍ଷେତ୍ରରେ  କାର୍ଯ୍ୟରତ ଶ୍ରମିକ କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ସହ ସର୍ବନିମ୍ନ ମାସିକ ୯ ହଜାର ଟଙ୍କାର ପେନସନ ବ୍ୟବସ୍ଥା, ନୂତନ‌ପଦବୀ ସୃଷ୍ଟି ସହ ସରକାରୀ ଓ ରାଷ୍ଟ୍ରାୟତ ସଂସ୍ଥାରେ ଖାଲିପଡ଼ିଥିବା ସମସ୍ତ ପଦବୀ ପୁରଣ, ମନରେଗାର କାର୍ଯ୍ୟ ଦିବସ ବୃଦ୍ଧି, ପ୍ରସ୍ତାବିତ ଶ୍ରମ କୋଡ଼ ଉଚ୍ଛେଦ, ସରକାରୀ ଓ ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ ବନ୍ଦ, ଦରବୃଦ୍ଧି ‌ନିୟନ୍ତ୍ରଣ, ଅଙ୍ଗନବାଡ଼ି, ଆଶା କର୍ମୀଙ୍କ ଭଳି ବିଭିନ୍ନ ସ୍କିମ୍ ଓ୍ୱାର୍କରଙ୍କୁ  ନିୟମିତିକରଣ, ସ୍ୱାମୀନାଥନ କମିଟି ରିପୋର୍ଟ ଆଧାରରେ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ଇତ୍ୟାଦି ପାଇଁ ଶ୍ରମିକ ସଂଗଠନଗୁଡ଼ିକ ତରଫରୁ ମିଳିତ ଭାବେ ଦାବି କରାଯାଇଛି।

      ଆଶା ସମଗ୍ର ଦେଶରେ ଶ୍ରମିକ କର୍ମଚାରୀମାନଙ୍କ ହିତ ଦୃଷ୍ଟିରୁ ବିରୋଧୀଦଳ ମାନେ ସେମାନଙ୍କର ସ୍ବରକୁ ଆହୁରି ଶାଣିତ କରିବେ ଏବଂ ନୂଆ ସରକାର ସହୃଦୟତାର ‌ସହିତ ଦାବିଗୁଡିକୁ ବିଚାର‌କରି ତାଙ୍କର ପ୍ରଥମ ବଜେଟକୁ ଲୋକାଭିମୁଖୀ କରିବେ।

*****

Confederation CHQ writes to Secretary, Ministry of Ayush for upgradation of pay scales of Pharmacist Cadre



Sunday, July 28, 2024

78th Anniversary of 1946 P & T historic strike


In 1946 the strike, which was started by Postmen and Lower Grade Employees of P&T Dept. based on their own demands, eventually led to the slogan ''British Imperialism quit India." According to materialist historians, like Sri Irfan Habib the history of the country's freedom struggle would not be complete without mentioning this strike. Legendary leader Jyoti Bosu in his book "Jatodur Mane Pore" mentioned this Strike with special gravity and loudly praised the role of P&T employees and leadership taking part in this Strike. ( Poster: Com Bibhas Ghara).
Courtesy: Janardan Majumdar , SG, NFPE

Saturday, July 27, 2024

ସ୍ୱାସ୍ଥ୍ୟସେବାରେ ପାତରଅନ୍ତର

 



ସ୍ୱାସ୍ଥ୍ୟସେବାରେ ପାତରଅନ୍ତର

ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ 
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର 
ମୋବାଇଲ: ୯୪୩୭୦୨୨୬୬୯

       ଭାରତର ଲୋକସଂଖ୍ୟା ଅନୁପାତରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର, ନର୍ସ, ଫାର୍ମାସିଷ୍ଟ  ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଚିକିତ୍ସାଳୟର ଅଭାବ ଯୋଗୁ ଗାଁଗହଳିର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆରମ୍ଭ କରି ସହରାଞ୍ଚଳର ସୁପରସ୍ପେଶାଲିଟି ଓ ମଲ୍ଟିସ୍ପେଶାଲିଟି ହାସପାତାଳଗୁଡିକ ଉତ୍କୃଷ୍ଟ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ବିଫଳ ହେଉଥିବା ବେଳେ, ବିଭିନ୍ନ ଗୋଷ୍ଠୀ, ଜାତି, ଲିଙ୍ଗ, ଅର୍ଥନୈତିକ ଓ ସାମାଜିକ ପ୍ରତିଷ୍ଠା, ଭୌଗୋଳିକ ଅବସ୍ଥିତି ତଥା ସର୍ବୋପରି ସରକାରୀ ନୀତି ନିୟମର ପରିଧି ଭିତରେ ଉଭୟ ସରକାରୀ ଓ ବେସରକାରୀ ଚିକିତ୍ସାଳୟଗୁଡିକରେ ଲୋକମାନେ ସ୍ୱାସ୍ଥ୍ୟସେବାରେ ଘୋର ଭେଦଭାବର ଶୀକାର ହେବା ଆଜିକାଲି ଏକ ନିତିଦିନିଆ  ସାଧାରଣ ଘଟଣା। ଗ୍ରାମାଞ୍ଚଳର ଚିକିତ୍ସା କ୍ଷେତ୍ରରେ ଥିବା ପାତରଅନ୍ତରକୁ ଦୁରକରିବା ପାଇଁ  ୨୦୦୫ରେ ଆରମ୍ଭ  ହୋଇଥିବା ଜାତୀୟ  ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ପ୍ରଦର୍ଶନ ସନ୍ତୋଷଜନକ ନୁହେଁ। ସ୍ୱାସ୍ଥ୍ୟ ଭିତ୍ତିଭୂମି ଦୃଢ଼ କରିବା ପାଇଁ ବଜେଟରେ ସମ୍ବଳ ବଣ୍ଟନର ପାତରଅନ୍ତର ନୀତି ଯୋଗୁଁ ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟଠାରୁ ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟମାନେ ବହୁ ପଛରେ। ୨୦୨୩ର ଏକ ସର୍ବେକ୍ଷଣ ଅନୁଯାୟୀ, ପାଞ୍ଚ କିଲୋମିଟର ପରିଧି ଭିତରେ ଗ୍ରାମାଞ୍ଚଳର ମାତ୍ର ୩୫% ପରିବାରକୁ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେଉଥିବା ବେଳେ ସହରାଞ୍ଚଳରେ ତାହା ୮୫%। ସେହିପରି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମାତ୍ର ୧୫% ବିଭିନ୍ନ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବେଳେ ଉଚ୍ଚ ଆୟକାରୀ ବର୍ଗର ଲୋକମାନଙ୍କ କ୍ଷେତ୍ରରେ ତାହା ୭୦%। ଅଙ୍ଗପ୍ରତ୍ୟଙ୍ଗ ରୋପଣ ଓ କର୍କଟ ରୋଗ ଆଦି ଚିକିତ୍ସାରେ ତାମିଲନାଡୁ ଓ କର୍ଣ୍ଣାଟକ ଭଳି ଦକ୍ଷିଣ ଭାରତୀୟ ରାଜ୍ୟ ବିହାର ଓ ଉତ୍ତରପ୍ରଦେଶ ଭଳି ଉତ୍ତର ଭାରତୀୟ ରାଜ୍ୟ ଠାରୁ ବହୁ ଆଗରେ। ଭିତ୍ତିଭୂମି ସଂରଚନା ଏବଂ ସମ୍ବଳ ବଣ୍ଟନ ଓ ସାଧନରେ ପାତରଅନ୍ତର ଚିକିତ୍ସା କ୍ଷେତ୍ରରେ ଏକ ଆଞ୍ଚଳିକ ବୈଷମ୍ୟ ସୃଷ୍ଟି କରି ଜନସାଧାରଣଙ୍କୁ ସମାନ ଧରଣର ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅନ୍ତରାୟ ହେଉଛି। ଅକ୍ସଫାମ୍ ଇଣ୍ଡିଆର ଏକ ସର୍ବେକ୍ଷଣ ଅନୁଯାୟୀ ପ୍ରତି ତିନିଜଣରେ ଜଣେ ମୁସଲମାନ, ୨୦%ରୁ ଉର୍ଦ୍ଧ ଦଳିତ ଓ ଆଦିବାସୀ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ଅନ୍ୟୁନ ୩୦% ଚିକିତ୍ସା କ୍ଷେତ୍ରରେ ଜାତି ଓ ଧର୍ମକୁ ନେଇ ଭେଦଭାବର ଶୀକାର ହୋଇଥାନ୍ତି। ଭାରତରେ ପ୍ରାୟ ୪୦% ମହିଳା ଜନ୍ମ ସମୟରେ ଯୋଗ୍ୟ ଚିକିତ୍ସା ନପାଇବା ଏବଂ ମୁସ୍ଲିମ୍ ସମ୍ପ୍ରଦାୟରେ ପ୍ରାୟ ୧୫% ଲୋକ ଉଚ୍ଚମାନର ଚିକିତ୍ସାରୁ ବଞ୍ଚିତ ହେବା ଚିକିତ୍ସା କ୍ଷେତ୍ରରେ ଲିଙ୍ଗ ଓ ସମ୍ପ୍ରଦାୟଗତ ଭେଦଭାବକୁ ସ୍ପଷ୍ଟ ପ୍ରତିପାଦିତ କରେ। ସେହିପରି ସାମାଜିକ ଭେଦଭାବରେ, କିଛି  ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବା ଧର୍ମର ଲୋକଙ୍କ ସହ ସମଲିଙ୍ଗୀ ଓ କିନ୍ନରମାନେ ମଧ୍ୟ ଅପେକ୍ଷାକୃତ ଅଳ୍ପ ହାରରେ ଚିକିତ୍ସା ସୁବିଧା ପାଉଥିବା ପରିଲକ୍ଷିତ ହେଉଥିବାବେଳେ, ଭୌଗୋଳିକ ଅବସ୍ଥିତି ଯୋଗୁଁ ନଇନାଳ, ପାହାଡ଼ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଓ ସୀମାନ୍ତ ଅଞ୍ଚଳର ଲୋକେ ସର୍ବନିମ୍ନ ପ୍ରାଥମିକ  ସ୍ବାସ୍ଥ୍ୟସେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି।

          ଗରୀବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅନ୍ୟୁନ ୫୦ କୋଟି ପରିବାରକୁ ପରିବାର ପିଛା ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଦେବାପାଇଁ ଭାରତ ସରକାର ୨୦୧୮ରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ) ଯଦିଓ ଆରମ୍ଭ କଲେ, ଓଡ଼ିଶା ଭଳି ରାଜ୍ୟ ନିଜର ସ୍ୱାସ୍ଥ୍ୟସେବା ଯୋଜନା (ପରିବାର ପିଛା ବାର୍ଷିକ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଥାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା) ଥିବା ଯୋଗୁଁ ତାହା ଲାଗୁ କଲେ ନାହିଁ। ତଥ୍ୟ ଅନୁଯାୟୀ, ୨୦୨୩ ସୁଦ୍ଧା ମାତ୍ର ୧୦ କୋଟି ପରିବାର ଆୟୁଷ୍ମାନ ଭାରତ ଯୋଜନାରେ ଲାଭାନ୍ବିତ ହୋଇଛନ୍ତି। ଲୋକସଂଖ୍ୟା ଓ ଆଞ୍ଚଳିକ ବୈଷମ୍ୟବାଦର ଶୀକାର ହୋଇ କେରଳ ଭଳି ରାଜ୍ୟର ୭୦% ପରିବାର ଲାଭବାନ ହୋଇଥିବା ବେଳେ ବିହାର ଭଳି ରାଜ୍ୟରେ ଏହି ଯୋଜନାରେ ମାତ୍ର ୨୫% ଉପକୃତ। ଆୟୁଷ୍ମାନ ଭାରତରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାୟ ୨ କୋଟି ଲୋକ ୨୦୨୩ ସୁଦ୍ଧା ଲାଭ ପାଇଛନ୍ତି ଯାହା ଯୋଜନାର ମୋଟ ଲାଭାର୍ଥୀଙ୍କର ମାତ୍ର ୨୦% । ଚିକିତ୍ସା ଖର୍ଚ୍ଚ ନିର୍ଦ୍ଧାରିତ ପାଞ୍ଚ ବା ଦଶ ଲକ୍ଷ ଅତିକ୍ରମ କଲେ, ରୋଗୀମାନେ ଅଯଥା ଅବହେଳାର ଶୀକାର ହେଉଥିବାବେଳେ କାର୍ଡ ଜରିଆରେ ଚିକିତ୍ସା ବାବଦ ଖର୍ଚ୍ଚକୁ ସରକାର ଠିକ୍ ସମୟରେ ନିର୍ଦ୍ଦିଷ୍ଟ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଭରଣା କରୁ ନଥିବାରୁ, ଅନେକ ହାସପାତାଳ ଏସବୁ କାର୍ଡ ଗ୍ରହଣ କରିବାକୁ ଅନିଚ୍ଛୁକ ହେଉଛନ୍ତି। ଏହା ବାଦ୍, ଅନେକ ସରକାରୀ ଡାକ୍ତରଖାନାଗୁଡ଼ିକରେ ସବୁପ୍ରକାରର ଚିକିତ୍ସା ଉପଲବ୍ଧ ନଥିଲା ବେଳେ ସରକାର ଅନେକ ସୁପରସ୍ପେଶାଲିଟି ଓ ମଲ୍ଟିସ୍ପେଶାଲିଟି ଘରୋଇ ହାସପାତାଳକୁ ଏଭଳି ଯୋଜନା କାର୍ଡ ପରିସରଭୁକ୍ତ କରିନାହାନ୍ତି, ଯେଉଁଥିପାଇଁ ସାଧାରଣ ରୋଗୀମାନେ ଉତ୍ତମ ଓ ଉପଯୁକ୍ତ ଚିକିତ୍ସା ପାଇପାରୁନାହାନ୍ତି।

          ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ କ୍ଷେତ୍ରରେ ପାତରଅନ୍ତର ଆହୁରି ଅଧିକ। ସପ୍ତମ ବେତନ ଆୟୋଗ ଆଧାରରେ ପେ’ମାଟ୍ରିକ୍ସ ସ୍ତର ୧ରୁ ୫, ସ୍ତର ୬, ସ୍ତର ୭ରୁ ୧୧ ଏବଂ ସ୍ତର ୧୨ରୁ ତଦୁର୍ଦ୍ଧରେ ଥିବା କେନ୍ଦ୍ର ସରକାରୀ କର୍ମଚାରୀମାନେ ମାସିକ ଦରମାରୁ ଯଥାକ୍ରମେ ୨୫୦, ୪୫୦, ୬୫୦ ଓ ୧୦୦୦ ଟଙ୍କା ଉତ୍ସର୍ଗ କରି ଏବଂ ପେନସନଭୋଗୀମାନେ ଯଥାକ୍ରମେ ଏକକାଳୀନ ୩୦୦୦୦, ୫୪୦୦୦, ୭୮୦୦୦ ଓ ୧୨୦୦୦୦ ଟଙ୍କା ଦାଖଲ କରି ଆଜୀବନ ସିଜିଏଚଏସ ଅଧିନରେ ସ୍ୱାସ୍ଥ୍ୟସେବା ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। କିନ୍ତୁ ସମସ୍ତଙ୍କ ପାଇଁ ସମାନ ପ୍ରକାରର ସୁବିଧା ଉପଲବ୍ଧ ନହୋଇ ସପ୍ତମ ବେତନ ଆୟୋଗର ମୂଳ ଦରମା ଆଧାରରେ ଅଲଗା ଅଲଗା ଭାବରେ ସ୍ୱାସ୍ଥ୍ୟସେବା ନିର୍ଦ୍ଧାରିତ ହୁଏ। ମୂଳ ମାସିକ ଦରମା ୩୬୫୦୦, ୩୬୫୦୧ରୁ ୫୦୫୦୦ ଏବଂ ୫୦୫୦୦ରୁ ତଦୁର୍ଦ୍ଧ ଥିବା ସିଜିଏଚଏସ ଉପଭୋକ୍ତାମାନେ ଯଥାକ୍ରମେ ସାଧାରଣ ୱାର୍ଡ଼, ସେମି ପ୍ରାଇଭେଟ୍ ୱାର୍ଡ଼ ଓ ପ୍ରାଇଭେଟ୍ ୱାର୍ଡ଼ରେ ଚିକିତ୍ସିତ ହେବାର ସୁବିଧା ପାଇଥାନ୍ତି ଯାହା ଚିକିତ୍ସା କ୍ଷେତ୍ରରେ ଆର୍ଥିକ ଭେଦଭାବକୁ ସ୍ପଷ୍ଟ କରେ। ଅଧିକନ୍ତୁ; ବିଭିନ୍ନ ବ୍ୟାଧିର ଚିକିତ୍ସା ପାଇଁ ସିଜିଏଚଏସରେ ଯେଉଁ ପ୍ୟାକେଜ ନିର୍ଦ୍ଧାରିତ ହୋଇଛି, ତାହା ପ୍ରକୃତ ଖର୍ଚ୍ଚଠାରୁ ଅଧିକାଂଶ କ୍ଷେତ୍ରରେ ଯଥେଷ୍ଟ କମ୍ ରହୁଥିବାରୁ ଉପଭୋକ୍ତାମାନେ ଆର୍ଥିକ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତୀୟ ଡ଼ାକ ବିଭାଗର ଅନ୍ୟୁନ ତିନି ଲକ୍ଷ ଗ୍ରାମୀଣ ଡାକ ସେବକ ଘାସକୁ ମୋଟ ଓ ଗଛକୁ ଛୋଟ ଭଳି ନୀତି ନିୟମର ମାୟା ଜାଲ ଭିତରେ ଉଭୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କ କୌଣସି ସ୍ୱାସ୍ଥ୍ୟସେବା ଯୋଜନାରେ ଅନ୍ତର୍ଭୁକ୍ତ ନାହାନ୍ତି। 

        ଅଧିକନ୍ତୁ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କ୍ରମାଗତ ବଜେଟ୍ ହ୍ରାସ ନିମ୍ନମାନର ସ୍ୱାସ୍ଥ୍ୟସେବା ପାଇଁ ବହୁ ପରିମାଣରେ ଦାୟୀ। ୨୦୧୮-୧୯ରୁ ୨୦୨୩-୨୪ଭିତରେ ବିଗତ ପାଞ୍ଚ ବର୍ଷର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଜେଟ୍ ଆବଣ୍ଟନ କଥାରୁ ସ୍ପଷ୍ଟ ହୁଏ ଯେ ୨୦୧୮-୧୯ ବଜେଟରେ ମୋଟ ୫୬୨୩୬ କୋଟି ଟଙ୍କା (ଯାହା ମୋଟ ବଜେଟର ୨.୪% ଓ ମୋଟ ଘରୋଇ ଉତ୍ପାଦ ବା ଜିଡିପିର ୦.୩%)ର ବ୍ୟୟ ବରାଦ କରାଯାଇଥିବା ବେଳେ, ୨୦୨୩-୨୪ରେ (ସଂଶୋଧିତ) ୮୩୪୧୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ଯାହା ମୋଟ ବଜେଟର ୧.୯% ଓ ଜିଡିପିର ୦.୨୮%। ଏଠି ଯଦି ସରକାରଙ୍କ ସ୍ୱାସ୍ଥ୍ୟ ଉପକର(ସେସ୍)ରୁ ସଂଗୃହିତ ଆୟକୁ ବିଚାର କରାଯାଏ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଜେଟ୍ ଆବଣ୍ଟନ ଆହୁରି କମିଯିବ। ଉଦାହରଣ ସ୍ୱରୂପ ୨୦୨୨-୨୩ରେ ୭୮୧୭୯ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କେବଳ ଉପକରରୁ ଆୟ ଥିଲା ୧୮୩୦୦ କୋଟି ଟଙ୍କା। ଅର୍ଥାତ ଏହି ଆୟକୁ ବାଦଦେଲେ  ୨୦୨୨-୨୩ର ପ୍ରକୃତ ଆବଣ୍ଟନ ମାତ୍ର ୫୯୮୭୯ ଯାହା ୨୦୧୯-୨୦ର ଆବଣ୍ଟନ (୬୬୦୪୨ କୋଟି)ଠାରୁ ବି କମ୍। ଗ୍ରାମାଞ୍ଚଳର ଗରୀବ ଜନତାଙ୍କ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ୨୦୧୮ରେ  ସ୍ୱାସ୍ଥ୍ୟ ଉପକର ଲାଗୁ କଲାବେଳେ ବ୍ୟୟବରାଦ ମୋଟ ବଜେଟର ୨.୪% ଥିଲା। ଅନ୍ତତଃ ଯଦି ସେହି ଅନୁପାତରେ ବ୍ୟୟ ଅଟକଳ କରାଯାଉଥା’ନ୍ତା, ତେବେ ୨୦୨୩-୨୪ର ବଜେଟ୍ ଆବଣ୍ଟନ ୮୩୪୧୮ କୋଟି ଟଙ୍କା ପରିବର୍ତ୍ତେ ୧.୦୭ ଲକ୍ଷ କୋଟି ଟଙ୍କା ହୋଇଥାନ୍ତା। ୨୩ ଜୁଲାଇ ୨୦୨୪ରେ ଆଗତ ୨୦୨୪-୨୫ର ବଜେଟରେ ୯୦୯୫୮.୬୩ କୋଟିର ବ୍ୟୟ ବରାଦ ମଧ୍ୟ ଉତ୍ସାହପ୍ରଦ ନୁହେଁ। ମେଡ଼ିକାଲ ସରଞ୍ଜାମ ଓ ଔଷଧପତ୍ରର କ୍ରମାଗତ ଦରବୃଦ୍ଧିକୁ ବିଚାର କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଜେଟ୍ ଆବଣ୍ଟନକୁ ସମାନୁପାତିକ ହାରରେ ବୃଦ୍ଧି ନକରିବା, ଉଚ୍ଚମାନର ସେବା ପ୍ରଦାନରେ ଘୋର ଅନ୍ତରାୟ ସୃଷ୍ଟି କରିବା ଅତ୍ୟନ୍ତ ସ୍ୱଭାବିକ।

            ଚିକିତ୍ସା କ୍ଷେତ୍ରରେ ଭେଦଭାବ ଏକ ପ୍ରମୁଖ ସମସ୍ୟା ଯାହା ବିକାଶର ପରିପନ୍ଥୀ ଏବଂ ଭାରତୀୟ ସମ୍ବିଧାନର ଧାରା ୧୪, ୨୧ ଓ ୪୭ର ଖୋଲା ଉଲ୍ଲଂଘନ। ସ୍ୱାସ୍ଥ୍ୟ ଏବଂ ଚିକିତ୍ସାର ଅଧିକାର, ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ବଞ୍ଚିବାର ଅଧିକାରର ପରିସରଭୁକ୍ତ। ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ମତରେ ଜୀବନ ସଂରକ୍ଷଣ ସର୍ବୋପରି। ଜୀବନ ଥରେ ଚାଲିଗଲେ ଆଉ ପୁନର୍ବାର ଫେରିଆସେ ନାହିଁ। କଥାରେ ଅଛି “ଶରୀରମାଦ୍ୟଂ ଖଳୁ ଧର୍ମସାଧନମ୍”। ଏକ ଭେଦଭାବହୀନ ସ୍ୱସ୍ଥ ସମାଜ ଗଠନ ପାଇଁ ସବୁ ଲୋକ ସମାନ ପ୍ରକାରର ଚିକିତ୍ସା ସୁବିଧା ପାଇବା ଆବଶ୍ୟକ। ଚିକିତ୍ସାରେ ଅବହେଳା ଓ ପାତରଅନ୍ତର ପାଇଁ ରାଷ୍ଟ୍ର ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷ ଓ ଗୋଷ୍ଠୀ ଉତ୍ତରଦାୟୀ। ତେଣୁ ଏଭଳି ଭେଦଭାବର ସମୀକ୍ଷା କରିବା ସହ ତାହାର ସମାଧାନ ପାଇଁ ଉଭୟ ସରକାର ଓ ବିଭିନ୍ନ ସମ୍ପ୍ରଦାୟର ମିଳିତ ଆନ୍ତରିକ ପ୍ରଚେଷ୍ଟା ଅତ୍ୟନ୍ତ ଜରୁରୀ।

*****

Joint Biennial Conference of ITEF and ITGOA, Odisha Chapter conducted successfully at Aqua Lawn, Bhubaneswar on 26th & 27th July, 2024































 

Confederation Odisha State CoC congratulates all the newly elected office bearers for the ensuing session.

Tuesday, July 23, 2024

ବଜେଟ ପ୍ରତିକ୍ରିୟା - କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ନୈରାଶ୍ୟଜନକ ବଜେଟ


 

ବଜେଟ ପ୍ରତିକ୍ରିୟା

କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ  ନୈରାଶ୍ୟଜନକ ବଜେଟ

୨୨ଜୁଲାଇ ୨୦୨୪ରେ ସରକାର ପୁରୁଣା ପେନସନ ଯୋଜନାର ପୁନଃପ୍ରଚଳନ ଓ ଅଷ୍ଟମ ବେତନ ଆୟୋଗ ଗଠନ ଉପରେ ନକାରାତ୍ମକ ଉତ୍ତର କରିସାରିଲା ପରେ ୨୩ ଜୁଲାଇରେ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍ କର୍ମଚାରୀମାନଙ୍କ ସପକ୍ଷରେ ହେବନାହିଁ ବୋଲି ସ୍ପଷ୍ଟ ଜଣାପଡ଼ିଥିଲା। କେବଳ ଆୟକର ଦାଖଲ ପାଇଁ ଥିବା ଷ୍ଟାଣ୍ଡାର୍ଡ ଡିଡକ୍ସନରେ ପଚିଶ ହଜାର ଏବଂ  ଫାମିଲି ପେନସନ ଡିଡ‌କ୍ସନରେ ଦଶ ହଜାର ଟଙ୍କା ବୃଦ୍ଧି କରି ସରକାର କର୍ମଚାରୀ ଓ ପେନସନଭୋଗୀଙ୍କୁ ଖୁସି କରିବାକୁ ଚେଷ୍ଟା କରିବା ବ୍ୟତୀତ, ଚଳିତ ବଜେଟ ଉଭୟ ଶ୍ରମିକ-କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ସମ୍ପୂର୍ଣ୍ଣ ନୈରାଶ୍ୟଜନକ କହିଲେ ଅତ୍ୟୁକ୍ତି ହେବନାହିଁ। ଦେଶର ସମସ୍ତ ଶ୍ରମିକ-କର୍ମଚାରୀମାନଙ୍କର ଏକ ବଡ଼ ଆଶା ଥିଲା ସରକାର ନିଶ୍ଚିତ ଭାବେ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ଚଳିତ ବଜେଟରେ ଘୋଷଣା କରିବା ସହ ପେନସନ ଯୋଜନାରେ ପରିବର୍ତ୍ତନ ତଥା କୋଭିଡ ସମୟରୁ କାଟି ନେଇଥିବା ୧୮ମାସର ବକେୟା ମହଙ୍ଗା  ଭତ୍ତାକୁ ଫେରେଇ ଦେବା ପାଇଁ ପ୍ରାବଧାନ କରିବେ। କିନ୍ତୁ କର୍ମଚାରୀଙ୍କର ଏହି ତିନୋଟି ମୂଖ୍ୟ ଦାବି ଉପରେ ଚଳିତ ବଜେଟ ସମ୍ପୂର୍ଣ୍ଣ ନୀରବ। କର୍ମଚାରୀଙ୍କ ସର୍ବନିମ୍ନ  ବେତନ ନିର୍ଦ୍ଧାରଣ ଓ ପେନସନରେ ସୁଧାର ଆଣିବା ଏବଂ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ମାସିକ ନ'ହଜାର ଟଙ୍କା ସର୍ବନିମ୍ନ ପେନସନ ଘୋଷଣା ବିଳମ୍ବିତ ହେଉଥିବା ବେଳେ, ଚଳିତ ବଜେଟରେ ନାବାଳକଙ୍କ  ପାଇଁ 'ବାତ୍ସଲ୍ୟ' ପେନସନ ଯୋଜନାର ପ୍ରଚଳନ ନିହାତି  ହାସ୍ୟାସ୍ପଦ। ଅଧିକନ୍ତୁ, ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ଫେବୃଆରୀ ୨୦୨୪ରେ ସେମାନଙ୍କର ୧୫୫ତମ ରିପୋର୍ଟ ଦାଖଲ କଲାବେଳେ ମହଜୁଦା ସର୍ତ୍ତାବଳୀକୁ କୋହଳ କରି କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟ ଯୋଜନା(ସିଜିଏଚ୍ଏସ୍)ରେ ଅଧିକ ସଂଖ୍ୟକ ସ୍ବାସ୍ଥ୍ୟ ମଙ୍ଗଳ କେନ୍ଦ୍ର ଖୋଲିବା ପାଇଁ ସୁପାରିଶ କରିଥିଲେ ବି ଚଳିତ ବଜେଟରେ ସେଭଳି କିଛି ପ୍ରାବଧାନ ନାହିଁ କିମ୍ବା ଔଷଧପତ୍ର ଓ ବିଭିନ୍ନ ମେଡିକାଲ ସରଂଜାମର ଦରବୃଦ୍ଧିକୁ ଆଖିରେ ରଖି ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ଧାର୍ଯ୍ୟ ସିଜିଏଚ୍ଏସ୍ ପ୍ୟାକେଜରେ ମଧ୍ୟ କୌଣସି ପରିବର୍ତ୍ତନ କରିନାହାନ୍ତି। ତେଣୁ ଚଳିତ ବଜେଟକୁ କର୍ମଚାରୀ ବିରୋଧୀ କହିଲେ ଭୁଲ ହେବନାହିଁ।

- ବୃହସ୍ପତି ସାମଲ -

ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି,  ଭୁବନେଶ୍ୱର
ମୋବାଇଲ : ୯୪୩୭୦୨୨୬୬୯

HIGHLIGHTS OF THE UNION BUDGET 2024-25

 Ministry of Finance

HIGHLIGHTS OF THE UNION BUDGET 2024-25

Posted On: 23 JUL 2024 1:17PM by PIB Delhi

The Union Minister of Finance and Corporate Affairs Smt. Nirmala Sitharaman presented the Union Budget 2024-25 in Parliament today. The highlights of the budget are as follows:

Part-A

Budget Estimates 2024-25:

    • Total receipts other than borrowings: `32.07 lakh crore.
    • Total expenditure: `48.21 lakh crore.
    • Net tax receipt: `25.83 lakh crore.
    • Fiscal deficit: 4.9 per cent of GDP.
  • Government aims to reach a deficit below 4.5 per cent next year.
  • Inflation continues to be low, stable and moving towards the 4% target; Core inflation (non-food, non-fuel) at 3.1%.
  • The focus of budget is on EMPLOYMENT, SKILLING, MSMEs, and the MIDDLE CLASS.

Package of PM’s five schemes for Employment and Skilling

  •  Prime Minister’s Package of 5 Schemes and Initiatives for employment, skilling and other opportunities for 4.1 crore youth over a 5-year period.
    1. Scheme A - First Timers: One-month salary of up to `15,000 to be provided in 3 installments to first-time employees, as registered in the EPFO.
    2. Scheme B - Job Creation in manufacturing: Incentive to be provided at specified scale directly, both employee and employer, with respect to their EPFO contribution in the first 4 years of employment.
    3. Scheme C - Support to employers: Government to reimburse up to `3,000 per month for 2 years towards EPFO contribution of employers, for each additional employee.
    4. New centrally sponsored scheme for Skilling
      • 20 lakh youth to be skilled over a 5-year period.
      • 1,000 Industrial Training Institutes to be upgraded in hub and spoke arrangements.
    5. New Scheme for Internship in  500 Top Companies  to 1 crore youth in 5 years

Nine Budget Priorities in pursuit of ‘Viksit Bharat’:

    1. Productivity and resilience in Agriculture
    2. Employment & Skilling
    3. Inclusive Human Resource Development and Social Justice
    4. Manufacturing & Services
    5. Urban Development  
    6. Energy Security
    7. Infrastructure
    8. Innovation, Research & Development and
    9. Next Generation Reforms

Priority 1: Productivity and resilience in Agriculture

  • Allocation of  `1.52 lakh crore for agriculture and allied sectors.
  • New 109 high-yielding and climate-resilient varieties of 32 field and horticulture crops to be released for cultivation by farmers.
  • 1 crore farmers across the country to be initiated into natural farming, with certification and branding in next 2 years.
  • 10,000 need-based bio-input resource centres to be established for natural farming.
  • Digital Public Infrastructure (DPI) for Agriculture to be implemented for coverage of farmers and their lands in 3 years.

Priority 2: Employment & Skilling

  • As part of the Prime Minister’s package, 3 schemes for ‘Employment Linked Incentive’ to be implemented - Scheme A - First Timers; Scheme B - Job Creation in manufacturing;  Scheme C - Support to employers.
  • To facilitate higher participation of women in the workforce,
    • working women hostels and crèches to be established with industrial collaboration
    • women-specific skilling programmes to be organized
    • market access for women SHG enterprises to be promoted

Skill Development

  • New centrally sponsored scheme for Skilling under Prime Minister’s Package for 20 lakh youth over a 5-year period.
  • Model Skill Loan Scheme to be revised to facilitate loans up to
    `7.5 lakh.
  • Financial support for loans upto `10 lakh for higher education in domestic institutions to be provided to youth who have not been eligible for any benefit under government schemes and policies.

 

Priority 3: Inclusive Human Resource Development and Social Justice

Purvodaya

  • Industrial node at Gaya to be developed along the Amritsar-Kolkata Industrial Corridor.
  • Power projects, including new 2400 MW power plant at Pirpainti, to be taken up at a cost of  `21,400 crore.

Andhra Pradesh Reorganization Act

      • Special financial support through multilateral development agencies of `15,000 crore in the current financial year.
      • Industrial node at Kopparthy along Vishakhapatnam-Chennai Industrial Corridor and at Orvakal along Hyderabad-Bengaluru Industrial Corridor.

Women-led development

  • Total allocation of more than `3 lakh crore for schemes benefitting women and girls.

Pradhan Mantri Janjatiya Unnat Gram Abhiyan

  • Socio-economic development of tribal families in tribal-majority villages and aspirational districts, covering 63,000 villages benefitting 5 crore tribal people.

Bank branches in North-Eastern Region

  • 100 branches of India Post Payment Bank to be set up in the North East region.

Priority 4: Manufacturing & Services

Credit Guarantee Scheme for MSMEs in the Manufacturing Sector

  • A credit guarantee scheme without collateral or third-party guarantee in term loans to MSMEs for purchase of machinery and equipment.

Credit Support to MSMEs during Stress Period

  • New mechanism to facilitate continuation of bank credit to MSMEs during their stress period.

Mudra Loans

  • The limit of Mudra loans under ‘Tarun’ category to be enhanced to `20 lakh from `10 lakh for those who have successfully repaid previous loans.

Enhanced scope for mandatory onboarding in TReDS

  •  Turnover threshold of buyers for mandatory onboarding on the TReDS platform to be reduced from `500 crore to `250 crore..

MSME Units for Food Irradiation, Quality & Safety Testing

  • Financial support to set up 50 multi-product food irradiation units in the MSME sector .

E-Commerce Export Hubs

  • E-Commerce Export Hubs to be set up under public-private-partnership (PPP) mode for MSMEs and traditional artisans to sell their products in international markets.

Critical Mineral Mission

  • Critical Mineral Mission to be set up for domestic production, recycling of critical minerals, and overseas acquisition of critical mineral assets.

Offshore mining of minerals

  • Auction of the first tranche of offshore blocks for mining, building on the exploration already carried out.

Digital Public Infrastructure (DPI) Applications

  • Development of DPI applications in the areas of credit, e-commerce, education, health, law and justice, logistics, MSME, services delivery, and urban governance.

Priority 5: Urban Development

Transit Oriented Development

  • Formulation of Transit Oriented Development plans and strategies to implement and finance 14 large cities above 30 lakh population.

Urban Housing

  • Investment of  `10 lakh crore, including the central assistance of `2.2 lakh crore in next 5 years,  under PM Awas Yojana Urban 2.0 proposed to address the , housing needs of 1 crore urban poor and middle-class families.

Street Markets

  • New scheme to support the development of 100 weekly ‘haats’ or street food hubs every year for the next 5 years in select cities.

Priority 6: Energy Security

Energy Transition

  • Policy document on ‘Energy Transition Pathways’ to balance the imperatives of employment, growth and environmental sustainability to be brought out.

Pumped Storage Policy

  • Policy for promoting pumped storage projects for electricity storage to be brought out.

Research and development of small and modular nuclear reactors

  • Government to partner with private sector for R&D of Bharat Small Modular Reactor and newer technologies for nuclear energy, and to set up Bharat Small Reactors.

Advanced Ultra Super Critical Thermal Power Plants

  • Joint venture proposed between NTPC and BHEL to set up a full scale 800 MW commercial plant using Advanced Ultra Super Critical (AUSC) technology.

Roadmap for ‘hard to abate’ industries

  • Appropriate regulations for transition of ‘hard to abate’ industries from the current ‘Perform, Achieve and Trade’ mode to ‘Indian Carbon Market’ mode to be put in place.  

Priority 7: Infrastructure

Infrastructure investment by Central Government

  • `11,11,111 crore (3.4 % of GDP) to be provided for capital expenditure.

Infrastructure investment by state governments

  • Provision of `1.5 lakh crore for long-term interest free loans to support states in infrastructure investment.

Pradhan Mantri Gram SadakYojana (PMGSY)

  • Launch of phase IV of PMGSY to provide all-weather connectivity to 25,000 rural habitations.

Irrigation and Flood Mitigation

  • Financial support of  `11,500 crore to projects such as the Kosi-Mechi intra-state link and other schemes in Bihar.
  • Government to provide assistance to Assam, Himachal Pradesh, Uttarakhand and Sikkim for floods, landslides and other related projects.

 Tourism

  • Comprehensive development of Vishnupad Temple Corridor, Mahabodhi Temple Corridor and Rajgir.
  • Assistance for development of temples, monuments, craftsmanship, wildlife sanctuaries, natural landscapes and pristine beaches of Odisha.

Priority 8: Innovation, Research & Development

  • Anusandhan National Research Fund for basic research and prototype development to be operationalised.
  • Financing pool of  `1 lakh crore for spurring private sector-driven research and innovation at commercial scale.

Space Economy

  • Venture capital fund of  `1,000 crore to be set up for expanding the space economy by 5 times in the next 10 years.

Priority 9: Next Generation Reforms

Rural Land Related Actions

  • Unique Land Parcel Identification Number (ULPIN) or Bhu-Aadhaar for all lands
  • Digitization of cadastral maps
  • Survey of map sub-divisions as per current ownership
  • Establishment of land registry
  • Linking to the farmers registry

Urban Land Related Actions

  • Land records in urban areas to be digitized with GIS mapping.

Services to Labour

  • Integration of e-shram portal with other portals to facilitate such one-stop solution.
  • Open architecture databases for the rapidly changing labour market, skill requirements and available job roles.
  • Mechanism to connect job-aspirants with potential employers and skill providers.

NPS Vatsalya

  • NPS-Vatsalya as a plan for contribution by parents and guardians for minors.

 

PART B

Indirect Taxes

GST

  • Buoyed by GST’s success, tax structure to be simplified and rationalised to expand GST to remaining sectors.

Sector specific customs duty proposals

Medicines and Medical Equipment

  • Three cancer drugs namely TrastuzumabDeruxtecan, Osimertinib and Durvalumab fully exempted from custom duty.
  • Changes in Basic Customs Duty (BCD) on x-ray tubes & flat panel detectors for use in medical x-ray machines under the Phased Manufacturing Programme.

Mobile Phone and Related Parts

  • BCD on mobile phone, mobile Printed Circuit Board Assembly (PCBA) and mobile charger reduced to 15 per cent.

Precious Metals

  • Customs duties on gold and silver reduced to 6 per cent and that on platinum to 6.4 per cent.

Other Metals

  • BCD removed on ferro nickel and blister copper.
  • BCD removed on ferrous scrap and nickel cathode.
  • Concessional BCD of 2.5 per cent on copper scrap.

Electronics

  • BCD removed, subject to conditions, on oxygen free copper for manufacture of resistors.

Chemicals and Petrochemicals

  • BCD on ammonium nitrate increased from 7.5 to 10 per cent.

Plastics

  • BCD on PVC flex banners increased from 10 to 25 per cent.

Telecommunication Equipment

  • BCD increased from 10 to 15 per cent on PCBA of specified telecom equipment.

Trade facilitation

  • For promotion of domestic aviation and boat & ship MRO, time period for export of goods imported for repairs extended from six months to one year.
  • Time-limit for re-import of goods for repairs under warranty extended from three to five years.

Critical Minerals

  • 25 critical minerals fully exempted from customs duties.
  • BCD on two critical minerals reduced.

Solar Energy

  • Capital goods for use in manufacture of solar cells and panels exempted from customs duty.

Marine products

  • BCD on certain broodstock, polychaete worms, shrimp and fish feed reduced to 5 per cent.
  • Various inputs for manufacture of shrimp and fish feed exempted from customs duty.

Leather and Textile

  • BCD reduced on real down filling material from duck or goose.
  • BCD reduced, subject to conditions, on methylene diphenyl diisocyanate (MDI) for manufacture of spandex yarn from 7.5 to 5 per cent.

Direct Taxes

  • Efforts to simplify taxes, improve tax payer services, provide tax certainty and reduce litigation to be continued.
  • Enhance revenues for funding development and welfare schemes of government.
  • 58 per cent of corporate tax from simplified tax regime in FY23, more than two-thirds taxpayers availed simplified tax regime for personal income tax in FY 24.

Simplification for Charities and of TDS

  • Two tax exemption regimes for charities to be merged into one.
  • 5 per cent TDS rate on many payments merged into 2 per cent TDS rate.
  • 20 per cent TDS rate on repurchase of units by mutual funds or UTI withdrawn.
  • TDS rate on e-commerce operators reduced from one to 0.1 per cent.
  • Delay for payment of TDS up to due date of filing statement decriminalized.

Simplification of Reassessment

  • Assessment can be reopened beyond three years upto five years from the end of Assessment Year only if the escaped income is ₹ 50 lakh or more.
  • In search cases, time limit reduced from ten to six years before the year of search.

Simplification and Rationalisation of Capital Gains

  • Short term gains on certain financial assets to attract a tax rate of 20 per cent.
  • Long term gains on all financial and non-financial assets to attract a tax rate of 12.5 per cent.
  • Exemption limit of capital gains on certain financial assets increased to ₹ 1.25 lakh per year.

Tax Payer Services

  • All remaining services of Customs and Income Tax including rectification and order giving effect to appellate orders to be digitalized over the next two years.

Litigation and Appeals

  • ‘Vivad Se Vishwas Scheme, 2024’ for resolution of income tax disputes pending in appeal.
  • Monetary limits for filing direct taxes, excise and service tax related appeals in Tax Tribunals, High Courts and Supreme Court increased to ₹60 lakh, ₹2 crore and ₹5 crore respectively.
  • Safe harbour rules expanded to reduce litigation and provide certainty in international taxation.

Employment and Investment

  • Angel tax for all classes of investors abolished to bolster start-up eco-system,.
  • Simpler tax regime for foreign shipping companies operating domestic cruises to promote cruise tourism in India.
  • Safe harbour rates for foreign mining companies selling raw diamonds in the country.
  • Corporate tax rate on foreign companies reduced from 40 to 35 per cent.

Deepening tax base

  • Security Transactions Tax on futures and options of securities increased to 0.02 per cent and 0.1 per cent respectively.
  • Income received on buy back of shares in the hands of recipient to be taxed.

Social Security Benefits.

  • Deduction of expenditure by employers towards NPS to be increased from 10 to 14 per cent of the employee’s salary.
  • Non-reporting of small movable foreign assets up to ₹20 lakh de-penalised.

Other major proposal in Finance Bill

  • Equalization levy of 2 per cent withdrawn.

Changes in Personal Income Tax under new tax regime

  • Standard deduction for salaried employees increased from ₹50,000 to ₹75,000.
  • Deduction on family pension for pensioners enhanced from ₹15,000/- to ₹25,000/-
  • Revised tax rate structure:

0-3 lakh rupees

Nil

3-7 lakh rupees

5 per cent

7-10 lakh rupees

10 per cent

10-12 lakh rupees

15 per cent

12-15 lakh rupees

20 per cent

Above 15 lakh rupees

30 per cent

  • Salaried employee in the new tax regime stands to save up to ₹ 17,500/- in income tax.

 

*****