Thursday, November 30, 2023

ତିନିଦିନିଆ ଅହୋରାତ୍ର ମହାଧାରଣା କାର୍ଯ୍ୟକ୍ରମ ଓଡିଶାର ରାଜଧାନୀ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଉଦଯାପିତ






ଜନବିରୋଧୀ ବିଜେପି ସରକାର ହଟାଅ-ଦେଶ ବଞ୍ଚାଅ, ଶ୍ରମିକ ବଞ୍ଚାଅ-କୃଷକ ବଞ୍ଚାଅ ଆହ୍ୱାନରେ କିଷାନ-ମଜଦୁର ଏବଂ କର୍ମଚାରୀମାନଙ୍କର  ସ୍ୱାଧୀନ ଫେଡେରେସନ ଇତ୍ୟାଦି  ୫୦୦ଟି ସଂଗଠନ ନେତୃତ୍ୱରେ ଆହୁତ ଦେଶଵ୍ୟାପୀ ୭୨ଘଣ୍ଟା ତିନିଦିନିଆ ଅହୋରାତ୍ର ମହାଧାରଣା କାର୍ଯ୍ୟକ୍ରମ ଓଡିଶାର ରାଜଧାନୀ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଉଦଯାପିତ ହୋଇଯାଇଛି । ଓଡିଶାରେ ଉପସ୍ଥିତ ଥିବା ୩୪ଟି ସଂଗଠନ ଏହି ଆନ୍ଦୋଳନରେ ନେତୃତ୍ୱ ନେଇ ସାମିଲ ହୋଇଛନ୍ତି । ରାଜ୍ୟର ହଜାର ହଜାର ଶ୍ରମିକ, କର୍ମଚାରୀ, ମହିଳା, ଯୁବ, ଛାତ୍ର, ବୁଦ୍ଧିଜୀବୀ  ଏବଂ ଶୁଭେଛୁ ଅଂଶ ଗ୍ରହଣ କରିଛନ୍ତି। ମାନନୀୟା ରାଷ୍ଟ୍ରପତି ଏବଂ ମାନ୍ୟବର ରାଜ୍ୟପାଳଙ୍କୁ ୨୧ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ସର୍ବ ଭାରତୀୟ ନେତୃବୃନ୍ଦ ଧାରଣାରେ ଉଦବୋଧନ ଦେଇ ଉତ୍ସାହିତ କରିଛନ୍ତି। ରାଜ୍ୟର ଏକଶତରୁ ଉର୍ଦ୍ଧ୍ୱ ସଂଗ୍ରାମୀ ନେତା ସମାବେଶରେ ବକ୍ତବ୍ୟ ରଖିଛନ୍ତି। କୃଷକ-ମଜଦୁର ମାନଙ୍କର ପ୍ରସଙ୍ଗଗୁଡିକ ଗଣମାଧ୍ୟମରେ ଯଥା ସମ୍ଭବ ପ୍ରଚାର, ପ୍ରସାରଣ ଏବଂ ପ୍ରକାଶନ ହୋଇଛି ।

"ଐକ୍ୟ ପାଇଁ ସଂଗ୍ରାମ ଏବଂ ସଂଗ୍ରାମ ପାଇଁ ଐକ୍ୟ ପ୍ରଚାର ଅଭିଯାନ ଏବଂ ଆନ୍ଦୋଳନ ଅବ୍ୟାହତ ରଖିବା ସାମ୍ପ୍ରତିକ ପରିସ୍ଥିତିର ଆହ୍ୱାନ ।

ସମସ୍ତଙ୍କୁ  ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛୁ ।

No comments:

Post a Comment