Dear Comrades,
You are aware that the Joint Forum of Central Trade Unions (except BMS), Joint Kishan Morchas and all Independent Federations i.e. State, Central, Bank and Insurance etc. is going to conduct a 72 hours day-night Dharana Programme in Lower PMG area, Bhubaneswar from 26th to 28th November, 2023 as per call and decisions of 24th August, 2023 Mass Convention held at Talkotara Stadium, New Delhi and the decision taken in our State level meeting held on 28th October, 2023 on 21 point Charter of Demands confronting to the farmers, workers, unemployed persons, employees, pensioners and the common citizens of the country as a whole due to the disastrous policies of BJP led NDA Government. The Charter of Demand has already been posted in Odia in this website and in different WhatsApp groups for kind information of all.
On behalf of the Confederation of Central Govt. Employees and Workers, Odisha State CoC, both the President (Com. R N Dhal) and General Secretary (myself) have attended / are attending the preparatory / Street Corner meetings and already paid our share of contribution (personally) to meet the expenditure of this historic programme. As decided, approximately 3000-4000 workers will be assembled everyday and about 100 or more workers will be in night in the spot. Many eminent all India leaders will participate in the programme every day .
Therefore, the leadership of all the affiliates of Confederation Odisha State CoC are sincerely requested to attend this historic Day-Night Dharana Programme with their representatives and register massive participation against the wrong and disastrous policies of BJP led NDA Government and make it a grand success. Since 26th November 2023 is Sunday and 27th November 2023 is a Central Govt. Holiday (Guru Nanak Birthday), there will be no problem to participate enmasse. The leaders and members stationed at Bhubaneswar, Cuttack, Puri, Nayagarh, Jajpur, Kendrapara, Dhenkanal and other nearby areas are specially requested to attend in large numbers.
- Bruhaspati Samal -
General Secretary,
CCGE&W, Odisha State CoC
୨୬ ରୁ ୨୮ ନଭେମ୍ବର ଅହୋରାତ୍ର ଗଣଧାରଣାର ଗୁରୁତ୍ବ
ସାଥୀ ରବିନାରାୟଣ ମଲ୍ଲିକ୍
ସମାଜର ଦୁଇଟି ମୁଖ୍ୟ ଉତ୍ପାଦନକାରୀ ଓ ସଂପଦ ସ୍ରୁଷ୍ଠିକାରୀ ଅଂଶ ହେଉଛନ୍ତି ଶ୍ରମିକ ଶ୍ରେଣୀ ଏବଂ କ୍ରୁଷକ ସମାଜ। ଶ୍ରମିକ ଶ୍ରେଣୀ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଶାରୀରିକ ଶ୍ରମଜୀବୀ ଯେପରି ଅଛନ୍ତି ଠିକ୍ ସେହିପରି ମାନସିକ ଶ୍ରମ କରୁଥିବା କର୍ମଚାରୀ ଓ ବୁଦ୍ଧିଜୀବିମାନେ ମଧ୍ୟ ଅଛନ୍ତି। ଠିକ୍ ଅନୁରୂପ ଭାବେ କ୍ରୁଷକ ସମାଜରେ ଭୂମିହୀନ କ୍ଷେତ ମଜଦୁରଙ୍କ ଠାରୁ ନେଇ ଛୋଟ ଚାଷୀ, ମଧ୍ୟମ ଚାଷୀ, ଭାଗ ଚାଷୀ ଓ ଧନୀ ଚାଷୀ ଅଛନ୍ତି। ଉଭୟ ଶ୍ରମିକ ଶ୍ରେଣୀ ଏବଂ କ୍ରୁଷକ ସମାଜ ଆଜି ଚରମ ଅସହାୟ ଅବସ୍ଥାରେ ପଡ଼ିଛନ୍ତି। ସେମାନେ ଯାହା ବିକୁଛନ୍ତି ତାହା ଶସ୍ତାରେ ବିକୁଛନ୍ତି ଏବଂ ଯାହା କିଣୁଛନ୍ତି ତାହା ମହଙ୍ଗାରେ କିଣୁଛନ୍ତି। ସେମାନଙ୍କର ଶ୍ରମ ଫଳରେ ଯେଉଁ ସଂପଦ ସ୍ରୁଷ୍ଟି ହେଉଛି ତା'ର ସିଂହ ଭାଗ ହାତଗଣତି ଧନକୁବେରମାନଙ୍କ ସିନ୍ଦୁକକୁ ଚାଲିଯାଉଛି। ଅଥଚ ସଂପଦ ସ୍ରୁଷ୍ଟି କରୁଥିବା କୋଟି କୋଟି ଲୋକ କ୍ଷୁଧା, ଦାରିଦ୍ର୍ୟ ଓ କର୍ମହୀନତା ଜ୍ବାଳାରେ ଆଉଟୁ ପାଉଟୁ ହେଉଛନ୍ତି।
ମୋଦୀଙ୍କ ନେତୃତ୍ଵାଧୀନ ଆର୍ ଏସ୍ ଏସ୍ - ବିଜେପି ସରକାର ଆଦାନୀ, ଅମ୍ବାନୀ ପରି ମୁଷ୍ଟିମେୟ ଖାଉନ୍ଦମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କ ହାତକୁ ବ୍ୟାଙ୍କ, ବୀମା ପରି ରାଷ୍ଟ୍ରାୟତ ଉଦ୍ୟୋଗ ଓ ରେଳ, ବନ୍ଦର, ବିମାନ ବନ୍ଦର ପରି ଘାଟି କ୍ଷେତ୍ରଗୁଡିକୁ ଭେଟି ଦେଇ ଚାଲିଛନ୍ତି। ସେମାନଙ୍କ ପାଇଁ କର ଟିକସ ଛାଡ଼ କରିବା ସହିତ ପ୍ରତି ବର୍ଷ ଲକ୍ଷ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣ ଛାଡ଼ କରି ଚାଲିଛନ୍ତି। ଅଥଚ ଶ୍ରମିକମାନଙ୍କୁ ବଞ୍ଚିବା ଭଳି ସର୍ବନିମ୍ନ ମଜୁରୀ, ଚାକିରି ନିରାପତ୍ତା ଓ ସାମାଜିକ ନିରାପତ୍ତାର ଗ୍ୟାରେଣ୍ଟି ଦିଆଯାଉନାହିଁ। ଆଶା କର୍ମୀ, ଅଙ୍ଗନୱାଡି ଓ ପାଚିକା ସହାୟିକାଙ୍କ ପରି କୋଟି କୋଟି ସ୍କିମ୍ ଶ୍ରମିକ, ନିର୍ମାଣ, ଖଣି, ପରିବହନ ଓ ଗିଗ୍ ଶ୍ରମିକ ସ୍ବଳ୍ପ ମଜୁରୀ ଓ ବିନା ନିରାପତ୍ତାରେ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ଅଫିସ୍ ଦପ୍ତରରେ ଲକ୍ଷ ଲକ୍ଷ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି। ସେଗୁଡିକ ପୂରଣ ନ କରି ଠିକା ଓ ଆଉଟସୋର୍ସିଙ୍ଗ୍ କର୍ମଚାରୀମାନଙ୍କୁ କ୍ରୀତଦାସ ସ୍ବରୁପ ଶୋଷଣ କରାଯାଉଛି। କେବଳ ଏତିକି ନୁହେଁ, ଶ୍ରମିକମାନଙ୍କଠାରୁ ଦୀର୍ଘ ବର୍ଷ ଧରି ଉପଭୋଗ କରୁଥିବା ଅଧିକାରଗୁଡିକ ଛଡ଼ାଇ ନେବା ପାଇଁ ଚାରୋଟି ଶ୍ରମିକ ବିରୋଧୀ ଶ୍ରମ କୋଡ଼ ଆସିଛି। ଏବେ ପୁଣି ଇନଫୋସିସର ମାଲିକ ନାରାୟଣ ମୂର୍ତ୍ତି ସପ୍ତାହରେ ୭୦ ଘଣ୍ଟା କାମ କରିବାକୁ ନିର୍ଲଜ ପରାମର୍ଶ ଦେଇଛନ୍ତି। ବିଧାୟକ ଓ ସାଂସଦ ମାନେ ଲକ୍ଷ ଲକ୍ଷ ଟଙ୍କା ଏକାଧିକ ପେନସନ ପାଉଛନ୍ତି। ଅଥଚ ଶ୍ରମିକ କର୍ମଚାରୀମାନଙ୍କୁ ପୂରୁଣା ପେନସନ ଦେବାକୁ ସରକାର ରାଜି ନୁହନ୍ତି। ଏପରିକି ଇ ପି ଏଫ୍ ପେନସନରମାନଙ୍କୁ ସର୍ବନିମ୍ନ ପେନସନ ଦେବା ଓ ଅଗ୍ନି ବୀର ଜବାନମାନଙ୍କୁ ପେନସନ ଦେବାକୁ ସରକାର ରାଜି ନୁହନ୍ତି।
ଅନୁରୂପ ଭାବେ କ୍ରୁଷକମାନଙ୍କୁ ମୋଦୀ ସରକାର ପ୍ରତାରିତ କରି ଚାଲିଛନ୍ତି। ୭୦୦ରୁ ଅଧିକ କ୍ରୁଷକଙ୍କ ଆତ୍ମ ବଳିଦାନ ଓ ବର୍ଷାଧିକ କାଳର ଐତିହାସିକ ସଂଗ୍ରାମ ଫଳରେ ମୋଦୀ ସରକାର ୩ଟା କଳା କ୍ରୁଷି ଆଇନ୍ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ ସତ। ମାତ୍ର ସେ ସମୟର ପ୍ରତିଶ୍ରୁତି ଯଥା - ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଆଇନ ପ୍ରଣୟନ ଓ ନୂତନ ବିଦ୍ୟୁତ୍ ବିଲ୍ ପ୍ରତ୍ୟାହାର ଆଦିକୁ ପାଳନ ନ କରି ସମୟ ଗଡ଼ାଇ ଚାଲିଛନ୍ତି। ଉଦ୍ଦେଶ୍ୟ ହେଉଛି ଆଦାନୀ, ଅମ୍ବାନୀ ଓ ଟାଟା ପରି ଏକଚାଟିଆପୁଞ୍ଜିପତିମାନଙ୍କୁ ଲୁଣ୍ଠନ କରିବାରେ ସାହାଯ୍ୟ କରିବା।
ସୁଖର ବିଷୟ, ବିଭିନ୍ନ କ୍ଷେତ୍ରରେ ମୋଦୀ ସରକାରଙ୍କର ଏ ପ୍ରକାର ଜନବିରୋଧୀ ନୀତି ବିରୋଧରେ ଏକକ ଓ ମିଳିତ ଆନ୍ଦୋଳନ ବଢ଼ି ଚାଲିଛି। ଅଧିକରୁ ଅଧିକ ଲୋକଙ୍କର ମୋହ ଭଙ୍ଗ ଘଟିବାରେ ଲାଗିଛି। ମନି, ମିଡ଼ିଆ ଓ ମସଲ୍ ( ଅର୍ଥ ବଳ, ପ୍ରଚାର ମାଧ୍ୟମ ଓ ବାହୁ ବଳ) ସତ୍ବେ ବିଭିନ୍ନ ରାଜ୍ୟରେ ଶାସକ ଦଳକୁ ପରାଜୟ ଭୋଗିବାକୁ ପଡୁଛି। ତେଣୁ ଆର୍ ଏସ୍ ଏସ୍ ର ନିର୍ଦେଶରେ ମୋଦୀ ସରକାର ଏକ ଦିଗରେ ସମ୍ବିଧାନ, ଗଣତନ୍ତ୍ର ଏପରିକି ବିଚାରାଳୟର ଗରିମାକୁ କ୍ଷୁର୍ଣ୍ଣ କରି ଚାଲିଛନ୍ତି। ଭିନ୍ନ ମତ ପୋଷଣକାରୀଙ୍କୁ ବିନା ବିଚାରରେ ବର୍ଷ ବର୍ଷ ଧରି କାରାରୁଦ୍ଧ କରି ରଖୁଛନ୍ତି। ଅନ୍ୟ ଦିଗରେ ଛଦ୍ମ ଦେଶପ୍ରେମ ଓ ନକଲି ଧର୍ମ ରକ୍ଷା ନାମରେ ଲୋକଙ୍କ ମଧ୍ୟରେ ସାଂପ୍ରଦାୟିକ ବିଭାଜନ କରି ଚାଲିଛନ୍ତି।
ଏହି ପରିପ୍ରେକ୍ଷୀରେ ଏପରି ଅଶୁଭ ଶକ୍ତିକୁ କ୍ଷମତାଚ୍ୟୁତ କରିବା ଏକାନ୍ତ ଜରୁରୀ ହୋଇ ପଡ଼ିଛି। ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ଦେଶପ୍ରେମୀ ଜନଗଣଙ୍କର ଆନ୍ଦୋଳନକୁ ପ୍ରତିବାଦର ସ୍ତରରୁ ପ୍ରତିରୋଧର ସ୍ତରକୁ ଉନ୍ନୀତ କରିବା ଏକାନ୍ତ ଆବଶ୍ୟକ। ଏହି *ପ୍ରତିରୋଧ ଆନ୍ଦୋଳନର ଶଙ୍ଖ ନାଦ* ହେଉଛି ଏହି *୭୨ ଘଣ୍ଟିଆ ଅହୋରାତ୍ର ଗଣଧାରଣା*। ଓଡ଼ିଶାରେ ଏହି ଅଭୂତପୂର୍ବ କାର୍ଯ୍ୟକ୍ରମକୁ ସଫଳ କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ।
******
No comments:
Post a Comment