Saturday, March 25, 2023

ଏନପିଏସ ସମୀକ୍ଷା ପାଇଁ କମିଟି ଗଠନ ପ୍ରସ୍ତାବ

ପ୍ରିୟ ସାଥୀଗଣ,

ମୋର ଯାହା ହୃଦବୋଧ ହୁଏ, ଶ୍ରମିକ କର୍ମଚାରୀଙ୍କ କ୍ରମାଗତ ଆନ୍ଦୋଳନରେ ଚାପର ବଶବର୍ତ୍ତୀ ହୋଇ  କେନ୍ଦ୍ର ଅର୍ଥମନ୍ତ୍ରୀ ଏଭଳି କହିଛନ୍ତି। ଏହା ଧର୍ମକୁ ଆଖିଠାର ମାତ୍ର। ଏନପିଏସର ସମୀକ୍ଷା ନୁହେଁ ସମ୍ପୂର୍ଣ୍ଣ ଉଚ୍ଛେଦ ସହ ଓପିଏସ ଲାଗୁକରିବା ଆମର ଦାବି। 


ଏମାନେ ଏହିଭଳି ଅନେକ କଥା ଆଗରୁ ମଧ୍ୟ ସଂସଦରେ କହିଛନ୍ତି। ସର୍ବନିମ୍ନ ମଜୁରିକୁ ଟ.୨୬୦୦୦କୁ ବୃଦ୍ଧି ସହ ମଜୁରି  ନିର୍ଦ୍ଧାରଣ ସୂତ୍ରର ସଂଶୋଧନ ପାଇଁ ମଧ୍ୟ ୨୦୧୬ରେ ପିଆଇବି ଦ୍ୱାରା ପ୍ରେସ୍ ରିଲିଜ କରି ଏମାନେ ଆମର ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଡାକରାକୁ ସେ ସମୟରେ ନିଷ୍ଫଳ କଲେ ଏବଂ ପରେ କହିଲେ କି କେନ୍ଦ୍ର ସରକାରଙ୍କ ପାଖରେ ସେମିତି କୌଣସି ପ୍ରସ୍ତାବ ବିଚାର ପାଇଁ ସ୍ଥଗିତ ନାହିଁ। ଏବେ ତା'ର ପୁନରାବୃତ୍ତି ହେବା କିଛି ବିଚିତ୍ର ନୁହେଁ। ତେଣୁ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରଷଦ ୨୦୨୩ ପାଇଁ ଏନପିଏସ ଉଚ୍ଛେଦ ଦାବିରେ ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନେଇଛି, ତାହା ନିରବଚ୍ଛିନ୍ନ ଭାବେ ଚାଲୁ ରହିବା ଉଚିତ।

= ବୃହସ୍ପତି ସାମଲ =

ସାଧାରଣ ସମ୍ପାଦକ

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡିଶା ରାଜ୍ୟ ସମନ୍ବୟ ସମିତି ତଥା

ଯୁଗ୍ମ ଆବାହକ

ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ, ଓଡିଶା





No comments:

Post a Comment