Saturday, September 30, 2023

India Post through17 decades of glorious journey


 India Post through17 decades of glorious journey

(India Post is still relevant, reliable and trusted while entering 170th year on 1st October, 2023)  

Bruhaspati Samal

General Secretary

Confederation of Central Govt. Employees and Workers

Odisha State Coordination Committee, Bhubaneswar

eMail: bsamalbbsr@gmail.com

Mobile / WhatsApp No. 9437022669


The Post Office Act 1854 was promulgated and brought into operation on 1st October, 1854 as fore-runner to govern the functions of as many as 700 Post Offices (POs) established by the British East India Company till 1854. Thus, officially, India Post enters into 170th year of its establishment on 1st October, 2023. Since 1854, it has never looked back. From pigeon to post and from manual to digital, it has travelled a long way with the mists of time. From 700 POs till 1854 to 159251 POs as on 31.03.2022 (excluding 1614 Franchise Outlets and 820 Panchayat Sanchar Sewa Kendras), India Post has registered nearly a 227 times growth during the period of last 17 decades identifying itself as the largest postal network in the world and providing postal facilities within reach of every citizen in the country adopting every mode of transmission from bare foot to air route. 

To meet various challenges like emergence of electronic alternatives, more demanding customers, presence of organized / unorganized couriers for mail conveyance, financial players like banks and insurance companies on one hand and to prove itself as an efficient and reliable communication network playing a crucial role in the socio-economic development and integration of the country on the other, the Postal department is doing a lot of things other than just delivering letters. Illustratively, it introduced Post Office Small Savings Scheme (POSSS) in 1882, Postal Life Insurance (PLI) in 1884, Indian Postal Order in 1935, Speed Post in 1986, Express Parcel in 1994, Rural Postal Life Insurance in 1995, ePayment Services in 2006, Indian Railways Passenger Reservation System (PRS) in 2007, adopted modernization of POs under Project Arrow in 2008 and complete computerization under I T Modernization Project in 2012. It has been offering Digital Life Certificate (DLC) to Pensioners since 2015, selling Gangajal since 2016, working as Post Office Passport Seva Kendra (POPSK) and Aadhar Enrolment and Updation Centre since 2017 and serving as a Common Service Centre (CSC) since 2020 providing hundreds of services to the members of public, viz; PM Jan Arogya Yojana (Ayushman Bharat), Shramyogi Man-Dhan Yojana, Fasal Bima Yojana, collection of electricity, water, telephone bills and insurance premium etc, recharge of mobile, cable TV etc, booking of air, railways and bus tickets etc. in addition, several other multiple services through Business Post, Media Post, Magazine Post, Retail Post, ePost, ePayment, eMoney Order and digital services to all 134141 Branch Post Offices (BOs) in rural areas through DARPAN (Digital Advancement of Rural Post Office for a New India). The saga of success continues.

To sustain its position as the largest postal network in the world, a good number of POs are being opened every year. During 2021-22, it has opened 3007 POs (including 2849 BOs) in Left Wing Extremism affected areas. Out of 159251 POs, 25110 Departmental POs (15.77%) are headed by regular departmental employees and rest 134141 BOs (84.23%) are headed by Gramin Dak Sewaks (GDS) as Branch Postmaster. A GDS is not appointed, but engaged. As a pre-condition of engagement, a GDS has to provide an accommodation for running of the BO. Since functioning without basic facilities of toilets, ramps, counters etc. and even without required standard furniture, these 84% BOs are not at all environment and customer friendly.

On the contrary, out of 25110 Departmental POs, 4580 POs are functioning in departmental buildings, 19451 in rented buildings and rest 1079 in rent-free accommodations provided by different organizations. The POs functioning either in rented or in rent-free accommodations also suffer from the same issues faced by the BOs. Thus, out of 159251 POs, except 4580 POs (2.88%), rest 154671 POs (97.12%) suffer from poor ambiences and infrastructure facilities and hence fail to attract new customers and satisfy the existing customers. Most unfortunately, barring some Departmental POs functioning in prime locations, no PO has proper ventilation system either with provision of Air-Conditioner, Air-Cooler etc, no separate queues for senior citizens, ladies, patients, physically-challenged persons etc and no furnished waiting place for the public. The Postmasters are often seen working with non-standard broken furniture depicting a very sub-standard look of the POs which distract the customers from the POs. 

In spite of all such difficulties, India Post has been able to serve the entire nation with a human touch maintaining its iconic status as a unique and trusted national institution and demonstrating the highest order of integrity, honesty, transparency and professionalism only due to a team of dedicated staff starting with GDS. Now there is urgent need to revive the ambiences of all POs including BOs. Just opening of POs without basic amenities, standard counter / furniture may not carry forward its goodwill. Having 90% post offices in rural areas most of which are still functioning either in thatched or asbestos houses in a very cramped situation even in this modern digital era, it is really incredible on the part of India Post to have its first ever 3D Printed Post Office at Cambridge Layout, Bengaluru on 18th August, 2023 as a testament to our nation’s innovation and progress. As reported, the fully furnished Cambridge Layout 3D Printed Post Office was completed in just 43 days with an estimate of 23 lakhs for an area of 1021 square feet which is 30-40% less from normal construction. In all the 457 Postal Divisions under 23 Postal Circles, innumerable vacant lands are under possession of India Post. The Department needs to construct more number of 3D Printed POs and increase the ambience level to be the preferred, trusted and reliable service partner for all customers.

*****

ସତର ଦଶନ୍ଧିରେ ଭାରତୀୟ ଡାକ


ସତର ଦଶନ୍ଧିରେ ଭାରତୀୟ ଡାକ

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର
ଇମେଲ: bsamalbbsr@gmail.com
ମୋବାଇଲ : ୯୪୩୭୦୨୨୬୬୯

     ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ୧୭୨୭ରେ ସ୍ଥାପିତ ଭାରତର ପ୍ରଥମ ଡାକଘରୁ କାର୍ଯ୍ୟ ଆରମ୍ଭ କରି ୧୭୭୪ରେ କଲିକତା ପ୍ରଧାନ ଡାକଘର,  ୧୭୮୬ରେ ମାଡ୍ରାସ (ଚେନ୍ନାଇ) ପ୍ରଧାନ ଡାକଘର,  ୧୭୯୪ରେ ବମ୍ବେ (ମୁମ୍ବାଇ) ପ୍ରଧାନ ଡାକଘର ଏବଂ ୧୮୦୦ରେ ବାଙ୍ଗାଲୋର (ବେଙ୍ଗାଲୁରୁ) ପ୍ରଧାନ ଡାକଘର ଜରିଆରେ ନିଜର କାର୍ଯ୍ୟ ପରିସରକୁ ଧିରେ ଧିରେ ବୃଦ୍ଧି କରି ମାତ୍ର ୭୦୦ ଡାକଘରକୁ ନେଇ ଭାରତର ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସିଙ୍କ  ପ୍ରଚେଷ୍ଟାରେ ୧ ଅକ୍ଟୋବର ୧୮୫୪ରେ ଡାକଘର ଅଧିନିୟମ, ୧୮୫୪ର ଘୋଷଣା କ୍ରମେ ଭାରତୀୟ ଡାକର ଆନୁଷ୍ଠାନିକ ଭିତ୍ତିଭୂମି ସୃଷ୍ଟି କରିଥିବା ବିଶ୍ବର ଏହି ସର୍ବବୃହତ ଡାକସଂସ୍ଥାର ମୋଟ ଡାକଘର ୧୯୪୭ରେ ଭାରତର ସ୍ୱାଧୀନତା ପ୍ରାପ୍ତି ବେଳକୁ ୨୩୩୪୪ରେ ପହଞ୍ଚି ସାରିଥିଲା। ସେବେଠାରୁ ଭାରତର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ସହ ଆଜିର ଦିନରେ ମୋଟ  ୧୫୯୨୫୧ (୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା) ଡାକଘର ସହ ଡାକଘର ପିଛା ହାରାହାରି ୨୦.୬୪ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳର ୮୬୨୭ ଜଣ ନାଗରିକଙ୍କୁ (ଗ୍ରାମାଞ୍ଚଳରେ ୬୨୨୯ ଓ ସହରାଞ୍ଚଳରେ ୩୧୨୪୨) ସଫଳତା ପୂର୍ବକ ସେବା ପ୍ରଦାନ କରିପାରୁଛି। ୧ ଅକ୍ଟୋବର ୨୦୨୩ରେ ୧୭୦ ବର୍ଷରେ ପଦାର୍ପଣ କରୁଥିବା ଏହି ଭାରତୀୟ ଡାକ ବେଙ୍ଗାଲୁରୁରେ ଭାରତର ପ୍ରଥମ ୩ଡି ମୂଦ୍ରିତ ଡାକଘର (କେମ୍ବ୍ରିଜ ଲେଆଉଟ୍ ପୋଷ୍ଟ ଅଫିସ) ନିର୍ମାଣ କରି  ୧୮ ଅଗଷ୍ଟ ୨୦୨୩ରେ ତା'ର ଦୀର୍ଘ ୧୭ ଦଶନ୍ଧିର ଗୌରବମୟ ପ୍ରଗତିରେ ଏକ ନୂଆ ଫର୍ଦ୍ଦ ଯୋଡିବାରେ ସଫଳତା ହାସଲ କରିଛି।

     ଯଦିଓ ଚିଠିପତ୍ର ପ୍ରେରଣ ଓ ବିତରଣ ସହ ଟଙ୍କା ଦେଣନେଣ (ମନି ଅର୍ଡର) ଡାକଘରର ମୂଳ କାମ ଥିଲା, ସମୟ ଅନୁସାରେ ଦେଶବାସୀଙ୍କର ଆବଶ୍ୟକତାକୁ ଚାହିଁ ୧୮୮୨ରେ ଡାକଘର ସଞ୍ଚୟ ଯୋଜନା,  ୧୮୮୪ରେ ଡାକ ଜୀବନ ବୀମା, ୧୯୩୫ର ଭାରତୀୟ ପୋଷ୍ଟାଲ ଅର୍ଡର ଏବଂ ୧୯୫୯ରେ "ଅହର୍ନିଶି ସେବାମହେ" ଡାକରା ସହ ୧୯୮୬ର ସ୍ପିଡପୋଷ୍ଟ, ୧୯୯୪ରେ ଏକ୍ସପ୍ରେସ ପାର୍ସଲ, ୧୯୯୫ରେ ଗ୍ରାମୀଣ ଡାକ ଜୀବନ ବୀମା, ୨୦୦୬ରେ ଇପେମେଣ୍ଟ ସେବା  ଭଳି ବହୁ ନୂତନ ସେବା ଓ ଦ୍ରବ୍ଯ ମାଧ୍ୟମରେ ଡାକଘରର ସେବା ପରିସରକୁ ବୃଦ୍ଧି କରିବା ସହ ୨୦୦୮ରୁ ଆଧୁନିକୀକରଣ ଓ ୨୦୧୨ରୁ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ କରି ଗ୍ରାହକମାନଙ୍କୁ ଉତ୍ତମ ଓ ତ୍ୱରିତ ସେବା ପ୍ରଦାନ କରିବାକୁ ଯଥେଷ୍ଟ ଯତ୍ନବାନ। ଡାକ କାରବାର, ସଞ୍ଚୟ ଯୋଜନା ଓ ଜୀବନ ବୀମା ବ୍ୟତୀତ, ୨୦୦୭ରୁ ରେଳ ଯାତ୍ରୀ ପଞ୍ଜିକରଣ ବ୍ୟବସ୍ଥା, ୨୦୧୫ରୁ ଜୀବନ ପ୍ରମାଣ କେନ୍ଦ୍ର ଜରିଆରେ ପେନସନଭୋଗୀଙ୍କୁ ଡିଜିଟାଲ ଜୀବନ ପ୍ରମାଣ ପତ୍ର ପ୍ରଦାନ, ୨୦୧୬ରୁ ଗଙ୍ଗାଜଳ ବିକ୍ରି, ୨୦୧୭ରୁ ଡାକଘର ପାସପୋର୍ଟ ସେବା କେନ୍ଦ୍ର, ଆଧାର ସଂଶୋଧନ ଓ ପଞ୍ଜିକରଣ କେନ୍ଦ୍ର ଏବଂ ୨୦୨୦ରୁ ଡାକଘର ଗୋଟେ ସାଧାରଣ ସେବା କେନ୍ଦ୍ର ହିସାବରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ), ଶ୍ରମଯୋଗୀ ମନ-ଧନ ଯୋଜନା, ଲଘୁ ବ୍ୟାପାରୀ ମନ-ଧନ ଯୋଜନା, ଫସଲ ବୀମା ଯୋଜନା, ବିଜୁଳି, ପାଣି, ଗ୍ୟାସ ବିଲ ଓ ସାଧାରଣ ବୀମା ପ୍ରିମିୟମ ଅସୁଲି, ଟେଲିଫୋନ, ଡିଟିଏଚ, ଟାଟା ସ୍କାଏ ଭଳି ଟେଲିଭିଜନ କେବୁଲ ରିଚାର୍ଜ, ଉଡାଜାହାଜ, ରେଳ, ବସ ଟିକେଟ୍ ବୁକିଂ ଭଳି ଶହ ଶହ ସେବା ଯୋଗାଇ ଦେବାରେ ଆଜି ସକ୍ଷମ। ବିଜିନେସ ପୋଷ୍ଟ, ମେଡିଆ ପୋଷ୍ଟ, ମାଗାଜିନ ପୋଷ୍ଟ, ରିଟେଲ ପୋଷ୍ଟ, ଇପୋଷ୍ଟ, ଇପେମେଣ୍ଟ, ଇମନିଅର୍ଡର, ଭଳି ଯୋଜନାଗୁଡିକ ମାଧ୍ୟମରେ ଡାକଘର ବହୁବିଧ ସେବା ପ୍ରଦାନ କରିବା ସହ ଭାରତୀୟ ଡାକ, ଦର୍ପଣ (ଡିଜିଟାଲ ଆଡଭାନ୍ସମେଣ୍ଟ ଅଫ୍ ରୁରାଲ ପୋଷ୍ଟ ଅଫିସ ଫର୍ ଏ ନିଉ ଇଣ୍ଡିଆ) ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଥିବା ୧୨୯୮୫୪ ଶାଖା ଡାକଘର ଜରିଆରେ ଜନସାଧାରଣଙ୍କୁ ଡିଜିଟାଲ ସେବା ଯୋଗାଇ ଦେଇ ପାରିଛି।

      ଆଜିର ଏ ଡିଜିଟାଲ ଦୁନିଆରେ ବିଶ୍ୱର ସର୍ବବୃହତ ଡାକ ସଂସ୍ଥାର ମାନ୍ୟତା ବଜାୟ ରଖିବା ସହ ଭାରତୀୟ ଡାକ ନାଗରିକଙ୍କର ଆବଶ୍ୟକତାକୁ ଚାହିଁ ଏହାର ପ୍ରତ୍ୟେକ ଦ୍ରବ୍ୟ ଓ ସେବାକୁ ପ୍ରତ୍ୟକ୍ଷ ଭାବରେ ଏକ ମାନବୀୟ ସ୍ପର୍ଶ ଦେଇ ମୂଲ୍ୟ ମୁତାବକ ସେବା ପ୍ରଦାନ ପାଇଁ ଡାକ ସେବାକୁ ଜନ ସେବାର ଆଖ୍ୟା ଦେଇଛି। ତଦନୁଯାୟୀ, ଏକ କ୍ରମବର୍ଦ୍ଧିଷ୍ଣୁ ପ୍ରକ୍ରିୟାରେ ଡାକଘର ତାର କାୟା ବୃଦ୍ଧି କରିଚାଲିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ବାମପନ୍ଥୀ ଉଗ୍ରବାଦ ଅଞ୍ଚଳରେ ୩୦୦୭ଟି ନୂଆ ଡାକଘର ଖୋଲା ଯାଇ ଡାକସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପ୍ରଚେଷ୍ଟା କରାଯାଇଛି। ଏଠି କହି ରଖିବା ଉଚିତ ହେବ ଯେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ସମୁଦାୟ ୧୫୯୨୫୧ ଡାକଘର ଭିତରୁ ୨୫୧୧୦ଟି ବିଭାଗୀୟ ଡାକଘର ଏବଂ ୧୩୪୧୪୧ଟି ଶାଖା ଡାକଘର। ଏହି ୨୫୧୧୦ଟି ବିଭାଗୀୟ ଡାକଘର ମଧ୍ୟରୁ ମାତ୍ର ୪୫୮୦ଟି ଡାକଘର, ଡାକ ବିଭାଗର ନିଜସ୍ୱ ଗୃହରେ କାର୍ଯ୍ୟ କରୁଥିବା ବେଳେ, ୧୯୪୫୧ଟି ଡାକଘର ଭଡାଘରେ ଏବଂ ବାକି ୧୦୭୯ଟି ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ଭଡାମୁକ୍ତ ଘରମାନଙ୍କରେ କାର୍ଯ୍ୟ କରୁଛି। ୧୩୪୧୪୧ଟି ଶାଖା ଡାକଘର ଚାକିରୀର ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁଯାୟୀ ଶାଖା ଡାକପାଳ (ଯିଏ କି ଜଣେ ଗ୍ରାମୀଣ ଡାକ ସେବକ)ଙ୍କ ଦ୍ଵାରା ନିଜ ନିଜ ସୁବିଧା ଅନୁସାରେ ଯୋଗାଇ ଦିଆ ଯାଇଥାଏ। ତେଣୁ, ୧୫୯୨୫୧ ଡାକଘର ମଧ୍ୟରୁ, ବିଭାଗୀୟ ଗୃହରେ କାର୍ଯ୍ୟ କରୁଥିବା ମାତ୍ର ୪୫୮୦ (୨.୮୮%) ଡାକଘରକୁ ବାଦ ଦେଲେ ବାକି ୧୫୪୬୭୧ (୯୭.୧୨) ଡାକଘରର ଅନ୍ତନିର୍ମାଣ ଓ ଭିତ୍ତିଭୂମି ସଂରଚନା ନିହାତି ଦୁର୍ବଳ। ଗ୍ରାହକଙ୍କ ଆଶାନୁରୁପ ଆବଶ୍ୟକତା ପୁରଣ କରିବା ପାଇଁ ଏହି ଡାକଘରଗୁଡିକୁ ସମ୍ପୂର୍ଣ୍ଣ ଅନୁପଯୁକ୍ତ। ଆବଶ୍ୟକୀୟ ସ୍ଥାନ ଅଭାବରୁ ଅଧିକାଂଶ ଡାକଘରେ ନିର୍ଦ୍ଧାରିତ ପବ୍ଲିକ ସ୍ପେସ ନଥିବାରୁ ଗ୍ରାହକମାନେ ବସିବା କିମ୍ବା ଧାଡିରେ ଠିଆ ହୋଇ ଅପେକ୍ଷା କରିବାର ସୁବିଧା ନାହିଁ। ୨୫୧୧୦ ବିଭାଗୀୟ ଡାକଘର ମଧ୍ୟରୁ, ୮୦୮ଟି ମୂଖ୍ୟ ଓ ପ୍ରଧାନ ଡାକଘର ଏବଂ ବାକି ୨୪୩୦୨ ଉପ ଡାକଘର ଯାହାର ୯୦ପ୍ରତିଶତ ଜଣେ ଲେଖାଏଁ କର୍ମଚାରୀଙ୍କ ଦ୍ୱାରା ଚାଲିଛି। ତେଣୁ ଯେଉଁଠି ବା ଟିକେ ସୁବିଧା ଅଛି, ଜଣିଏ କର୍ମଚାରୀ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହେଉଥିବାରୁ ଗହଳି ଲାଗି ରହିବା ସହ ସେବା ପ୍ରଦାନ ବିଳମ୍ବିତ ହେବା ସ୍ୱାଭାବିକ। ଅଧିକନ୍ତୁ, ପାସପୋର୍ଟ ସେବା କେନ୍ଦ୍ର, ଆଧାର ପଞ୍ଜିକରଣ ଓ ସଂଶୋଧନ କେନ୍ଦ୍ର, ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ, ପାର୍ସଲ ହବ୍ ଇତ୍ୟାଦି ଖୋଲିବାକୁ ଯାଇ ଅତିରିକ୍ତ ନିର୍ମାଣ କରିବା ବଦଳରେ, ବଡ ବଡ ଡାକଘରଗୁଡିକରେ ଗ୍ରାହକଙ୍କ ଚଳପ୍ରଚଳ ପାଇଁ ଯେଉଁ ଟିକେ ବଳକା ଜାଗା ଥିଲା, ତାକୁ ବ୍ୟବହାର କରିନେବାରୁ ତାହା ଆହୁରି ସଙ୍କୁଚିତ ହୋଇଗଲା।ପରିବର୍ତ୍ତିତ ବାତାବରଣରେ ଏୟାର କଣ୍ଡିସନର (ଏସି)  ଆଜି କାଲି ଆଉ ବିଳାସଯୋଗ୍ୟ ବସ୍ତୁ ହେଇ ନାହିଁ, ଏହା ଏବେ ଏକ ଆବଶ୍ୟକତା। କିନ୍ତୁ, କାଁଭାଁ କେତୋଟି ଡାକଘରକୁ ଛାଡିଦେଲେ, ୯୯ ପ୍ରତିଶତ ଡାକଘରେ ଏସି ତ ବହୁତ ଦୁରର କଥା, ଭଲ ପଙ୍ଖାଟିଏ ନାହିଁ। ଅଧିକାଂଶ ଡାକଘରେ କର୍ମଚାରୀମାନେ ଭଙ୍ଗା ଦଦରା ଚଉକି ମେଜରେ କାମ କରନ୍ତି। ରୋଗୀ, ମହିଳା ଅଥବା ବୟସ୍କ ନାଗରିକମାନଙ୍କୁ ବସେଇବା ପାଇଁ ନାଁ ଜାଗା ଥାଏ ନାଁ ଚଉକି ଥାଏ। ସେଇ ଗୋଟିଏ ଧାଡିରେ ନ ହେଲେ ବିଚରା ଡାକପାଳର ମେଜ ଚାରିପଟେ ସଭିଙ୍କର ଗହଳି।ଏପରି ସ୍ଥଳେ, ଗ୍ରାମୀଣ ଡାକ ସେବକଙ୍କ ଦ୍ବାରା ପ୍ରଦତ୍ତ ଶାଖା ଡାକଘରଗୁଡିକର ଅବସ୍ଥା ସହଜରେ ଅନୁମେୟ। ବିଶେଷ ସରକାରୀ ପ୍ରୋତ୍ସାହନ ବିନା, ଅନୁପଯୁକ୍ତ ଓ ଅଭାବୀ ଆସବାବପତ୍ର ଭିତରେ ଏଗୁଡିକ ପରିଚାଳିତ। ଏଭଳି ଅବ୍ୟବସ୍ଥା ଭିତରେ ଖରା, ବର୍ଷା, ଶୀତ, କାକରରେ ବ୍ୟସ୍ତ ବିବ୍ରତ ଜନସାଧାରଣ, ବିରକ୍ତିରେ ଡାକଘରୁ ମୁହଁ ଫେରେଇ ନେବା ସ୍ୱାଭାବିକ।

      ଦିନେ ଏକଚାଟିଆ କାରବାର ଚଳାଇଥିବା ଡାକ ଦେଣନେଣ ପାଇଁ ଘରୋଇ କୋରିୟର ସଂସ୍ଥା, ସଞ୍ଚୟ ଯୋଜନା ପାଇଁ ବ୍ୟାଙ୍କ ଓ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାନ ଏବଂ ଜୀବନବୀମା ପାଇଁ ଭାରତୀୟ ଜୀବନବୀମା ନିଗମ ସହ ଅନେକ ଘରୋଇ ସଂସ୍ଥା ଏବେ ଭାରତୀୟ ଡାକର ପ୍ରତିଯୋଗୀ ଯେଉଁମାନେ ଗ୍ରାହକଙ୍କୁ ସନ୍ତୁଷ୍ଟ କଲାଭଳି ପରିବେଷ୍ଟନିକୁ ପ୍ରାଥମିକତା ଦେଇଥାନ୍ତି। ଏଭଳି ପରିସ୍ଥିତିରେ କେବଳ ଗୋଟିଏ ୩ଡି ମୂଦ୍ରିତ ଡାକଘର ଗ୍ରାହକଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ଭାରତୀୟ ଡାକର ୪୫୭ଟି ମଣ୍ଡଳରେ ଅନେକ ଜାଗା ଡାକ ବିଭାଗ ନାଁରେ ପଞ୍ଜିକୃତ ଯାହା ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବାହାର ଲୋକଙ୍କ ଦ୍ୱାରା ଜବରଦଖଲରେ ରହିଛି। ସେଗୁଡ଼ିକୁ ନିଜ ଅକ୍ତିଆରକୁ ଆଣି ତୁରନ୍ତ ବିଭାଗୀୟ ଡାକଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ଓ ଡାକ ବିଭାଗ ଯତ୍ନବାନ ହେବା ଉଚିତ। ପ୍ରକାଶିତ ବିବରଣୀ ଅନୁଯାୟୀ, ୧୦୨୧ ବର୍ଗଫୁଟର ଉପରୋକ୍ତ ୩ଡି ମୂଦ୍ରିତ ଡାକଘର ମାତ୍ର ୪୩ ଦିନରେ ମୋଟ ୨୩ ଲକ୍ଷ ଟଙ୍କା ବିନିମୟରେ ତିଆରି ହେଇପାରିଛି ଯାହା ପାରମ୍ପରିକ ଢଙ୍ଗରେ କରିଥିଲେ ୬-୮ମାସ ସମୟ ଲାଗିଥାନ୍ତା ଏବଂ ୩୦-୪୦ ପ୍ରତିଶତ ଅଧିକ ଖର୍ଚ୍ଚ ମଧ୍ୟ ହୋଇଥାନ୍ତା। ନିର୍ମାଣ କ୍ଷେତ୍ରରେ ଡାକ ବିଭାଗ ଏଭଳି ଜ୍ଞାନକୌଶଳ ଆପଣେଇବା ଅତି ଶୁଭଙ୍କର। ତେଣୁ, ପ୍ରଗତି ପଥକୁ ପ୍ରଶସ୍ତ ଓ ଅପ୍ରତିହତ କରିବାକୁ ବ୍ୟବସାୟ ବୃଦ୍ଧି ପାଇଁ ପ୍ରଯତ୍ନ ଡାକ ବିଭାଗ ମହଜୁଦା ଗ୍ରାହକମାନଙ୍କୁ ବାନ୍ଧି ରଖିବା ସହ ନୂତନ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସେବାର ମାନ ବୃଦ୍ଧି ସହ ଡାକଘରର ଭିତ୍ତି ସଂରଚନା ଓ ପରିବେଷ୍ଟନିକୁ ଆକର୍ଷଣୀୟ କରିବା କରିବା ନିହାତି ଜରୁରୀ। ଭାରତୀୟ ଜନଜୀବନ ସହ ଭାରତୀୟ ଡାକର ସମ୍ପର୍କ ଆହୁରି ନିବିଡ ହେଉ, ଜନ୍ମ ଦିନରେ ଏହି ଶୁଭକାମନା।
******

India Post enters 170th year amidst stiff competition and ambience issues



 India Post enters 170th year amidst stiff competition and ambience issues


Bruhaspati Samal

General Secretary

Confederation of Central Govt. Employees and Workers

Odisha State Coordination Committee, Bhubaneswar

eMail: bsamalbbsr@gmail.com

Mobile / WhatsApp No. 9437022669


Having 90% Post Offices (POs) in rural areas most of which are still functioning either in thatched or asbestos houses in a very cramped situation even in this modern digital era, it was really incredible on the part of India Post to have its first ever 3D Printed Post Office at Cambridge Layout, Bengaluru on 18th August, 2023 as a testament to our nation’s innovation and progress. A throwback to history reveals that though the first PO in India was established in the year 1727 by English merchant and Zamindars of East India Company, the first imperial Post Office commonly known as Calcutta General Post Office (now Kolkata GPO) was established on 31st March, 1774. Thereafter, Madras General Post Office (now Chennai GPO) came into existence on 1st June 1786 and Bombay General Post Office (now Mumbai GPO) was established in 1793. Besides, there existed several private Dak agencies within the territory of British East India Company. To achieve coordination between the postal organizations under the above three Presidency Post Offices and several District Posts, the Post Office Act 1854 was promulgated and brought into operation on 1st October, 1854 as fore-runner to govern the functions of as many as 700 Post Offices. Thus, officially, India Post enters in to 170th year of its establishment on 1st October, 2023. Since 1854, it has never looked back. From pigeon to post, from manual to digital and from thatched house to 3D Printed Post Office, India Post has travelled a long way with the mists of time.

In the present era of rapid corporatization, privatization, downsizing, outsourcing and asset monetization of Government establishments and Public Sector Undertakings, India Post is trying its best with a noble mission to sustain its position as the largest postal network in the world touching the lives of every citizen in the country and making its products and services the customers’ first choice. From 700 POs till 1854 primarily opened in urban areas catering to the needs of Britishers for development of their trade and exercising control over their vast Indian possessions to 159251 POs as on 31.03.2022 (excluding 1614 Franchise Outlets and 820 Panchayat Sanchar Sewa Kendras), India Post has registered nearly a 227 times growth during the period of last 17 decades focusing its expansion to rural areas and thus has been acknowledged as the largest postal network in the world with one PO serving 8627 people in average (6229 in rural area and 31242 in urban area) covering an area of approximately 20.64 sq. KMs and providing  postal facilities within reach of every citizen in the country at affordable prices adopting every mode of transmission from bare foot to air route. 

Because of radical changes in public expectations and technologies, India Post is functioning as a public utility service, commercial and revenue earning department by way of providing poor man’s service like post cards etc. at subsidised rates, charging the corporate sector at commercial rates and has been a revenue earning organization to meet its own expenses in running other services for the common man. Due to emergence of electronic alternatives, more demanding customers, presence of organized / unorganized couriers for mail conveyance, financial players like banks and insurance companies and above all the challenges of globalization, corporatization and liberalization, India Post is now facing competition which has compelled it to be commercial day by day rather than remaining as a full public utility service department. Thus, to meet the challenges and to face the competitors on one hand  and to prove itself as an  efficient and reliable communication network as the main component of the communication infrastructure for playing a crucial role in the socio-economic development and  integration of the country on the other,  the Postal department is doing a lot of things other than just delivering letters aiming for a transformation with re-engineering of Business Processes and making it compatible to suit the new ICT solutions  and evolving new processes based on customer needs. Illustratively, it introduced Post Office Small Savings Scheme (POSSS) in 1882, Postal Life Insurance (PLI) in 1884, Indian Postal Order in 1935, Speed Post in 1986, Express Parcel in 1994, Rural Postal Life Insurance in 1995, ePayment Services in 2006, Indian Railways Passenger Reservation System (PRS) in 2007, adopted modernization of Post Offices under Project Arrow in 2008 and complete computerization under I T Modernization Project in 2012. It is offering Digital Life Certificate (DLC) to Pensioners since 2015, selling Gangajal since 2016,working as Post Office Passport Seva Kendra (POPSK) and Aadhar Enrolment and Updation since 2017 and serving as a Common Service Centre (CSC) since 2020 providing hundreds of services to the members of public, viz; PM Jan Arogya Yojana (Ayushman Bharat), Shramyogi Man-Dhan Yojana, Fasal Bima Yojana, collection of electricity, water, telephone bills and insurance premium etc, recharge of mobile, cable TV etc, booking of air, railways and bus tickets etc. in addition to several other multiple services through Business Post, Media Post, Magazine Post, Retail Post, ePost, ePayment, eMoney Order and digital services to all its 134141 Branch Post Offices (BOs) in rural areas through DARPAN (Digital Advancement of Rural Post Office for a New India).

To sustain its position as the largest postal network in the world, a good number of POs are being opened every year. During 2021-22, it has opened 3007 POs including 2849 BOs in Left Wing Extremism affected areas. Out of 159251 POs in toto as on 31.03.2022, 25110 Departmental Post Offices (15.77%) are headed by a regular employee as the Sub Postmaster, Postmaster or Senior Postmaster depending on the status of the PO and rest 134141 BOs (84.23%) are headed by a Gramin Dak Sewak (GDS) as Branch Postmaster who was earlier treated as Extra Departmental Agent (EDA) without the status of a Central Govt. employee and continuing as such till date except the change of the nomenclature from EDA to GDS. A GDS is not appointed, but engaged. As a pre-condition of engagement, a GDS has to provide an accommodation for running of the BO for which a nominal amount, i.e. Rs.500/- for a standard house and Rs.250/- for a non-standard house per month is given as financial assistance. With this meagre amount, the Branch Postmaster doesn’t find a well-furnished house satisfying the ‘Look and Feel Good’ concept to appease the customers. Since almost running without the basic facilities of toilets, ramps, counters etc. and even without required standard furniture, these 84% BOs are not at all environment and customer friendly.

On the contrary, out of 25110 Departmental POs, while 4580 POs are functioning in departmental buildings, 19451 in rented buildings and rest 1079 in rent-free accommodations provided by different organizations. These POs functioning either in rented or in rent-free accommodations also suffer from the same issues faced by the BOs. Thus, out of 159251 POs, except 4580 POs (2.88%), rest 154671 POs (97.12%) suffer from poor ambiences and infrastructure facilities and hence fail to attract new customers and satisfy the existing customers. Out of 25110 Departmental POs, 808 are Head Post Offices and rest are Sub Post Offices, 90% of which are functioning single-handedly. One man has to perform everything, viz booking, delivery, despatch, Savings Bank, Insurance, Mails, Premium Products and all such services offered as a CSC which invite heavy rush causing delay in effective service delivery. In addition, instead of going for new construction for functioning of Aadhaar Centres, POPSK, India Post Payments Bank, Parcel Hubs etc, the Department utilized the space available in the existing building leaving a very congested public place to irritate the esteemed customers. And most unfortunately, barring some Departmental POs located in prime areas, no post office has proper ventilation system either with provision of Air-Conditioner, Air-Cooler etc, no separate queues for senior citizens, ladies, patients, physically-challenged persons etc and no furnished waiting place for the public. The Postmasters are often seen working with non-standard broken furniture depicting a very sub-standard look of the POs which distract the customers from the POs. 

One day India Post had the monopoly on mails, insurance and small savings. But now there are private courier companies to compete with mails, LIC and other private insurance companies to compete with PLI / RPLI and public / private sector banks to compete with savings bank and other financial products. The priority of these private players is to invite the customer with attractive ambiences apart from guaranteeing effective service delivery. But the poor Postmasters of the POs are not even able to offer the customer a glass of cold water to drink. What to speak of other things. Their administrative and financial powers are too limited. 

In spite of all such difficulties, India Post has been able to serve the entire nation with a human touch maintaining its iconic status as a unique and trusted national institution and demonstrating the highest order of integrity, honesty, transparency and professionalism only due to a team of dedicated staff starting with GDS. Now there is urgent need to revive the ambiences of all POs including BOs. Just opening of POs without basic amenities, standard counter / furniture may not carry forward its goodwill. As reported, the fully furnished Cambridge Layout 3D Printed Post Office was completed in just 43 days with an estimate of 23 lakhs for an area of 1021 square feet which is 30-40% less from normal construction. In all the 457 Postal Divisions under 23 Postal Circles, innumerable vacant lands are under possession of India Post. The Department needs to construct more number of 3D Printed POs and increase the ambience level to be the preferred, trusted and reliable service partner for all customers.

****

Monday, September 18, 2023

ସେପ୍ଟେମ୍ବର ୧୯, ୧୯୬୮ ଏକଦିବସୀୟ ଧର୍ମଘଟର ସହିଦଙ୍କୁ ଲାଲସଲାମ


 ସେପ୍ଟେମ୍ବର ୧୯, ୧୯୬୮ ଏକଦିବସୀୟ ଧର୍ମଘଟର ସହିଦଙ୍କୁ ଲାଲସଲାମ

ସର୍ବନିମ୍ନ ଆବଶ୍ୟକ ମଜୁରି, ମୂଳ ଦରମାରେ ମହଙ୍ଗା ଭତ୍ତା ମିଶ୍ରଣ,  ମୂଲ୍ୟବୃଦ୍ଧିର ନିଷ୍ପ୍ରଭାବିକରଣ ଆଦି ଦାବି ନେଇ ୧୯ ସେପ୍ଟେମ୍ବର ୧୯୬୮ର କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କର ଏକ ଦିବସୀୟ ସର୍ବଭାରତୀୟ ଧର୍ମଘଟ ଡାକରାରେ ତତ୍କାଳୀନ ସରକାର ଧର୍ମଘଟରେ ସାମିଲ ହୋଇଥିବା ୧୭ ଜଣ କର୍ମଚାରୀଙ୍କୁ ପୋଲିସ ଓ ମିଲିଟାରୀ ଫୋର୍ସଙ୍କ  ଦ୍ଵାରା ଲାଠି ଓ ଗୁଳି ମାଡ ସହ ଟ୍ରେନ ଚଢେଇ ମାରିଦେଲେ, ପାଖାପାଖି ୧୨ ହଜାର କର୍ମଚାରୀଙ୍କୁ କାରାଗାରରେ ବନ୍ଦୀ କଲେ, ୪୦ ହଜାର କର୍ମଚାରୀଙ୍କୁ ନିଲମ୍ବନ କଲେ ଓ ୬୪ ହଜାର କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ନୋଟିସ ଜାରି କଲେ ଏବଂ ସର୍ବୋପରି  ଆନ୍ଦୋଳନ କରୁଥିବା ଡାକ ତାର କର୍ମଚାରୀ ରାଷ୍ଟ୍ରୀୟ ମହାସଂଘ (ଏନଏଫପିଟିଇ ଯାହା ଡାକ ଓ ତାର ଦୁଇଟି ଅଲଗା ଅଲଗା ବିଭାଗ ହେଲାପରେ ଏନଏଫପିଇ ଓ ଏନଏଫଟିଇ ନାମରେ ପରିଚିତ)ର ମାନ୍ୟତା ପ୍ରତ୍ୟାହାର କରିନେଲେ। ଧର୍ମଘଟର ସୁଫଳ ଯଦିଓ ତୁରନ୍ତ ମିଳି ନଥିଲା, ଏହି ଆନ୍ଦୋଳନ ପରେ ୧୯୭୦ରେ ନିଯୁକ୍ତି ପାଇଥିବା ତୃତୀୟ କେନ୍ଦ୍ରୀୟ ବେତନ ଆୟୋଗ ଦାବିଗୁଡିକୁ ଗୁରୁତ୍ୱର ସହ ବିଚାର କରିଥିଲେ। ଆଜିର ଯୁବପିଢିଙ୍କୁ ଏସବୁ କାହାଣୀ ଭଳି ଲାଗିଲେ ବି ଏ କଥା ବୁଝିବାକୁ ହେବ ଯେ କୌଣସି ସଂଗ୍ରାମ କେବେ ବିଫଳ ହୁଏନି।

#19th_September_1968_Historic_Strike:

Demanding (1) Need-based Minimum Wage to all Central and State Govt. employees on the basis of the norms evolved by the 15th Indian Labour Conference, (2) Full neutralization of cost of living, (3) Merger of DA with basic Pay, (4) No Retrenchment / Victimization and (5) No reduction in retirement age, a joint statement was issued by CCGEW and All India State Govt. Employees Federation (AISGEF) on 12.07.1968. The National Convention of Confederation held at New Delhi on 13.07.1968  expressed strong protest at the negative stand of the Govt. which refused to refer to arbitration  the two issues of Need-based Minimum Wage and Merger of DA. “Demand Day” was observed on 08.08.1968. Confederation, NFPTE, AIRF and AIDEF held their Executive Committee Meetings and decided to go on a One Day Token Strike on 19th September, 1968 and observed “National Mobilization Day on 13.09.1968 and massive demonstrations on 17.09.1968.


The historic strike began at 6 AM on 19.09.1968. Thousands and thousands of employees in Post Offices, RMS offices, Telephone Exchanges, Telegraphs Offices, and other Central Govt. Offices walked out of their duty places. The entire communication system in the country remained standstill. Treating the strike as “Revolt”, ESMA was promulgated and indiscriminate arrests made all over the country. It was a war-like situation. Arrest of leaders started on 18th September itself. About 3000 employees and leaders were arrested from Delhi alone. All over India about 12000 Central Government employees and leaders were arrested and jailed. In spite of all these repressive measures the strike was a massive success all over India and in all departments including Railways, Defence, P&T, Audit and etc. About 64000 employees were served with termination notices, thousands removed from service and about 40000 employees suspended. Eight employees were brutally killed at Pathankot and Bikaner. Govt. issued orders derecognizing all Unions and Federations which had served strike notice.


19th September 1968 strike is written in red letters in the history of Indian Working Class. The strike was historic in more than one sense. The same government which refused to accept the demands was compelled to implement some of them afterwards. DA was granted regularly.  Third CPC was set up in 1970.  Liberalized pension scheme was introduced in 1973. No struggle goes in vain. The long term impact of a struggle for a genuine cause should be understood properly. The benefits of past struggles often accrue to the present / future generation.

Saturday, September 16, 2023

CGHS Webinar on Payment of CGHS Subscription through BharatKosh on 19 September 2023


Guidelines regarding Purchase of Medicines by Post-Organ Transplant Surgery Patients under CGHS



 F.No Z15025/27/2023/DIR/CGHS

Min. of Health & Family Welfare
Directorate of CGHS

CGHS Bhawan,
RK Puram Sector-13New Delhi
Dated 12th September, 2023

OFFICE MEMORANDUM 

Subject: Guidelines regarding Purchase of Medicines by Post-Organ Transplant Surgery Patients under CGHS -reg.

With reference to the above-mentioned subject the undersigned is directed to convey the approval of Competent Authority to issue guidelines for the purchase of Medicines in the cases of Post-Organ transplant CGHS beneficiaries as per the details given under:

1. CGHS beneficiaries, who are recovering from Organ transplant surgery shall be permitted to purchase OPD medicines, based on the advice of the treating Specialist for up to a period of six months if, they are not in a position to visit CGHS Wellness Centre or to send an authorized representative.

2. The reimbursement of such medicines would be considered as per the following details:

i) The reimbursement on restricted medicines having CGHS rate contract, shall be limited to the CGHS rates.

ii) The reimbursement in respect of other medicines for which there is no rate contract under CGHS, shall be limited to 85% of MRP or actual expenditure incurred, whichever is lower (since 15% discount is the minimum discount prescribed under CGHS for Local Chemists).

iii) However, products manufactured/ marketed as food supplement, cosmetics and ayurvedic preparations advised by allopathic doctors are not reimbursable, as per extant CGHS guidelines.

Serving employees would claim reimbursement from their respective department.

(V.K. Sharma)
Addl.-DDG(HQ
) CGHS 

Emergency treatment in CGHS empanelled Hospitals



 

Saturday, September 9, 2023

ମାର୍ ମାର୍ କର୍ମଚାରୀଙ୍କୁ ମାର୍


ସୌଜନ୍ୟ : ପ୍ରଜାବାର୍ତ୍ତା, ୧୦ ସେପ୍ଟେମ୍ବର, ୨୦୨୩

ମାର୍ ମାର୍ କର୍ମଚାରୀଙ୍କୁ ମାର୍

ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର
ଇମେଲ: bsamalbbsr@gmail.com
ମୋବାଇଲ : ୯୪୩୭୦୨୨୬୬୯

        ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ୬ ଜୁଲାଇ ୨୦୨୩ରେ ସର୍ବଭାରତୀୟ ସେବା (ମୃତ୍ୟୁ ସହ ସେବାନିବୃତ ଲାଭ) ସଂଶୋଧନ ନିୟମାବଳୀ ୨୦୨୩ ପାଇଁ ଜାରି କରିଥିବା ବିଜ୍ଞପ୍ତିର ଧାରା - ୩ରେ ସଲଗ୍ନ ସାଧାରଣ ସର୍ତ୍ତାବଳୀଗୁଡିକୁ ନେଇ ବର୍ତ୍ତମାନ ଅଧିକାଂଶ ସେବାନିବୃତ୍ତ ଅଧିକାରୀଗଣ ଦ୍ୱନ୍ଦରେ। ନୂତନ ନିୟମାନୁସାରେ, ଚାକିରୀକାଳ ଭିତରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରୁ ଦୁରେଇରହିବା ପାଇଁ  ସର୍ବଭାରତୀୟ ସେବା (ଆଚରଣ) ନିୟମାବଳୀ ୧୯୬୮ର ସମସ୍ତ ସର୍ତ୍ତାବଳୀଗୁଡିକୁ ମାନିବାକୁ ବାଧ୍ୟ ଥିବା ଅଧିକାରୀଗଣ ସେବାନିବୃତ୍ତି ପରେ  ଯଦି କୌଣସି ଗମ୍ଭୀର ଅପରାଧ ବା  ଅସଦାଚରଣରେ ଲିପ୍ତ ଥିବାର ଅଭିଯୋଗ ଆସେ ବା ପ୍ରମାଣିତ ହୁଏ, ତେବେ କେନ୍ଦ୍ର ସରକାର ସମ୍ପୃକ୍ତ ପେନସନଭୋଗୀଙ୍କର ପେନସନକୁ ଆଂଶିକ ବା ପୂର୍ଣ୍ଣମାତ୍ରାରେ କିଛି ସମୟ ପାଇଁ କିମ୍ବା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇପାରିବେ। ଅବଶ୍ୟ, ୧୦ ଅଗଷ୍ଟ ୨୦୨୩ରେ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ସଫେଇ ଦେବାକୁ ଯାଇ କହିଛନ୍ତି ଯେ ଏହି ସର୍ତ୍ତାବଳୀ ୧୯୫୮ର ମୂଳ ନିୟମରେ ଥିଲା। ତାହେଲେ, ପ୍ରଶ୍ନ ଉଠେ,  ଆଉ ସଂଶୋଧନର ଆବଶ୍ୟକତା କ'ଣ ଥିଲା? ୧୯୫୮ର ମୂଳ ନିୟମର ଧାରା ୩ରେ ମାତ୍ର ତିନୋଟି ଉପଧାରା ଥିଲା ବେଳେ, ୨୦୨୩ର ସଂଶୋଧିତ ନିୟମରେ ଆଠଟି ଉପଧାରା ଯୋଡାଯାଇ ଆହୁରି କଡାକଡି କରାଯାଇଛି। ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ଏହା କେବଳ ଇଣ୍ଟେଲିଜେନ୍ସ ଓ ସୁରକ୍ଷା ବିଭାଗ ସହ ଯୋଡି ହୋଇଥିବା ଅଧିକାରୀଙ୍କୁ ଲାଗୁହେବ। କିନ୍ତୁ, ଏବେ ଯାହା କିଛି ନିର୍ଦ୍ଦିଷ୍ଟ ବିଭାଗର ସର୍ବଭାରତୀୟ ଅଧିକାରୀଙ୍କ ପାଇଁ ଲାଗୁହେଇଛି, ପରବର୍ତ୍ତୀ ସମୟରେ ଏହା ଯେ କେନ୍ଦ୍ରର ଅନ୍ୟ ବର୍ଗର ସବୁ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ନହେବ ଏବଂ ପର୍ଯ୍ୟାୟକ୍ରମେ ତାକୁ ରାଜ୍ୟ ସରକାର ଓ ରାଷ୍ଟ୍ରାୟତ ଉଦ୍ୟୋଗମାନେ ଯେ ଲାଗୁ ନକରିବେ, କିଏ କହିବ। ସେବାନିବୃତ୍ତ ଅଧିକାରୀ ଓ କର୍ମଚାରୀଗଣ ଏବେ ଘୋର ଆଶଙ୍କା ଭିତରେ। ପୁରୁଣା ପେନସନ ଯୋଜନାକୁ ବାତିଲ କରି ୨୦୦୪ରୁ ଜାତୀୟ ପେନସନ ଯୋଜନା ଲାଗୁ କରିଥିବା ସରକାର ପେନସନକୁ ଧୀରେ ଧୀରେ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପାଇଁ ଏକ ନୂତନ ଅଭିସନ୍ଧି ରଚନା କରୁନାହାନ୍ତି ତ?

       ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶ ବିଶେଷ ଭାବେ ୨୨ ଡିସେମ୍ବର ୨୦୦୩ର ଏକ କାର୍ଯ୍ୟକାରୀ ଆଦେଶ ବଳରେ କେନ୍ଦ୍ର ବେସାମରିକ ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁୟାରୀ ପହିଲା ୨୦୦୪ରୁ ଓପିଏସ ବାତିଲ ହୋଇ ଏନପିଏସର ପ୍ରଚଳନ ହେଲା। କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ଓପିଏସରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ଦେୟ ୧୪% ଥାଇ ମଧ୍ୟ ତାହା ପାଖାପାଖି ୮%ରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ। ଏନପିଏସ ଉପଭୋକ୍ତାମାନେ ସରକାରୀ ଚାକିରୀରୁ ଅବସର ନେଇ ପରିବାର ପ୍ରତିପୋଷଣ  ଏବେ ଦିନ ମଜୁରିଆ ଭାବେ ସମୟ କାଟୁଛନ୍ତି। କିଏ ପରିବା ବିକୁଛି ତ କିଏ ପାନ ଦୋକାନ ଖଣ୍ଡେ କରି ଚଳୁଛି। କେହି କେହି ସ୍ୱାଭିମାନୀ ଆତ୍ମହତ୍ୟା କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ଏଭଳି ପରିସ୍ଥିତିରେ, କର୍ମଚାରୀମାନେ ନିଜର ଭବିଷ୍ୟତ ଉଜୁଡିଯିବା ଆଶଙ୍କାରେ ଏନପିଏସ ଉଚ୍ଛେଦ ଆନ୍ଦୋଳନକୁ ତୀବ୍ରତର କରିବାରେ ଲାଗିପଡିଛନ୍ତି। ୧୦ ଅଗଷ୍ଟ ୨୦୨୩ରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ଲକ୍ଷରୁ ଉର୍ଦ୍ଧ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଓ ଶିକ୍ଷକମାନେ ଏକ ବିଶାଳ ଶୋଭାଯାତ୍ରା ଓ ଧାରଣା  ଆୟୋଜନ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରି ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟକୁ ଓହ୍ଲାଇବାକୁ ସୂଚିତ କରିଛନ୍ତି। ଅଧିକନ୍ତୁ, ସର୍ବନିମ୍ନ ମଜୁରି ବୃଦ୍ଧି ଓ ଅଷ୍ଟମ ବେତନ ଆୟୋଗ ଗଠନ କର୍ମଚାରୀମାନଙ୍କର ଏକ ଯଥାର୍ଥ ଦାବି ରହିଥିଲେ ମଧ୍ୟ, ସରକାର ସେଥିପ୍ରତି ଘୋର ଉଦାସୀନ। ଦେଶର ଜନ ପ୍ରତିନିଧିମାନେ ମାତ୍ର  ୫ବର୍ଷ ପାଇଁ ନିର୍ବାଚିତ ହୋଇ ନିଜର ବେତନ ଓ ଭତ୍ତା ବୃଦ୍ଧି କରି ପୁରୁଣା ପେନସନ ଯୋଜନା ଆଧାରରେ ଏକାଧିକ ପେନସନର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ, ସମ୍ପୂର୍ଣ୍ଣ ଯୋଗ୍ୟତା ଭିତ୍ତିରେ ୩୫ରୁ ୪୦ବର୍ଷ  ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ। ଜଣେ ବିଧାୟକ, ସାଂସଦ ଅଥବା ମନ୍ତ୍ରୀଙ୍କର ବିୟୋଗ ଘଟିଲେ, ଯୋଗ୍ୟତା ଥାଉ କି ନଥାଉ ଏବେ ତାଙ୍କ ସ୍ତ୍ରୀ ଅବା ପୁଅ ଝିଅଙ୍କୁ ଲଢିବା ପାଇଁ ତୁରନ୍ତ ଟିକେଟ ମିଳିବା ଥୟ। ଖାଲି ଥିବା ପଦ ପୁରଣ ପାଇଁ ଛଅ ମାସ ଭିତରେ ନିର୍ବାଚନ।  କିନ୍ତୁ ଚାକିରୀରେ ଥାଇ ମୃତ୍ୟୁହେଲେ ପରିବାରର ଯୋଗ୍ୟ ବ୍ୟକ୍ତିଙ୍କୁ ଅନୁକମ୍ପାମୂଳକ ଚାକିରୀ ପ୍ରଦାନ କରିବାରେ ପାଞ୍ଚ ପ୍ରତିଶତ ସିଲିଂ ସହ ଅନେକ ନୀତିନିୟମ ଓ ଅହେତୁକ ବିଳମ୍ବ। ସରକାରୀ ଦପ୍ତରରେ  ଖାଲି ପଡିଥିବା ଲକ୍ଷ ଲକ୍ଷ ପଦ ପୁରଣ ପାଇଁ ବର୍ଷ ବର୍ଷ ଧରି କୌଣସି ତତ୍ପରତା ନାହିଁ।

        ନିୟମତଃ ଦିନକୁ ଆଠଘଣ୍ଟା କାମକରିବାକୁ ଥିବା କର୍ମଚାରୀଟିଏ ସାମ୍ପ୍ରତିକ ପରିସ୍ଥିତିରେ ବାରଘଣ୍ଟାରୁ ଉର୍ଦ୍ଧ ସମୟ କାମକରିବାକୁ ବାଧ୍ୟ ହେଉଛି। ଦେଶର ଜନସଂଖ୍ୟା ବଢି ୧୪୩ କୋଟିରେ ପହଞ୍ଚିଥିବା ବେଳେ, ୧୯୮୩ରୁ ନୂତନ ପଦବୀ ସୃଷ୍ଟି ବନ୍ଦ ହେବା, ଉଭୟ କେନ୍ଦ୍ର, ରାଜ୍ୟ ଓ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକରେ ଖାଲି ପଡିଥିବା ଲକ୍ଷ ଲକ୍ଷ ପଦବୀ ପୁରଣ ନହେବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଏହାର ପ୍ରମୁଖ କାରଣ ଯେଉଁଥି ପାଇଁ କର୍ମଚାରୀ ନୁହେଁ ବରଂ ସରକାରଙ୍କ ଦୁର୍ବଳ ନୀତି ଦାୟୀ। ସପ୍ତମ ବେତନ ଆୟୋଗ ୨୦୧୫ରେ ତାଙ୍କର ରିପୋର୍ଟ ପ୍ରଦାନ କଲାବେଳେ ସମସ୍ତ କେନ୍ଦ୍ର ସରକାରୀ ଦପ୍ତରରେ ସାତ ଲକ୍ଷରୁ ଅଧିକ ନିୟମିତ  ପଦବୀ ଖାଲି ପଡିଥିଲା ବୋଲି ଉଲ୍ଲେଖ କରିଥିଲେ ଯାହା ଏବେ ବଢି ବଢି ୧୫ ଲକ୍ଷ ଟପିଲାଣି। କେବଳ ଭାରତୀୟ ରେଳ ବିଭାଗରେ ତିନି ଲକ୍ଷରୁ ଉର୍ଦ୍ଧ ପଦବୀ ଖାଲି। ତାବାଦ,  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଅଧିନରେ ଲକ୍ଷ ଲକ୍ଷ ଚୁକ୍ତିଭିତ୍ତିକ,  ସାମୟିକ ତଥା ଠିକା କର୍ମଚାରୀ ଓ ବିଶ୍ୱର ସର୍ବ ବୃହତ ଡାକ ସଂସ୍ଥା ଭାରତୀୟ ଡାକର ୩ଲକ୍ଷ ଗ୍ରାମୀଣ ଡାକ ସେବକ ନିୟମିତ ହେବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷାରତ। ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ, ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ନର୍ସ, ବିଚାରାଳୟରେ ଆବଶ୍ୟକ ସଂଖ୍ୟକ ବିଚାରପତି, ଥାନାଗୁଡିକରେ ଆବଶ୍ୟକ ସଂଖ୍ୟକ ପୁଲିସବଳ  ନରହିଲେ ଶିକ୍ଷା ସ୍ୱାସ୍ଥ୍ୟସେବା, ନ୍ୟାୟ ବ୍ୟବସ୍ଥା ଓ ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷାର ମାନ ବୃଦ୍ଧି ହେବ କେମିତି? କେନ୍ଦ୍ର ସରକାର ତାଙ୍କର ଘରୋଇକରଣ ଓ ଉଦ୍ୟୋଗୀକରଣ ନୀତିକୁ କ୍ଷୀପ୍ରତର କରିବା ପାଇଁ ଡାଉନସାଇଜିଂ ଓ ଆଉଟସୋର୍ସିଂ ନାଁ'ରେ ଦିନକୁ ଦିନ ଏକ ପକ୍ଷରେ ପଦବୀ ସଂଖ୍ୟା ସଂକୁଚିତ କରିଚାଲିଥିବା ବେଳେ, ସେବା ପ୍ରଦାନରେ ସାମାନ୍ୟ ବିଚ୍ୟୁତି ଘଟିଲେ ସାଧାରଣରେ କର୍ମଚାରୀଙ୍କୁ ଦୋଷାରୋପ କରାଯାଏ ସିନା, ନିର୍ବାଚନ ଇସ୍ତାହାରରେ ଏ ସଂକ୍ରାନ୍ତରେ ବଡ ବଡ ପ୍ରତିଶ୍ରୁତି ଦେଇ କ୍ଷମତା ହାତେଇଥିବା ସରକାରଙ୍କୁ ନୁହେଁ।

      ଦେଶ ପ୍ରତି କୌଣସି ବିପଦ ସୃଷ୍ଟି ହେଲେ ସାମରିକ ସେବାରେ ଥିବା ସୈନିକଟିଏ ଠାରୁ ବେସାମରିକ ସେବାରେ ଥିବା ଚତୁର୍ଥଶ୍ରେଣୀ କର୍ମଚାରୀଟିଏର ଆବଶ୍ୟକତା ପଡିଥାଏ। କୋଭିଡ୍ ମହାମାରୀ ସମୟରେ ବର୍ଷ ବର୍ଷ ଧରି ସେହିଭଳି ପରିସ୍ଥିତି ଥିଲା। ସାଧାରଣ ଜନତା  ନିଜର ଓ ନିଜ ପରିବାରର ସ୍ୱାସ୍ଥ୍ୟ, ସୁଖସ୍ୱାଛନ୍ଦ୍ୟକୁ ପ୍ରଧାନ୍ୟ ଦେଇ ଲକଡାଉନ ଓ ସଟଡାଉନ ସମୟରେ ଘରେ ସୁରକ୍ଷିତ ରହିଥିଲା ବେଳେ ପୁଲିସ, ସୈନିକ, ଡାକ୍ତର, ରେଳବାଇ, ଡାକ, ତାର, ବ୍ୟାଙ୍କ, ଜୀବନବୀମା, ପାଣି, ବିଜୁଳି ଆଦି ବିଭାଗର କର୍ମଚାରୀମାନେ ଜୀବନକୁ ବାଜି ଲଗେଇ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ଧରି ଅହର୍ନିଶି ନିରବଚ୍ଛିନ୍ନ ସେବା ଯୋଗାଇ ଦେଇଥିଲେ। କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଯେ ସରକାର ଅତି ନିର୍ଦ୍ଦୟ ଭାବେ ସେହି କର୍ମଚାରୀମାନଙ୍କର ଗୋଟିଏ ଦିନର ଦରମା ସହ ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ଦୀର୍ଘ ୧୮ ମାସର ମହଙ୍ଗା ଭତ୍ତାକୁ ଜବରଦସ୍ତ ବନ୍ଦ କରିଦେଲେ। ଦେଶର ବଡ ବଡ ବିପତ୍ତି ସମୟରେ କର୍ମଚାରୀମାନଙ୍କର ଦିନେ ଦୁଇଦିନର ଦରମା କଟିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଏଥିପାଇଁ ସେମାନେ ସାମାନ୍ୟ ପ୍ରଶଂସାର ପାତ୍ର ହୋଇନଥିବା ବେଳେ ନିଜ ହକ ପାଇଁ ଦାବି କଲେ ସରକାର ବିଭିନ୍ନ ଆଳ ଦେଖେଇ ଆଡେଇଯିବା ଏକ ସାଧାରଣ ଘଟଣା।

        ବେଡି ଉପରେ କୋରଡା ଭଳି କର୍ମଚାରୀଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ସମୁଦାୟ ୪୪ଟି ଶ୍ରମ ଆଇନରୁ ୧୫ଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରି ବାକି ୨୯ଟି ଅଧିନିୟମକୁ କେନ୍ଦ୍ର ସରକାର ନିଯୁକ୍ତିଦାତାଙ୍କୁ ସୁହାଇଲା ଭଳି  ୪ଟି ଶ୍ରମ କୋଡରେ ପରିଣତ କରିଛନ୍ତି। ଶ୍ରମ କୋଡ ଲାଗୁହେଲେ କିଛି ନିର୍ଦ୍ଦିଷ୍ଟ ଉଦ୍ୟୋଗପତିଙ୍କୁ ସୁହାଇବ ସିନା, ନିରବଚ୍ଛିନ୍ନ ସଂଘର୍ଷ ଦ୍ୱାରା ପ୍ରାପ୍ତ ଦୈନିକ ନିର୍ଦ୍ଦିଷ୍ଟ ୮ ଘଣ୍ଟା କାର୍ଯ୍ୟର ସମୟ ସୀମା, ସର୍ବନିମ୍ନ ଓ ସମାନ କାମକୁ ସମାନ ମଜୁରି, ବୋନସ, ମହଙ୍ଗା ଭତ୍ତା, ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧାର ମାନ ନିର୍ଦ୍ଧାରଣ, ସାମୟିକ ଓ ଅର୍ଜିତ ଛୁଟି, ସାପ୍ତାହିକ କାର୍ଯ୍ୟ ଦିବସ, କାର୍ଯ୍ୟସ୍ଥଳୀରେ ସ୍ୱାସ୍ଥ୍ୟ ଓ ଜୀବନର ନିରାପତ୍ତା ଇତ୍ୟାଦି ସହ ଶ୍ରମିକ ସଂଗଠନର ହକ୍ ପାଇଁ କଥାବାର୍ତ୍ତାର ଅଧିକାର ସଙ୍କଟାପନ୍ନ ହେବ ଯେଉଁଥି ପାଇଁ ଭାରତର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଘ, ମହାସଂଘ ଓ ପରିସଂଘମାନେ ସଂଘର୍ଷରତ ଥିଲେ ବି କୌଣସି ସୁଫଳ ମିଳୁନି।

       ଏହିଭଳି ବିଭିନ୍ନ କର୍ମଚାରୀ ମାରଣନୀତି ଆପଣାଇ ପର୍ଯ୍ୟାୟକ୍ରମେ କର୍ମଚାରୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ସରକାର ଏବେ ଅବସର ପରେ ବି ସ୍ୱାଧୀନ ଭାବେ ବଞ୍ଚିବାକୁ ନଦେବାର ଯୋଜନା ପ୍ରସ୍ତୁତରେ ବ୍ୟସ୍ତ।  କର୍ମଚାରୀ ମାରଣନୀତିର ଚିଠା ଢେର ଲମ୍ବା। ଏମାନେ କହିବେ କାହାକୁ, ଶୁଣିବ କିଏ? ଏଠି ତ ବାଡ କ୍ଷେତ ଖାଉଛି। ନିଜେ ପୁରୁଣା ପେନସନ ନେଇ କ୍ଷମତା ଉପଭୋଗ କରୁଥିବା ରାଜନେତା ନିଜ କର୍ମଚାରୀଙ୍କୁ ପୁରୁଣା ପେନସନ ଦେବା ପାଇଁ ନାରାଜ। କି ବିଚିତ୍ର ନୀତି ସତେ! ଭାରତର ପ୍ରତ୍ୟେକ ପାଞ୍ଚଜଣ ଆୟକରଦାତାଙ୍କ ମଧ୍ୟରେ ରହୁଥିବା ଜଣେ ସରକାରୀ କର୍ମଚାରୀର ଜୀବନ ଏବେ ଖୁବ ଦୁର୍ବିସହ। ୨୦୧୩-୧୪ ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ସମସ୍ତ ଆୟକରଦାତାଙ୍କ ସଂଖ୍ୟା ୨.୪ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ କେବଳ କର୍ମଚାରୀ ଓ ପେନସନଭୋଗୀଙ୍କ ସଂଖ୍ୟା ୪.୫ ପ୍ରତିଶତ ବୃଦ୍ଧିପାଇଛି। ଦେଶଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କର୍ମଚାରୀ ଓ ପେନସନଭୋଗୀମାନଙ୍କ ପ୍ରତି ଏଭଳି ବୈମାତୃକ ମନୋଭାବ ସର୍ବାଦୌ ବର୍ଜନୀୟ। ଚାକିରୀକାଳର ଯନ୍ତ୍ରବତ ଜୀବନ ଜଞ୍ଜାଳରୁ ଅବସର ନେଲା ପରେ ଦେଶର ଏହି ବରିଷ୍ଠ ନାଗରିକମାନଙ୍କୁ ପୁନର୍ବାର ଆଚରଣ ବିଧିର ଭୟ ଦେଖାଇ ହନ୍ତସନ୍ତ କରିବା ଏବଂ ସେମାନଙ୍କର ସ୍ୱାଧୀନ ଅଭିବ୍ୟକ୍ତି ଉପରେ ଅଙ୍କୁଶ ଲଗେଇବା ଏକ ଜନମଙ୍ଗଳ ରାଷ୍ଟ୍ର ପକ୍ଷରେ ଆଦୌ ଶୋଭନୀୟ ନୁହେଁ।
*********

Friday, September 1, 2023

ISSUANCE OF ANTI-CANCER MEDICINES IN CGHS

 

ADMISSIBILITY TO TRAVEL BY VANDE BHARAT EXPRESS AND HUMSAFAR EXPRESS TRAINS ON OFFICIAL TOUR.

 

Consumer Price Index for Industrial Workers (2016=100) – July, 2023

 Ministry of Labour & Employment

azadi ka amrit mahotsavg20-india-2023

Consumer Price Index for Industrial Workers (2016=100) – July, 2023

Posted On: 31 AUG 2023 10:52PM by PIB Delhi

The Labour Bureau, an attached office of the M/o Labour & Employment, has been compiling Consumer Price Index for Industrial Workers every month on the basis of retail prices collected from 317 markets spread over 88 industrially important centres in the country. The index is compiled for 88 centres and All-India and is released on the last working day of succeeding month. The index for the month of July, 2023 is being released in this press release.

The All-India CPI-IW for July, 2023 increased by 3.3 points and stood at 139.7 (one hundred thirty nine point seven). On 1-month percentage change, it increased by 2.42 per cent with respect to previous month compared to increase of 0.90 per cent recorded between corresponding months a year ago.

The maximum upward pressure in current index came from Food & Beverages group contributing 2.86 percentage points to the total change. At item level, Rice, Arhar Dal/Tur Dal, Apple, Mango, Brinjal, Garlic, Ginger, Gourd(Lauki), Chilies Green, Potato, Onion, Tomato, Cumin seed/Jira, Supari, Saree Cotton, Shirt, T-shirt-readymade, School uniform, Leather Sandle, Chappal, Canvas Shoes, House rent, Auto-rickshaw/Scooter fare, Repair/Service Charges, Utensils, Medicine allopathic etc. are responsible for the rise in index. However, this increase was largely checked by Electricity (domestic) Charges, Kerosene oil, etc. putting downward pressure on the index.

At centre level, Gurugram recorded a maximum increase of 8.3 points. Among others, 3 centres recorded increase between 7 to 7.9 points, 4 centres between 6 to 6.9 points, 10 centres between 5 to 5.9 points, 15 centres between 4 to 4.9 points, 14 centres between 3 to 3.9 points, 25 centres between 2 to 2.9 points, 9 centres between 1 to 1.9 points and 4 centres between 0.1 to 0.9 points. On the contrary, Keonjhar recorded a decrease of 1.0 point. Rest of two centers index remained stationary.

Year-on-year inflation for the month stood at 7.54 per cent compared to 5.57 per cent for the previous month and 5.78 per cent during the corresponding month a year before. Similarly, Food inflation stood at 11.87 per cent against 6.00 per cent of the previous month and 5.96 per cent during the corresponding month a year ago.

 

Y-o-Y Inflation based on CPI-IW (Food and General)

All-India Group-wise CPI-IW for June, 2023 and July, 2023

Sr. No.

Groups

June, 2023

    July, 2023

I

Food & Beverages

137.8

145.1

II

Pan, Supari, Tobacco & Intoxicants

156.0

156.3

III

Clothing & Footwear

137.0

138.0

IV

Housing

123.4

125.7

V

Fuel & Light

181.5

181.0

VI

Miscellaneous

132.6

132.8

 

General Index

136.4

139.7

 

CPI-IW: Groups Indices

 

The next issue of CPI-IW for the month of August, 2023 will be released on Friday, 29th September, 2023. The same will also be available on the office website www.labourbureau.gov.in.

******

More than 6.62 crore subscribers under National Pension System (NPS) and Atal Pension Yojana (APY)

 Ministry of Finance

azadi ka amrit mahotsavg20-india-2023

More than 6.62 crore subscribers under National Pension System (NPS) and Atal Pension Yojana (APY)


Assets Under Management (AUM) under NPS and APY cross Rs. 10 lakh crore

Posted On: 01 SEP 2023 3:32PM by PIB Delhi

The number of subscribers under the National Pension System (NPS) and Atal Pension Yojana (APY) together have grown to more than 6.62 crore and the total Asset Under Management (AUM) has reached Rs. 10 lakh crore (Rs. 10,00,000 crore).

The segment wise status of the NPS and APY as on 25.08.2023:

Sector

AUM (In Rupees)

Central Government

2,40,902.87

CAB

42,246.13

State Government

4,36,071.72

SAB

63,133.73

Corporate

1,35,218.06

All Citizen Model

47,663.36

NPS Lite

5,157.12

APY

30,051.28

Total

10,00,444.26

 

The Pension Fund Regulatory and Development Authority (PFRDA) regularly carries various initiatives to enhance financial education, empowering subscribers to make well-informed decisions and leverage the advantages of the formal financial sector while maintaining a clear understanding of associated risks and trade-offs.

About NPS

The National Pension System (NPS) has been implemented for all Government Employees (except armed forces) joining Central Govt. on or after 1st January 2004. Most of the State/UT Governments have also notified the National Pension System (NPS) for their new employees. NPS has been made available to every Indian Citizen from 1st May 2009 on a voluntary basis. Further, from 1st June 2015, the Atal Pension Yojana, has been launched which has given the much-required impetus to the social security schemes.

About National Pension System Diwas (NPS Diwas)

In pursuit of the objective to promote pension and retirement planning, PFRDA annually celebrates October 1st as “National Pension System Diwas (NPS Diwas)”. This initiative contributes to the financial self-sufficiency of Indian citizens in their post-retirement phase. In observance of NPS Diwas this year, PFRDA has a planned a month-long sequence of digital media and publicity initiatives. These endeavours are strategically designed to commemorate NPS Diwas and effectively communicate the importance of pension planning to the subscribers as well as to the general public.

 

****