Friday, April 4, 2025

Labour Codes: A Step Backwards for Workers’ Rights

 


Labour Codes: A Step Backwards for Workers’ Rights

        Bruhaspati Samal

General Secretary
Confederation of Central Govt. Employees and Workers
Odisha State Coordination Committee, Bhubaneswar
Mobile: 9437022669

        India’s labour landscape is undergoing a major transformation with the government’s decision to implement four consolidated labour codes from April 1, 2025. This move aims to streamline the country’s existing labour laws by subsuming 29 of the 44 existing legislations into four broad codes while abolishing 15 other laws entirely. The legislative process of passing these codes took place in multiple stages. The first step occurred in August 2019, when the Code on Wages was introduced and passed. This was followed in September 2020 by the passage of the remaining three codes: the Industrial Relations Code, the Social Security Code, and the Occupational Safety, Health, and Working Conditions Code. These laws were passed in Parliament even as opposition parties boycotted the proceedings due to unrelated issues, raising concerns about inadequate parliamentary scrutiny. The President granted assent to all four codes in the same month, officially enacting them into law.

       Despite being enacted in 2020, the implementation of these labour codes was repeatedly delayed due to resistance from workers and trade unions. Now, with the announcement of their enforcement from April 2025, opposition has reignited, with workers arguing that these codes reduce their rights and make them more vulnerable to exploitation. The government claims this will modernize India’s labour framework and improve the ease of doing business. However, this transition has been met with strong opposition from various trade unions and independent federations, who argue that these new codes dilute crucial worker protections,  reduce job security, weaken collective bargaining, limit the right to strike and instead favor employers. This concern has sparked widespread protests, with trade unions demanding a rollback of the new laws and the restoration of previous safeguards.

        One of the major criticisms against the government’s handling of the labour codes is the lack of proper consultation with trade unions before their enactment. The All India Central Council of Trade Unions (AICCTU) has pointed out that the government abandoned the traditional practice of holding inclusive discussions with all trade unions. Instead, selective consultations were held, excluding key stakeholders from the decision-making process. Furthermore, the Indian Labour Conference, which is the highest tripartite forum involving the government, employers, and workers, has not been convened for over a decade. This has further sidelined workers’ voices in shaping policies that directly affect their livelihoods. Labour unions argue that such an exclusionary approach has led to the creation of laws that overwhelmingly favor employers at the expense of workers.

      Under the previous system, labour laws provided specific and detailed protections tailored to different sectors and industries. For example, the Factories Act ensured strict safety regulations for factory workers, while the Plantation Labour Act provided specific benefits for tea plantation workers. Similarly, the Industrial Disputes Act laid down clear mechanisms for resolving workplace conflicts, giving workers legal avenues to challenge unfair dismissals and demand better working conditions. By contrast, the new labour codes attempt to generalize these provisions, which has resulted in a dilution of worker protections. One of the biggest points of contention is that the Industrial Relations Code makes it easier for companies to hire and fire employees, which could lead to increased job insecurity, especially in the manufacturing sector. This provision is seen as an attempt to weaken trade union movements and curtail workers' ability to demand better wages and working conditions.

   The older laws also provided strong safeguards against arbitrary dismissals. The Industrial Disputes Act mandated that companies with more than 100 employees obtain government approval before laying off workers. However, under the new Industrial Relations Code, this threshold has been increased to 300 employees. This means that thousands of workers in medium-sized enterprises will no longer have legal protection against sudden terminations, making them vulnerable to exploitation. Additionally, the new labour codes reduce the bargaining power of trade unions. Previously, the Trade Unions Act allowed multiple unions within an organization to engage in collective bargaining. The new Industrial Relations Code, however, restricts collective bargaining rights by requiring that only unions with a 51% majority representation can negotiate with employers. This change significantly weakens the ability of smaller unions to advocate for workers’ rights.

      Another major concern is the impact of the Social Security Code. While it claims to expand social security benefits to informal sector workers, many trade unions argue that its implementation lacks clarity. Unlike the previous system, where Employees' State Insurance (ESI) and Provident Fund (EPF) contributions were mandatory for eligible workers, the new system makes social security schemes more discretionary. This could lead to reduced employer contributions and increased financial insecurity for workers.

      Workplace safety is another area of concern. The previous framework, through laws like the Factories Act and Mines Act, had stringent safety standards to protect workers in hazardous industries. The new Occupational Safety, Health, and Working Conditions Code consolidates these laws but also introduces more flexible provisions that allow state governments to exempt certain establishments from compliance. This relaxation of safety regulations increases the risk of workplace accidents and undermines worker welfare.

       The transition from 44 labour laws to 4 consolidated codes represents a significant shift in India’s labour policy. While the government argues that the new laws simplify compliance and promote economic growth, trade unions contend that these changes weaken essential worker protections and tip the balance of power in favor of employers.

By making it easier for companies to hire and fire employees, restricting the right to strike, weakening trade union representation, and making social security benefits less accessible, the new labour codes mark a step backward in safeguarding workers' rights. The widespread protests and opposition from labour organizations indicate that the new laws have failed to gain the confidence of the very workers they are supposed to protect.

    As the implementation date of April 1, 2025, approaches, the government faces increasing pressure to address these concerns. If left unaddressed, these labour codes could lead to growing unrest among India’s workforce, with trade unions continuing to demand a rollback of the reforms in favor of stronger legal protections for workers.

*******

(The author is a Service Union Representative and a columnist. eMail: samalbruhaspati@gmail.com, Mobile: 9437022669)

Brief on the meeting held with Secretary (Pension) , SOP&PW on 29.03.2025through VX on।provisions of pension disparity passed in the Finance Bill by the Parliament





 


Finance Act 2025


 

CITU denounces legislation enabling distinction among the pensioners to be the beneficiaries of Pay Commission



Validation of CCS (Pension) Rules and principles for expenditure on pension liabilities from the consolidated fund of India pases in Lok Sabha as a part of Finance Bill on 25.03.2025


 

Implementation of recommendations of 7th CPC - Dearness Allowance - Modification of guidelines regarding

 


Thursday, April 3, 2025

General Secretary, State CoC sensitizes the comrades of Odisha State Road Transport Staff Association on UPS, Labour Codes and 8th CPC in the Conference Hall of Budha Mandir in Bhubaneswar on 25th March 2025







General Secretary, State CoC sensitizes the comrades of Aska Postal Division on UPS, Labour Codes and 8th CPC in Bhanjanagar on 23rd March 2025














ପେନସନ୍ ବ୍ୟବସ୍ଥା ରହିବ ତ?

 


ପେନସନ୍ ବ୍ୟବସ୍ଥା ରହିବ ତ?

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର 

      ସାରା ଦେଶର କର୍ମଚାରୀଙ୍କ ପକ୍ଷରୁ ୨୦୦୪ରୁ ପ୍ରଚଳିତ ନୂତନ ପେନସନ ଯୋଜନା (ଏନପିଏସ)ର ସମ୍ପୂର୍ଣ୍ଣ ଉଚ୍ଛେଦ ସହ ପୁରାତନ ପେନସନ ଯୋଜନା (ଓପିଏସ୍)ର ପୁନଃ ‌ପ୍ରଚଳନ ପାଇଁ ଦୀର୍ଘ ୨୦ ବର୍ଷ ଧରି ଯେଉଁ ନିରବଚ୍ଛିନ୍ନ ସଂଗ୍ରାମ ଚାଲିଥିଲା ତାହାର ପରିଣତି ସ୍ବରୂପ କେନ୍ଦ୍ର ସରକାର ୨୪ ଅଗଷ୍ଟ ୨୦୨୪ରେ ଏକ ପ୍ରେସ୍ ଇସ୍ତାହାର ଜରିଆରେ ଏକୀକୃତ ପେନସନ ଯୋଜନା (ୟୁନିଫାଏଡ୍ ପେନସନ ସ୍କିମ୍ ବା ୟୁପିଏସ୍) ନାମରେ ଏକ ନୂଆ ପେନସନ ଯୋଜନା ଘୋଷଣା କରି ୨୫ ଜାନୁଆରୀ ୨୦୨୫ରେ ରାଜପତ୍ର ବିଜ୍ଞପ୍ତି ଜାରି କରିଛନ୍ତି। କିଛି ନେତୃମଣ୍ଡଳୀ ଓ ସଂଗଠନ ଏହାକୁ ସ୍ବାଗତ କରିଥିଲାବେଳେ, ଓପିଏସ୍ ବଦଳରେ କର୍ମଚାରୀଙ୍କୁ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏନପିଏସରେ ଯଥେଷ୍ଟ ଉନ୍ନତି ଆଣିବାକୁ କର୍ମଚାରୀ ପକ୍ଷକୁ ସରକାରଙ୍କ ବାରମ୍ବାର ପ୍ରତିଶ୍ରୁତି, ଉପରୋକ୍ତ ପ୍ରେସ ଇସ୍ତାହାର ଏବଂ ରାଜପତ୍ର ବିଜ୍ଞପ୍ତି ଭିତରେ ତାଳମେଳ ରହୁନଥିବାରୁ ବହୁ କର୍ମଚାରୀ ଓ ଶ୍ରମିକ ସଂଗଠନ ନିଜ ନିଜର ଅସନ୍ତୋଷ ଜାହିର କରିବା ସହ ଓପିଏସର ନିସର୍ତ୍ତ ପୁନଃ ପ୍ରଚଳନ ଦାବିକୁ ଦୋହୋରାଉଛନ୍ତି ମଧ୍ୟ। ଇତିମଧ୍ୟରେ, ପେନସନ ନିଧି ନିୟାମକ ଓ‌ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ୟୁପିଏସର ଚିଠା ନିୟମାବଳୀ ପ୍ରସ୍ତୁତି ପାଇଁ ସର୍ବସାଧାରଣଙ୍କ ଠାରୁ ଫେବୃଆରୀ ୧୭ ସୁଦ୍ଧା ମତାମତ ଲୋଡିଥିବା ବେଳେ ଉପରୋକ୍ତ ରାଜପତ୍ର ବିଜ୍ଞପ୍ତିର ଅନେକ ଧାରା ଓ ଶଦ୍ଦାବଳି କର୍ମଚାରୀଙ୍କ ମନରେ ସନ୍ଦେହ ଓ ଦ୍ୱନ୍ଦ ସୃଷ୍ଟି କରି ବହୁ ପରିମାଣରେ ହତୋତ୍ସାହିତ କରିଛି। ସମସ୍ତଙ୍କ ମନରେ ମାତ୍ର ଗୋଟିଏ ପ୍ରଶ୍ନ, “ଆଗକୁ ପେନସନ୍ ବ୍ୟବସ୍ଥା ରହିବ ତ?”

    ପ୍ରଥମତଃ, ୟୁପିଏସକୁ ଏକ ପେନସନ ଯୋଜନା ଭାବେ ୨୪ ଅଗଷ୍ଟ ୨୦୨୪ରେ ଯେଉଁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା, ୨୫ ଜାନୁଆରୀ ୨୦୨୫ର ରାଜପତ୍ର ବିଜ୍ଞପ୍ତି ତାହା ଏକ ନୂତନ ପେନସନ୍ ଯୋଜନା‌ ନୁହେଁ, ବରଂ ଏନପିଏସ୍ ଅନ୍ତର୍ଗତ ଏକ ଇଛାଧିନ ବ୍ୟାପାର ବୋଲି ସ୍ପଷ୍ଟ କଲା। ଜଣେ କର୍ମଚାରୀ ଚାହିଁଲେ ଇଛା ପ୍ରକଟ କରି ୟୁପିଏସକୁ ଆପଣେଇ ପାରିବେ ନହେଲେ କୌଣସି ବାଧ୍ୟବାଧକତା ବିନା ଏନପିଏସରେ ପୂର୍ବଭଳି ରହିପାରିବେ। ମାତ୍ର ଥରେ ଇଚ୍ଛାକରି ଆପଣେଇ ନେଲେ, ପୁନର୍ବାର ଏନପିଏସକୁ ଫେରିବାର‌ ବାଟ‌ ବନ୍ଦ।

      ଦ୍ବିତୀୟତଃ, ପ୍ରେସ ଇସ୍ତାହାରରେ ଯେଉଁ ସବୁ ଅବସରକାଳୀନ ପ୍ରାପ୍ୟ ସ୍ଥିରୀକୃତ ବୋଲି କୁହା‌ଯାଇଥିଲା, ସେସବୁ ପ୍ରକୃତରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଦ୍ୱାରା ନିୟମିତ ବିନିଯୋଗ (ଉଭୟଙ୍କ ତରଫରୁ ମୂଳ ଦରମାର ଓ ମହଙ୍ଗା ଭତ୍ତାର ୧୦% ଲେଖାଏଁ)ରୁ ସୃଷ୍ଟି ଇଣ୍ଡିଭିଜୁଆଲ କର୍ପସ ବା ଆଇସି ଓ ସରକାରଙ୍କ ତରଫରୁ ମହଙ୍ଗା ଭତ୍ତା ସହ ମୂଳ ଦରମାର ଅତିରିକ୍ତ ୮.୫%ର‌ ବିନିଯୋଗରେ ସୃଷ୍ଟି ପୁଲ୍ କର୍ପସ ବା ପିସି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ତେଣୁ ୟୁପିଏସ ଏକ ପାଣ୍ଠି ଭିତ୍ତିକ ଯୋଜନା। ଏହି ଯୋଜନାରୁ ସମ୍ପୂର୍ଣ୍ଣ ସୁବିଧା ପାଇବା ପାଇଁ ଜଣେ କର୍ମଚାରୀକୁ ଆଇସିର ସମସ୍ତ ଜମାରାଶି ପିସିକୁ ହସ୍ତାନ୍ତର କରିବାକୁହେବ। ଚାକିରୀକାଳ ଭିତରେ ଯଦି ଆଂଶିକ ଉଠାଣ ହୋଇଥାଏ, ଏହି ଯୋଜନାରୁ ପୁରା ଲାଭ ଉଠେଇବାକୁ ତାକୁ ଭରଣା କରିବାକୁ ହେବ। ଆଂଶିକ ଉଠାଣ କିମ୍ବା ନିୟମିତ ଦେୟରେ ଖିଲାପ ହୋଇଥିଲେ ପିଏଫଆରଡିଏ ଏକ ବେଞ୍ଚମାର୍କ କର୍ପସ (ବିସି) ନିର୍ଦ୍ଧାରଣ କରିବେ। ଆଇସି ଯଦି ନିର୍ଦ୍ଧାରିତ ପରିମାଣରୁ ଅଧିକ ହୋଇଥାଏ, ତେବେ ବଳକା ପରିମାଣ କର୍ମଚାରୀକୁ ଫେରେଇ ଦିଆଯିବ। କିନ୍ତୁ ଯଦି କମ୍ ଥାଏ, ନିର୍ଦ୍ଧାରିତ ପ୍ରାପ୍ୟ ସମାନୁପାତିକ ହାରରେ କମିଯିବ। ଅଧିକନ୍ତୁ, ପୂର୍ଣ୍ଣ ପ୍ରାପ୍ୟ (ଅବସର ପୂର୍ବ ୧୨ ମାସର ହାରାହାରି ମୂଳ ଦରମାର ୫୦%) ପାଇଁ ସର୍ବନିମ୍ନ ୨୫ ବର୍ଷର ନିୟମିତ ଚାକିରୀ ଆବଶ୍ୟକ ଥିବାବେଳେ, ୨୫ ବର୍ଷରୁ କମ୍ ସମୟ‌ ପାଇଁ ମଧ୍ୟ ପ୍ରାପ୍ୟ ସମାନୁପାତିକ ହେବ। ସର୍ବନିମ୍ନ ପ୍ରାପ୍ୟ ୧୦୦୦୦ ଟଙ୍କା ପାଇଁ ଅତି କମରେ ୧୦ ବର୍ଷର ନିୟମିତ ଚାକିରୀ କାଳ ଆବଶ୍ୟକ। କିନ୍ତୁ ତାହା ଥାଇ ମଧ୍ୟ ଯଦି ଆଇସି, ବିସିଠାରୁ କମ୍ ହୋଇଯାଏ, ତେବେ ବି ସର୍ବନିମ୍ନ ପ୍ରାପ୍ୟ ଆନୁପାତିକ ଭାବେ ପ୍ରଦାନ କରାଯିବ। ଏହି ସବୁ ଜଟିଳ ସର୍ତ୍ତାବଳୀରୁ ସ୍ପଷ୍ଟ ଅନୁମେୟ ଯେ ୟୁପିଏସରେ କର୍ମଚାରୀକୁ ସ୍ଥିରୀକୃତ ପ୍ରାପ୍ୟ ମିଳିବାର ସମ୍ଭାବନା ଅତି କ୍ଷୀଣ।

     ତୃତୀୟତଃ, ଏନପିଏସରେ କର୍ମଚାରୀର‌ ଦେୟ ମୂଳ ଦରମା ଓ ମହଙ୍ଗା ଭତ୍ତାର ୧୦% ଥିବା ବେଳେ ନିଯୁକ୍ତି ଦାତାଙ୍କର ୧୪% ରହିଛି। ରାଜପତ୍ର ବିଜ୍ଞପ୍ତି ଅନୁଯାୟୀ ସରକାର ତାଙ୍କର ଦେୟ ପରିମାଣକୁ ୧୪%ରୁ ୧୮.୫%କୁ ବୃଦ୍ଧି କରିବେ। ଅର୍ଥାତ ମୋଟ୍ ୨୮.୫%ରୁ ୨୦%କୁ ନେଇ ଆଇସି ଓ ୮.୫%ରେ ପିସିର ସୃଷ୍ଟି ହେବ ଏବଂ ଯୋଜନାଟି ଏପ୍ରିଲ ୨୦୨୫ରୁ ଲାଗୁ ହେବ। କିନ୍ତୁ ଦୁଃଖର ବିଷୟ ଯେ ସରକାରଙ୍କ ଏଇ ଦେୟ ବୃଦ୍ଧି ବାବଦକୁ ଫେବୃଆରୀ ୧, ୨୦୨୫ରେ ଆଗତ କେନ୍ଦ୍ରୀୟ ବଜେଟରେ କୌଣସି ପ୍ରାବଧାନ ନାହିଁ। ତେଣୁ ୟୁପିଏସର ଫଳପ୍ରଦ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଉପୁଜିବା ଅତି ସ୍ୱାଭାବିକ।

      ଏତଦବ୍ୟତୀତ, ସ୍ଥିରୀକୃତ ପ୍ରାପ୍ୟ ପ୍ରଦାନ‌ ପାଇଁ ପ୍ରତିଶ୍ରୁତି ରଖୁଥିବା ୟୁପିଏସ୍ ଯୋଜନାରେ କମ୍ୟୁଟେସନ ତଥା ପରବର୍ତ୍ତୀ ସମୟରେ ପ୍ରାପ୍ୟ ବୃଦ୍ଧିର କିମ୍ବା ସଂଶୋଧନର ପ୍ରାବଧାନ ନାହିଁ। ସେହିଭଳି, ତଥାକଥିତ ସ୍ଥିରୀକୃତ ପାରିବାରିକ ପ୍ରାପ୍ୟ କେବଳ ମୃତ କର୍ମଚାରୀର ସ୍ତ୍ରୀ ଅଥବା ସ୍ୱାମୀଙ୍କ ଭିତରେ ସୀମିତ ରହିଛି। କର୍ମଚାରୀ ହିତରେ ଏନପିଏସରେ ଉନ୍ନତି ଆଣିବାର ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ଏପ୍ରିଲ ୨୦୨୩ରେ ପେନସନ କମିଟି ବସେଇ ଥିଲେ। ହେଲେ ୟୁପିଏସ ନାମରେ ଏକ ଇଛାଧିନ ପ୍ରସଙ୍ଗକୁ କର୍ମଚାରୀଙ୍କ ପାଖରେ ଉପସ୍ଥାପିତ କରି ସରକାର ପେନସନ୍ ସମସ୍ୟାକୁ ଅଧିକ ଜଟିଳ ଓ ସନ୍ଦେହଜନକ ପରିସ୍ଥିତି ଭିତରକୁ ଠେଲି ଦେଇଛନ୍ତି।

  ଶେଷରେ ମୂଖ୍ୟ କଥାଟି ହେଲା, ୨୪ ଅଗଷ୍ଟ ୨୦୨୪ର ପ୍ରେସ ଇସ୍ତାହାର ଅନୁଯାୟୀ ୟୁପିଏସ୍‌ରେ ସୁନିଶ୍ଚିତ ପେନ୍‌ସନ୍‌, ସୁନିଶ୍ଚିତ ପାରିବାରିକ ପେନ୍‌ସନ୍‌ ଓ ସୁନିଶ୍ଚିତ ସର୍ବନିମ୍ନ ପେନସନ୍‌ କଥା କୁହାଯାଇଥିବା ବେଳେ, ୨୫ ଜାନୁଆରୀ ୨୦୨୫ର ରାଜପତ୍ର ବିଜ୍ଞପ୍ତି ପେନସନ୍ ବଦଳରେ ପେଆଉଟ୍ ଶବ୍ଦ ବ୍ୟବହାର‌ ଏକ ଭିନ୍ନ ଦିଗକୁ ସୂଚିତ କରୁଛି। ଅର୍ଥାତ ୟୁପିଏସର ପ୍ରଚଳନ ଦ୍ଵାରା ପେନସନ ବ୍ୟବସ୍ଥା ଉଚ୍ଛେଦ ହୋଇ ପେଆଉଟ୍ ବ୍ୟବସ୍ଥାର ଅୟମାରମ୍ଭ ହେଲା ବୋଲି ବୁଝିବାକୁ ହେବ। ଏବେ ଆଉ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ପେନସନଭୋଗୀ ନହୋଇ ଅନ୍ୟ କୌଣସି ନାମରେ ହୁଏତ ପରିଚିତ ହେବେ ଯାହାଦ୍ଵାରା ଭବିଷ୍ୟତରେ ଏକ ଭିନ୍ନ ସର୍ତ୍ତାବଳୀର ଅନ୍ତର୍ଭୁକ୍ତ ହୋଇ ସେମାନେ ସରକାରଙ୍କ ଠାରୁ ପେନସନ୍ ଓ ତତ୍ ସଂକ୍ରାନ୍ତୀୟ ଲାଭସମୂହ ପାଇବା ପାଇଁ ଦାବି କରିବାର କ୍ଷମତା ହରେଇ ବସିବେ।

    ଉପରୋକ୍ତ ସନ୍ଦେହକୁ ଦୃଢ଼ୀଭୂତ କରେ କେନ୍ଦ୍ର ସରକାର ନିକଟରେ ଗ୍ରହଣ କରିଥିବା ଆଉ ଏକ ପଦକ୍ଷେପ। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅଧିନସ୍ଥ ଜାତୀୟ ଅନୁଷ୍ଠାନମାନଙ୍କରେ ୧ ଜାନୁଆରୀ ୨୦୦୪ ପୂର୍ବରୁ ଚାକିରୀରେ ଯୋଗଦାନ କରିଥିବା ଯେଉଁ କର୍ମଚାରୀମାନେ ବର୍ତ୍ତମାନ ଅବସର ଗ୍ରହଣ ପରେ ପୁରୁଣା ପେନସନ ଯୋଜନାର ଲାଭ ଉଠାଉଛନ୍ତି, ସେମାନଙ୍କର ପେନସନ ଜାନୁଆରୀ ୨୦୨୫ରୁ ବନ୍ଦ କରିଦେବା ପାଇଁ କେନ୍ଦ୍ର ସରକାର ଏହି ସବୁ ଅନୁଷ୍ଠାନଗୁଡ଼ିକର ନିର୍ଦ୍ଦେଶକମାନଙ୍କୁ ଆଦେଶନାମା ଜାରି କରିଛନ୍ତି। ଏହି ଜାତୀୟ ଅନୁଷ୍ଠାନମାନଙ୍କରେ ୧ ଜାନୁଆରୀ ୨୦୦୪ ପୂର୍ବରୁ ନିଯୁକ୍ତ ଥିବା କର୍ମଚାରୀମାନେ ଓପିଏସ୍ ପାଇଁ ହକଦାର ହେବେ କି ନାହିଁ ତାହା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବ୍ୟୟ ବିଭାଗର ବିଚାରାଧୀନ। ଯଦିଓ କର୍ମଚାରୀ ସଂଗଠନଗୁଡ଼ିକର ତୁରନ୍ତ ହସ୍ତକ୍ଷେପ ଫଳରେ ପେନସନ୍ ବନ୍ଦ୍ ପ୍ରକ୍ରିୟାକୁ ଆଗାମୀ ଛଅ ମାସ (ଜୁନ୍ ୨୦୨୫) ପର୍ଯ୍ୟନ୍ତ ଟାଳି ଦିଆଯାଇଛି, ଦୀର୍ଘ ଦୁଇ ଦଶନ୍ଧି ପରେ ସରକାରଙ୍କ ଏଭଳି ଆକସ୍ମିକ ପଦକ୍ଷେପ କର୍ମଚାରୀ ମହଲରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। କାଲି ଆଉ କେଉଁ ଅନୁଷ୍ଠାନ ଯେ ବଳି ନପଡିବ ଏବଂ କେନ୍ଦ୍ର ସରକାର ପେନସନ୍ ପ୍ରତି ଯେ କଠୋର ଆଭିମୁଖ୍ୟ ଗ୍ରହଣ ନ କରିବେ, କିଏ କହିବ?

  ଏହି ପରିପ୍ରେକ୍ଷୀରେ ଭାରତୀୟ ଡାକ ବିଭାଗର ଏକ୍ସଟ୍ରା ଡିପାର୍ଟମେଣ୍ଟାଲ ଏଜେଣ୍ଟ (ଅତିରିକ୍ତ ବିଭାଗୀୟ କର୍ମଚାରୀ) ବା ଇଡିଏ (ଯେଉଁମାନେ ଏବେ ଗ୍ରାମୀଣ ଡାକ ସେବକ ଭାବେ‌ ପରିଚିତ)ଙ୍କ କଥା ଟିକେ ଆଲୋଚନା ‌କରିବା ଯୁକ୍ତିସଙ୍ଗତ ମନେହୁଏ। ପ୍ରଥମେ ଏମାନେ ନିର୍ଦ୍ଦିଷ୍ଟ ବୟସ ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଏକ୍ସଟ୍ରା ଡିପାର୍ଟମେଣ୍ଟାଲ ଏଜେଣ୍ଟସ (କଣ୍ଡକ୍ଟ ଆଣ୍ଡ ସର୍ଭିସ୍) ରୁଲ୍ସ ଅନୁଯାୟୀ ନିଯୁକ୍ତି (ଆପଏଣ୍ଟମେଣ୍ଟ) ପାଉଥିଲେ। ସମୟକ୍ରମେ ସେମାନେ ଗ୍ରାମୀଣ ଡାକ ସେବକ (ଜିଡିଏସ୍) ନାମରେ ପରିଗଣିତ ହେଲେ ଓ ନିଯୁକ୍ତି ନିୟମ ବଦଳି ଯାଇ ଗ୍ରାମୀଣ ଡାକ ସେବକ (କଣ୍ଡକ୍ଟ ଆଣ୍ଡ ଏନଗେଜମେଣ୍ଟ) ରୁଲ୍ସ ହେଲା। ଫଳରେ ଜିଡିଏସମାନେ ନିଯୁକ୍ତି (ଆପଏଣ୍ଟମେଣ୍ଟ) ନପାଇ ନିୟୋଜିତ (ଏନଗେଜ୍) ହେଲେ। ଆପଏଣ୍ଟମେଣ୍ଟରୁ ଏନଗେଜମେଣ୍ଟର ଯାତ୍ରା ଭିତରେ ଏହି ବର୍ଗର କର୍ମଚାରୀଙ୍କ ଭାଗ୍ୟ ପଥର ତଳେ ରହିଗଲା। କେନ୍ଦ୍ର ସରକାରଙ୍କ ଅଧିନରେ ସିଧାସଳଖ କାମକରି ମଧ୍ୟ ଏମାନେ ନିୟମିତ କେନ୍ଦ୍ର ସରକାରୀ କର୍ମଚାରୀର ମାନ୍ୟତା ପାଇଲେ ନାହିଁ କି ପେନସନ୍ ଭଳି ସୁବିଧା ସୁଯୋଗରୁ ବଞ୍ଚିତ ହେଲେ ମଧ୍ୟ। ଏ ବାବଦରେ ଦଶନ୍ଧି ଦଶନ୍ଧି ଧରି ସଂଗ୍ରାମ କେବଳ‌ ବିଫଳତାର‌ ସ୍ୱାଦ ହିଁ ଚାଖୁଛି। କିନ୍ତୁ ଅପରପକ୍ଷେ, ଏମାନଙ୍କୁ କେନ୍ଦ୍ର ସରକାରୀ କର୍ମଚାରୀ ଭାବେ ବିଚାର‌ କରି ରାଜ୍ୟ ସରକାର ରାସନ୍ କାର୍ଡ, ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଆବାସ ଯୋଜନା ଭଳି ବିଭିନ୍ନ କଲ୍ୟାଣକାରୀ ଯୋଜନାରୁ ଦୁରେଇ ରଖୁଛନ୍ତି। ଶବ୍ଦଟିଏ ବଦଳିଲେ ଗୋଟେ‌ କର୍ମଚାରୀର ଭାଗ୍ୟ କେମିତି ବଦଳିଯାଏ, ଗ୍ରାମୀଣ ଡାକ ସେବକମାନେ ତା'ର ନିଛକ ଉଦାହରଣ। ତେଣୁ ପେନସନରୁ ପେଆଉଟର ଯାତ୍ରା ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଓ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପେନସନକୁ ଯେ ସମୂଳେ ବିନାଶ ନକରିବ, ଏକଥା କିଏ କହିବ। ସରକାରଙ୍କ ଏ ଶବ୍ଦର ଖେଳ କର୍ମଚାରୀଙ୍କ ପାଇଁ କାଳ ନ ହେଉ।

******

Lok Sabha Starred Question No.*235 on constitution of 8th CPC


 

Rajya Sabha Unstarred Question No.1382 on UPS


 

Reimbursement of Children Education Allowance and Hostel Subsidy in accordance with New Education Policy 2020